diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia105.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia105.txt new file mode 100644 index 0000000000000000000000000000000000000000..e12f533e27b29dc33632be8b51f012f6005f7677 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia105.txt @@ -0,0 +1,23 @@ +ସ୍ୱାସ୍ଥ୍ୟ ପାଇଁ ସେପେଟା +ଉପକ୍ରମ +ସେପେଟା କେବଳ ଖାଇବାକୁ ଭଲ ଲାଗିନଥାଏ ବରଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି । +ଯାହା ଆମ ସ୍ୱାସ୍ଥ୍ୟପାଇଁ ଖୁବ୍ ଲାଭଦାୟକ ହେବା ସହ ଛୋଟ ଛୋଟ ରୋଗ ଠାରୁ ଦୂରେଇ ରଖେ । + ଏବେ ନଜର ପକାନ୍ତୁ ସେପେଟାର ଔଷଧୀୟ ଗୁଣ ଉପରେ +ଔଷଧୀୟ ଗୁଣ +ସେପେଟାରେ ଭିଟାମିନ୍ ଏ ଏବଂ ସି ଭରପୁର ଥାଏ । +ଯାହା ଆଖିକୁ ସୁସ୍ଥ ରଖିବା ସହଶରୀରର ଇମ୍ୟୁନିଟି ଶକ୍ତ ରଖିଥାଏ । +ଏହାକୁ ନିୟମିତ ଖାଇଲେ ତ୍ୱଚାରେ ଚମକ ଆସିଥାଏ । +ଯଦି ଆପଣ ଖୁବ୍ ବ୍ୟସ୍ତ ବହୁଳ ଏବଂ ଠିକ୍ ଭାବରେ ଖାଇବାକୁ ସମୟ ପାଉନାହାଁନ୍ତି । +ତେବେ ଚିନ୍ତା କରନ୍ତୁ ନାହିଁ । +ନିୟମିତ କିଛି ସେପେଟା ଖାଆନ୍ତୁ । +କାରଣ ଏହା ଶରୀରରେ ଶକ୍ତି ବଢାଇଥାଏ । +ନିୟମିତ ସେପେଟା ଖାଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । +ଏଥିରେ ଥିବା ଫାଇବର୍ ପାଚନ ପ୍ରକ୍ରିୟାକୁ ମଜଭୂତ କରିଥାଏ । +ସେପେଟାରେ ପ୍ରଚୁର ପରିମାଣର ଆଂଟି ଅକ୍ସିଡେଂଟ୍ ଥାଏ । +ଏହା ମୁଖ କର୍କଟରୁ ରକ୍ଷା କରିଥାଏ । +ଏହା ଏଥିରେ ପ୍ରଚୁର ପରିମାଣର କ୍ୟାଲସିୟମ୍ , ଫସଫରସ୍ ଏବଂ ଆଇରନ୍ ଅଛି । +ଯାହା ଆମର ହାଡକୁ ଶକ୍ତ ରଖିଥାଏ । +ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ । +ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଓଜନ କମାଇବାକୁ ଚାହୁଁଛନ୍ତି । +ତେବେ ସେପେଟା ଖାଆନ୍ତୁ । +ଏହା ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରିତ ରଖିବା ସହ ଓଜନ କମାଇବାରେ ସାହଯ୍ୟ କରେ ।