From 59946aab8c16bd46bb2d93133d489b9f020de68f Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:54:22 +0530 Subject: [PATCH] Upload New File --- .../vikashpedia_health_odia180.txt | 36 +++++++++++++++++++ 1 file changed, 36 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia180.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia180.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia180.txt new file mode 100644 index 0000000..fe1af18 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia180.txt @@ -0,0 +1,36 @@ +ଯନ୍ତ୍ରଣାଦାୟକ ଗଣ୍ଠିରୋଗ'ଗାଉଟ୍’ +ଗଣ୍ଠିରୋଗ +ଶତାଧିକ ପ୍ରକାର ଗଣ୍ଠିବାତ ମଧ୍ୟରୁ ସବୁଠୁ ଅଧିକ ଯନ୍ତ୍ରଣାଦାୟକ ହେଲା ଗାଉଟ୍ । +ଏହି ରୋଗରେ ଗଣ୍ଠି ଫୁଲି ନାଲି ପଡ଼ିଯାଏ, ଗଣ୍ଠି ଉପର ଉଷୁମ ଲାଗେ । +ଏହି ରୋଗ ମୁଖ୍ୟତଃ ପଚାଶ ବର୍ଷରୁ ଉର୍ଦ୍ଧ୍ଵ ପୁରୁଷ ଓ ସ୍ତ୍ରୀ ଲୋକଙ୍କ ସହିତ ଧନୀ ଲୋକଙ୍କଠାରେ ଅଧିକ ମାତ୍ରାରେ ଦେଖାଯାଏ । +ଏହାର କାରଣ ହେଲା ଜୀବନଶୈଳୀ, ଖାଦ୍ୟ ଓ ପାନୀୟ । +ପୁଷ୍ଟିସାର (ପ୍ରୋଟନ୍) ଖାଦ୍ୟ ଯଥା- ମାଂସ, ମାଛ, ଡାଲି, କ୍ଷୀର, ଛେନା ଅଧିକ ଖାଇବା, ଅଧିକ ମଦପାନ କରିବା ରକ୍ତରେ ୟୁରିକ ଏସିଡର ପରିମାଣ ବଢ଼ାଇଥାଏ । +ରକ୍ତରେ ୟୁରିକ ଏସିଡୁର ପରିମାଣ ଶତକଡ଼ା ୪ ରୁ ୭ ମିଲିଗ୍ରାମ । +ଏଥିରୁ ଅଧିକ ହେଲେ ୟୁରିକ ଏସିଡ୍ ମିଶ୍ରି ଭଳି କ୍ରିଷ୍ଟାଲ ହୋଇ ଗଣ୍ଠିରେ ଜମା ହୋଇଯାଏ । +ଫଳରେ ଗଣ୍ଠି ଫୁଲି ଦରଜ ହୁଏ ଏବଂ ଏହା ଉପର ନାଲି ପଡ଼ିଯାଏ । +ରାତିରେ ମାଂସ ଖାଇ ଓ ମଦ ପିଇ ଶୋଇପଡ଼ିଲେ, ସକାଳୁ ଉଠିଲାବେଳକୁ ପାଦର ବୁଢ଼ା ଆଙ୍ଗୁଠି ଗଣ୍ଠି ଫୁଲି ପାଦ ତଳେ ଲଗେଇ ହୁଏନାହିଁ । +ଏଭଳି ବିଜେନ୍ଧା ଯେ ଯନ୍ତ୍ରଣା ସମ୍ଭାଳିବା କାଠିକର ପାଠ ହୋଇଯାଏ । +ଥରେ ଗଣ୍ଠି ଫୁଲା ଦରଜ ଆରମ୍ଭ ହୋଇଗଲେ ତାହା ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ । +ପାଦର ବୁଢ଼ା ଆଙ୍ଗୁଳି ଗଣ୍ଠି ବ୍ୟତୀତ ଏହା