diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia117.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia117.txt new file mode 100644 index 0000000000000000000000000000000000000000..c6314395d44f1edb055e8bb4972ea851e77a067e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia117.txt @@ -0,0 +1,21 @@ +ଜାମୁକୋଳୀ”ରେ ରହିଛି ଅନେକ ରୋଗ ଦୂର କରିବାର ସାମର୍ଥ୍ୟ +ଜାମୁକୋଳୀ +ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଜାମୁକୋଳୀ ଗାଁ ଗହଳୀରେ ଭରପୁର ଭାବେ ଉପଲବ୍ଧ ହୋଇଥାଏ । +ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । +ଏହାକୁ ବ୍ଲାକବେରୀ ବୋଲି ମଧ୍ୟ କୁହାଯାଇଥାଏ । +ତେବେ ଆଜିର ସ୍ୱାସ୍ଥ୍ୟରେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ବିଷୟରେ । +ଉପକାରିତା +ଜାମୁକୋଳୀର ମଂଜିକୁ ସେବନ କରିବା ଦ୍ୱାରା ରକ୍ତରେ ସର୍କରା ଅଧିକ ମାତ୍ରାରେ ନିୟନ୍ତ୍ରୀତ ହୋଇଥାଏ । +ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ବେଶ ଲାଭଦାୟକ । +ଏହା ଭୋକ ବଢ଼ାଇଥାଏ । +ଏହାକୁ ପେଶୀ ପାଣି ସହିତ ଏକାମାତ୍ରାରେ ସେବନ କରିବା ଦ୍ୱାରା ଭୋକ ବଢ଼ିଥାଏ । +ଏହାସହ କବ୍ଚ ପରି ସମସ୍ୟା ଦୂର ହୋଇଥାଏ । +ଏହା ମଧୁମେହର ଟାଇପ-୨କୁ ନିୟନ୍ତ୍ରଣ କରିଥାଏ । +ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ । +ଏହା କ୍ୟାନ୍ସର, ମୁହଁରେ ସୁଜନ, ପେଟରେ ପଥର ସୃଷ୍ଟି ଆଦି ରୋଗଠାରୁ ରକ୍ଷା କରିଥାଏ । +ଜାମୁକୋଳୀକୁ ଗରମ ପାଣିରେ ଫୁଟାଇ ଖାଇବା ଦ୍ୱାରା ପେଟରେ ପଥର ପରି ସମସ୍ୟାରୁ ରକ୍ଷା ମିଳିଥାଏ । +ଏହା ଯକୃତ ପାଇଁ ମଧ୍ୟ ବେଶ ଲାଭଦାୟକ । +ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ । +ଯଦି ଛୋଟ ଶିଶୁ ରାତିରେ ଶୋଇବା ସମୟରେ ମୁତ୍ରତ୍ୟାଗ କରନ୍ତି ତେବେ ଜାମୁକୋଳୀର ମଂଜୀକୁ ପେଶୀ ପାଣିରେ ମିଶାଇ ଦିନକୁ ଦୁଇଥର ଶିଶୁକୁ ଦିଅନ୍ତୁ । +ଏହାକୁ ଖାଇବା ଦ୍ୱାରା ତ୍ୱଚା ସତେଜ ହେବା ସହ ଏହା ଧଳାଦାଗକୁ ଦୂର କରି ଥାଏ । +ଏପରିକି ଏହାକୁ ଆପଣ ଯଦି ଗୁଣ୍ଡ କରି କ୍ଷୀରରେ ମିଶାଇ ପେଷ୍ଟ କରି ମୁଁହରେ ଲଗାନ୍ତି ତେବେ ଏହା ତ୍ୱଚାରେ ଚମକପଣ ଆଣିଥାଏ ।