diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_22 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_22 new file mode 100644 index 0000000000000000000000000000000000000000..a7fe7789d378e9a434ddd52a6139920a35c07a81 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_22 @@ -0,0 +1,37 @@ +ଅନୁରକ୍ତି +ଲକ୍ଷ୍ମୀନାରାୟଣ ମହାନ୍ତି +ତା: ଅକ୍ଟୋବର୍ ୮, ୨୦୧୫ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ବୈଶାଖର ପ୍ରଚଣ୍ଡ ରୌଦ୍ର । +ବାବାଙ୍କ ଅସୁସ୍ଥତାରେ ବିବ୍ରତ ହୋଇ ମୋ ସ୍ତ୍ରୀ ଓ ପିଲାମାନେ ଘରକୁ ଚାଲି ଯାଇଛନ୍ତି । +ମୁଁ ଏଠି ଏକା । +ହୋଟେଲ୍‌ରେ ଖାଉଥାଏଁ । +ମନ ଭଲ ନଥାଏ । +ନିତି ଡାକକୁ ଅନାଇ ବସିଥାଏଁ । +ହଠାତ୍‌ ଦିନେ ତାର ପାଇଲି – ବାବା ଆଉ ନାହାଁନ୍ତି । +ଚାକର ହୋଟେଲ୍‌ରୁ ଭାତ ଧରି ପହଞ୍ଚିଲା । +କହିଦେଲି “ ଫୋପାଡ଼ି ଦେ ।” +କ୍ଷୁତ୍‌ପ୍ରପୀଡ଼ିତ ଜରାବ୍ୟାଧିଗ୍ରସ୍ତ କୁକୁରଟି ମହା ଆନନ୍ଦରେ ସେତକ ଉଦରସ୍ଥ କରିଦେଲା । +ସେହି ଦିନଠାରୁ ବୁଲା କୁକୁରଟି ମୋ ଦାଣ୍ଡ ପିଣ୍ଡାରେ ଶୋଇ ରହିଥାଏ । +ମୁଁ ଥାଏ ବା ନ ଥାଏଁ । +ବାବାଙ୍କ ଅନ୍ତେଷ୍ଟି- କ୍ରିୟା ସମାପନ କରି କର୍ମକ୍ଷେତ୍ରକୁ ପୁନରାଗମନ କଲି । +ଅନ୍ଧାର ଦ୍ରୁତ ଗତିରେ ମାଡ଼ି ଆସୁଥାଏ । +ଦୁଆର ମୁହଁରେ କୁକୁରଟି ‘ଭୋ’ ‘ଭୋ’ ରଡ଼ି କଲା । +ମତେ ଚିହ୍ନିପାରି ସେଟା ତୁନି ହେଲା । +ଭାଇଟି ମୋର ଏତେ ଦିନେ ସବ୍‌ଡେପୁଟି ଚାକିରି ପାଇଛି । +ମୋର ଅଜସ୍ର ଅର୍ଥ ବ୍ୟୟ ସାର୍ଥକ ହୋଇଛି । +ରବିବାର । +ଗସ୍ତରେ ଯିବାଲାଗି ତରତର ହେଉଛି । +ଖାଇ ବସିଛି । +ଚାକର ଖଣ୍ଡେ ଚିଠି ବଢ଼େଇ ଦେଲା । +ଭୋଜନ ଶେଷ ନକରି କୁତୁହଳ ପରବଶ ହୋଇ ଚିଠିଟି ତୁରନ୍ତ ଖୋଲି ପକାଇଲି । +ଗୃହିଣୀ ଲେଖିଛନ୍ତି-“ ପ୍ରବୃଦ୍ଧକୁ ଏତେ ଟଙ୍କା ଖର୍ଚ୍ଚ କରି ପଢ଼ାଇଥିବାର ଭାବ ପାଅ । +ଦି ଦିନ ହେଲା ଆସି ସମ୍ପତ୍ତି ବାଡ଼ି ଭାଗବଣ୍ଟା କରିଦେବା ଲାଗି ମୋ ସାଙ୍ଗରେ ଜିଗର ଧରି ବସିଛି । +ମତେ ଶୋଇ ବସେଇ ଦଉ ନାହିଁ । +ତୁମେ ଛୁଟି ନେଇ ଶୀଘ୍ର ଆସିବ ।” +ଅଲକ୍ଷ୍ୟରେ ମୋ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା । +ଆଉ ଖାଇ ହେଲା ନାହିଁ । +ହାତ ଧୋଇ ପକାଇଲି । +କୁକୁରଟି ଦୁଆର ମୁହଁରେ ଶୋଇ ରହି ଲାଙ୍ଗୁଡ଼ ହଲାଉଥାଏ । +୧୯୪୪ ମସିହାରେ ସେତେବେଳର ଚର୍ଚ୍ଚିତ ସାହିତ୍ୟ ପତ୍ରିକା ‘ସହକାର’ରେ ପ୍ରଥମେ ଏହି କୁନି ଗପଟି ପ୍ରକାଶିତ ହୋଇ ପାଠକ ମହଲରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା । +ପରବର୍ତ୍ତୀ ସମୟରେ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶିତ ହୋଇଥିଲା ।