ବଳଗଣ୍ଠି, ଆଣୁ, କହୁଣି, ହାତ ଗଣ୍ଠିକୁ ମଧ୍ୟ ଆକ୍ରମଣ କରିଥାଏ । +ଏହା ହେଲେ ଗଣ୍ଠି ମଧ୍ୟରେ କାଚଖଣ୍ଡ ପଶିଲା ଭଳି ଖେଞ୍ଚି ହୁଏ । +ଏହି ପଦାର୍ଥ ସବୁ ୟୁରିକ୍ ଏସିଡ୍ କ୍ରିଷ୍ଟାଲ ଯାହା ବେଳେବେଳେ ଗୁଳି ପରି ଚର୍ମ ତଳେ ଦେଖାଦିଏ । +କ୍ରନିକ୍ ଗାଉଟ୍ +ଅଧିକ ଦିନ ଏହି ରୋଗ ଲାଗିରହିଲେ । +ଏହାକୁ କ୍ରନିକ୍ ଗାଉଟ୍ କହନ୍ତି । +ଏଥିରେ ରୋଗ ବାରମ୍ବାର ଲେଉଟେ । +ହାତ ଗଣ୍ଠି ସବୁ ଖାଇଯାଏ । +ଏହା ଏକ୍ସରେ ଦ୍ଵାରା ଜଣାପଡ଼େ । +ଅଲଟ୍ରା ସାଉଣ୍ଡ ପରୀକ୍ଷା କଲେ ଏହି ରୋଗରେ କିଡ୍ନୀରେ ପଥୁରି ବେମାରି ହେବାର ବେଳେବେଳେ ଦେଖାଯାଏ । +ସବୁବେଳେ ୟୁରିକ୍ ଏସିଡ୍ ପରିମାଣ ଅଧିକ ରହିଲେ ଜଟିଳ କିଡ୍ନୀ ରୋଗ ଓ ହୃଦ୍‌ରୋଗ ହୋଇପାରେ । +ଏହି ରୋଗରୁ ରକ୍ଷା ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ, ଯୋଗ ପ୍ରାଣାୟମ, ବ୍ୟାୟାମ, ଶରୀରର ଓଜନ ଠିକ୍ ରଖିବା ଆବଶ୍ୟକ । +ମାଛ, ମାଂସ, ଦୁଧ, ଛେନା, ଡାଲି ଭଳି ପୁଷ୍ଟିସାର ଖାଦ୍ୟ କମ୍ ଖାଇବା ଉଚିତ । +ନିରାମିଷ ଭୋଜନ ରୋଗ କମାଇବାରେ ସାହାଯ୍ୟ କରେ । +ଧୂମପାନ ଓ ମଦପାନ ବନ୍ଦ କରିବା ଅତ୍ୟନ୍ତ ଦରକାରୀ । +ଏଭଳିକି ମୃଦୃ ପାନୀୟ ମଧ୍ୟ ଏହି ରୋଗ ବଢ଼ାଉଥିବାରୁ ଏହାକୁ ବର୍ଜନ କରିବା ଉଚିତ । +ଖାଦ୍ୟରେ ଅଧିକ ସଜ ପନିପରିବା, ଫଳ, ଘୋଳଦହି, ଗ୍ରୀନ୍ ଟି (ସବୁଜଚା) ବ୍ୟବହାର କଲେ ରୋଗ ଶୀଘ୍ର ଭଲ ହୋଇଥାଏ । +ଶାକ ସବଜି, ଫଳ, ଚର୍ବି ନଥିବା କ୍ଷୀର ଅଳ୍ପ ଲୁଣ, ମାଛ ମାଂସ ବର୍ଜିତ ଖାଦ୍ୟକୁ ଡାସ୍ ଡାଏର୍ (ଡାଏଟାରୀ ଆପ୍ରୋଚ ଟୁ ଷ୍ଟପ୍ ହାଇପରଟେନସନ୍) କୁହାଯାଏ । +ଏପରି ଖାଦ୍ୟ ଗାଉଟ୍ ରୋଗୀଙ୍କ ପାଇଁ ଉପକାରୀ । +ଏହି ରୋଗର ଚିକିତ୍ସା ପାଇଁ ପେନ୍ କିଲର କଲଚିସିନ୍, ଫେବୁକ୍ସୋ, ସ୍ଟାଟ ଆଲୋପ୍ୟୁରିନଲ ଭଳି ଔଷଧ ବ୍ୟବହାର କରାଯାଇଥାଏ । +ବହୁ ଜଟିଳ ଗାଉଟ ରୋଗରେ ‘ପେଗ୍ଲୋଟିକେମ୍ ଭଳି ଦାମୀ ଔଷଧ ବ୍ୟବହାର କରାଯାଏ । +କିନ୍ତୁ ରୋଗ ହେବା ପୂର୍ବରୁ ରୋଗ ପ୍ରତିରୋଧ ବହୁ ଗୁରୁତ୍ଵପୂର୍ଣ୍ଣ । +ଓଜନ କମାଇବା, ନିଶା ଓ ଆମିଷ ଛାଡ଼ିବା, କେତେକ ଔଷଧ ଯଥା "ଥାୟାଜାଇଡ ଭଳି ଡାଇ-ୟୁରେଟିକ ଔଷଧ ନ ଖାଇବା ଏହି ରୋଗ ନିଯନ୍ତ୍ରଣରେ ସାହାଯ୍ୟ କରେ । -- GitLab