diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_3 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_3 new file mode 100644 index 0000000000000000000000000000000000000000..5d107ae3d1b1b33cd2b238ad78e58dc0cfc2af2a --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_3 @@ -0,0 +1,172 @@ +ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସାରସ୍ବତ ସମ୍ବର୍ଦ୍ଧନା ଓ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁଲାଇ ୨୬, ୨୦୧୨ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠା ଦିବସ ଅବସରରେ ସ୍ବାଭାବକବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ଏବଂ ସାରସ୍ବତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । +ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହି ଉତ୍ସବରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୩ ଜଣ ବ୍ୟକ୍ତିତ୍ବଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଛି । +ସେମାନେ ହେଉଛନ୍ତି କୃଷ୍ଣ ମୋହନ ମହାନ୍ତି, ମୁରଲୀଧର ପ୍ରଧାନ, ଗୌରଗୋପାଳ ଜେନା, ପ୍ରହ୍ଲାଦ ଚରଣ ମହାନ୍ତି, ସ୍ନେହଲତା ମହାପାତ୍ର, ଦୁର୍ଗାଚରଣ ପଟ୍ଟନାୟକ, ଲକ୍ଷ୍ମୀଧର ଦାସ, କାଳୀପ୍ରସନ୍ନ ପରିଜା, ଗୌରହରି ଦଳାଇ, ଗୌରରଞ୍ଜନ ଦାଶ, ଶ୍ରୀଧର ପୁହାଣ, ନଟବର ସାହୁ, ନୀଳକଣ୍ଠ ମିଶ୍ର, ମୃତ୍ୟୁଞ୍ଜୟ ନାରାୟଣ ବଳ, ଶ୍ରୀବତ୍ସ ପ୍ରଧାନ, ନିଖିଳାନନ୍ଦ ପାଣିଗ୍ରାହୀ, ବୀଣାପାଣି ସିଂ, ବାସୁଦେବ ପାତ୍ର, ଶଶିଭୂଷଣ ଦାଶ, ଚକ୍ରଧର ରାଉତ, ଶୁକେଦବ ସାହୁ, କପିଳେଶ୍ବର ପ୍ରସାଦ ମହାପାତ୍ର, ରାମ ପ୍ରସାଦ ପୁରୋହିତ, କୃଷ୍ଣ ସିଂହ, ଜୟନାରାୟଣ ତ୍ରିପାଠୀ, ଗୋବର୍ଦ୍ଧନ ଦୋରା, ବିଷ୍ଣୁ ଚରଣ ବେହେରା, ସୁଧୀର କୁମାର ବିଜେନ୍ଦ୍ର ନାରାୟଣ, ରମାବହ୍ଲବ ମିଶ୍ର, ଉତ୍ତମ ନାୟକ, ବିଦ୍ୟାଧର ବାରିକ, ସାହିଦ୍‌ ଓମର ଏବଂ ଲକ୍ଷ୍ମଣ ମାନଦୋରା ପ୍ରମୁଖ । +ସେହିପରି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ପିଲାଙ୍କୁ ନେଇ ଅନୁଷ୍ଠିତ କବିତା, ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । +ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରସ୍ବତ ସମ୍ମାନ ପ୍ରଦାନ କରିବା ସହିତ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଅବଦାନ ଏବଂ ସ୍ମୃତିକୁ ସମଗ୍ର ଓଡ଼ିଆ ଜାତି କେବେ ଭୁଲି ପାରିବ ନାହିଁ ବୋଲି କହିଥିଲେ । +ଗଙ୍ଗାଧର ତାଙ୍କ କବିତାରେ ଓଡ଼ିଆ ଭାଷା ଏବଂ ଜାତିର ଜୟଗାନ କରିବା ସହିତ ବିଜୟର ବାର୍ତ୍ତା ପ୍ରଦାନ କରିଯାଇଛନ୍ତି । +ଜାତୀୟ ଚେତନାକୁ ମଜବୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । +ତେଣୁ ତାଙ୍କ ସ୍ମୃତିକୁ ସ୍ମରଣୀୟ କରି ରଖିବା ସହିତ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । +ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ଓ ସମବାୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସଂସ୍କୃତି ସଚିବ ଅଶୋକ କୁମାର ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ସୁଶୀଲ କୁମାର ଦାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଭାପତି ଡ.ରାମଚନ୍ଦ୍ର ବେହେରା, ସଚିବ ବିଜୟ କୁମାର ନାୟକ ଏବଂ ଉପସଭାପତି ଗିରି ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । +ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୩୩ଜଣ ସାରସ୍ବତ ସାଧକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁଲାଇ ୬, ୨୦୧୨ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ରାଉରକେଲା: ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୨୦୧୧ ଓ ୨୦୧୨ ବର୍ଷ ପାଇଁ ମୋଟ ୩୩ଜଣ ସାରସ୍ବତ ସାଧକଙ୍କୁ ସମର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି । +ସୂଚନା ମୁତାବକ ୨୦୧୧ ବର୍ଷ ପାଇଁ ସମ୍ବର୍ଦ୍ଧିତ ହେବାକୁ ଥିବା ସାହିତ୍ୟିକମାନେ ହେଉଛନ୍ତି ଶ୍ରୀବତ୍ସ ପ୍ରଧାନ, ଡ.ପ୍ରହ୍ଲାଦ ଚରଣ ମହାନ୍ତି, ମୃତ୍ୟୁଞ୍ଜୟ ନାରାୟଣ ବଳ, ଡ.