diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia132.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia132.txt new file mode 100644 index 0000000000000000000000000000000000000000..e50ce4ffd0d3dd5cea7b4c7fcb349b9967de6c10 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia132.txt @@ -0,0 +1,53 @@ +କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଖାଦ୍ୟର ଭୂମିକା +ଉପକ୍ରମ +ଶରୀର କୋଷଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କର୍କଟ ରୋଗ କୁହାଯାଏ । +ପ୍ରତ୍ୟକ ଜୀବକୋଷ ଏକ ନିର୍ଦ୍ଧିଷ୍ଟ ନିୟମରେ ବଢେ ଓ ମୃତ୍ୟୁବରଣ କରେ । +କର୍କଟ କୋଷଗୁଡିକର କ୍ଷୟ ନ ହୋଇ ଅଭିବୃଦ୍ଧି ଘଟିଥାଏ । +ସୁସ୍ଥ କୋଷ ମଧ୍ୟରେ ଥିବା ଡି. ଏନ୍. ଏ. ର କ୍ଷତି ହେଲେ ଏବଂ ସ୍ଵାଭାବିକ ଅବସ୍ଥାରେ ନ ରହିପାରିଲେ କର୍କଟ ରୋଗ ହୁଏ । +କ୍ଷତିଗ୍ରସ୍ତ ଡି. ଏନ୍. ଏ. ପିତାମାତାଙ୍କ ଠାରୁ ପିଲାଙ୍କ ଶରୀରକୁ ଆସିଥାଏ । +ଅସ୍ଵାସ୍ଥ୍ୟକର ଖାଦ୍ୟ ଧୂମପାନ , ମଦ୍ୟପାନ , ଅତ୍ୟଧିକ ମେଦବୃଦ୍ଧି , ବ୍ୟାୟାମ୍ ଅଭାବ ଓ ଅତ୍ୟାଧୁନିକ ଜୀବନଯାପନ ଶୈଳୀ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧିରେ ଅନ୍ୟତମ କାରଣ । +ପଚାଶ ପ୍ରତିଶତରୁ ଅଧିକ ମହିଳା କର୍କଟ ରୋଗର ଶିକାର ହୋଇଥାନ୍ତି । +୫୫ ବର୍ଷ ପରେ ୭୭ ପ୍ରତିଶତ ବ୍ୟକ୍ତି ଏହି ରୋଗ ଶିକାର ହେଉଥିବା ଦେଖିବାକୁ ମିଳିଥାଏ । +ପ୍ରଖର ସୂର୍ଯ୍ୟକିରଣ ଚର୍ମ କର୍କଟ ରୋଗ ସୃଷ୍ଟି କରେ । +ଯେଉଁ କ୍ଷେତ୍ରରେ କର୍କଟ ରୋଗ ବଂଶଗତ ସେ କ୍ଷେତ୍ରରେ ଠିକଣା ସମୟରେ ଚିହ୍ନଟ କରି ଚିକିତ୍ସା ବିଧାନ କରିବା ଉଚିତ । +ସବୁଜ ତଥା ସତେଜ ପନିପରିବାରେ କର୍କଟ ରୋଗ ପ୍ରତିହତ କରିବାର ଗୁଣ ରହିଛି । +କେଉଁ କର୍କଟ ରୋଗ ପାଇଁ କେଉଁ ପାରିବା ଉପକାରୀ ସେ ସମ୍ପର୍କରେ ନିମ୍ନରେ ଉଲ୍ଲେଖ ରହିଛି । +ସ୍ତନ କର୍କଟ +ଇଷ୍ଟ୍ରୋଜେନ୍ ’ ନାମକ ଏକ ହରମୋନ ସହିତ ଏହି ରୋଗର ସମ୍ପର୍କ ରହିଛି । +ଆମେରିକାରେ ପ୍ରତି ୯ ମହିଳାଙ୍କ ମଧ୍ୟରୁ ଜଣେ ଏହି ରୋଗରେ ପୀଡିତ ହୋଇଥାନ୍ତି । +‘ ଇଷ୍ଟ୍ରୋଜେନ୍ ’ ର ଗୁଣ ନଷ୍ଟ କରିବା ପାଇଁ ସ୍ତନ କର୍କଟରେ ‘ଟାମ୍ କ୍ସିଫେନ୍ ’ ଔଷଧ ବ୍ୟବହାର କରାଯାଇଥାଏ । +କେତେକ ଖାଦ୍ୟ ପଦାର୍ଥରେ ଏହି ରାସାୟନିକ ପଦାର୍ଥ ଥିବାରୁ ସେସବୁ ଖାଇଲେ ଉପକାର ମିଳିଥାଏ । +ଋତୁସ୍ରାବ ବନ୍ଦ ହେବା ପରେ ଇଷ୍ଟ୍ରୋଜେନ୍ ପରିମାଣ ହ୍ରାସ ପାଇଥାଏ । +ମେଦବୃଦ୍ଧିର ଶିକାର ହୋଇଥିବା ମହିଳାମାନଙ୍କ ଶରୀରର ଅତ୍ୟଧିକ ଚର୍ବି କୋଷ ଏହି ହରମୋନ କ୍ଷରଣ ବୃଦ୍ଧି କରାଇଥାଏ । +ଫଳରେ ସେମାନେ ସ୍ତନ କର୍କଟ ରୋଗରେ ଶିକାର ହୋଇଥାନ୍ତି । +ଯୌବନରେ ଯେଉଁମାନଙ୍କ ଶରୀରରେ ଅତ୍ୟଧିକ ଇଷ୍ଟ୍ରୋଜେନ୍ ତିଆରି ହୁଏ , ସେମାନେ ସ୍ତନ କର୍କଟ ରୋଗରେ ଶିକାର ହେବା ଆଶଙ୍କା ଅଧିକ । +ଆମେରିକାର ଆଲବାମା ବିଶ୍ଵବିଦ୍ୟାଳୟରେ ପ୍ରଫେସର ଷ୍ଟିଫେନ ବାର୍ଡସଙ୍କ ମତରେ ସୋୟାବିନ ନିୟମିତ ଖାଇଲେ ସ୍ତନ କର୍କଟ ରୋଗ କୋଷର ଅଭିବୃଦ୍ଧି ହୁଏ ନାହିଁ । +ଏହା ଟାମକ୍ସିଫେନ୍ ର ବିକଳ୍ପ ଭାବେ କାର୍ଯ୍ୟ କରିଥାଏ । +ନିୟମିତ ସୋୟା ମିକ୍ସ ପାନ କଲେ ଶରୀରର ଇଷ୍ଟ୍ରୋଜେନ୍ ପରିମାଣ ହ୍ରାସ ପାଇଥାଏ । +କର୍କଟ କୋଷର ଉପର ପର୍ଦ୍ଦା ଦେଇ ଇଷ୍ଟ୍ରୋଜେନ୍ ଭିତରକୁ ପ୍ରବେଶ କରେ ଏବଂ ଏହାର ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ । +ସୋୟାବିନ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । +ନିୟମିତ ସୋୟାବିନ ଖାଇଲେ ପୁରୁଷମାନେ ପ୍ରୋଷ୍ଟେଟ୍ କର୍କଟ ରୋଗ ଶିକାର ହେବା ଆଶଙ୍କା ହ୍ରାସ ପାଇଥାଏ । +ସମୁଦ୍ର ମାଛ ଓ ଏହାର ତେଲରେ ପ୍ରଚୁର ପରିମାଣରେ ଭିଟାମିନ ‘ ଡି ’ ଓ ‘ ସି ’ ଥିବାରୁ ଶରୀର ପାଇଁ ଏହା ଉପକାରୀ । +ଦୈନିକ ୩୮୦ ମିଳିଗ୍ରାମ୍ ରୁ ଅଧିକ ଭିଟାମିନ - ‘ ସି ’ ଖାଇଲେ ସ୍ତନ କର୍କଟ ରୋଗ ହାର ୩୫ ପ୍ରତିଶତ ହ୍ରାସ ପାଇଥାଏ । +ତେଲ , ମାଂସ , ଅଣ୍ଡା ଅଧିକ ଖାଇଲେ କର୍କଟ ରୋଗ ଆଶଙ୍କା ଅଧିକ ବୃଦ୍ଧି ପାଇଥାଏ । +ମଦ୍ୟପାନ କର୍କଟ ରୋଗ ପାଇଁ ଅନୁକୂଳ , ଏସବୁ ବିଚାର କରି ପ୍ରଚୁର ପରିମାଣରେ ସୋୟାବିନ , ସମୁଦ୍ର ମାଛ ଓ ଭିଟାମିନ୍ – ସି ଯୁକ୍ତ ଖାଦ୍ୟ ଖାଇଲେ ସ୍ତନ କର୍କଟ ରୋଗ ପ୍ରତିହତ କରିବାରେ ସହାୟତା ମିଳିବ । +ବୃହଦନ୍ତ୍ର କର୍କଟ ରୋଗ +ପ୍ରତିବର୍ଷ ଆମେରିକାରେ ଏହି ରୋଗରେ ଏକ ଲକ୍ଷ ଦଶ ହଜାର ବ୍ୟକ୍ତି ଆକ୍ରାନ୍ତ ହୋଇଥାଆନ୍ତି । +ସେମାନଙ୍କ ମଧ୍ୟରୁ ୫୦ ହଜାରଙ୍କର ମୃତ୍ୟୁ ଘଟିଥାଏ । +ଅଧିକ ଚର୍ବିଜାତୀୟ ଖାଦ୍ୟ , ମଦ୍ୟପାନ , ଓ ମାଂସ ଭକ୍ଷଣ ଏହାର କାରଣ । +ବନ୍ଧାକୋବି , ଫୁଲକୋବି , ବ୍ରୋକଲି , ଘୋଳଦହି , ସମୁଦ୍ର ମାଛ , ତନ୍ତୁ ଜାତୀୟ ଖାଦ୍ୟ ସହିତ ପିଆଜ , ରସୁଣ , ବିଲାତି ବାଇଗଣ , କାଲସିଅମ ଓ ଭିଟାମିନ – ଡି ଏହି ରୋଗ ପ୍ରତିରୋଧ କରିପାରେ । +ତନ୍ତୁରେ ଥିବା ପେକ୍ଟିନ , ସେଓ , ନାସପାତି , ପିଜୁଳି , କମଳା, କଦଳୀ , ମୂଳା , ଗାଜର , ବିନ୍ ଆଦି ପରିବାରେ ଅଧିକ ଥାଏ । +ଏହା କର୍କଟ କୋଷ ଅଭିବୃଦ୍ଧି ପ୍ରତିହତ କରିଥାଏ । +ଘୋଳ ଦହିରେ ଥିବା ଲାକ୍ଟୋବେସିଲସ୍ ବୃହଦନ୍ତ୍ରର କୋଷରେ ଥିବା ଡି.ଏନ୍.ଏ ର କ୍ଷତି ଘଟିବାକୁ ଦିଏ ନାହିଁ । +ପାକସ୍ଥଳୀ କର୍କଟ ରୋଗ +ଖାଦ୍ୟର କୁପ୍ରଭାବରେ ପାକସ୍ଥଳୀ ରେ ଘା ’ ହୋଇଥାଏ । +ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ , ମାଂସ ଖାଇବା ସହିତ ମଦ୍ୟପାନ ଏହି ରୋଗର କାରଣ ହୋଇଥାଏ । +ପାକସ୍ଥଳୀରେ ସୃଷ୍ଟି ହୋଇଥିବା ଘା ’ ପରବର୍ତ୍ତୀ ସମୟରେ କର୍କଟ ରୋଗର ରୂପ ନିଏ । +ମାଂସକୁ କୋଇଲା ନିଆଁରେ ପୋଡି ଖାଇଲେ ଏପରି ରୋଗରେ ପୀଡିତ ହେବା ଆଶଙ୍କା ଅଧିକ । +ପିଆଜ ଓ ରସୁଣ ଖାଇବା ଦ୍ଵାରା ଏ ଧରଣର କର୍କଟ ରୋଗର ଶିକାର ହେବା ଆଶଙ୍କା ୪୦ ପ୍ରତିଶତ ଦୂର କରିଥାଏ । +ପିଆଜ ଓ ରସୁଣରେ ଥିବା ଆଲାଇଲ୍ ପ୍ରୋପାଇଲ୍ ଡାଇସଲ୍ ଫାଇଡ କର୍କଟ ରୋଗ ନଷ୍ଟ କରିବାରେ ସାହାଯ୍ୟ କରେ । +ପ୍ରତିଦିନ ତିନି ଆଉନ୍ସ ପିଆଜ ତଥା ‘ ହେଲିକୋବାକ୍ଟର ’ ନାମକ ଜୀବାଣୁ ଘା ’ ସୃଷ୍ଟି କରିଥାଏ । +ରସୁନର ଏହି ଜୀବାଣୁ ନଷ୍ଟ କରିବାର ଶକ୍ତି ରହିଛି । +ଆମ ସମାଜରେ ବିଧବାମାନଙ୍କୁ ପିଆଜ ରସୁଣ ଖାଇବା ନିଷେଧ । +ସେମାନେ ଅଦା , ଡାଲଚିନି , ଲବଙ୍ଗ , ଗୁଜୁରାତି ଖାଇଲେ ଉପକାର ପାଇପାରିବେ । +ତେବେ ବିଧବାମାନଙ୍କ ପାଇଁ ଆମ ଧର୍ମରେ ପିଆଜ ରସୁଣ ଖାଇବା ବାରଣ କରାଯିବା ଉପରେ ବିତର୍କ ହେବା ବାଞ୍ଛନୀୟ ।