From 3fb6912728e04c43a090854ed31668545377dde3 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:51:13 +0530 Subject: [PATCH] Upload New File --- .../vikashpedia_health_odia165.txt | 37 +++++++++++++++++++ 1 file changed, 37 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia165.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia165.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia165.txt new file mode 100644 index 0000000..5d5c907 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia165.txt @@ -0,0 +1,37 @@ +ବଦହଜମି ସମସ୍ୟା ଓ ସମାଧ୍ୟାନ +ବଦହଜମି +ବଦହଜମି ଏକ ସାଧାରଣ ସମସ୍ୟା । +ପୃଥିବୀର ଶତକଡ଼ା କୋଡ଼ିଏ ଭାଗ ଲୋକ ସବୁ ସମୟରେ ଏହି ରୋଗରେ ପୀଡ଼ିତ ଥାଆନ୍ତି । +ଏହି ରୋଗରେ ଉପର ପେଟରେ ଯନ୍ତ୍ରଣା ହୁଏ । +ଏହା ଏକମାସରୁ ଊର୍ଦ୍ଧ୍ଵ ଲାଗି ରହିଲେ, ବଦହଜମି ପାଇଁ ପରୀକ୍ଷା କରାଇନେବା ଉଚିତ । +ଯନ୍ତ୍ରଣା ସହିତ ଛାତି ପେଡ଼ିବା, ପେଟଫୁଲିବା, ଆମ୍ବିଳା ହାକୁଟି ମାରିବା ଭଳି ମଧ୍ୟ ଲକ୍ଷଣ ପ୍ରକାଶ ପାଇପାରେ । +ଏଭଳି ହେଲେ ସାଧାରଣତଃ ପାକସ୍ଥଳୀ । +ଏଣେଣ୍ଡାସ୍କୋପି ପରୀକ୍ଷା କରି ଖାଦ୍ୟନଳୀ, ପାକସ୍ଥଳୀ ଓ ଗ୍ରହଣୀରେ ଘା’, କ୍ୟାନସର ପ୍ରଭୃତି ହୋଇଛି କି ନାହିଁ ବୋଲି ଦେଖିନେବା ଭଲ । +ସେହି ସମୟରେ ପାକସ୍ଥଳୀ କାନ୍ଥକୁ ଧୋଇ ସେହି ପାଣିରେ ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଜୀବାଣୁ ଅଛି କି ନାହିଁ ମଧ୍ୟ ପରୀକ୍ଷା କରାଯାଏ । +ଏହି ଜୀବାଣୁ ଆବିଷ୍କାର କରି ଅଷ୍ଟ୍ରେଲିଆର ଦୁଇଜଣ । +ବୈଜ୍ଞାନିକ ଡା, ବାରି ମାର୍ସାଲ ଏବଂ ଡା. ରବିନ ୱାରେନ୍ ୧୯୦୫ ମସିହାରେ ମେଡିସିନ୍‌ରେ ନୋବେଲ ପୁରସ୍କାର ପାଇଥିଲେ । +ଆଗରୁ କୁହାଯାଉଥିଲା । +ପାକସ୍ଥଳୀର ଘା (ପେୟିକ ଅଲସର) । +‘ହରି ଓରି କରି ଯୋଗୁଁ ହୋଇଥାଏ । +ଏହାର ଅର୍ଥବ୍ୟସ୍ତବହୁଳ ଜୀବନରେ ଖାଇବା । +ପିଇବା ଠିକ୍ ନହେଲେ ଅଧିକ ଚିନ୍ତାଗ୍ରସ୍ତ ହୋଇ କନ୍ଦାକଟା କରି ଅବସାଦରେ ରହିଲେ କିମ୍ବା ବେଶୀ ମସଲା ତରକାରି ଖାଇଲେ ' ପାକସ୍ଥଳୀରେ ଘା ଓ ବଦହଜମି ହୁଏ । +ଏବେ କିନ୍ତୁ ଏହି ଜୀବାଣୁ ଏଚ୍. ପାଇଲୋରି ଏହାର ନିର୍ଦ୍ଦିଷ୍ଟ କାରଣ ବୋଲି କୁହାଯାଉଛି ଏବଂ ସ୍ଵତନ୍ତ୍ର ଆଣ୍ଟିବାୟୋଟିକ୍ ଚିକିତ୍ସା ଦ୍ଵାରା ଏହା ଭଲ ହେଉଛି । +ଫଳରେ ପାକସ୍ଥଳୀର ଘା' ଆଉ ଅପରେସନ୍ ହେବା ଆବଶ୍ୟକ ହେଉନାହିଁ । +୨୦୧୭ ମସିହା ମାଇଁ ମାସରେ ବଦହଜମି ରୋଗ ଚିକିତ୍ସା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାର ପେଟରୋଗ ବିଶେଷଜ୍ଞ ଦଳ ମିଳିତ ଭାବେ ଏକ ଚିକିତ୍ସା ସାରଣୀ ପ୍ରସ୍ତୁତ କରିଛନ୍ତି । +ଏହା ଆମେରିକାନ୍ ଜର୍ଣ୍ଣାଲ ଅଫ ଗାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ପ୍ରକାଶିତ ହୋଇଛି । + ସେଗୁଡ଼ିକ ହେଲା – +ସମସ୍ୟା ଓ ସମାଧ୍ୟାନ +ଷାଠିଏ ବର୍ଷରୁ ଊର୍ଦ୍ଧ୍ଵ ସବୁ ବଦହଜମି ରୋଗୀ ପେଟର ଏଣ୍ଡୋସ୍କୋପି କରି ପାକସ୍ଥଳୀରେ କନ୍ୟାନସର ଅଛିକି ନାହିଁ ଦେଖିନେବା ଦରକାର । +କ୍ଷାଠିଏ ବର୍ଷରୁ କମ୍ ବୟସର ଲୋକମାନେ ଏଚ. ପାଇଲୋରୀ ଜୀବାଣୁ ପାଇଁ ପରୀକ୍ଷା କରାଇବା ଜରୁରୀ । +ଏହିଭଳି ରୋଗୀମାନଙ୍କୁ ପାଣ୍ଟ୍ରୋପ୍ରାଜଳ ଲିଭୋ ସଲପ୍ରାଇଡ୍ ଓ ଆଣ୍ଟିବାୟୋଟିକ ଭଳି ଔଷଧ ମାଧ୍ୟମରେ ଚିକିତ୍ସା କରିବା ଆବଶ୍ୟକ -- ଅସ୍ତ୍ରୋପଚାର ଦରକାର ପଡ଼େ ନାହିଁ । +ଯେଉଁ ବଦହଜମି ରୋଗୀମାନଙ୍କର ଏଣ୍ଡୋସ୍କୋପି ପରୀକ୍ଷାରେ ପାକସ୍ଥଳୀ ଘା’, ପାକସ୍ଥଳୀ ପ୍ରଦାହ ଭଳି କିଛି ରୋଗ ବାହାରୁନାହିଁ, ଅଥଚ ସବୁବେଳେ ଉପରପେଟ ପୋଡ଼ାଜଳା କରୁଛି ତଥା ମାନସିକ ସ୍ତରରେ ସେମାନେ ଅସ୍ଥିରତା ଓ ବିଷାଦ ଭୋଗ କରୁଛନ୍ତି, ସେମାନଙ୍କୁ ପୂର୍ବ ଔଷଧ ସହିତ ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ ଔଷଧ ଦିଆଯିବା ଆବଶ୍ୟକ । +ଏହା ସେମାନଙ୍କୁ ପେଟ ପୋଡ଼ାଜଳାରୁ ସୁରକ୍ଷା ଏବଂ ବିଷାଦରୁ ମୁକ୍ତି ଦେଇଥାଏ । +ଏଭଳି ରୋଗୀଙ୍କୁ ବାରମ୍ବାର ପରୀକ୍ଷା ନକରାଇ ଏହି ପ୍ରକାର ଔଷଧ ସହ ଆୟୁର୍ବେଦୀୟ ଔଷଧ, ତୁଟୁକା ଔଷଧ, ହୋମିଓପାଥ୍ କିମ୍ବା ସିଦ୍ଧ ଔଷଧ ଦିଆଯାଇପାରେ; କିନ୍ତୁ ଏଥିରେ ବେଶି ଉପକାର ମିଳି ନଥାଏ । +ଏହା ସହିତ ଯୋଗ, ପ୍ରାଣାୟାମ, ଧ୍ୟାନ, ଧାରଣା, ଜଳନେତି ଭଳି ଚିକିତ୍ସା ମଧ୍ୟ ସାହାଯ୍ୟ କରେ । +ପାକସ୍ଥଳୀ ଭିତରେ ରୋଗ ନଥିବା ବଦହଜମିକୁ ଫଙ୍କସନାଲ ଡିସପେପସିଆରୀ କୁହାଯାଏ । +ସେଥିପାଇଁ ମନ ନିୟନ୍ତ୍ରଣ ଏକ ଗୁରୁତ୍ଵପୂର୍ଣ୍ଣ ଉପାୟ । +ଏଥିରେ ନିରୋଳା ଆତ୍ମଚିନ୍ତନ ଉପକାର ଦେଇଥାଏ । +ବେଳେବେଳେ ଅନ୍ତନଳୀର କାର୍ଯ୍ୟରେ ବାଧା (ଗାଷ୍ଟ୍ରେପରେ ସିସ୍) ଜଟିଳ ଡାଇବେଟିସ୍ ରୋଗ ଯୋଗୁଁ ହୋଇଥାଏ । +ସେସବୁ କ୍ଷେତ୍ରରେ ଡାଇବେଟିସର ସଘନ ଚିକିତ୍ସା କରିବା ଆବଶ୍ୟକ । +ତୁଟୁକା ଚିକିତ୍ସାରେ ଅଦା, ଶୁଣ୍ଠି ଲେପୁରସ, ଲବଙ୍ଗ, ପାନମହୁରି ମଧ୍ୟ ଏକକ ଭାବରେ ବଦହଜମି ପାଇଁ ବ୍ୟବହାର କରାଯାଏ । +ଜୀବନଶୈଳୀରେ ପରିବର୍ତ୍ତନ, ସିଗାରେଟ, ବିଡ଼ି, ପାନ, ଗୁଣ୍ଡି, ଗୁଡ଼ାଖୁ ଗୁଟଖା, ମଦପାନରୁ ବିରତି ଏହି ରୋଗରୁ ସୁରକ୍ଷା ଦେଇଥାଏ । -- GitLab