ନିଖିଳାନନ୍ଦ ପାଣିଗ୍ରାହୀ, କାଳିପ୍ରସନ୍ନ ପରିଜା, ଗୌରୀରଞ୍ଜନ ଦାଶ, ଶ୍ରୀଧର ପୁହାଣ, କୃଷ୍ଣମୋହନ ମହାନ୍ତି, ସ୍ନେହଲତା ମହାପାତ୍ର, ଡ.ବୀଣାପାଣି ସିଂହ, ମୁରଲିଧର ପ୍ରଧାନ, ଗୌରହରି ଦଳାଇ, ଡ.ନୀଳକଣ୍ଠ ମିଶ୍ର, ଦୁର୍ଗାଚରଣ ପଟ୍ଟନାୟକ, ବାସୁଦେବ ପାତ୍ର, ଡ.ଲକ୍ଷ୍ମୀଧର ଦାସ ଓ ନଟବର ସାହୁ । +ସେହିପରି ୨୦୧୨ ବର୍ଷ ପାଇଁ ସମ୍ବର୍ଦ୍ଧିତ ହେବାକୁ ଥିବା ସାଧକମାନେ ହେଲେ ରାମପ୍ରସାଦ ପୁରୋହିତ, ଶଶିଭୁଷଣ ଦାଶ, ବିଷ୍ଣୁଚରଣ ବେହେରା, ବିଦ୍ୟାଧର ବାରିକ, ଉତ୍ତମ ନାୟକ, ଜୟନାରାୟଣ ତ୍ରିପାଠୀ, କୃଷ୍ଣ ସିଂହ, ସୁଧୀରକୁମାର ବିଜେନ୍ଦ୍ରନାରାୟଣ (ଜାପାନୀ), ଲକ୍ଷ୍ମଣ ମାନଦୋରା, ଡ. ରମାବଲ୍ଲଭ ମିଶ୍ର, କପିଳେଶ୍ବର ପ୍ରସାଦ ମହାପାତ୍ର, ସାହିତ ଉମର, ଶୁକଦେବ ସାହୁ, ଚକ୍ରଧର ରାଉତ ଓ ଗୋବର୍ଦ୍ଧନ ଦୋରା । +ଉକ୍ତ ସମସ୍ତ ସାଧକମାନଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । +ଏ ନେଇ ନିକଟରେ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ଏକାଡ଼େମୀର ସଭାପତି ରାମଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । +ଓଡ଼ିଶାରେ ସ୍ଥାପିତ ହେବ ଏନ୍‌ବିଟି ଆଞ୍ଚଳିକ କାର୍ଯ୍ୟାଳୟ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁନ୍ ୨୦, ୨୦୧୨ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ୧୯୫୭ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ସ୍ବତନ୍ତ୍ର ଅନୁଷ୍ଠାନ ଭାବେ ସ୍ଥାପିତ ହୋଇଥିବା ନେସ୍‌ନାଲ୍ ବୁକ୍ ଟ୍ରଷ୍ଟ(ଏନ୍‌ବିଟି) ଓଡ଼ିଶାରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି । +ପୂର୍ବରୁ ଏହି ସଂସ୍ଥାର ତିନୋଟି ଆଞ୍ଚଳିକ କାର୍ଯ୍ୟାଳୟ କୋଲ୍‌କାତା, ବାଙ୍ଗାଲୋର ଓ ମୁମ୍ବାଇରେ ରହିଥିଲାବେଳେ ଖୁବ୍ ଶୀଘ୍ର ଭୁବନେଶ୍ବର, ହାଇଦ୍ରାବାଦ ଓ ଗୋଆ ଠାରେ ତିନୋଟି ଶାଖା କାର୍ଯ୍ୟାଳୟ ଖୋଲିବାର ଯୋଜନା ରହିଛି । +ଓଡ଼ିଶା ଶାଖା କାର୍ଯ୍ୟାଳୟ ପାଇଁ ରାଜ୍ୟ ସରକାର ଜମି ଓ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେଲେ ଏହା ଆରମ୍ଭ ହେବ ବୋଲି ଏନ୍‌ବିଟିର ନିର୍ଦ୍ଦେଶକ ଏମ୍.ସିକନ୍ଦର ସୂଚନା ଦେଇଛନ୍ତି । +ସ୍ଥାନୀୟ ପାନ୍ଥନିବାସ ଠାରେ ଏନ୍‌ବିଟି ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଏକ ବୈଠକରେ ଯୋଗଦେବା ଅବସରରେ ଶ୍ରୀ ସିକନ୍ଦର ଏହି ସୂଚନା ଦେଇଛନ୍ତି । +ସେହିପରି ଏହି କାର୍ଯ୍ୟାଳୟରେ ଏନ୍‌ବିଟି ପକ୍ଷରୁ ପ୍ରକାଶିତ ସମସ୍ତ ପ୍ରକାରର ପୁସ୍ତକ ବିକ୍ରୟ ସହିତ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡ଼େମୀ ପକ୍ଷରୁ ପ୍ରକାଶିତ ସମସ୍ତ ପୁସ୍ତକ ବିକ୍ରୟ ପାଇଁ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଥିଲେ । +ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଏନ୍‌ବିଟିର ମୁଖ୍ୟ ସମ୍ପାଦକଙ୍କ ସମେତ ଓଡ଼ିଆ ବିଭାଗ ସହ ସମ୍ପାଦକ ଡ.ପ୍ରମୋଦ କୁମାର ସର, ପ୍ରଫେସର ଦାଶରଥି ଦାଶ, ବୀଣାପାଣି ମହାନ୍ତି, ଡ.ବିଜୟାନନ୍ଦ ସିଂହ ପ୍ରମୁଖ ବିଦ୍ବାନଗଣ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । +ବିଗତ ୫ ବର୍ଷ ମଧ୍ୟରେ ଏନ୍‌ବିଟି ପକ୍ଷରୁ ୧୭୦ରୁ ଊର୍ଦ୍ଧ୍ବ ଓଡ଼ିଆ ପୁସ୍ତକ ପ୍ରକାଶିତ ହୋଇଥିବା ନେଇ ଏହି ଅବସରରେ ସୂଚନା ଦିଆଯାଇଥିଲା । +ସେହିପରି ଓଡ଼ିଶାର ବିଶିଷ୍ଟ ସାହିତ୍ୟିକମାନଙ୍କ କୃତିଗୁଡ଼ିକୁ ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ଏନ୍‌ବିଟି ଉଦ୍ୟମରତ ବୋଲି ଡ.ପ୍ରମୋଦ ସର ସୂଚନା ଦେଇଥିଲେ । +ଏହା ବ୍ୟତୀତ ଓଡ଼ିଶାର ଦୁଇ ବିଶିଷ୍ଟ ସାହିତ୍ୟିକ ଗୋପିନାଥ ମହାନ୍ତି ଓ ସଚ୍ଚି ରାଉତରାୟଙ୍କ ଜୀବନୀକୁ ଏନ୍‌ବିଟିର ‘ଜାତୀୟ ଜୀବନ ଚରିତମାଳା’ ମାଧ୍ୟମରେ ପ୍ରକାଶିତ କରାଯିବ ବୋଲି ଡ.ସର ସୁଚନା ଦେଇଥିଲେ । +ସୂଚନାଯୋଗ୍ୟ ଯେ, ଭାରତର ବିଭିନ୍ନ ଭାଷାର ଶ୍ରେଷ୍ଠ ଲେଖାଗୁଡ଼ିକ ସହିତ ଇଂରାଜୀ ଓ ହିନ୍ଦୀ ଭାଷାରେ ବିଭିନ୍ନ ଉପାଦେୟ ଓ ଜ୍ଞାନବର୍ଦ୍ଧକ ପୁସ୍ତକଗୁଡ଼ିକୁ ସୁଲଭ ମୂଲ୍ୟରେ ପାଠକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏନ୍‌ବିଟି ପକ୍ଷରୁ ବହୁବିଧ ଉଦ୍ୟମ କରାଯାଉଛି । +ସାମାଜିକ ଉନ୍ନତି ଓ ପ୍ରଗତି ପାଇଁ ଲେଖକମାନଙ୍କର ଉତ୍ତରଦାୟିତ୍ବ ରହିଛି + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁନ୍ ୧୧, ୨୦୧୨ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୪୧ତମ ବାର୍ଷିକୋତ୍ସବ, ସାରସ୍ବତ ସମ୍ମାନ, ପୁସ୍ତକ ଲୋକାର୍ପଣ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । +ସେକ୍ଟର-୭ ମଧୁମଣ୍ଡପ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ସହର ଏବଂ ଆଖପାଖ ଅଞ୍ଚଳର ଶତାଧିକ ସାହିତ୍ୟିକ ଓ ସାଂସ୍କୃତିକ ସଙ୍ଗଠନମାନଙ୍କର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । +ଏଥିରେ ଓଡ଼ିଶା ଲେଖକ ପରିଷଦର ମୁଖ୍ୟ ସଂଯୋଜକ ତଥା ବୋକାରୋ ଇସ୍ପାତ କାରଖାନାର ମହାପ୍ରବନ୍ଧକ ଭୁବନାନନ୍ଦ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥଲେ । +ଏହା ସହିତ ବର୍ଷିୟାନ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ପତିତପାବନ ମଣ୍ଡଳ ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । +ଅନ୍ୟମାନଙ୍କ ମଧ୍ୟରେ ସଂସଦର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରଘୁବର ଧଳ, ହରମୋହନ ମିଶ୍ର, ଭଗବାନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । +ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ ସାହିତ୍ୟିକମାନଙ୍କର ଲେଖାଗୁଡ଼ିକ ପାଠକର ମନ, ପ୍ରାଣ ଓ ହୃଦୟକୁ ଛୁଇଁବା ଉଚିତ୍‌ ତଥା ଭଲ ଲେଖାକୁ ପ୍ରଶଂସା ଓ ମନ୍ଦକୁ ସମାଲୋଚନା କରିବା ପାଇଁ ଆହ୍ବାନ ଦେଇଥିଲେ । +ପ୍ରତ୍ୟେକ ସାହିତ୍ୟିକ ନିଜର ଲେଖାକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିବା ନିମନ୍ତେ ମଧ୍ୟ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ । +ମୁଖ୍ୟବକ୍ତା ଶ୍ରୀ ପତି ତାଙ୍କ ବକ୍ତବ୍ୟରେ ବର୍ତ୍ତମାନର ସାମାଜିକ ଓ ସାଂସ୍କୃତିକ ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ ଦିଗରେ ସାହିତ୍ୟିକମାନଙ୍କର ଦାୟିତ୍ବ ଉପରେ ଆଲୋଚନା କରିଥିଲେ । +ସେହିପରି ସମାଜକୁ ଦିଗ୍‌ଦର୍ଶନ ଦେବାପାଇଁ ଲେଖକମାନେ ଲେଖନୀ ଚାଳନା କରିବାକୁ ସମ୍ମାନିତ ଅତିଥି ଡ.ମଣ୍ଡଳ ଆହ୍ବାନ ଦେଇଥିଲେ । +ଏହି ଅବସରରେ ଆୟୋଜକ ଅନୁଷ୍ଠାନର ମୁଖପତ୍ର- ‘ସ୍ତବକ’ର ସ୍ବତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ନୋଚନ କରିବା ସହିତ ରାଉରକେଲାର ଲେଖିକା ବିନୋଦିନୀ ନନ୍ଦଙ୍କ ଗଳ୍ପ ସଙ୍କଳନ ‘ନଷ୍ଟ ବସୁଧା’ ଓ ମନ୍ଦାକିନୀ ଜେନାଙ୍କ ଗଳ୍ପ ସଙ୍କଳନ ‘ତୃଷାର୍ତ୍ତ ମାଟିର ମହକ’ ପୁସ୍ତକକୁ ଲୋକାର୍ପଣ କରିଥିଲେ । +ଏ ଅବସରର ସାରସ୍ବତ ସାଧକ ଅଧ୍ୟାପକ ଦାମୋଦର ବେହେରା, ନାରୀ କବି ରଶ୍ମିବାଳା ରାଉତରାୟଙ୍କୁ ସଂସଦର ବ୍ୟାସକବି ପୁରସ୍କାର ସହିତ ମଞ୍ଜୁଳା କୁମାରୀ ରଥଙ୍କୁ କବି ରେବତୀ ସାହୁ ସମ୍ମାନ, କାଳନ୍ଦୀ ଚରଣ ଜେନାଙ୍କୁ ଅନନ୍ତ ସ୍ମୃତି ସମ୍ମାନ, ବାବାଜୀ ଚରଣ ଜେନାଙ୍କ ଗୁରୁ ପାଗଳ ପଣ୍ଡା ସ୍ମୃତି ସମ୍ମାନ, ସୌଭାଗିନୀ ରାୟଙ୍କୁ କବି କୁନ୍ତଳା କୁମାରୀ ଦେବୀ ସ୍ମୃତି ସମ୍ମାନ, ଡ.ରବୀନ୍ଦ୍ର ମାଝୀଙ୍କୁ ଗୁରୁ ପଦ୍ମଚରଣ ମଥାନ ସ୍ମୃତି ସମ୍ମାନ, ଭଗବାନ ମହାନ୍ତିଙ୍କୁ ଧନେଶ୍ବର ନାୟକ ସ୍ମୃତି ସମ୍ମାନ, ସୁରେନ୍ଦ୍ର ପାଢ଼ୀଙ୍କୁ ପଦ୍ମଚରଣ ମହାପାତ୍ର ସ୍ମୃତି ସମ୍ମାନ, ହରିହର ବେହେରାଙ୍କୁ ଡ.ଶ୍ରୀନିବାସ ଧଳ ସ୍ମୃତି ସମ୍ମାନ, ଆଖଣ୍ଡଳମଣି ପଣ୍ଡାଙ୍କୁ ବିଜୟ କ୍ରିଷନ୍‌ ଲାଲ ସ୍ମୃତି ସମ୍ମାନ, ଶିବ ପ୍ରସାଦ ବେହେରାଙ୍କୁ ରଘୁନାଥ ବିଶ୍ବାଳ ସ୍ମୃତି ସମ୍ମାନ ଓ ଭବାନୀ ଶଙ୍କର ପଣ୍ଡାଙ୍କୁ ସ୍ବତନ୍ତ୍ର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । +ସଂସଦର ଉପଦେଷ୍ଟା କବି ହରମୋହନ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ନାୟକ ଲୋକାର୍ପିତ ପୁସ୍ତକଗୁଡ଼ିକର ସମୀକ୍ଷା କରିଥିଲେ । +ଏହି କାର୍ଯ୍ୟକ୍ରମରେ ଇସ୍ପାତ ସାହିତ୍ୟ ସଙ୍ଗଠନର ସଭାପତି ବିଦ୍ୟାଧର ବାରିକ ଅଧ୍ୟକ୍ଷତା କରି ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦରେ ସୂଚନା ଦେଇଥିଲେ । +ସେହିପରି ଅନୁଷ୍ଠାନର ସାଧାରଣ ସମ୍ପାଦକ ତ୍ରିଲୋଚନ ମଥାନ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । +କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ମନୋଜ୍ଞ କବି ସମ୍ମିଳନୀରେ ରାଉରକେଲା ଓ ଆଖପାଖ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି ଓ କବୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ । +କେତେକ କବିତା ସଙ୍ଗୀତର ତାଳେ ତାଳେ ପାଠ କରାଯାଇଥିବାରୁ ଏଥିରେ ଉପସ୍ଥିତ ଶ୍ରୋତାଗଣ ବେଶ୍‌ ଆମୋଦିତ ହୋଇଥିଲେ । +ସେହିପରି ସଭାର ଶେଷ ପର୍ଯ୍ୟାୟରେ ମଧ୍ୟ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । +ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟପିକା ଜ୍ୟୋତିର୍ମୟୀ ଜେନା, ହରମୋହନ ମିଶ୍ର, ରଶ୍ମିତ ସାହାଣୀ ପ୍ରମୁଖ ସଂଯୋଜନା କରିଥିଲେ । +ଜନଜୀବନ ଓ ସାହିତ୍ୟ ଏବେ ପରସ୍ପରଠାରୁ ଦୂରେଇ ଯାଇଛନ୍ତି + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଏପ୍ରିଲ୍ ୧୭, ୨୦୧୨ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +କଲ୍‌ଚରାଲ୍‌ ଏକାଡ଼େମୀ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଆନୁକୂଲ୍ୟରେ ଆଲୋଚନାଚକ୍ର +cultural academyରାଉରକେଲା: ୧୫ ତାରିଖରୁ ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ କଲ୍‌ଚରାଲ୍‌ ଏକାଡ଼େମୀ ପକ୍ଷରୁ ଆରମ୍ଭ ହୋଇଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହର ଅଂଶ ସ୍ବରୂପ ୧୬ ତାରିଖ ଦିନ “ଜନଜୀବନ ଓ ସାହିତ୍ୟ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । +ଏଥିରେ ଉଦ୍‌ଘାଟକ ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ଲେଖକ ପ୍ରଫେସର ଅବନୀ ବରାଳ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଦୀନକୃଷ୍ଣ ଦାସ ଏବଂ ଭୀମ ଭୋଇ ସେମାନଙ୍କ ଲେଖନୀରେ କିପରି ଜନଜୀବନର କଥା ରହିଥିଲା ସେ ବିଷୟରେ ଆଲୋଚନା କରିଥିଲେ । +ସେମାନେ ନିଜେ ଖୁବ୍‌ ଅବହେଳିତ ହୋଇ ମଧ୍ୟ ସମାଜର ତଳସ୍ତରର ଲୋକମାନଙ୍କର କଥାକୁ ଅତି ସରଳ ଭାଷାରେ ପ୍ରକାଶ କରିଥିଲେ ସେ ବିଷୟରେ ଶ୍ରୀ ବରାଳ କହିଥିଲେ । +ସେହିପରି ଭଗବତ ଚରଣଙ୍କ “ଶିକାର” ସହିତ ଲକ୍ଷ୍ମୀଧର ନାୟକ ଆଦିଙ୍କ ରଚନାରେ ଜନଜୀବନର ସମସ୍ୟା କିପରି ଭାବେ ପ୍ରତିଫଳିତ ହୋଇଛି ସେ ବାବଦରେ ସେ ଆଲୋଚନା କରିଥିଲେ । +ସଭାରେ ମୁଖ୍ୟ ପୁରୋଧା ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ପଞ୍ଚାନନ କାନୁନଗୋ ଯୋଗଦେଇ ସାହିତ୍ୟ ସର୍ବଦା ଜନଜୀବନକୁ ପ୍ରଭାବିତ କରୁଛି ବୋଲି କହିଥିଲେ । +ସେ ତାଙ୍କ ବକ୍ତବ୍ୟରେ ବହୁବର୍ଷ ପୂର୍ବେ ଜଗନ୍ନାଥ ଦାଶଙ୍କ ଦ୍ବାରା ଲିଖିତ ଭାଗବତ ମାଧ୍ୟମରେ କିପରି ଅଧିକ ସଂଖ୍ୟାରେ ଜନଜୀବନ ପ୍ରଭାବିତ ହେଉଥିଲା ସେ ବିଷୟରେ ଉଦାହରଣ ଛଳରେ କହିଥିଲେ । +ଏହା ବ୍ୟତୀତ ପୁରାତନ ସମୟରେ ଲିଖିତ ଓଡ଼ିଆ ସାହିତ୍ୟକୁ ପଢ଼ି ସେଥିରେ କିପରି ଜନଜୀବନର କଥା ରହିଛି ତାହା ଅନୁଧ୍ୟାନ କରିବାକୁ ମଧ୍ୟ ସେ ଆହ୍ବାନ ଦେଇଥିଲେ । +ସଭାରେ ପ୍ରମୁଖ ଆଲୋଚକଭାବେ ପ୍ରଫେସର ଆଦିକନ୍ଦ ସାହୁ ଯୋଗଦେଇ ଜନଜୀବଠାରୁ ସାହିତ୍ୟ ଦୂରେଇ ଯାଇଛି ବୋଲି କହିଥିଲେ । +ସେହିପରି ଟଲଷ୍ଟୟ ଓ ଗର୍କୀଙ୍କ ଲେଖାକୁ ଉଦାହରଣ ଦେଇ ଯେଉଁ ସାହିତ୍ୟ ସାଧାରଣଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିପାରେ ନାହିଁ ତାହା ପତନମୁଖି ସାହିତ୍ୟ ବୋଲି କହିଥିଲେ । +ଏଥିରେ କଲ୍‌ଚରାଲ୍‌ ଏକାଡ଼େମୀ ଦ୍ବାରା ପ୍ରକାଶିତ ସାହିତ୍ୟ ପତ୍ରିକା ନବପତ୍ରର ସମ୍ପାଦକ ତଥା ଗାଳ୍ପିକ ଦେବେନ୍ଦ୍ର ମହାନ୍ତି ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ପଞ୍ଚଦଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଜନଜୀବନ ଆଲୋଚନା ସମ୍ପର୍କରେ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । +ଏଥିରେ ସେ ସାରଳା ଦସଙ୍କ ଠାରୁ କାହ୍ନୁ ଚରଣ, ଗୋପିନାଥଙ୍କ ସମେତ ରାଉରକେଲାର ବ୍ରଜ ଦାଶ ଏବଂ ସ୍ବର୍ଗତ ସନତ ରାୟଙ୍କ ଲେଖା ଓ କବିତା ମାଧ୍ୟମରେ କିପରି ଜନଜୀବନର ସମସ୍ୟା ସୁନ୍ଦର ଭାବେ ପ୍ରତିଫଳିତ ହୋଇଥିଲା ସେ ବିଷୟରେ ଉଦାହରଣ ଦେଇ ଆଲୋଚନା କରିଥିଲେ । +ଅନ୍ୟତମ ଆଲୋଚକ ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଉପସଭାପତି ଗିରି ଦଣ୍ଡସେନା ଯୋଗଦେଇ ସାହିତ୍ୟ ସର୍ବଦା ସାଧାରଣଲୋକଙ୍କ ସହିତ ରହିଛି ଏବଂ ରହିବ ବୋଲି କହିବା ସହ ସାହିତ୍ୟ କେବେ ପଥଭ୍ରଷ୍ଟ ହୋଇନାହିଁ ବୋଲି କହିଥିଲେ । +ସେହିପରି ଅନ୍ୟ ଆଲୋଚକଙ୍କ ମଧ୍ୟରେ ପ୍ରଗତିଶୀଳ ଲେଖକ ବିଜୟ ଉପାଧ୍ୟାୟ ଓ ଅଧ୍ୟାପକ କୁଳମଣି ଜେନା ପ୍ରମୁଖ ଯୋଗଦେଇ ଜନଜୀବନ ଓ ସାହିତ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଉପରେ ଆଲୋଚନା କରିଥିଲେ । +ସଭାର ପ୍ରାରମ୍ଭରେ କଲ୍‌ଚରାଲ୍‌ ଏକାଡ଼େମୀର ସାଧାରଣ ସମ୍ପାଦକ ଅକ୍ଷୟ ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । +ଏହି ଅବସରରେ ଜଳଧର ପ୍ରଧାନଙ୍କ ଲିଖିତ କବିତା ସଙ୍କଳନ ପୁସ୍ତକ “ବଣଫୁଲ” କୁ ଅତିଥିମାନେ ଉନ୍ମୋଚିତ କରିଥିଲେ । +କଲ୍‌ଚରାଲ୍‌ ଏକାଡ଼େମୀର ସଭାପତି ବିଚିତ୍ରାନନ୍ଦ ସାହୁ ଆଲୋଚନାର ବିଷୟ ଉପରେ ଭିତ୍ତି ନିବନ୍ଧ ଉପସ୍ଥାପନ କରି ଓଡ଼ିଶା, ଭାରତ ସମେତ ଅନ୍ୟାନ୍ୟ ଦେଶର କେତେକ ନିର୍ଦ୍ଦିଷ୍ଟ ଲେଖା କିପରି ଜନଜୀବନକୁ ଆନ୍ଦୋଳିତ କରିଛି ସେ ବିଷୟରେ କହିଥିଲେ । +ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଭାବ ବେଶ୍‌ ସୁଦୂର ପ୍ରସାରୀ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଏପ୍ରିଲ୍ ୧୪, ୨୦୧୨ +ମୂଳ ପୃଷ୍ଠା → ପ୍ରଚ୍ଛଦ → +sahityaରାଉରକେଲା: ଇସ୍ପାତ ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଓଡ଼ିଆ ନବବର୍ଷ ଉପଲକ୍ଷେ ବିଷୁବ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । +ଏଥିରେ ମୁଖ୍ୟ ଅତିଥି ଭାବେ ଆରଏସ୍‌ପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜି.ଏସ୍‌. ପ୍ରସାଦ ଯୋଗଦେଇ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଙ୍କ୍ରାନ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଥିଲେ । +ସେହିପରି ଓଡ଼ିଶାର ଏହି ଅଞ୍ଚଳରେ ପାଳିତ ହୋଇଥିବା ବିଭିନ୍ନ ପର୍ବପର୍ବାଣୀକୁ ଆରଏସ୍‌ପି ସବୁବେଳେ ପ୍ରୋତ୍ସାହନ ଦେଇଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଥିଲେ । +ଅନ୍ୟତମ ସମ୍ମାନିତ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ କବି କବିବର ପରିଡ଼ା ଯୋଗଦେଇ ଓଡ଼ିଆ ଭାଷାର କବି, କବିତା ଓ ସାହିତ୍ୟ ଉପରେ ବିଶେଷ ଆଲୋଚନା କରିଥିଲେ । +ବିଶେଷ କରି ବିଭିନ୍ନ ସମୟରେ ଓଡ଼ିଆ ଭାଷାରେ ଲିଖିତ ଅନେକ କବିତାଗୁଡ଼ିକ କିପରି ଦେଶର ଅନ୍ୟାନ୍ୟ ଭାଷା ଯଥା: ଅହମିଆ, ବଙ୍ଗଳା, ତାମିଲ, ହିନ୍ଦୀ ସମେତ ଇଂରାଜୀ ଆଦି ଭାଷାର ସାହିତ୍ୟିକମାନଙ୍କ ଲେଖାରେ ପ୍ରତିଫଳିତ ହୋଇଛି ସେ ବାବଦରେ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ । +ଏହା ସହିତ ଓଡ଼ିଆ ଭାଷା ଓ ଏହାର ସହିତ୍ୟର ପ୍ରଭାବ ଅନ୍ୟକୌଣସି ଦେଶୀୟ ଭାଷା ତୁଳନାରେ ବେଶ୍‌ ସମୃଦ୍ଧ ବୋଲି ସେ କହିଥିଲେ । +ବିଧାୟକ ସୁବ୍ରତ ତରାଇ ଅନ୍ୟତମ ସମ୍ମାନିତ ଅତିଥି ଭାବ ଯୋଗଦେଇ ଓଡ଼ିଆ ଭାଷାରେ ଅନେକ ସାହିତ୍ୟ ଲେଖାଯାଉଥିଲାବେଳେ ତାହା ମଧ୍ୟରୁ ଅତି ଅଳ୍ପ ହୃଦୟସ୍ପର୍ଶୀ ବୋଲି କହିଥିଲେ । +ଏହି ଅବସରରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ବିଷୁବ ସମ୍ମାନ-୨୦୧୨ ରେ ବିଶିଷ୍ଟ କବି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସମ୍ମାନିତ କରାଯିବାର ଥିଲା । +କିନ୍ତୁ ତାଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ଏହି ସମ୍ମାନକୁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଗ୍ରହଣ କରିଥିଲେ । +ଆଦର୍ଶ ପାଠାଗାର ଉପସଭାପତି ଅଦ୍ବୈତ ପ୍ରସାଦ ବିଶ୍ବାଳ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । +ସେ ତାଙ୍କ ବକ୍ତବ୍ୟରେ ଓଡ଼ିଆ ନବବର୍ଷ ଏବଂ ପଣା ସଙ୍କ୍ରାନ୍ତିର ଗୁରୁତ୍ବ ଓ ଏହି ଦିନକୁ ପାଳନ କରାଯିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । +ଆୟୋଜକ ଅନୁଷ୍ଠାନ ପକ୍ଷରୁ ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ଶତପଥୀ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । +ଏହି ଅବସରରେ ବନଲତା ମିଶ୍ରଙ୍କ କବିତା ସଂକଳନ ‘ପ୍ରେରଣା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । +ଏହା ସହିତ ଗତ ୮ ତାରିଖରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗୀତାର ୩ଟି ବିଭାଗରେ ସଫଳତା ଅର୍ଜନ କରିଥିବା ୧୫ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । +ଶେଷରେ ୨୦ରୁ ଊର୍ଦ୍ଧ୍ବ କବି ସ୍ବ-ରଚିତ କବିତାମାନ ପାଠ କରିଥିଲେ । +ଏହି ଅବସରରେ ସମସ୍ତଙ୍କୁ ପଣା ସଙ୍କ୍ରାନ୍ତିର ଶୁଭକାମନା ସ୍ବରୂପ ପଣା ବଣ୍ଟନ କରାଯାଇଥିଲା । +ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । +ଓଡ଼ିଆସାହିତ୍ୟ ଡଟ୍‌ କମ୍‌ର ଭୁବନେଶ୍ବର ଶାଖା କାର୍ଯ୍ୟାଳୟ ଆରମ୍ଭ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଏପ୍ରିଲ୍ ୪, ୨୦୧୨ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ରାଉରକେଲା: ଓଡ଼ିଆ ଭାଷା ଓ ସାହିତ୍ୟକୁ ସମଗ୍ର ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଇଣ୍ଟରନେଟ୍‌ ମାଧ୍ୟମରେ ଏକ ଅନନ୍ୟ ପ୍ରୟାସ ଭାବେ ଆରମ୍ଭ ହୋଇଥିବା‌ ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପୋର୍ଟାଲ୍‌ ଏବେ ତୃତୀୟ ବର୍ଷରେ ପଦାର୍ପଣ କରିଛି । +ଛାପା ମାଧ୍ୟମରେ ଓଡିଆ ସାହିତ୍ୟର ଲେଖାଗୁଡ଼ିକ ପ୍ରତି ଆଗ୍ରହ ଦିନକୁ ଦିନ କମିଯାଉଥିବାବେଳେ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବାରୁ ଏହି ପୋର୍ଟାଲ୍‌ www.odiasahitya.com ଏବେ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । +ଏହି ପୋର୍ଟାଲ୍‌ର ଅତିଥି ସମ୍ପାଦକ ଭାବେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଦାୟିତ୍ବ ତୁଲାଉଛନ୍ତି । +ସମ୍ପ୍ରତି ଏହି ପୋର୍ଟାଲ୍‌ର ମୁଖ୍ୟ କାର୍ଯ୍ୟାଳୟ ରାଉରକେଲାରେ ରହିଥିଲାବେଳେ ରାଜଧାନୀ ଭୁବନେଶ୍ବରରେ ଏହାର ଏକ ଶାଖା କାର୍ଯ୍ୟାଳୟ ଆରମ୍ଭ ହୋଇଛି । +ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ଶାଖା କାର୍ଯ୍ୟାଳୟ ମାଧ୍ୟମରେ ରାଜ୍ୟର ଉପକୂଳ ଅଞ୍ଚଳର ପାଠକ, ଲେଖକ ଆଦି ଏହି ପୋର୍ଟାଲ୍‌ ବାବଦରେ ସମସ୍ତ ତଥ୍ୟ ଓ ସୂଚନା ନିମନ୍ତେ ଯୋଗାଯୋଗ କରିପାରିବେ । +ସ୍ଥାନୀୟ ହଂଶପାଳ କେନାଲ୍‌ ରାସ୍ତା କୂଳ ନିକଟରେ ଏହି ଶାଖା କାର୍ଯ୍ୟାଳୟ କାର୍ଯ୍ୟ କରୁଅଛି । +ଏହି କାର୍ଯ୍ୟାଳୟ ମାଧ୍ୟମରେ ଓଡ଼ିଆ ସାହିତ୍ୟ ପୋର୍ଟାଲ୍‌ ପାଇଁ ସମସ୍ତ ପ୍ରକାରର ଲେଖା ସମେତ ମତାମତ ଆଦି ଗ୍ରହଣ କରାଯାଇପାରିବ । +ସାହିତ୍ୟ ଏକାଡେମୀ ବିବାଦୀୟ ପୁରସ୍କାର ଫେରାଇନେଲା + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ମାର୍ଚ୍ଚ୍ ୩, ୨୦୧୨ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ଭୁବନେଶ୍ବର: “ନିର୍ବାଣ” ପୁସ୍ତକର ଲେଖକ ମନୋଜ ମହାପାତ୍ର ଫେରାଇଥିବା ପୁରସ୍କାରକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗ୍ରହଣ କରାଯାଇଛି । +ଏକାଡେମୀର ସମ୍ପାଦକ ବିଜୟ କୁମାର ନାୟକ ଏ ସଂପର୍କରେ କହିଛନ୍ତି ଯେ “ନିର୍ବାଣ” ପୁସ୍ତକକୁ ନେଇ ବିବାଦ ଦେଖା ଦେବା ପରେ ଲେଖକ ଶ୍ରୀ ମହାପାତ୍ର ତାଙ୍କ ପୁରସ୍କାର ଏକାଡେମୀକୁ ଫେରାଇ ଦେଇଥିଲେ । +ତାହା ଗ୍ରହଣ କରାଯିବ କି ନାହିଁ ସେ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା । +ନିକଟରେ ସାହିତ୍ୟ ଏକାଡେମୀ ପକ୍ଷରୁ ଆହୂତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହେବା ପରେ ଶ୍ରୀ ମହାପାତ୍ର ଫେରସ୍ତ ଦେଇଥିବା ତାଙ୍କ ପୁରସ୍କାରକୁ ଏକାଡେମୀ ଗ୍ରହଣ କରିଛି । +ସୂଚନାଯୋଗ୍ୟ ଯେ, ଶ୍ରୀ ମହାପାତ୍ରଙ୍କ “ନିର୍ବାଣ” ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ନେଇ ଘୋଷଣା ପରେ ୨୦୧୧ ପୂଜା ସଂଖ୍ୟା ସାମ୍ନା ପତ୍ରିକାରେ ଏକ ତଥ୍ୟ ସମ୍ବଳିତ ଲେଖା ପ୍ରକାଶ ପାଇଥିଲା । +ପୁସ୍ତକର ଅନେକ ପାରା ଏପରି ଧାଡ଼ିକୁ ଲେଖକ ସିଧାସିଧା ଭାବେ ବୌଦ୍ଧ ସନ୍ୟାସୀ ଥିଜ୍ ନାଥ ହାନ୍‌ଙ୍କ “ଓଲଡ୍ ପାଥ୍, ହ୍ବାଇଟ୍ କ୍ଲାଉଡ୍‌ସ୍”ରୁ ଉଠାଇ ନେଇଛନ୍ତି ବୋଲି ଲେଖକ ବିବୁଧ ରଞ୍ଜନ ଅଭିଯୋଗ ଉଠାଇଥିଲେ । +ପରେ ଏହା ମୌଳିକ ପୁସ୍ତକ ହୋଇ ନଥିବାରୁ ଲେଖକଙ୍କଠାରୁ ପୁରସ୍କାର ପ୍ରତ୍ୟାହାର କରିବା ଲାଗି ମୁକ୍ତ ସାହିତ୍ୟ ମଞ୍ଚ ପକ୍ଷରୁ ଅସିତ ମହାନ୍ତି ଓ ଅନ୍ୟ ୨୨ ଜଣ ଲେଖକ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଏକ ଦାବିପତ୍ର ଦେଇଥିଲେ । +ଏହାକୁ ବିଚାରକୁ ନେଇ ସାହିତ୍ୟ ଏକାଡେମୀ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍ତର ଦିଆଯାଇଥିଲା । +ମାତ୍ର ମୁକ୍ତ ସାହିତ୍ୟ ମଞ୍ଚ ପକ୍ଷରୁ ସରୋଜ ବଳ ଏନେଇ ଓଡିଶା ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । +ଜାନୁଆରି ୧୦ ତାରିଖରେ ଏହି ମାମଲାର ଶୁଣାଣି କରି ନ୍ୟାୟାଳୟ ପୁରସ୍କାର ପ୍ରତ୍ୟାହାର ସମ୍ପର୍କରେ ୪ ସପ୍ତାହ ମଧ୍ୟ ନିଷ୍ପତ୍ତି ନେବାକୁ ଏକାଡେମୀକୁ ନିର୍ଦ୍ଦେଶ ଦେଇଥିଲେ । +ସାହିତ୍ୟ ଏକାଡେମୀ ପକ୍ଷରୁ ଦୁଇଟିଯାକ ପୁସ୍ତକକୁ ଅନୁଧ୍ୟାନ କରି ଅଭିଯୋଗ ସଂପର୍କରେ ନିଜର ମତାମତ ଦେବା ପାଇଁ ଦୁଇ ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଥିଲା । +ଦୁଇଜଣ ଯାକ ବିଶେଷଜ୍ଞ “ନିର୍ବାଣ” ପୁସ୍ତକଟି କଛି ଅଂଶ ଅନୂଦିତ ଓ କିଛି ଅଂଶ ଛାୟାରେ ଲିଖିତ ବୋଲି ଏକାଡେମୀକୁ ଜଣାଇଥିଲେ । +ଛାୟାରେ ଲିଖିତ କୌଣସି ପୁସ୍ତକକୁ ଏକାଡେମୀ ପକ୍ଷରୁ ପୁରସ୍କାର ଦିଆଯାଏ ନାହିଁ ବୋଲି ନିୟମ ରହିଛି । +ତଦନୁଯାୟୀ ସାହିତ୍ୟ ଏକାଡେମୀ ପକ୍ଷରୁ “ନିର୍ବାଣ” ପୁସ୍ତକର ଲେଖକ ଫେରାଇ ଦେଇଥିବା ପୁରସ୍କାରକୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦିଆଯାଇଛି । +ପ୍ରଥମ ଜାତୀୟ ସ୍ତରୀୟ ଶ୍ରୀଜଗନ୍ନାଥ ମନ୍ଦିର ଐକ୍ୟ ସ୍ଥାପନା ସମ୍ମିଳନୀ ଅନୁଷ୍ଠିତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଫେବୃଆରୀ ୧୭, ୨୦୧୨ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ପୁରୀ: ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ ଏହି କ୍ଷେତ୍ର ପବିତ୍ର । +ଏ ଶଙ୍ଖ କ୍ଷେତ୍ରରେ ଅଷ୍ଟଶମ୍ଭୁ ପ୍ରଦକ୍ଷିଣ କରନ୍ତି । +ମହାପ୍ରଭୁଙ୍କ ସୁରକ୍ଷାବଳୟ ମଧ୍ୟରେ ଏ କ୍ଷେତ୍ର ରହିଛି । +ମାନବ ଏହି କ୍ଷେତ୍ରରେ ପାଦ ଦେଲେ ମୁକ୍ତି ପାଏ ତଥା ମହାପ୍ରଭୁଙ୍କର ବାର ମାସରେ ତେର ଯାତ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ । +ପୁରୀ ଶରଧାବାଲିଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରବଚନ ଦେବା ଅବସରରେ ଝାଞ୍ଜପିଟା ମଠର ମହନ୍ତ ସଚ୍ଚିଦାନନ୍ଦ ଦାସ ଏଇ କଥା କହିଲେ । +ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଆନୁକୂଲ୍ୟରେ ପ୍ରଥମ ଜାତୀୟ ସ୍ତରୀୟ ସମ୍ମିଳନୀ ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଶରଧାବାଲିରେ ଅନୁଷ୍ଠିତ ହୋଇଥିଲା । +୫ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ସମଗ୍ର ଦେଶ ଏବଂ ବିଦେଶରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରଗୁଡ଼ିକରେ ଏକାପ୍ରକାରର ରୀତିନୀତି ପ୍ରଚଳନ ସହିତ ଶ୍ରୀଜଗନ୍ନାଥଙ୍କ ମହିମା ବାବଦରେ ଅଧିକ ପ୍ରଚାର ଓ ପ୍ରସାର ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା । +ଉଦ୍‌ଯାପନୀ ଅବସରରେ ଯୋଗ ଦେଇଥିବା ଅନ୍ୟତମ ପ୍ରବକ୍ତା ପୂଜ୍ୟ ସ୍ବାମୀ କାହ୍ନାଜୀ କହିଲେ ଆମ ହୃଦୟ ଓ ଆମ ମନ ଭିତରେ ଏବଂ ଚିନ୍ତା ପରିସୀମା ଭିତରେ କିପରି ଭଗବାନ ପରମେଶ୍ବରଙ୍କ ପ୍ରତି ଭକ୍ତି କେତେ ସୁଦୃଢ଼ ହୋଇପାରିବ ତଥା ସ୍ମରଣରେ ତିକ୍ଷ୍ଣତା, ସମର୍ପଣରେ ଗଭୀରତା ଆସିପାରିବ ତା ଉପରେ ପ୍ରଚେଷ୍ଟାରତ ରହିବା ନମନ୍ତେ ଆହ୍ବାନ ଦେଇଥିଲେ । +ଏହି ସମ୍ମିଳନୀ ଉପରେ ମତ ଦେବାକୁ ଯାଇ ସେ କହିଲେ ଯେ, ଏହା ପଞ୍ଚଜ୍ଞାନ ସମ୍ମିଳନୀ । +ସୂକ୍ଷ୍ମତତ୍ତ୍ବ ଉପରେ ଏହି ସମ୍ମିଳନୀ ମଣିଷ ଶୁଷ୍କସ୍ତରରେ କିପରି ପଞ୍ଚଇନ୍ଦ୍ରିୟ ମନବୁଦ୍ଧିର ଅହଂକାରକୁ ନିୟନ୍ତ୍ରଣ କରି ପରମ ବ୍ରହ୍ମ ନିକଟରେ ସମର୍ପଣ କରିପାରିବ ସେଥିପାଇଁ ଚେଷ୍ଟାରତ ରହିବା ଉଚିତ । +ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଙ୍ଗେ ମିଶି ଆମ ଶରୀର ଗୋଟେ ମାଧ୍ୟମ ହୋଇଗଲେ ଆଉ ଇଚ୍ଛା ଜାହିର କରିବ ନାହିଁ । +ଷୋହଳ ବର୍ଷ ବୟସର ବିସ୍ମୟ ବାଳକ ସ୍ବାମୀ କାହ୍ନାଜୀ ପ୍ରବଚନ ଦେଲାବେଳେ ଭକ୍ତମାନେ ଭାବବିହ୍ବଳ ହୋଇଉଠିଥିଲେ । +ଏହି କାର୍ଯ୍ୟକ୍ରମରେ ସାରା ଭାରତ ବର୍ଷରୁ ବହୁ ସାଧୁ ସନ୍ୟାସୀମାନଙ୍କ ଠାରୁ ବାଣୀ ଶୁଣିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହୋଇଥିଲା । +ଗଜପତି ମହାରଜା ଦିବ୍ୟସିଂହ ଦେବ ଏହି ଅବସରରେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ରରେ ଏଇ କାର୍ଯ୍ୟକ୍ରମ ତାଙ୍କର ବାଣୀ ପ୍ରଚାରର ଶୁଭାରମ୍ଭ ହୋଇଛି ବୋଲି କହିଥିଲେ । +ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଶର ବିଭିନ୍ନ ସ୍ଥାନରୁ ୭୪୦ ଶ୍ରୀଜଗନ୍ନାଥ ମନ୍ଦିର କର୍ମକର୍ତ୍ତା ଓ ଦେଶ ବାହାରର ୫୦ରୁ ଅଧିକ କର୍ମକର୍ତ୍ତା ଏପରି କାର୍ଯ୍ୟକ୍ରମ ଅନ୍ୟ ସ୍ଥାନମାନଙ୍କରେ ଆୟୋଜନ ହେଉ ବୋଲି ମତ ଦେଇଥିଲେ । +ଶେଷ ସନ୍ଧ୍ୟାରେ ଅନ୍ୟତମ ପ୍ରବକ୍ତା ସ୍ବାଧୀ ଗୀତା ଦେବୀ କହିଲେ ଜୟକାରକୁ ଯୋଗ କଲେ ଆମେ ବ୍ରହ୍ମଲୋକରେ ପହଞ୍ଚିପାରିବା । +ଭଗବାନଙ୍କ କଥାରେ ଅମୃତ ଅଛି ଏଥିପାଇଁ ଅଭ୍ୟାସ ଦରକାର ଭଗବାନ କେବଳ ମାତ୍ର ଭକ୍ତି ଦ୍ବାରା ବଶ ହୁଅନ୍ତି । +ତେଣୁ ଭକ୍ତି ମାର୍ଗରେ ନିଜକୁ ନିୟୋଜିତ କଲେ ସେଇ ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପାଇ ପାରିବା ବୋଲି ସେ କହିଥିଲେ । +ପଞ୍ଚରାତ୍ର ଉଦ୍‌ଯାପନୀ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମୂର୍ତ୍ତୀ କାରିଗର ଗଜେନ୍ଦ୍ର ମହାରଣାଙ୍କୁ ଗଜପତି ମହାରଜା ଦିବ୍ୟସିଂହ ଦେବ ସମ୍ମାନିତ କରିଥିଲେ । +ଶେଷରେ ଏହି କାର୍ଯ୍ୟକ୍ରମ ପାଇଁ ବିଶେଷ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷ ଏବଂ ସଙ୍ଗଠନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । +ପୁସ୍ତକପଠନ ମନୁଷ୍ୟ ମନକୁ ଶାନ୍ତି ଦେଇଥାଏ- ସୁନ୍ଦରଗଡ଼ ଜିଲ୍ଲାପାଳ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଫେବୃଆରୀ ୪, ୨୦୧୨ +ମୂଳ ପୃଷ୍ଠା → ପ୍ରଚ୍ଛଦ → +କାଦମ୍ବିନୀ ପତ୍ରିକା ପକ୍ଷରୁ ପୁସ୍ତକମେଳାରେ ସାହିତ୍ୟ ସମାବେଶ +ରାଉରକେଲା: କଲମରେ ଲେଖାଯାଇଥିବା ଲେଖା ଅମର ହୋଇଥାଏ । +ବିଭିନ୍ନ ଶତାବ୍ଦୀରେ ଲେଖାଯାଇଥିବା ଉତ୍କୃଷ୍ଟ ସାହିତ୍ୟରୁ ତତ୍କାଳୀନ ସମାଜ, ସଂସ୍କୃତି, ପରମ୍ପରା ଏବଂ ଚଳଣି ବାବଦରେ ଜାଣିବାର ସୁଯୋଗ ମିଳିଥାଏ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ରୂପା ରୋଶନ ସାହୁ କହିଛନ୍ତି । +kAdambini_sabhaଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ଉନବିଂଶ ରାଉରକେଲା ପୁସ୍ତକ ମେଳାରେ ପାରିବାରିକ ସାହିତ୍ୟ ପତ୍ରିକା କାଦମ୍ବିନୀ ପକ୍ଷରୁ ଆୟୋଜିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ସାହୁ ପୁସ୍ତକ ପଠନ ମନୁଶ୍ୟର ମନକୁ ଶାନ୍ତି ଦେଇଥାଏ ବୋଲି କହିଥିଲେ । +‘କାଦମ୍ବିନୀ’ ଓ ‘କୁନି କଥା’ର ସମ୍ପାଦିକା ଡ.ଇତି ସାମନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାହିତ୍ୟ ସଭାରେ ବରିଷ୍ଠ କଥାକାର ଓ ସ୍ତମ୍ଭକାର ଭୂପେନ ମହାପାତ୍ର ଅନ୍ୟତମ ବକ୍ତା ରୂପେ ଯୋଗଦେଇ ଓଡ଼ିଆ ପତ୍ରିକାଜଗତରେ କାଦମ୍ବିନୀ ଏକ ସଫଳ ପ୍ରୟାସ ବୋଲି କହିଥିଲେ । +ଏହା ସହିତ କାଦମ୍ବିନୀ ପକ୍ଷରୁ କରାଯାଉଥିବା ନୂତନ ପ୍ରୟାସ ବାବଦରେ ସେ ଆଲୋଚନା କରିଥିଲେ । +ସେହିପରି ଆଦର୍ଶ ପାଠାଗାର ପରି ଏକ ପାଠାଗାର ଦ୍ବାରା ଆୟୋଜିତ ରାଉରକେଲା ପୁସ୍ତକମେଳା ସମଗ୍ର ରାଜ୍ୟରେ ଅନନ୍ୟ ବୋଲି କହିଥିଲେ । +ଅନ୍ୟତମ ଅତିଥି ଭାବେ ଆର୍ଏସ୍‌ପି ମହାପ୍ରବନ୍ଧକ ନାରାୟଣ ପତି ଯୋଗ ଦେଇ ପିଢ଼ୀ ପରେ ପିଢ଼ୀ ସାହିତ୍ୟ ମାଧ୍ୟମରେ ନିଜର ସଂସ୍କୃତିକୁ ଜାଣିବାର ସୁଯୋଗ ପାଇଥାଏ କହିଥିଲେ । +ଟିହି ଓ ଇଣ୍ଟରନେଟ୍‌ର ବ୍ୟାପକ ପ୍ରସାର ହୋଇଥିଲେ ମଧ୍ୟ ଛାପା ପୁସ୍ତକର ଭାବାନାତ୍ମକ ଆବେଗ ଅପୂରଣୀୟ ବୋଲି ଶ୍ରୀ ପତି କହିଥିଲେ । +୨୦୦୦ ମସିହାରୁ କାଦମ୍ବିନୀ ପ୍ରକାଶ ପାଇବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପତ୍ରିକା ସହ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ସୂଚନା ଦେଇ ଗାଳ୍ପିକା ଅଳକା ଚାନ୍ଦ ମନରେ କଦମ୍ବ ଫୁଲର ରୋମାଞ୍ଚ ସୃଷ୍ଟି କରିବା ପାଇଁ କାଦମ୍ବିନୀ ଏକ ମାଧ୍ୟମ ବୋଲି ମତ ଦେଇଥିଲେ । +କାଦମ୍ବିନୀର ସମ୍ପାଦିକା ଡ.ଇତି ସାମନ୍ତ ତାଙ୍କର ଅଭିଭାଷଣରେ ରାଉରକେଲାରେ ତାଙ୍କର ପାଠ ପଢ଼ିବାର ଅନୁଭୂତି ଓ ରାଉରକେଲା ସହ ତାଙ୍କର ନିବିଡ଼ ସମ୍ପର୍କର ସ୍ମୃତି ଚାରଣ କରିଥିଲେ । +ସେହିଭଳି କାଦମ୍ବିନୀ ପକ୍ଷରୁ ଆୟୋଜନ କରାଯାଉଥିବା ଆଲୋଚନାଚକ୍ର, ସାହିତ୍ୟ ସଭା, ପତ୍ରିକା ହାଟ ସହିତ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । +ଏହି ଅବସରରେ ଅତିଥିଗଣ କାଦମ୍ବିନୀ ଓ କୁନିକଥାର ଫେବୃଆରୀ ସଂଖ୍ୟା ଉନ୍ମୋଚନ କରିଥିଲେ ଓ କାଦମ୍ବିନୀ ପରିବାର ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । +‘କୁନିକଥା’ର ସଂଯୋଜକ ଶରତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । +ଏହି ସାହିତ୍ୟ ସମାବେଶରେ ଇସ୍ପାତ ସହରର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।