From 4e079a558d1a3233e606a555735150a45a649f54 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:08:47 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_39 | 137 ++++++++++++++++++ 1 file changed, 137 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_39 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_39 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_39 new file mode 100644 index 0000000..a872277 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_39 @@ -0,0 +1,137 @@ +ବିଚିତ୍ର କମ୍ପ୍ୟୁଟର +ଅମୂଲ୍ୟ କୃଷ୍ଣ ମିଶ୍ର +ତା: ଡିସେମ୍ବର୍ ୧୭, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ବିଜୟବାବୁ ମନଧ୍ୟାନ ଦେଇ ଯନ୍ତ୍ରଟିକୁ ପରଖୁ ଥିଲେ । +କେତେ ଦିନର ସାଧନା, କେତେ ତପସ୍ୟା- କେବଳ ଗୋଟିଏ କାରଣ ପାଇଁ । +ତାଙ୍କର ପିତୃହନ୍ତା କିଏ ? ଏହାର ସଠିକ୍‌ ଉତ୍ତର ପାଇବା ପାଇଁ ତାଙ୍କର ଗବେଷଣାର ଏହି ବିରାଟ ଯୋଜନା । +ତାଙ୍କ ମା’ ପ୍ରଭାମୟୀ ଦେବୀଙ୍କଠାରୁ ସେ ଶୁଣିଛନ୍ତି ଯେ, ସେମାନେ ଥିଲେ ବିରାଟ ଧନୀ ଲୋକ । +ଦେଶ ବିଦେଶରେ ଚାଲିଥିଲା ସେମାନଙ୍କର ଅପାର ବ୍ୟବସାୟ । +ତାଙ୍କ ପିତା ବୀରେନ୍ଦ୍ର ବାବୁଙ୍କ ବାଲ୍ୟବନ୍ଧୁ ସାଧୁଚରଣ ବାବୁ ଜଣେ ଦୁସ୍ଥ କର୍ମଚାରୀ ଭାବେ ସେତେବେଳେ ଯୋଗ ଦେଇଥିଲେ ସେହି ବିରାଟ ବ୍ୟବସାୟ ପ୍ରତିଷ୍ଠାନରେ । +ବନ୍ଧୁର ବିଶ୍ବାସଭାଜନ ହୋଇ ଧୀରେ ଧୀରେ ତାଙ୍କ ପ୍ରତିପତ୍ତି ବଢ଼ିବାକୁ ଲାଗିଲା ଏବଂ କିଛି ନ ଥାଇ ବି ସେ ହେଲେ ବ୍ୟାବସାୟର ସହଯୋଗୀ । +କ’ଣ ହେଲା କେଜାଣି- ବ୍ୟବସାୟ ଧୀରେ ଧୀରେ ମାନ୍ଦା ହେବାକୁ ଲାଗିଲା, ଆଉ ଦିନେ ଦୈବାତ୍‌ ଦେଖିଲା ବେଳକୁ ବୀରେନ୍ଦ୍ର ବାବୁଙ୍କୁ କରାଯାଇଛି ହତ୍ୟା । +ସେତେବେଳେ ଅନେକ କିଛି ଘଟିଥିବାର ଶୁଣାଯାଏ-ପଇସାପତ୍ରର କାରବାର ମଧ୍ୟ । +ପୋଲିସ୍‌ ଦୋଷୀକୁ ଧରିପାରେ ନାହିଁ । +କିଛି ଦିନ ପରେ ସାଧୁଚରଣ ବାବୁଙ୍କ ବ୍ୟବସାୟ ବଢ଼ିବାର ଦେଖାଯାଏ, ଆଉ ବିଜୟବାବୁ ଏବଂ ତାଙ୍କର ମା’ଙ୍କୁ ବ୍ୟବସାୟରୁ ଅଲଗା କରି ଦିଆଯାଏ । +ସେତେବେଳକୁ ବିଜୟବାବୁଙ୍କ ପ୍ରାୟ ଦଶ ବର୍ଷ ବୟସ । +ତା’ପରେ ପ୍ରଭାମୟୀ ଦେବୀ ଦୁଃଖେ କଷ୍ଟେ ପୁଅକୁ ମଣିଷ କରିବାକୁ ଜୀବନ ସଂଗ୍ରାମ କରନ୍ତି । +ତାଙ୍କର ଇଚ୍ଛାଥାଏ ପୁଅକୁ ପୋଲିସ୍‌ ଅଫିସର କରିବେ ନଚେତ୍‌ କରିବେ ଜଣେ ଓକିଲ, ଯେ କି ଭବିଷ୍ୟତରେ ବୀରେନ୍ଦ୍ର ବାବୁଙ୍କ ହତ୍ୟାକାରୀକୁ ଚିହ୍ନଟ କରିବ ଆଉ ନେବ ପ୍ରତିଶୋଧ । +କିନ୍ତୁ ପୁଅର ପଦାର୍ଥ ବିଜ୍ଞାନ ପ୍ରତି ଆଗ୍ରହ ଦେଖି ତାଙ୍କ ମନରେ ଧକ୍କା ଆସେ । +ଆଜି ବିଜୟବାବୁ କମ୍ପ୍ୟୁଟର ବିଜ୍ଞାନର ଜଣେ ଦକ୍ଷ ଇଞ୍ଜିନିୟର । +ନୂତନ ପଦ୍ଧତିରେ କମ୍ପ୍ୟୁଟର ଗଢ଼ିବା ହେଉଛି ତାଙ୍କ କାର୍ଯ୍ୟ । +ତେଣୁ ପ୍ରଭାମୟୀ ଦେବୀ ନିରାଶ ହୁଅନ୍ତି ଯେ, ପୁଅ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ କାମକୁ ଆସିଲା ନାହିଁ । +ବୀରେନ୍ଦ୍ର ବାବୁଙ୍କ ମୃତ୍ୟୁର ପନ୍ଦର ବର୍ଷରୁ ଊର୍ଦ୍ଧ୍ବ ବିତି ଯାଇଥିଲେ ମଧ୍ୟ ପ୍ରଭାମୟୀ ଦେବୀଙ୍କ ଏକମାତ୍ର ଆଗ୍ରହ ତାଙ୍କ ସ୍ବାମୀଙ୍କ ହତ୍ୟାକରୀକୁ ଧରିବା ପାଇଁ । +ସେଥିପାଇଁ ବିଜୟ ବାବୁଙ୍କ ଆଜି ବିରାଟ ଯୋଜନା, କିନ୍ତୁ ତାଙ୍କ ମା ଏ ବିଷୟରେ ଅଜ୍ଞ । +ସେ ତିଆରି କରିବାକୁ ଚେଷ୍ଟା କରୁଛନ୍ତି ଏପରି ଏକ ସମୟ ଯନ୍ତ୍ର ଯାହା ସାହାଯ୍ୟରେ ଅତୀତର ସବୁ ଜିନିଷର ସତ୍ୟାସତ୍ୟ ନିରୂପଣ କରାଯାଇ ପାରିବ । +ଏହି ବିଚିତ୍ର କମ୍ପ୍ୟୁଟର ଗଠନରେ ମାତି ବିଜୟବାବୁ ଖାଇବା ପିଇବା ମଧ୍ୟ ଭୁଲି ଯାଇଛନ୍ତି । +ପୁଅର ଏପରି ପାଗଳପଣ ଦେଖି ପ୍ରଭାମୟୀ ଦେବୀଙ୍କ ମନରେ ଶଙ୍କା ହୁଏ । +କିନ୍ତୁ ମା’ଙ୍କୁ ନିଜର ଉଦ୍ଦେଶ୍ୟ ବିଷୟରେ କିଛି ନ କହି ବିଜୟବାବୁ ଲାଗି ପଡ଼ିଥାନ୍ତି ନିଜର ଉଦ୍ଦେଶ୍ୟ ସାଧନ କରିବା ପାଇଁ । +ପଛ ଘଟଣାକୁ ଜାଣିବା ପାଇଁ ସୁଇଚ୍‌ ଟିପି ଯେଉଁଦିନ ବିଜୟବାବୁ କିଛିମାସ ତଳେ ଘଟି ଯାଇଥିବା ଘଟଣାଗୁଡ଼ିକ କମ୍ପ୍ୟୁଟରର ପର୍ଦ୍ଦା ଉପରେ ଦେଖିବାକୁ ପାଇଲେ, ତାଙ୍କର ଆଶା ହେଲା, ନିଶ୍ଚିତ ଭାବରେ ତାଙ୍କର ଗବେଷଣା ଠିକଣା ଦିଗରେ ଗତି କରୁଛି । +ସେ ମାସକ ତଳେ କ’ଣ ସବୁ କରିଥିଲେ ସେସବୁକୁ ସ୍ପଷ୍ଟ ରୂପେ ଦର୍ଶାଇ ପାରୁଥିଲା ତାଙ୍କର କମ୍ପ୍ୟୁଟର । +ଦୁଇ ମାସରୁ ଊର୍ଦ୍ଧ୍ବ ବିଷୟ ପର୍ଦ୍ଦାରେ ପଡ଼ିବା ସମୟରେ ଚିତ୍ରଗୁଡ଼ିକ ଅସ୍ପଷ୍ଟ ହୋଇ ଯାଇଥିଲା । +ତେଣୁ ସମୟର ପଶ୍ଚାତ୍‌ ଗତିକୁ ଆହୁରି ସକ୍ରିୟ କରିବା ପାଇଁ ସେ ଜୋର୍‌ ସୋର୍‌ରେ ଲାଗି ପଡ଼ିଲେ । +ବିଭିନ୍ନ ବ୍ୟକ୍ତିବିଶେଷର ପ୍ରକୃତି, ସେମାନଙ୍କ ଅତୀତର କେତେକ ଘଟଣା, ଘଟଣା ଘଟିଥିବା ସ୍ଥାନମାନଙ୍କର ସୂଚନା ଓ ପରିଚିତ ତଥା ସମୟ-ଏ ସବୁର ଉପଯୁକ୍ତ ସମନ୍ବୟ କରି ପ୍ରୋଗ୍ରାମିଂ କଲେ ସେହି ବ୍ୟକ୍ତିବିଶେଷମାନଙ୍କର ସେହି ନିର୍ଦ୍ଦିଷ୍ଟ ଅତୀତ ସମୟରେ ଏବଂ ସେହି ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ଘଟିଥିବା ଘଟଣାର ବିବରଣୀ ମିଳିବା ସମ୍ଭବପର ଭାବି ବିଜୟବାବୁ ସେ ଦିଗରେ ଅଗ୍ରସର ହେଲେ । +ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବିଷୟରେ ସୂଚନା ଦେଇ ସେ ଅନେକ ଜାଣିଥିବା ଘଟଣା ସ୍ଥାନ ଏବଂ ସମୟରେ ପରିସର ମଧ୍ୟରେ ଅତି ସ୍ପଷ୍ଟ ରୂପରେ ପର୍ଦ୍ଦାରେ ଦେଖି ପାରିଲେ । +ତାଙ୍କ ନିଜର ଜନ୍ମ ସମୟରେ ପ୍ରଭାମୟୀ ଦେବୀଙ୍କ ପ୍ରସବ ଯନ୍ତ୍ରଣାଠୁ ଆରମ୍ଭ କରି ତାଙ୍କ ଛୋଟ ବେଳର ଅନେକ ଛୋଟବଡ଼ ଘଟଣା ପର୍ଦ୍ଦା ଉପରେ ସେ ସ୍ପଷ୍ଟ ଭାବରେ ଦେଖିବାକୁ ପାଇଲେ । +ତେଣୁ ତାଙ୍କ ବାପାଙ୍କ ମୃତ୍ୟୁର ରହସ୍ୟ ଉଦ୍‌ଘାଟନ କରିବା ପାଇଁ ସେ ସେହି ସମୟର ବ୍ୟକ୍ତିବିଶେଷ ମାନଙ୍କର ତଥା ମୃତ୍ୟୁ ଘଟିଥିବା ସ୍ଥାନ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟିତ ହେଲେ । +ବୀରେନ୍ଦ୍ର ବାବୁଙ୍କ ସାଙ୍ଗସାଥୀଙ୍କ ବିଷୟରେ ବିଜୟ ବାବୁଙ୍କ ଆଗ୍ରହ ଦେଖି ପ୍ରଭାବୀତ ଦେବୀ ଆଶ୍ଚର୍ଯ୍ୟ ହେଲେ । +‘‘ତୋର କମ୍ପ୍ୟୁଟର ବିଜ୍ଞାନରେ ଏ ସବୁର ଟିକିନିଖି କ’ଣ ଦରକାର ବିଜୁ ?’’ +ପ୍ରଭାମୟୀ ଦେବୀ ପ୍ରଶ୍ନ କଲେ । +‘‘ସେ ବିଷୟରେ ପରେ ବୁଝି ପାରିବ ମା’ । +ଦେଖିବ ମୋର କମ୍ପ୍ୟୁଟର ଅତୀତ ଭବିଷ୍ୟତ ସବୁ ବିଷୟରେ ସୂଚନା ଦେଇ କିପରି ପୃଥିବୀରେ ଚହଳ ସୃଷ୍ଟି କରିବ ।’’ +ତା’ପରେ ପ୍ରଭାମୟୀ ଦେବୀ କହିଯାଇଛନ୍ତି ତାଙ୍କର ଆଦ୍ୟ ବୈବାହିକ ଜୀବନର ଅନେକ ଘଟଣା । +‘‘ଛି ପ୍ରଭା !’’ ବୀରେନ୍ଦ୍ର ବାବୁ ବୁଝେଇକି କହୁଥାନ୍ତି, ‘‘ସାଧୁଚରଣ ହେଉଛି ଜଣେ ଅଭାବୀ ଲୋକ- ହେଲେ ଭଲ ମଣିଷଟିଏ । +ତା’କୁ ସାହାଯ୍ୟ କଲେ ମାହାଳିଆରେ ଯିବ ନାହିଁ ।’’ +‘‘ତୁମେ କାହାକୁ ସାହାଯ୍ୟ କଲେ ମୁଁ କାହିଁକି ମନା କରିବି ?’’ ପ୍ରଭାମୟୀ ଦେବୀ କହନ୍ତି, ‘‘କିନ୍ତୁ ଜଣେ ନବପରିଚିତ ଲୋକକୁ ଏତେଟା ବିଶ୍ବାସ କରିବା ଆଦୌ ବୁଦ୍ଧିମାନର କାମ ନୁହେଁ ।’’ +‘‘ସାଧୁଚରଣର ସଚ୍ଚୋଟପଣିଆ ବିଷୟରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ ।’’ +ସ୍ତ୍ରୀଙ୍କ ଅବିଶ୍ବାସକୁ ହସରେ ଉଡ଼େଇ ଦେଇ କହନ୍ତି ବୀରେନ୍ଦ୍ର ବାବୁ, ‘‘ତା ଉପରକୁ ସେ ଧୋକାବାଜ ମଧ୍ୟ ନୁହେଁ । +ସର୍ବୋପରି ସେ ଚତୁର ଓ କର୍ମକୁଶଳ ।’’ +‘‘ଠିକ୍‌ ଶକୁନି ଭଳିଆ ।’’ +ପ୍ରଭାମୟୀ ଦେବୀଙ୍କ ଚେତାବନୀକୁ ବୀରେନ୍ଦ୍ର ବାବୁ ଖାତିରି କରନ୍ତି ନାହିଁ । +ତାଙ୍କ ପରିବାର ତଥା ବ୍ୟବସାୟ ସହିତ ଅତି ଘନିଷ୍ଠ ହୋଇଯାନ୍ତି ସାଧୁଚରଣ ବାବୁ । +ପ୍ରଭାମୟୀ ଦେବୀଙ୍କୁ ‘ଭାଉଜ’ ବୋଲି ସମ୍ବୋଧନ କରି ସାଧୁଚରଣ ବାବୁ ନିଜର ଆତ୍ମୀୟତା ପ୍ରକାଶ କରିବାକୁ ଚେଷ୍ଟା କରନ୍ତି । +କିଛିଦିନ ଭିତରେ ସେମାନଙ୍କ ବ୍ୟବସାୟର ଅଭୂତପୂର୍ବ ଉନ୍ନତି ଦେଖି ବୀରେନ୍ଦ୍ର ବାବୁ ସ୍ତ୍ରୀଙ୍କ ସନ୍ଦେହକୁ ଥଟ୍ଟାରେ ଉଡ଼େଇ ଦିଅନ୍ତି । +ଇତି ମଧ୍ୟରେ ସାଧୁଚରଣ ବାବୁଙ୍କ ସ୍ତ୍ରୀ ମନ୍ଦାକିନୀ ଦେବୀଙ୍କ ସୁଶୀଳ ପ୍ରକୃତି ପ୍ରଭାମୟୀ ଦେବୀଙ୍କ ମନକୁ କିଣି ନିଏ । +ଏହି ପାରିବାରିକ ଘନିଷ୍ଠତାର ସୁଯୋଗ ନେଇ ସାଧୁଚରଣ ବାବୁ ଅତି ନିକଟକୁ ଚାଲି ଆସିଲେ ବୀରେନ୍ଦ୍ର ବାବୁଙ୍କର । +ବୀରେନ୍ଦ୍ର ବାବୁଙ୍କୁ ମଦ ଓ ନାଚ ଭିତରେ ବୁଡ଼େଇ ଦେଇ ସାଧୁଚରଣ ବାବୁ ନିଜେ ଧରିଲେ ବ୍ୟବସାୟର ଚାବିକାଠି । +ତା’ପରେ ଧୀରେ ଧୀରେ ବ୍ୟବସାୟ ମାନ୍ଦା ହେବାକୁ ଲାଗିଲା । +ଆଉ ହଠାତ୍‌ ଦିନେ ମଦ୍ୟପାନ କରୁଥିଲା ବେଳେ ମୃତ୍ୟୁ ଘଟିଲା ବୀରେନ୍ଦ୍ର ବାବୁଙ୍କର-ଆଉ ଗତ ପନ୍ଦର ବର୍ଷରୁ ଊର୍ଦ୍ଧ୍ବ ହେବ ଏହି ମୃତ୍ୟୁ ରହସ୍ୟାବୃତ ହୋଇ ରହିଲା । +ସେହି ସମୟରେ ବିଭିନ୍ନ କର୍ମଚାରୀମାନଙ୍କ ବିଷୟରେ, ସେମାନଙ୍କ ଗୁଣାବଳୀ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବରେ ନୋଟ୍‌ କଲେ ବିଜୟବାବୁ । +ତା’ପରେ ପୂର୍ବାପର ଘଟଣା ସବୁକୁ ତାଙ୍କର ନୂତନ କମ୍ପ୍ୟୁଟରରେ ସଠିକ୍‌ ଭାବରେ ଲିପିବଦ୍ଧ କଲେ ବିଜୟବାବୁ । +ବାକି ରହିଲା ଏସବୁ ଘଟଣାକୁ ଆଧାର କରି କମ୍ପ୍ୟୁଟର ସାହାଯ୍ୟରେ ବୀରେନ୍ଦ୍ର ବାବୁଙ୍କ ମୃତ୍ୟୁ ଦିନର ସଠିକ୍‌ ଘଟଣା ସଂଗ୍ରହ କରିବା । +କମ୍ପ୍ୟୁଟରକୁ ଠିକ୍‌ ଭାବରେ ସେଟ୍‌ କରି ଅତି ଆଗ୍ରହ ସହିତ ବିଜୟ ବାବୁ ସୁଇଚ୍‌ ଚିପିଲେ । +ପାଖରେ ଅତି ଉଦ୍‌ବିଗ୍ନ ହୋଇ ବସିଥାନ୍ତି ପ୍ରଭାମୟୀ ଦେବୀ । +ସେଦିନ ଝିପି ଝିପି ବର୍ଷା ହେଉଥିଲା । +ବୀରେନ୍ଦ୍ର ବାବୁ ସାମାନ୍ୟ ଅସୁସ୍ଥ ଥିବାରୁ ବୈଠକଖାନାରେ ବସିଥିଲେ-ପାଖରେ ଥିଲେ ପ୍ରଭାମୟୀ ଦେବୀ ଓ ବିଜୟ । +ଛୋଟପିଲା ବିଜୟ ଖେଳନା ଖେଳିବାରେ ବ୍ୟସ୍ତ ଥିଲା । +ଏପରି ସମୟରେ ଗେଷ୍ଟ ହାଉସ୍‌ରୁ ଡକରା ଆସିଲା ଶିଳ୍ପପତିଙ୍କୁ । +‘‘ନା-ଆଜି ମୁଁ ଯାଇ ପାରିବି ନାହିଁ । +ମୁଁ ଏଇଠି ବିଶ୍ରାମ ନେବି ।’’ +ବୀରେନ୍ଦ୍ର ବାବୁ କହିଲେ । +‘‘ହଜୁର ।’’ +ସମ୍ବାଦବାହକ କହିଲା, ‘‘ମେନେଜର ବାବୁ ହେରିକା ସେଇଠି ଆପଣଙ୍କୁ ଅପେକ୍ଷା କରି ବସିଛନ୍ତି ।’’ +ଲୋକଟି ଚାଲିଗଲା । +ତା’ର କିଛି ସମୟ ପରେ ପହଞ୍ଚିଲା ମେନେଜର ସାଧୁ ଚରଣବାବୁଙ୍କ ଜଣେ ଅନ୍ତରଙ୍ଗ କର୍ମଚାରୀ । +‘‘ସାର୍‌, ଆପଣଙ୍କୁ ଅପେକ୍ଷା କରି ସମସ୍ତେ ବସିଛନ୍ତି । +ଆପଣ ନ ଗଲେ ସଙ୍ଗୀତ ଆସର ଆରମ୍ଭ ହେବ ନାହିଁ ବୋଲି ମେନେଜର ବାବୁ କହିଛନ୍ତି । +ଆପଣ ଆସରଟା ଆରମ୍ଭ କରି ଚାଲି ଆସିବେ-ଖୁବ୍‌ ଶୀଘ୍ର ।’’ +‘‘ହଉ ତାହା ହେଲେ ।’’ +ବୀରେନ୍ଦ୍ର ବାବୁ ସୋଫାରୁ ଉଠୁଁ ଉଠୁଁ କହିଲେ, ‘‘ପ୍ରଭା, ମୁଁ ଚଞ୍ଚଳ ଚାଲି ଆସିବି ।’’ +ପ୍ରଭାମୟୀ ଦେବୀଙ୍କ ବାରଣ ସତ୍ତ୍ବେ ବୀରେନ୍ଦ୍ରବାବୁଙ୍କ ଗାଡ଼ି ଛୁଟିଲା ଗେଷ୍ଟ ହାଉସ୍‌ ଅଭିମୁଖେ । +ଗେଷ୍ଟ ହାଉସ୍‌ର ପ୍ରମୋଦ କକ୍ଷରେ ସୁରା ଓ ନର୍ତ୍ତକୀ ଆଗରୁ ପ୍ରସ୍ତୁତ । +ସଙ୍ଗୀତ ଆସର ନାଁରେ ବୀରେନ୍ଦ୍ର ବାବୁଙ୍କୁ ଏକା ଆସିବା ହେଲା, କିନ୍ତୁ ଶିଳ୍ପପତିଙ୍କ ମନଖୁସି କରିବା ପାଇଁ ଆଉ ତାଙ୍କୁ ମାତାଲ କରିବା ପାଇଁ ସେ ଥିଲା ନିତିଦିନିଆ ଫନ୍ଦି । +ବୀରେନ୍ଦ୍ର ବାବୁଙ୍କୁ ସେଦିନ ଭଲଲାଗୁ ନ ଥିବାରୁ ସେ ପ୍ରଥମେ ମଦ୍ୟପାନ କରିବା ପାଇଁ ବାରଣ କରିଥିଲେ, କିନ୍ତୁ ନର୍ତ୍ତକୀର କଟାକ୍ଷ ଆଉ ସାନୁନୟ ଅନୁରୋଧ ଧୀରେ ଧୀରେ ତାଙ୍କର ମନୋବଳ ଭାଙ୍ଗି ଦେଲା । +ମଦ ପିଉ ପିଉ ବୀରେନ୍ଦ୍ର ବାବୁ ବେଶ୍‌ କିଛି ଉଦରସ୍ଥ କରି ପକାଇଲେ । +ଏ ଆଡ଼େ ସ୍ବାମୀଙ୍କ ଆସିବାର ବିଳମ୍ବ ହେବାରୁ ପ୍ରଭାମୟୀବତୀ ଦେବୀ ଗେଷ୍ଟ ହାଉସ୍‌କୁ ଫୋନ୍‌ କରିଥିଲେ, କିନ୍ତୁ ସେତେବେଳେକୁ ସେ ମାତାଲ ହୋଇ ସ୍ତ୍ରୀଙ୍କ ଅନୁରୋଧକୁ ଟାଳି ଦେଇଥିଲେ । +ତା’ପରେ କ’ଣ ସବୁ ଘଟିଥିଲା ସେ ବିଷୟ ପ୍ରଭାମୟୀ ଦେବୀଙ୍କ ପାଇଁ ରହସ୍ୟାବୃତ ହୋଇଥିଲା । +କମ୍ପ୍ୟୁଟର ପର୍ଦ୍ଦା ଉପରେ ତାଙ୍କ ଅଗୋଚରରେ ଘଟିଥିବା ଘଟଣାଗୁଡ଼ିକ ଗୋଟିଏ ପରେ ଗୋଟିଏ ଉଦ୍‌ଭାସିତ ହେବାକୁ ଲାଗିଲା । +ନର୍ତ୍ତକୀ ସହିତ ବୀରେନ୍ଦ୍ରବାବୁଙ୍କ ସାନ୍ନିଧ୍ୟ ଏବଂ ପ୍ରେମାଭିନୟ ଦେଖି ପ୍ରଭାମୟୀ ଦେବୀଙ୍କୁ ଦୌଡ଼ିଯାଇ ତାଙ୍କୁ ସ୍ବାମୀଙ୍କୁ ବାରଣ କରିବାକୁ ଇଚ୍ଛା ହେଲା । +ଏମିତି ହୋଇ ପ୍ରାୟ ମଧ୍ୟରାତ୍ର ହୋଇଗଲା । +ସେତେବେଳେ କଳାମୁଖା ଲଗାଇ କିଏ ଜଣେ ଆସି ନର୍ତ୍ତକୀକୁ ଇସାରା ଦେଲା । +ସେହି ମୁଖାଲଗା ମଣିଷକୁ ଚିହ୍ନିଁବା ପାଇଁ ପ୍ରଭାମୟୀ ଦେବୀ ଚେଷ୍ଟା କଲେ । +ଉଚ୍ଚତାରେ, ଆକାରରେ ଏବଂ ଚାଲିବାର ଢଙ୍ଗରେ ସେ ସାଧୁଚରଣ ବାବୁଙ୍କ ଭଳିଆ ଜଣା ପଡ଼ୁଥିଲା । +ତାହାହେଲେ ସାଧୁଚରଣ ବାବୁଙ୍କର ହାତ ଥିଲା ତାଙ୍କର ସ୍ବାମୀଙ୍କ ମୃତ୍ୟୁରେ ? ମନେମନେ ଭାବିବାକୁ ଲାଗିଲେ ପ୍ରଭାମୟୀ ଦେବୀ । +ତା’ପରେ ନର୍ତ୍ତକୀ ଆଉ ଥରେ ମଦ ଗ୍ଲାସ୍‌ ଧରାଇ ଦେଲା ବୀରେନ୍ଦ୍ର ବାବୁଙ୍କୁ । +ଦୌଡ଼ିଯାଇ ମଦ ଗ୍ଲାସ୍‌କୁ ଫିଙ୍ଗି ଦେବାର ଇଚ୍ଛା ହେଲା ପ୍ରଭାମୟୀ ଦେବୀଙ୍କର । +କିନ୍ତୁ ଯାହା ଘଟିଯାଇ ଥିଲା ତାହା ପୁନରାବୃତ୍ତି ହିଁ ହେଉଥିଲା କମ୍ପ୍ୟୁଟର ପର୍ଦ୍ଦାରେ । +ଏଥର ମଦ୍ୟପାନ ପରେ ହଠାତ୍‌ ଗୋଟିଏ ଚିତ୍କାର କରି ତଳେ ପଡ଼ିଗଲେ ବୀରେନ୍ଦ୍ର ବାବୁ । +ଆଉ ସେହି ନର୍ତ୍ତକୀ ଏବଂ କଳାମୁଖା ପିନ୍ଧା ଲୋକ ତରବରରେ ବାହାରିଗଲେ ସେଇଠୁ । +ତା’ପରେ କିଛି ସମୟ ବୀରେନ୍ଦ୍ର ବାବୁଙ୍କ ମୃତଦେହ ଦିଶିଲା ପର୍ଦ୍ଦା ଉପରେ ଏବଂ ବାକି ଯାହା ଘଟିଥିଲା ତାହା ପ୍ରଭାମୟୀ ଦେବୀ ଜାଣିଥିଲେ । +ପିତାଙ୍କର ମୃତ୍ୟୁପାଇଁ ଯେଉଁ କଳାମୁଖା ପିନ୍ଧା ମଣିଷ ଜଣକ ଦାୟୀ ତାକୁ ସଠିକ୍‌ ଭାବରେ ଜାଣି ନ ପାରି ବିଜୟବାବୁ ଚିନ୍ତାରେ ବୁଡ଼ି ରହିଲେ । +ସେହି ନର୍ତ୍ତକୀ ଯେ ବର୍ତ୍ତମାନ ସାଧୁଚରଣ ବାବୁଙ୍କ ବ୍ୟବସାୟର ଜଣେ ବଡ଼ ଅଂଶୀଦାର-ଏହାର କାରଣ ବିଜୟବାବୁଙ୍କୁ ଅନେକ ଚିନ୍ତାରେ ବୁଡ଼େଇ ରଖିଲା । +‘‘ସାଧୁଚରଣବାବୁଙ୍କୁ ତାହା ହେଲେ ଧରିବାକୁ ହେବ । +ସେ ହିଁ ପିତାଙ୍କ ମୃତ୍ୟୁ ପାଇଁ ଦାୟୀ ।’’ +ମା’ଙ୍କୁ ବିଜୟବାବୁ କହିବାକୁ ଲାଗିଲେ । +‘‘ତୋର ସନ୍ଦେହ ହୁଏତ ସତ ।’’ +ବୁଝେଇବାକୁ ଲାଗିଲେ ପ୍ରଭାମୟୀ ଦେବୀ, ‘‘କିନ୍ତୁ ସାଧୁଚରଣବାବୁଙ୍କ ସାମାଜିକ ପ୍ରତିଷ୍ଠା ଯେତିକି ଅଛି, ଅକାଟ୍ୟ ପ୍ରମାଣ ନ ପାଇଲେ ତାହା ସନ୍ଦେହରେ ହିଁ ରହିଯିବ । +ତେଣୁ ନର୍ତ୍ତକୀ ମାନସୀ ଦେବୀଙ୍କ ଠାରୁ କେମିତି କରି ସତ ଘଟଣାକୁ ହାସଲ କରିବାକୁ ହେବ ।’’ +କିଛି ସମୟ ଚିନ୍ତା କରିବା ପରେ ବିଜୟବାବୁଙ୍କ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା । +ମାନସୀ ଦେବୀଙ୍କ ସହିତ ତାଙ୍କ ସାମାଜିକ ସମ୍ବନ୍ଧ ଭଲ ଥିଲା । +ତେଣୁ ତାଙ୍କୁ ରାତ୍ରଭୋଜନ ପାଇଁ ନିମନ୍ତ୍ରଣ କରି ତାଙ୍କ ସାମ୍‌ନାରେ ନାଟକର ଶେଷ ଦୃଶ୍ୟକୁ କମ୍ପ୍ୟୁଟର ପର୍ଦ୍ଦାରେ ଆଉ ଥରେ ଉଦ୍‌ଭାସିତ କରିବାର ଯୋଜନା କରାଗଲା । +ତା’ପରେ ଯୋଜନା ମୁତାବକ ମାନସୀ ଦେବୀ ସେମାନଙ୍କ ଘରକୁ ଆସିଲେ । +ରାତ୍ରଭୋଜନ ପରେ ଅନେକ ଖୁସି ଗପ ହେଲା । +ମାନସୀ ଦେବୀ ବିଜୟବାବୁଙ୍କ ନୂତନ ଉଦ୍ଭାବନ ପାଇଁ ତାଙ୍କୁ ବଧାଇ ଦେଲେ । +ତା’ପରେ ସେହି କମ୍ପ୍ୟୁଟରର କରାମତି ଦେଖିବା ପାଇଁ ଆଗ୍ରହର ସହିତ ଡ୍ରଇଂ ରୁମ୍‌ରୁ ସୋଫାସେଟ୍‌ ଉପରେ ବସି ପଡ଼ିଲେ । +ମାନସୀ ଦେବୀଙ୍କର ଅତି ପରିଚିତ ସେହି ସୋଫାସେଟ୍‌ । +ସେହି ସୋଫାସେଟ୍‌ ଉପରେ ହିଁ ସେହି ଦିନର ପ୍ରେମ ଅଭିନୟ କରାଯାଇଥିଲା । +ଟିକିଏ ଶଙ୍କିଗଲେ, ମାନସୀ ଦେବୀ । +କିନ୍ତୁ ନିଜର ମନର ଭାବନାକୁ ମନରେ ଦବେଇ ରଖି ସେ କମ୍ପ୍ୟୁଟର ପର୍ଦ୍ଦା ଆଡ଼କୁ ନିବିଷ୍ଟ ଚିତ୍ତରେ ଅନେଇ ରହିଲେ । +ପର୍ଦ୍ଦାରେ ଯେଉଁ ଚିତ୍ରସବୁ ତାଙ୍କ ଆଖି ଆଗରେ ଭାସିଗଲା ତାହା ଦେଖି ସେ ଅସ୍ତ ବ୍ୟସ୍ତ ହୋଇ ପଡ଼ିଲେ । +ଶୀତ ରାତିରେ ବି ତାଙ୍କ ମୁଣ୍ଡରୁ ଗମ୍‌ଗମ୍‌ ଝାଳ ବାହାରିବାକୁ ଲାଗିଲା । +ସେଦିନର ଶେଷଦୃଶ୍ୟ-ଶେଷ ମଦ ଗ୍ଲାସ୍‌ ଦେବାର ଅଭିନୟ ପର୍ଦ୍ଦା ଉପରେ ଦେଖି ସେ ଶଙ୍କିତ ହୋଇ ପଡ଼ିଲେ । +ତାହାହେଲେ ଏସବୁ ଘଟଣାର ଚଳଚ୍ଚିତ୍ର ଉଠେଇଛି କିଏ ? ଭୟରେ ଉତ୍ତେଜିତ ହୋଇ ପଡ଼ିଲେ ମାନସୀ ଦେବୀ । +‘‘ମାଉସୀ, ଆପଣଙ୍କୁ ବ୍ୟସ୍ତ ଲଗୁଛି କି ?’’ ବିଜୟବାବୁ ପ୍ରଶ୍ନ କଲେ, ‘‘ଏ ପର୍ଦ୍ଦାରେ ଯେଉଁ ଚିତ୍ରସବୁ ଦେଖାଗଲା ସେ ସବୁ ରେକର୍ଡ଼ିଂ କରି ସାଧୁଚରଣବାବୁ ସାଇତି ରଖିଥିଲେ । +ଆପଣଙ୍କ ବ୍ୟବସାୟିକ ଉନ୍ନତିରେ ଈର୍ଷାନ୍ବିତ ହୋଇ ଆପଣଙ୍କ ଦୋଷ ପଦାରେ ପକାଇବା ଉଦ୍ଦେଶ୍ୟରେ ସେହି କେସେଟ୍‌ଟି ମୋତେ ସେ ନିଜେ ଆଗ୍ରହରେ ଆଜି ଦେଇଛନ୍ତି ।’’ +‘‘ସାଧୁଚରଣବାବୁ, ବଦମାସ୍‌ ।’’ +ବାହାରି ପଡ଼ିଲା ମାନସୀ ଦେବୀଙ୍କ ମୁହଁରୁ, ‘‘ବୀରେନ୍ଦ୍ରବାବୁଙ୍କ ମୃତ୍ୟୁ ପାଇଁ ସେ ହିଁ ଦାୟୀ । +କଳାମୁଖା ପିନ୍ଧି ଉନ୍ମାଦନାକାରୀ ତରଳ ପଦାର୍ଥ ସେ ହିଁ ମୋତେ ଦେଇଥିଲା ।’’ +ଏହାକହି ନିସ୍ତେଜ ହୋଇ ସୋଫାସେଟ୍‌ରେ ପଡ଼ିଗଲେ ମାନସୀ ଦେବୀ । +ଏ ସବୁ ଘଟଣାର ରେକର୍ଡ଼ିଂ ସେହି କମ୍ପ୍ୟୁଟର ସ୍ବତଃ କରି ପକାଇଥିଲା । +ପୋଲିସ୍‌ ଇନିସ୍‌ପେକ୍ଟର ଏହି ସବୁ ଚାକ୍ଷୁଷ ପ୍ରମାଣ ଦେଖିଲା ପରେ ରାତି ବାରଟାରେ ସାଧୁଚରଣ ବାବୁଙ୍କ ବଙ୍ଗଳାରେ ପହଞ୍ଚି କବାଟ ଠକ୍‌ ଠକ୍‌ କଲେ । +ରାତି ବାରଟାରେ ଜଣେ ଇନିସପେକ୍ଟରକୁ ନିଜ ଘରେ ଦେଖି କ୍ରୋଧରେ ଜଳି ଉଠିଲେ ସାଧୁଚରଣବାବୁ । +ଅନୁଚ୍ଚ ସ୍ବରରେ ଅତି ଭଦ୍ର ଭାବରେ ଏରେଷ୍ଟ ୱାରେଣ୍ଟ ଦେଖାଇ ପୋଲିସ୍‌ ଇନିସ୍‌ପେକ୍ଟର କହିଲେ, ‘‘You are under arrest’’. +‘‘କାରଣ ?’’ ଗର୍ଜି ଉଠିଲେ ସାଧୁଚରଣବାବୁ । +‘‘ଦଫା ତିନିଶହ ଦୁଇ । +ବୀରେନ୍ଦ୍ରବାବୁଙ୍କ ହତ୍ୟାକାରୀ ଆପଣ ।’’ +ପୋର୍ଟିକୋରେ ଠିଆ ହୋଇଥିବା ଜିପ୍‌ରେ ନର୍ତ୍ତକୀ ମାନସୀ ଦେବୀଙ୍କୁ ଦେଖି ସାଧୁଚରଣବାବୁ ପ୍ରମାଦ ଗଣିଲେ । +ଧୀର ଗତିରେ ତାଙ୍କ ପାଦ ଦୁଇଟା ଆଗେଇ ଗଲା ଜିପ୍‌ ଆଡ଼କୁ । -- GitLab