From 541ce8bbad23bb6ace27d80e331f39d49ef75544 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:55:52 +0530 Subject: [PATCH] Upload New File --- .../vikashpedia_health_odia189.txt | 43 +++++++++++++++++++ 1 file changed, 43 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia189.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia189.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia189.txt new file mode 100644 index 0000000..42c31b8 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia189.txt @@ -0,0 +1,43 @@ +ସଅଳ ଉଠିବାର ଉପକାରିତା +ଶୋଇବା ଆମ ଶରୀର ପାଇଁ ଗୁରୁତ୍ଵପୂର୍ଣ୍ଣ +ଶୋଇବା ଆମ ଶରୀର ପାଇଁ ଗୁରୁତ୍ଵପୂର୍ଣ୍ଣ ଅଂଶ । +ଠିକରେ ନ ଶୋଇବା ଶରୀର ପକ୍ଷେ କ୍ଷତିକାରକ । +ତେଣୁ ଆମେ କମ୍ ଶୋଇଲେ ତାହା ଆମର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇବା । +ଏହି ପରିପ୍ରେକ୍ଷୀରେ ଉତ୍ତମ ନିଦ୍ରା ଏକ ଜରୁରୀ ପ୍ରାକୃତିକ ପ୍ରକ୍ରିୟା ହୋଇଥିବାରୁ ଠିକ୍‌ରେ ଶୋଇବା ଓ ଠିକରେ ଶଯ୍ୟା ତ୍ୟାଗ କରିବା ଉପରେ ଗୁରୁତ୍ଵ ଦେବା ଆବଶ୍ୟକ । +ସଅଳ ଉଠିବାର ଉପକାରିତା +ଇଂରାଜୀରେ ଗୋଟିଏ ଛୋଟ ପଦ୍ୟ ରହିଛି । +ଯାହାର ଅର୍ଥ ଯେଉଁମାନେ ସଅଳ ଶୁଅନ୍ତି ଓ ସଅଳଶଯ୍ୟତ୍ୟାଗ କରିଥାଆନ୍ତି, ସେମାନେ ସ୍ଵାସ୍ଥ୍ୟ, ଧନ ଓ ଜ୍ଞାନବାନ ହୋଇଥାଆନ୍ତି । +ଏବେ କିନ୍ତୁ ଅନେକ ପ୍ରାତଃ କାଳରେ ଶଯ୍ୟତ୍ୟାଗ କରୁନାହାନ୍ତି । +ସେମାନେ ଉଠିବା ବେଳକୁ ଖରାପଡ଼ି ଦିନ ଆରମ୍ଭ ହୋଇଯାଇଥାଏ । +ସେମାନେ କେବେହେଲେ ସୂର୍ଯ୍ୟୋଦୟ ଦେଖିପାରନ୍ତି ନାହିଁ । +ଉଦୟ ସମୟରେ ସୂର୍ଯ୍ୟଙ୍କ କିରଣ ସ୍ନିଗ୍ଧ, କୋମଳ ଓ ଶୀତଳ ଥାଏ । +ଏହି କିରଣ ଶରୀରର ବିଶେଷ କରି ଚର୍ମ ପାଇଁ ହିତକରୀ । +ଦ୍ଵିପ୍ରହରର ପ୍ରଖର ସୂର୍ଯ୍ୟକିରଣ ଶରୀର ପ୍ରତି ଅନୁକୂଳ ନୁହେଁ ବରଂ କ୍ଷତିକାରକ । +ସୂର୍ଯ୍ୟୋଦୟ ଦେଖିବା ଓ ଉପଭୋଗ କରିବା ଶକ୍ତିବର୍ଦ୍ଧକ ଓ ସ୍ଫୁର୍ତ୍ତ ପ୍ରଦାୟକ ହୋଇଥିବାବେଳେ ସୂର୍ଯ୍ୟାସ୍ତ ଦେଖିବା ସେହିପରି ହିତକର ନୁହେଁ । +ଅନେକ ଶାସ୍ତରେ ‘ସୂର୍ଯ୍ୟାସ୍ତ' ନଦେଖିବା ଉଚିତ ବୋଲି ମତ ରଖାଯାଇଛି । +ପ୍ରାତଃ କାଳରେ କେତେବେଳେ ଶଯ୍ୟା ତ୍ୟାଗ କରିବା କଥା, ତାହା ମୁନିଋଷି ଓ ଶାସ୍ତବିତ ବହୁ ଆଗରୁ ଠିକ କରିଯାଇଛନ୍ତି । +ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଶଯ୍ୟ ତ୍ୟାଗ ଠିକ ଥିଲେ ମଧ୍ୟ ସୂର୍ଯ୍ୟୋଦୟର ଠିକ ଆଗରୁ ନିଦ ଭାଙ୍ଗିବା ଭଲ । +ଦେଖାଯାଇଛି, ସକାଳେ ବାସି ଶେଜରେ ହିଁ ଭଲ ନିଦ ହୋଇଥାଏ । +ଫଳରେ ଡେରିରେ ଉଠିବା ଏକ ଅଭ୍ୟାସରେ ପରିଣତ ହୋଇପଡ଼ିଛି । +ମାତ୍ର ଜଳଦି ଉଠିବା, ସକାଳୁ କାମ ଆରମ୍ଭ କରିବା ଦ୍ଵାରା ଅନେକ ଗୁଡ଼ିଏ ଉପକାର ମିଳିଥାଏ । +ପୃଥିବୀର ସବୁ ସଫଳ ବ୍ୟକ୍ତିମାନେ ପ୍ରାୟତଃ ପ୍ରାତଃ ଶଯ୍ୟ, ତସ୍ୟାଗ କରିଥାଆନ୍ତି । +ଏହାର ଅର୍ଥ ନୁହେଁ ଯେ ଡେରିରେ ଉଠୁଥିବା ବ୍ୟକ୍ତି ବିଫଳ । +ମାତ୍ର ସକାଳୁ ଜଳଦି ଉଠିବା ଦ୍ଵାରା ଅଧିକ ସମୟ ମିଳିଥାଏ । +ଆମ ଦେଶ ଓ ରାଜ୍ୟ ଗ୍ରୀଷ୍ଟ ପ୍ରଧାନ ଦେଶ ହୋଇଥିବାରୁ ସକାଳୁ ଉଠି ନିତ୍ୟକର୍ମ କରିବା ଓ ଗାଧୋଇବା ଦ୍ଵାରା ଉତ୍ତମ ଅଭ୍ୟାସ ହୋଇଥାଏ । +ଶରୀର ଓ ମନରେ ନୂତନ ଉସାହ ଦେଖାଯାଇଥାଏ । +ରାତିରେ ପାଟିରେ, ନାକରେ ଓ ମଳଦ୍ଵାରରେ ଯେତିକି କ୍ଷତିକାରକ ଜୀବାଣୁ ବଢ଼ିଥାଆନ୍ତି ସକାଳପରେ ଅଧିକ ବଢ଼ିଥାଆନ୍ତି । +ପରିସ୍ରା ଓ ମଳ ପରିସ୍ରାଥଳୀ ଓ ମଳାଶୟ ଉପରେ ଚାପ ସୃଷ୍ଟି କରିବା ଦ୍ଵାରା ସେହି ଜନିତ ରୋଗସବୁ ସୃଷ୍ଟି ହୋଇଥାଏ । +ପ୍ରାତଃରୁ ଶୌଚ ଓ ପରିସ୍ରା ସମ୍ପାଦନ କଲେ ଶରୀର ହାଳାକା, ହୋଇଥାଏ । +ଏହା ଜାଣି ରଖିବା ଆବଶ୍ୟକ ଯେ, ପ୍ରାତଃଭ୍ରମଣ କରିବା ପୂର୍ବରୁ ମୁହଁ ଧୋଇବା, ଦାନ୍ତ ଘଷିବା, ପରିସ୍ରା ଓ ମଳତ୍ୟାଗ କରିବା ନିହାତି ଆବଶ୍ୟକ । +ନଚେତ, ପ୍ରାତଃଭ୍ରମଣର ଉପକାରିତା ମିଳିବା ପରିବର୍ତ୍ତେ ଅପକାର ମିଳିଥାଏ । +ଯେଉଁ ପିଲାମାନେ ସକାଳୁ ଜଲଦି ଉଠିଥାଆନ୍ତି, ସେମାନେ ପରୀକ୍ଷାରେ ଅଧିକ ନମ୍ବର ରଖିଥାଆନ୍ତି । +ଏହାଛଡ଼ା ପାଠ ଭଲ ପଢ଼ିବା ସହ ଜୀବନରେ ସଫଳତା ପାଆନ୍ତି । +ଟେକସାସ୍ ବିଶ୍ଵବିଦ୍ୟାଳୟର ଗବେଷକମାନେ ଏହା କହିଛନ୍ତି । +ରାତ୍ରିରେ ଆମର ଖାଇବା ୬ରୁ ୮ ଘଣ୍ଟା ବନ୍ଦ ହୋଇଥାଏ । +ତେଣୁ ସକାଳୁ ଜଲଦି ନ ଉଠିଲେ ଜଳଖିଆ ଖାଇବାରେ ଡେରି ହୋଇଥାଏ । +ଏହାଛଡ଼ା । +ସକାଳୁ ଉଠିବା ଦ୍ଵାରା ଆମର କାର୍ଯ୍ୟଦକ୍ଷତା ଓ ପଟୁତା ବୃଦ୍ଧି ପାଇଥାଏ । +ସାଧାରଣ ଅପେକ୍ଷା ଏମାନେ ଅଧିକ କାମ କରିଥାଆନ୍ତି । +ସକାଳୁ ଉଠୁଥିବା ଲୋକଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିଥାଏ । +ଦିନର ପ୍ରଥମ ଘଣ୍ଟା ଯେଭଳି କଟିଥାଏ, ବାକି ସମୟ ସେହି ଅନୁସାରେ କଟିଥାଏ । +ଗବେଷଣାରୁ ଜଣାପଡ଼ିଛି ଯେ, ସକାଳୁ ଉଠୁଥିବା ଲୋକମାନେ ଯୁକ୍ତାତ୍ମକ ବ୍ୟକ୍ତିତ୍ଵ, ଅଧିକ ଆଶାବାଦୀ ଏବଂ ଜୀବନରେ ଅଧିକ ସନ୍ତୋଷ ଲାଭ କରିଥାନ୍ତି । -- GitLab