From 528bb288dc476766881f799234d0a319beec60af Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:12:50 +0530 Subject: [PATCH] Upload New File --- .../vikashpedia_health_odia34.txt | 33 +++++++++++++++++++ 1 file changed, 33 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia34.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia34.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia34.txt new file mode 100644 index 0000000..f717125 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia34.txt @@ -0,0 +1,33 @@ +ସିଡିଟି ବା ଅମ୍ଳପିତ୍ତ +ଉପକ୍ରମ +ପ୍ରଥମେ ଆମେ ଆମର ଖାଦ୍ୟପେୟ ନେଇ ଯତ୍ନବାନ ହେବା ଉଚିତ୍ । +ଆମେ ଖାଉଥିବା ଖାଦ୍ୟ, ତାହା ଶରୀର ପାଇଁ ଯଦି ପିତ୍ତାଧିକ୍ୟ ଥାଏ ଏବଂ ପିତ୍ତଜନିତ ବିହାରାଦି କରାଯାଏ, ଏହା ବିଦଗ୍ଧ ହୋଇ ଅମ୍ଳପିତ୍ତ ବା ଏସିଡିଟି ରୋଗ ସୃଷ୍ଟି କରିଥାଏ । +ଆହାର ସମୟରେ କେତେକ ଖାଦ୍ୟ ଏକାଠି ଖାଇଲେ ବା ବିରୁଦ୍ଧ ଭୋଜନ କଲେ ଶରୀରରେ ପିତ୍ତ ବୃଦ୍ଧି ହୁଏ । +ଏକସଙ୍ଗେ କ୍ଷୀର ଓ ବେଳ, କ୍ଷୀର ଓ ଲେମ୍ବୁ, କ୍ଷୀର ଓ କୋଳଥ, କ୍ଷୀର ଓ ଶୁଷ୍କଶାଗ, ମତ୍ସ୍ୟ ଓ ଗୁଡ ଆଦି ଖାଇବା ଏବଂ ଦୂଷିତ ଅନ୍ନ ବିଦାହୀ ଦ୍ରବ୍ୟ, ପିତ୍ତ ସୃଷ୍ଟିକାରୀ ପାନୀୟ ପାଇଁ ମଧ୍ୟ ଶରୀରରେ ପିତ୍ତ ସଞ୍ଚିତ ହୋଇ ରହେ । +ଏହା ମାତ୍ରାଧିକ ପରିମାଣରେ ଜମିରହି ଶେଷରେ ଏସିଡିଟି ରୋଗରେ ପରିଣତ ହୋଇଥାଏ । +ବେଳେବେଳେ ମୁଖ୍ୟରେ ମଧ୍ୟ ଅମ୍ଳସ୍ଵାଦ ଅନୁଭୂତ ହୁଏ । +ଖାଲି ପେଟରେ ରହିଲେ ଆମାଶୟରୁ ନିର୍ଝରିତ ହେଉଥିବା ଅମ୍ଳ ବା ହାଇଡ୍ରୋକ୍ଳୋରିକ୍ ଏସିଡ ଏହି ରୋଗ ସୃଷ୍ଟ କରିବାରେ ସାହାଯ୍ୟ କରିବା ସହିତ ରୋଗୀକୁ ବ୍ୟସ୍ତ କରିପକାଏ । +ବେଳେ ବେଳେ ରୋଗୀ ଉଦର ପୀଡା ଭୋଗ କରେ । +ଏହି ରୋଗ ହେଲେ ରୋଗୀ ଖାଉଥିବା ଖାଦ୍ୟ ଭଲଭାବେ ହଜମ ହୁଏ ନାହିଁ । +ପାଟିକୁ ସବୁ ଅରୁଚି ଲାଗେ । +ଭୋକ ହେଉଥିଲେ ବି ଅରୁଚି ହେତ ଖାଇବାକୁ ଆଦୌ ଇଚ୍ଛା ହୁଏ ନାହିଁ । +ତୃଷ୍ଣା, ଅମ୍ଲୋଦଗାର, ଅଗ୍ନିମାନ୍ଦ୍ୟ, କ୍ଳାନ୍ତିବୋଧ ଏପରିକି ବେଳେ ବେଳେ ଶରୀରରେ ଶିହରଣ ସୃଷ୍ଟି ହେବା, ଛାତି ଓ ଗଳାରେ ଦାହ ଆଦି ଲକ୍ଷଣମାନ ପ୍ରକାଶ ପାଇଠେ । +ଏପରି ଲକ୍ଷଣ ପୁରୁଣା ହେଲେ ଏଥିରେ କଣ୍ଠ, ହୃଦୟ, କୁଷିଦେଶରେ ଦାହ, ଶିର ବେଦନା, ହସ୍ତପାଦ ଦାହ, ଦେହରେ ଉଷ୍ଣତା, ଘନଘନ ବମନ ଇତ୍ୟାଦି ଲକ୍ଷଣ ମଧ୍ୟ ପରିଲକ୍ଷିତ ହୁଏ । +ବେଳେ ବେଳେ ପୀଡକା, କଣ୍ଡୁ ଓ ଶିରକମ୍ପ ଇତ୍ୟାଦି ଉପଦ୍ରବ ମଧ୍ୟ ଦେଖାଦେଇଥାଏ । +ଏହି ରୋଗ ପ୍ରତି ରୋଗୀ ସଚେତନ ରହି ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ତତକ୍ଷୀଣତ୍ ପରାମର୍ଶ କାଇବା ଆବଶ୍ୟକ । +ଏସିଡିଟି ହୋଇ ଯଦି ଉଦରପୀଡା ଆରମ୍ଭ ହୋଇଥାଏ କେତେକ ଏହାକୁ ଶୂଳଜାତୀୟ ରୋଗ ବୋଲି ଅଭିହିତ କରନ୍ତୁ । +ଉଭୟ ରୋଗର କେତେକ ଲକ୍ଷଣ ଓ ଚିକିତ୍ସା ପ୍ରଣାଳୀରେ ସମାନତା ପରିଲକ୍ଷିତ ହେଉଥିବା ହିଁ ଏହା ଏକକ ଶ୍ରେଣୀଭୁକ୍ତ ରୋଗ ନୁହେଁ କାରଣ ଶୂଳ ରୋଗରେ ବାତଜ ପ୍ରାଧାନ୍ୟ ପରିଲକ୍ଷିତ ହେବା ସହିତ ପ୍ରବଳ ପୀଡା ହୁଏ ଓ ଜଳାପୋଡା କମ୍ ଦେଖାଦେଇଥାଏ । +ସହଜ ଚିକିତ୍ସା +ମହୁ ସହିତ ପିପ୍ପଳୀ ଚୂର୍ଣ୍ଣ ଅଥବା ସଂଧ୍ୟା ସମୟରେ ଚିନି ସହିତ ପାଚିଲା ଲେମ୍ବୁ ଖାଇଲେ ଏହି ରୋଗରୁ ଆରାମ ମିଳିଥାଏ । +ବାନ୍ତି ହେଉଥିଲେ ରୋଗୀ ପୋଟଳପତ୍ର, ଶୁଣ୍ଠି, ଗୁଡୁକୀ ଓ ତୁଟୁକା ପାଣିରେ ପ୍ରତ୍ୟକ ପାନକଲେ ପୀଡା, ଦାହ ଓ ବାନ୍ତି ପ୍ରଶମିତ ହୋଇ ଆରାମ ମିଳେ । +ଶଇଠକାଠ, ଗୁଡୁଚୀ, ଯଷ୍ଟିମଧୁ ଓ ଦାରୁହଳଦୀ ସବୁର କ୍ଵାଥରେ ମହୁ ପ୍ରକ୍ଷେପ ଦେଇ ପାନକଲେ ରୋଗରୁ ଉପଶମ ମିଳିଥାଏ । +ହରିତକୀ ଓ ଦ୍ରାକ୍ଷକୁ ମଧୁ ବା ପୁରାତନ ଗୁଡ ସହ ସେବନ କଲେ ଏସିଦିତି ରୋଗୀ ଆରୋଗ୍ୟ ପ୍ରାପ୍ତ ହୋଇଥାଏ । +ପିପ୍ପଳୀ, ଦ୍ରାକ୍ଷା, ହରିଡା, ଚିନି, ଧନିଆ ଓ ଦୁର୍ଲଭା ଆଡିକୁ ଗୁଣ୍ଡକରି ମଧୁସହ କୁଟି ଆବଶ୍ୟକୀୟ ଅନୁପାତରେ ଗରମ ଜଳ ସହ ସକାଳେ ଓ ସଂଧ୍ୟାରେ ସେବନ କଲେ ରୋଗୀ ଆରୋଗ୍ୟ ଲାଭ କରିଥାଏ । +କେତେକ ପିତ୍ତ ପ୍ରଶମନ କ୍ଵାଥର ମଧ୍ୟପ୍ରୟୋଗ କରାଯାଇଥାଏ । +ସେଗୁଡିକ ହେଲା- ଶାସ୍ତ୍ରୀଯ ଔଷଧ ତ୍ରିଫଲାଦି କ୍ଵାଥ, ଗୁଡୁଖାଦି କ୍ଵାଥ ଓ ପୋଟଲାଦି କ୍ଵାଥ । +ରୋଗୀର ଅବସ୍ଥାକୁ ଲକ୍ଷ କରି ଲୀଳା ବିଳାସରସ, ଅମ୍ଳପିତାନ୍ତକରସ, ମହାପିତାନ୍ତକ ରସ, କ୍ଷୁଧାବତୀ ବଟିକା, ଅଭ୍ରରସାୟନ ଆଷଳକୀ ରସାୟନ, ଅବି ପିତ୍ତକର ଚୂର୍ଣ୍ଣ ଅମ୍ଳପିତାନ୍ତକ ମୋଦକ, ଶୁଣ୍ଠିଖଣ୍ଡ, ପିପ୍ପଳୀ ଖଣ୍ଡ ବୃହତ୍ ପିପ୍ପଳୀ ଖଣ୍ଡ, ଷଣାବରୀ ଘୃତ ଜୀରକାଦି ମୋଦକ, ଦ୍ରାକ୍ଷାଘୃତ ଓ ବିଲ୍ଵତୈଳ ପ୍ରୟୋଗ କରାଗଲେ ଉପଶମ ମିଳିଥାଏ । +ପଥ୍ୟାପଥ୍ୟ +ଏହି ରୋଗ ହୋଇଥିଲେ ଆହାର ଲଘୁଓ ସୁପାଚ୍ୟ ହେବା ଆବଶ୍ୟକ । +ରୋଗୀ ପ୍ରତ୍ୟହ ଆହାର ବେଳେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ୍ ଓ ଅନୁଚିତ ସେଥିପ୍ରତି ଯଥେଷ୍ଟ ସତର୍କତା ଅବଲମ୍ଭନ କରାଯିବା ଉଚିତ୍ । +ଏହି ରୋଗରେ ପୁରୁଣା ଶାଳିଧାନର ଚାଉଳ, ଯବ, ଗହମ, ମୁଗ କାକୁଡି, କଲରା ପୋଟଳ, ହିଡିମିଚିକା, ବେଣାଚାର, ଜାଙ୍ଗଲ ମାଂସରସ, ଡାଳିମ୍ବ, ପକ୍ଵ କୁଷ୍ମାଣ୍, ଆମଳକୀ, କଞ୍ଚଳକଦଳୀ, ସଜନାଛୁଇଁ ଆଦି ତଟକା ସବୁଜ ପାରିବା ଖାଇବା ଆବଶ୍ୟକ । +ପଇଡ ଜଲ ପାନୀୟ ରୂପେ ବ୍ୟବହାର କଲେ ଉପକାର ମିଳିଥାଏ । -- GitLab