From 425dddf4eeccbcf252fca31941956adc7d145ee3 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:04:24 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_31 | 73 +++++++++++++++++++ 1 file changed, 73 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_31 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_31 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_31 new file mode 100644 index 0000000..e5b5fc5 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_31 @@ -0,0 +1,73 @@ +ଚଢ଼େଇ +ଗୋପୀନାଥ ମହାନ୍ତି +ତା: ଜୁଲାଇ ୨୯, ୨୦୧୩ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ବୈଶାଖର ଆରମ୍ଭ । +ଦିନ ସାଢ଼େ ତିନିଟାବେଳ । +ଢଳିଲା ଖରା ବି ଜଳୁଛି । +ସାମ୍ନାରେ ବାଁ’କୁ ଦୋ’ଟି କୃଷ୍ଣଚୂଡ଼ା ଗଛ, ଇଟା ବର୍ଣ୍ଣର ଫୁଲ ଲଦି ହୋଇଛି, ମଝିରେ ମଝିରେ ଅଳ୍ପ ପୁଳିଏ ଗୁଜୁରା ଗୁଜୁରା ପତ୍ର । +ଡାହାଣକୁ ପ୍ରକାର ପ୍ରକାର ନାଲିଫୁଲରେ ଛାଉଣି ହୋଇ ବୁଗେନ୍‌ଭିଲିଆ ଗଛଗୁଡ଼ିଏ, ଲାଗୁଛି ସେସବୁ ବି ଜଳୁଛି । +ଶଙ୍କର ମିଶ୍ର ଅନ୍ୟମନସ୍କ ହୋଇ ଚାହିଁ ରହିଥିଲେ, ଅନୁଭବ କରୁଥିଲେ ଯେପରିକି ନିଆଁ ଲାଗିଛି; ସବୁ ଖାଲି ଜଳୁଛି । +ଓଃ! କି ବିଭୀଷିକା । +ହଠାତ୍ ମନେପଡ଼ିଗଲା, ସେଇ ଛୋଟ ଚଢ଼େଇଟି କାହିଁ? ତା’ କଥା ମନେପଡ଼ିଲା ମାତ୍ରେ ଖରା ତା’ରି ଉପରେ ସତେ ଯେପରି ଢାଙ୍କି ହୋଇଗଲା । +ଶୀତଳ ପାତଳ ଛାଇ ସୁଲୁସୁଲିଆ ପବନ ଦେହରେ ବାଜିଲା, ଶୁଭିଲା ପାହାଡ଼ି ଝରଣାରୁ ଦୁଲୁଦୁଲୁ ଶବ୍ଦ, ଉପରେ ଡେଙ୍ଗା ଗଛମାନଙ୍କ ଉପରେ ହାଲୁକା ଶାଗୁଆ ଚାନ୍ଦୁଆରେ କାନ୍ଧି କାନ୍ଧି ନାଲିଫୁଲ ସଜା ହୋଇଛି । +ସ୍ଥାନେ ସ୍ଥାନେ ଉଜ୍ଜ୍ବଳ ନାଲି ଲତା- ପଳାଶ ଫୁଲର ଦୋଳି ତଳକୁ ଓହଳିଛି, ଆଗରେ ଏପାଖରୁ ସେପାଖ ସେପାଖରୁ ଏପାଖ ହୋଇ ଉଡ଼ି ବୁଲୁଛି ସେଇ ସାନ ଚଢ଼େଇଟି । +ଥଣ୍ଟଟି ନାଲି, ଦେହଟି ଚିକ୍କଣ ଇନ୍ଦ୍ରନୀଳ ବର୍ଣ୍ଣର, ଉଡ଼ିଲାବେଳେ ଦିଶେ ସେହି କଳାବର୍ଣ୍ଣର ଝଲକ । +ହଠାତ୍ ଚଢ଼େଇଟି କୁଆଡ଼େ ହଜିଯାଏ, ପୁଣି ଦିଶେ । +ପୁଣି ହଜେ । +ଏ ଦିନେ ତା’ର ସେହି ବର୍ଣ୍ଣ । +ବର୍ଷାଦିନେ ବର୍ଷା ଥମି ଥିଲାବେଳେ ହଠାତ୍ କେଉଁଠି ସେ ହାବୁଡ଼େ, ସେତେବେଳେ ସେ ଉଡ଼ନ୍ତା ଟିକି ଇନ୍ଦ୍ରଧନୁଟିଏ । +ଦେହଟି ସେହି ବର୍ଣ୍ଣର । +ଶୀତଦିନେ ଯେତେବେଳେ ଦିନର ଆଲୁଅ ଦିଶୁଥାଏ ମ୍ଳାନ, ସେତେବେଳେ ତା’ଦେହର ବର୍ଣ୍ଣ ଉଜ୍ଜ୍ବଳ ରକ୍ତ-କାଇଁଚ ବର୍ଣ୍ଣ ପରି । +ଯେତେବେଳେ ସେ ଦିଶେ, ସେତେବେଳେ ଉପୁଜାଏ ତାଙ୍କର କୁତୁହଳ, ବିସ୍ମୟ ଓ ଆନନ୍ଦ । +ସେ ବସେ ନାହିଁ, ଶବ୍ଦ କରେ ନାହିଁ, ଏପାଖୁ ସେପାଖ ଉଡ଼ିଯାଇ କୁଆଡ଼େ ଅନ୍ତର୍ହିତ ହୋଇଯାଏ । +କିନ୍ତୁ ସେ ଲୁଚିଗଲା ପରେ ବହୁତ ବେଳଯାକେ ଶଙ୍କର ମିଶ୍ରଙ୍କୁ ଲାଗୁଥାଏ ଯେପରି କି ସେ ଏକ ନୂଆ ଜୀବନରେ ଅଲଗା ପୃଥିବୀରେ ଅଲଗା ଅନୁଭୂତି ଭିତରେ ଅଛନ୍ତି, ଏଠି ତାଙ୍କ ପାଇଁ ସବୁ ଆନନ୍ଦମୟ । +ସେହି ବିଚିତ୍ର ଅନୁଭୂତି ତାଙ୍କ ଚେତନାକୁ ଆଚ୍ଛନ୍ନ କରି ରହେ କିଛିଦିନ ପର୍ଯ୍ୟନ୍ତ, ସେତେବେଳେ ନିତିଦିନର ଅଭ୍ୟସ୍ତ ଜୀବନ ବିତାଇଲା ବେଳେ ଚାଉଁ ଚାଉଁ ଲାଗୁଥାଏ, ଲାଗୁଥାଏ ଯେ ତାଙ୍କ ଚାରିପାଖେ ଏ ଯେଉଁ ସଂସ୍କାର, ଏଠି ତାଙ୍କର ଯାହା ଯାହା ଇନ୍ଦ୍ରିୟ ଅନୁଭୂତି ୟେ ବାସ୍ତବାନ । +ଏଠି ସେ ଖାଲି ସ୍ବପ୍ନ ଦେଖୁଛନ୍ତି ଓ ଏସବୁ ମିଛିମିଛିକିଆ ଓ ତାଙ୍କର ଜାଗ୍ରତ ବାସ୍ତବ ଅନୁଭୂତି ଆଉ କିଛି? ପୁଣି କିଛିଦିନ ଗଲେ ସେଭଳି ଦ୍ବିଧା ଓ ପ୍ରଶ୍ନର ଅବକାଶ କି ଆଉ ଆସେ ନାହିଁ, ଜୀବନ ତା’ର ସାଧାରଣ ଗତିରେ ଚାଲିଥାଏ । +କିନ୍ତୁ ଯେତେବେଳେ ତାଙ୍କର କୌଣସି ବିଷୟରେ ସମସ୍ୟା ଜଞ୍ଜାଳ ମନସ୍ତାପ କି ଦୁଃଖ ବଳାଏ, ନୈରାଶ୍ୟ ମାଡ଼ିବସେ, ଲାଗୁଥାଏ ସତେ ଯେପରିକି ଆଲୁଅର ଶେଷ ଧାସକୁ ଲିଭାଇ ଦେବାକୁ ଚାରିଆଡ଼ୁ ଘୋଟି ଆସିଲାଣି ମେଘ ଅନ୍ଧାର । +ସେତେବଳେ ହଠାତ୍ ପୁଣି କେମିତି ତେଜି ଉଠେ ଆଶା ଓ ବିଶ୍ବାସ, ଲାଗେ ସବୁ ସମସ୍ୟା ଦୂର ହୋଇଯିବ । +ମନ ଭିତରେ ଲୁଚି ଲୁଚି ରହିଥାଏ ଉତ୍‌ପ୍ରେକ୍ଷା ଯେ ପୁଣି ସେହି ବିସ୍ମୟକର ଆନନ୍ଦର ମୁହୂର୍ତ୍ତଟି ଆସି ପହଞ୍ଚିବ ଯେତେବେଳେ ତାଙ୍କ ଆଗରେ ସେହି ଚଢ଼େଇଟି ଉଡ଼ୁଥିବାର ସେ ଦେଖିବେ, ସେ ପୁଣି ଅନ୍ୟ କେଉଁ ସ୍ଥାନ, ଅନ୍ୟ କେଉଁ ବେଳ । +ତା’ପରେ ସତକୁ ସତ ସେ କେବେ କେଉଁଠି ଦିଶିଯାଏ । +ଶଙ୍କର ମିଶ୍ର ମନେ ମନେ ପଛକୁ ଚାହିଁ ସ୍ମରଣ କରୁଥା’ନ୍ତି ଅତୀତରେ କେବେ ଓ କେଉଁ କେଉଁ ସ୍ଥାନରେ ସେ ସେହି ସୁନ୍ଦର ଚଢ଼େଇଟିକୁ ଭେଟିଥିଲେ । +ସେ ତ ସାଧାରଣ ନୁହେଁ କି ସବୁଠିଁ ମିଳେ ନାହିଁ । +ଦିଶେ ଲୋକାଳୟ ନ ଥିବା ଅଗନାଗ୍ନି ବଣରେ, ନତୁବା ଜଙ୍ଗଲରୁ ଉଡ଼ି ଆସିଥିବା ସେହି ବିଚିତ୍ର ଚଢ଼େଇଟି ଅନ୍ୟ କେଉଁଠି ତୋଟା ଅରମା ବାଟରେ ହଠାତ୍ ହାବୋଡ଼ିଯାଏ, ତା’ପରେ ଲୁଚିଯାଏ, ତା’ ବି କେବେ କ୍ବଚିତ୍‌ । +ଚାରିଆଡ଼ ନିର୍ଜନ ଓ ଚୁପ୍‌ଚାପ୍ ଥିଲାବେଳେ ହିଁ ସେ ଦିଶେ, ସେଠି ସେତେବେଳେ ଅନ୍ୟ ଜନ୍ତୁ କି ଚଢ଼େଇ ବି ଦିଶନ୍ତି ନାହିଁ । +କିନ୍ତୁ କେବେ ଦେଖିଥିଲେ? ଶଙ୍କର ମିଶ୍ର ସ୍ମରଣ କରିବାକୁ ମନେ ମନେ କ୍ଲାନ୍ତିକର ପରିଶ୍ରମ କରୁଥା’ନ୍ତି; ତାଙ୍କୁ ହେଲାଣି ବୟସ ତେସ୍ତରି, ଏକଦା ବଳିଷ୍ଠ ଅତି କର୍ମଠ ଶରୀର ବାରମ୍ବାର ବ୍ୟାଧିର ଆଘାତରେ କ୍ଷୟ ହୋଇଗଲାଣି କ୍ଷୀଣ, ଦୁର୍ବଳ, ଅପାରଗ । +ଏକଦା ନାନା ଜଟିଳ ସମସ୍ୟାକୁ ଆଗ୍ରହରେ ଅନାୟାସରେ ଖୋଲି ଖୋଲି ଦେଖିପାରୁଥିବା ମନ ଟିକିଏ ମାନସିକ ପରିଶ୍ରମ କରିବାକୁ ପଛେଇଯାଏ, ଅଳ୍ପ ଭାବୁ ଭାବୁ କ୍ଳାନ୍ତ ହୋଇଯାଏ, ସ୍ମରଣ ଶକ୍ତି ଦୁର୍ବଳ ଓ ଟଳମଳ ଅଙ୍ଗେ ଲିଭାଇଥିବା କେତେକଥା ବି ମନେପଡ଼େ ନାହିଁ । +ଶଙ୍କର ମିଶ୍ର କେତେବେଳେ ଭାବନ୍ତି- ‘‘ଏଇଆ? ନା ତା’ ବି ନୁହେଁ ପରା?….ହଁ ହଁ ଏଇଆ – ନା ନୁହେଁ, ମନେ ପଡ଼ୁନାହିଁ ।’’ +ବିଚାର ବାଟ ଛାଡ଼ନ୍ତି, ଚେଇଁ ଚେଇଁ ସ୍ବପ୍ନରେ ବୁଡ଼ନ୍ତି, ତହିଁରୁ ନିଜ ଅତୀତର ଜୀବନ ଅନୁଭୂତିରୁ ଯାହା କିଛି ଭାସି ଭାସି ଉଠେ । +କେବେ ଦେଖିଥିବା ସେହି ଛୋଟ ଚଢ଼େଇଟିକୁ ଆଶ୍ରା କରି ମନେ ମନେ ଟାଣ କରି ମୁଠେଇ ଧରି ସେ ସେହିପରି ସ୍ବପ୍ନିଳ ଧ୍ୟାନରେ ମଜ୍ଜି ରହିଲେ ଓ ଅତୀତକୁ ହେଜିଲେ; କେବେ କେଉଁ ସ୍ଥାନରେ କି ପରିବେଶରେ ସେ ତା’କୁ ଦେଖିଥିଲେ । +ଗୋଟିଏ ସ୍ଥାନ ପରେ ଅନ୍ୟ ସ୍ଥାନ, ନିଜ ଜୀବନର ନାନା ସମୟର ନାନା ଚିତ୍ର, ସବୁ ଉଏଁ ଆଉ ନିଭିଯାଏ, ଧ୍ରୁବ ହୋଇ ଆଗେ ଆଗେ ଦୂରରେ ଦିଶୁଥାଏ ସେହି ଚଢ଼େଇଟି । +ଦିଶିଗଲା କେତେ କେତେ ଦୃଶ୍ୟ, ଅନୁଭବ ହେଲା କେତେ କେତେ ସ୍ମୃତି, ସୁଖର, ଦୁଃଖର, ପ୍ରକାର ପ୍ରକାର ଭାବର ଉଚ୍ଛ୍ବାସ ତେଜି ଉଠିଲା, ଯେମିତି ଅକଳନ ଜଳବିସ୍ତୃତି ଉପରେ ଢେଉଟିମାନ, ପୁଣି ଦବିଗଲା, ହଜିଗଲା; ପୁଣି ଉଭେଇଗଲା, କେତେ ଭାବ କେତେ ରସ କେତେ ସ୍ବରର ସଙ୍ଗୀତ ଝଙ୍କାରି ଉଠିଲା, ପୁଣି ତୁନି ହେଲା, ସବୁ ଶୂନ୍‌ଶାନ୍, ପୁଣି କେବେ କେଉଁଠି ତାକୁ ଦେଖିଥିଲି- ଭାବୁ ଭାବୁ ଆଶା ଆବେଗ କଅଁଳିଲା; ମନେପଡ଼ିଲା ଅନ୍ୟ ଦିନର ସ୍ମୃତି । +ତା’ ସଙ୍ଗେ ସଙ୍ଗେ ଶଙ୍କର ମିଶ୍ର ଦେଖିଗଲେ ନିଜ ଯୌବନ ଦିନଠୁଁ ପ୍ରୌଢ଼ତ୍ବ ଓ ବାର୍ଧକ୍ୟ ପର୍ଯ୍ୟନ୍ତ ନାନା ଅବସ୍ଥା; ଯେତେବେଳେ କେଉଁଠି ହେଲେ ସେ ଚଢ଼େଇକି ଦେଖିଥିଲେ । +ମନେପଡ଼ିଲା; ପ୍ରଥମେ ଦେଖା ଆଦ୍ୟ ଯୌବନରେ । +ଆଦ୍ୟ ଯୌବନ ସଙ୍ଗେ ସଙ୍ଗେ ଦେହରେ ଆସିଥିଲା ସ୍ବାସ୍ଥ୍ୟ ଓ ବଳର ଜୁଆର; କ୍ରମେ କ୍ରମେ ଫୁଲି ଫୁଲି ବଢ଼ି ବଢ଼ି ଉଠିଲା; ଯେମିତି ସେ ଦେଖି ଆସିଥିଲେ ପିଲାଦିନଠୁଁ ପୁରୀର ସମୁଦ୍ର କୂଳରେ ଜୁଆର ମାଡ଼େ । +ତେଜୀୟାନ୍ ହୋଇ ବଢ଼ି ଚାଲିଲା ଯୌବନ, କେତେ ବଳିଷ୍ଠ କର୍ମଠ ହେଲା ତାଙ୍କ ଶରୀର । +ମନରେ ସେତେବେଳେ କି ଶକ୍ତି, କି ପ୍ରଫୁଲ୍ଲତା, କି ସାହସ, କି ତେଜ, କି ଆଶା, କି ସ୍ବପ୍ନ । +ସେହିପରି ବିତିଗଲା ପ୍ରୌଢ଼ତ୍ବ, ସତେ ଯେପରି ସେ ଚିରଯୁବା । +କାହାରିକି ଭୟ ନଥିଲା, କୌଣସି ପ୍ରତିବନ୍ଧକକୁ ହଟୁ ନ ଥିଲେ, ପରିଶ୍ରମ କରିପାରୁଥିଲେ ଅକ୍ଳାନ୍ତ ଭାବେ, ସବୁବେଳେ ଆଶା ବିଶ୍ବାସ ଅତୁଟ ରହିଥାଏ । +କେବେ ସେ ଜୁଆର ଭଟ୍ଟା ପଡ଼ିଲା ଜଣାପଡ଼ିଲା ନାହିଁ, ଧୀରେ ଧୀରେ ପାହାଚେ ପାହାଚେ ତଳକୁ ତଳକୁ । +ସେତେବେଳେ ବି କେବେ କେଉଁଠି ସେ ଚଢ଼େଇକି ଦେଖିଥିଲେ । +ତା’ପରେ ପାହାଡ଼ି ଝରଣାର ବଢ଼ି ଯେମିତି ଛାଡ଼ିଯାଏ, ପଥର ଓ ବାଲି ଉପରେ ଛାଡ଼ିଯାଏ ପାଣି ଚବଚବ ସରୁ ଧାରଟିଏ; ସେ ବି କ୍ରମେ ଶୁଖିଯିବ ପରା – ସେମିତି ଆସିଲା ଏ ବେଳ; ଯେପରିକି ମଳିନ କ୍ଳାନ୍ତ ସୂର୍ଯ୍ୟାସ୍ତ; ଆଉ-‘‘କାହାର ଏ ହାଡ଼ ଚମମୟ କ୍ଷୀଣ ଦେହ । +ସରୁ ସରୁ ହାତଗୋଡ଼, ସତେ ଅବା ନିର୍ଜୀବ, ପିଣ୍ଡାଟା ଅଛି ଖାଲି ମୁଠାଏ ଖାଇବାକୁ ଓ ବ୍ୟାଧି ଦୁର୍ବଳତା ଅକ୍ଷମତାର କଷ୍ଟ ଭୋଗିବାକୁ । +ଜିଭଟା ତଥାପି ସୁଆଦ ବାରିପାରେ ଓ ଲୋଡ଼େ ସେତିକି; କିଏ ଏଇଟା?’’ ଶଙ୍କର ମିଶ୍ର ଭାବୁଥିଲେ । +ଭାବୁଥିଲେ – ଏଇ କ’ଣ ମୁଁ, ଶଙ୍କର ମିଶ୍ର? ମୁହଁରେ ହସ ନ ଥାଏ, କେବେଠୁଁ ମୁଁ ହସିନାହିଁଟି! ଆଗେ ପରା ହସର କୁହାଟ ଛାଡ଼ୁଥିଲି । +କୌଣସି ବସ୍ତୁକୁ ବିଷୟକୁ ଆଗ୍ରହ ନାହିଁ, ସ୍ପୃହା ନାହିଁ, ସମସ୍ତିଙ୍କ ଠୁଁ ଆଡ଼େଇ ଏକୁଟିଆ ନିଜକୁ ନିଜେ ଘେନି ଆମ୍ବିଳା ମୁହଁ କରି ବିଷର୍ଣ୍ଣ ହୋଇ ସମୟ ଟାଳି ଯିବାକୁ ମନ ଡାକୁଛି । +ନିଜକୁ ଭାବୁଛି ଏକୁଟିଆ ଅସହାୟ ଅଥର୍ବ ବୁଢ଼ାଟିଏ, ସତେ ତ! କିଏ ବୁଢ଼ାଟା ମୋ ଆଗରେ? ନା-ନା-ନା, ୟେ ମୁଁ ନୁହେଁ, ମୁଁ ତ ଶଙ୍କର ମିଶ୍ର, ଆଶା ଉଦ୍ଦୀପନା ବଳ ସାହସ ହସ ଆନନ୍ଦର ଭଣ୍ଡାର । + ସବୁ ଭିନେ ଠିକଣାରେ ଖୋଜୁଛୁ ବୁଢ଼ା, ଏଠି ସେ ନାହିଁ, ଏଠି ମୁଁ, ମୁଁ ଶଙ୍କର ମିଶ୍ର, ତୁ ଯା’, ଯା’, ଯା’,- +ଶେଷଥର କେବେ ସେ ଚଢ଼େଇକି ଦେଖିଥିଲିଟି? କାଲି ପରି ଲାଗୁଛି । +ହଁ; ସାତ ବର୍ଷ ହେଲାଣି ପରା । +ସେଥର କହିଲେ ନୀଳମାଧବ ଦେଖି ଯାଉ ଯାଉ ନୟାଗଡ଼ ଭିତରେ ଠାଏ ନିଛାଟିଆ ଜଙ୍ଗଲରେ । +କାର୍‌ଟା ରଖାହୋଇଥିଲା ଡାକବଙ୍ଗଳା ହତାରେ ଓ ମୁଁ ସେପାଖ ବଣରେ ଏକୁଟିଅ ବୁଲି ବୁଲି ଏଣେତେଣେ ଉଣ୍ଡୁଥିଲି, ଦିନ ଚାରିଟା ବାଜିଥିବ । +କିନ୍ତୁ ସେ ସେଠିକା ବାସିନ୍ଦା ନୁହେଁ, ନିଶ୍ଚୟ ଉଡ଼ି ଉଡ଼ି ଆସିଥିବ ବାଲିଗୁଡ଼ା ମାଳ ଅଭ୍ୟନ୍ତରରୁ ଦଶପଲ୍ଲା ଅରଣ୍ୟ ବାଟେ । +ସେଇପଟେ ତା’ ଘର ଓ ଦକ୍ଷିଣରେ ଉତ୍ତରରେ ଯେତେ ଯେତେ ଉଚ୍ଚ ପର୍ବତମାଳ ଅଛି ସେଠି । +ପୁଣି ମୁଁ ଯିବି ସେଇସବୁ ମାଳକୁ । +ମୁଁ ସେଠି ଯେତେ ଯେଉଁଠି ପ୍ରକାର ପ୍ରକାର ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଖଣି ଖୋଜି ଖୋଜି ସନ୍ଧାନ କରିଥିଲି ସେ କାମ କ’ଣ ପୂରା ସରିଲାଣି? ଆହୁରି ବହୁତ ବାକି ଅଛି ଯେ । +ପୁଣି ଯିବି ସେହି କାମରେ, ସେଇଠି ଅଗନାଗ୍ନି ବନସ୍ତ ଭିତରେ ହାବୁଡ଼ି ପୁଣି ସେହି ଚଢ଼େଇ, ଶାଳଗଛ ମୂଳେ ନିଃଶବ୍ଦ ନିଷ୍ପନ୍ଦ ହୋଇ ମୁଁ ଠିଆ ହୋଇ ରହିଯିବି । +ବେଳେବେଳେ ବଣୁଆ ହାତୀ ଯେମିତି ଠିଆ ହୋଇଯାଏ ଓ ତାଳକୁ ଦେଖି ପାହାଡ଼ ଚଢ଼ାର କ୍ଲାନ୍ତି ଭୁଲିବି, ମୋର ଝାଳ ସରସର ମୁହଁରେ ବାଜୁଥିବ ସୁଲୁସୁଲିଆ ପବନ । +କୁରେଇ ଫୁଲର ବାସ୍ନାରେ ଭାରି ଭାରି, ଆଉ କେତେ ସଜ କେଡ଼େ ଶୀତଳ । + ସାଙ୍ଗର ଲୋକେ? ସେ ତ କେତେ ପଛରେ ଧଇଁସଇଁ ହୋଇ ଆସୁଥିଲେ, କେବେ କିଏ ଚାଲିପାରିଛି ମୋ ସଙ୍ଗରେ ପାଦ ପକାଇ? +ଦିଶୁଥାଏ, ଢେଉ ପରି ପାହାଡ଼ମାଳ । +ପାହାଡ଼ ଉପରେ ପାହାଡ଼; ତା’ ଉପରେ ତା’ ଉପରେ ବିମାନ ପରି ଖଞ୍ଜା ହୋଇଛି । +ମନରେ ଗୋଟାଏ ଉଲ୍ଲାସର ତାତି । +ଆଁ’ଟିଏ କରି ବୁଢ଼ା ଶଙ୍କର ମିଶ୍ର ଦାଣ୍ଡ ପିଣ୍ଡାରେ ଚୌକିରେ ବସି କାନ୍ଥକୁ ଆଉଜି ଢୁଳେଇ ପଡ଼ିଥିଲେ । -- GitLab