From 6043192b968b9c20e86b28219c6d343363645b23 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:38:17 +0530 Subject: [PATCH] Upload New File --- .../vikashpedia_health_odia127.txt | 47 +++++++++++++++++++ 1 file changed, 47 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia127.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia127.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia127.txt new file mode 100644 index 0000000..d5500fd --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia127.txt @@ -0,0 +1,47 @@ +ଆୟୋଡିନ୍ ଯୁକ୍ତ ଲୁଣ +ଉପକ୍ରମ +ଆୟୋଡିନ୍ ଅଭାବ ଜନିତ ଅସୁବିଧା ବର୍ତ୍ତମାନ ବିଶ୍ଵ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟରୁ ଏକ ମୁଖ୍ୟ ସମସ୍ୟା ଅଟେ । +ଏହା ବିଶ୍ଵରେ ଏକ ପ୍ରମୂଖ ଭାଗ ଜନଜାତିକୁ ପ୍ରଭାବିତ କରେ ଓ ଏହା ବହୁପୂର୍ବରୁ ମଧ୍ୟ ଆସିଅଛି । +ମିଳିଥିବା ସୂଚନା ଅନୁଯାୟୀ ୧.୫ ବିଲିୟନ ଲୋକ ସଂଖ୍ୟା ଏହି ଆୟୋଡିନ୍ ଅଭାବ ଜନିତ ସମସ୍ୟାର ବିପଦ ସଂକୁଳ ଅବସ୍ଥା ମଧ୍ୟରେ ରହିଅଛନ୍ତି । +ଆୟୋଡିନ୍ କ’ଣ ? +ଶରୀର ଆବଶ୍ୟକ କରୁଥିବା ଅତିକ୍ଷୁଦ୍ର ପୋଷାକ ତତ୍ଵ( ମାଇକ୍ରୋ ନ୍ୟୁଟିୟେଣ୍ଟ) ମାନଙ୍କ ମଧ୍ୟରୁ ଆୟୋଡିନ୍ ପ୍ରମୂଖ ଅଟେ । +ଏକ ସାଧାରଣ ମଣିଷର ବିକାଶ ଓ ବୃଦ୍ଧି ନିମନ୍ତେ ପ୍ରତିଦିନ ୧୦୦- ୧୫୦ ମାଇକ୍ରୋଗ୍ରାମ ଏହା ଆବଶ୍ୟକ କରିଥାଏ । +ବ୍ୟବହାର (ଗ୍ରହଣ) କରୁଥିବା ଖାଦ୍ୟରେ ଆୟୋଡିନ୍ ଉପୟୁକ୍ତ ମାତ୍ରାର ଅଭାବରେ ଆୟୋଡିନ୍ ଡେଫିସିଏନସି (IDDs) ହୋଇଥାଏ । +ପୁନର୍ବାର ଏହା ଥାଇରଏଡ୍ ହରମୋନ୍ସ ପାଇଁ ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ । +ଯାହାକି ଆବଶ୍ୟକ କରେ : +ଉଚିତ୍ ଶାରୀରିକ ଓ ମାନସିକ ବିକାଶ । +ଶରୀର ବୃଦ୍ଧିକାରକ ଓ ଶକ୍ତିଦାୟକ ସମସ୍ତ ରସାୟନିକ ପ୍ରକ୍ରିୟାକୁ ନିୟନ୍ତ୍ରଣ । +ଆୟୋଡିନ୍ ର ବର୍ଣ୍ଣାଳୀ +ଗଳଗଣ୍ଡ ହେଉଛି ବିରାଟ ସମସ୍ୟା ସ୍ପଷ୍ଟଭାବେ ପରିଦୃଷ୍ଟି ଏକ କ୍ଷୁଦ୍ରଅଂଶର ଆଭାସ ମାତ୍ର । +ଆୟୋଡିନ୍ ର ଅଭାବରେ ଶାରୀରିକ ଓ ମାନସିକ ଅନଗ୍ରସରତା ଦେଖାଦିଏ । +ଏହା ସବୁ ଶ୍ରେଣୀ ( ବୟସାନୁପାତିକ), ଲିଙ୍ଗ ( ଉଭୟ ପୁରୁଷ ଓ ମହିଳା), ଭିନ୍ନ ଭିନ୍ନ ସାମାଜିକ ଓ ଅର୍ଥନୈତିକ ସ୍ତରରେ ରହୁଥିବା ଲୋକଙ୍କ ପ୍ରଭାବିତ କରିଥାଏ । +ଏହାର ଫଳ ସ୍ୱରୂପ ଗର୍ଭପାତ, ମୃତଶିଶୁ ଜାତ, ମସ୍ତିଷ୍କ ବିକୃତି ଶିଶୁ, କାଳ- ମୁକ୍ତ, ବାମନ (ବାଙ୍ଗରା), ଟେରା ନିର୍ବୁଦ୍ଧିଆ, ଗଳଗଣ୍ଡ ସବୁ ବୟସରେ ସ୍ନାୟୁବିକ ବିକାର ଇତ୍ୟାଦି ଦେଖାଦିଏ । +ଆୟୋଡିନ୍ ଲୁଣର ବିକଳ୍ପ ବ୍ୟବସ୍ଥା +ଆୟୋଡିନ୍ ଲୁଣର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । +ପ୍ରତ୍ୟେକ ଖାଦ୍ୟଶସ୍ୟ ତାହାର ବୃଦ୍ଧି ସମୟରେ ମୁତ୍ତିକାରୁ ଏହା ଗ୍ରହଣ କରିଥାଏ । +ଯଦି ମାଟିରେ କମ୍ ପରିମାଣରେ ଆୟୋଡିନ୍ ରହିଥାଏ ତାହେଲେ ଏଥିରେ ବୃଦ୍ଧିପାଉଥିବା ଖାଦ୍ୟଶସ୍ୟରେ ମଧ୍ୟ କମ୍ ପରିମାଣରେ ଆୟୋଡିନ୍ ରହେ, ସେଥିପାଇଁ ଆୟୋଡିନ୍ ପାଇବାର ଏକମାତ୍ର ସୁରକ୍ଷିତ ପନ୍ଥା ହେଉଛି ପ୍ରତିଦିନ ଖାଦ୍ୟରେ ନିଶ୍ଚିତ ଭାବରେ ଆୟୋଡିନ୍ ଲୁଣର ଗ୍ରହଣ । +ବ୍ୟବହାର +କ’ଣ କରିବା ଉଚିତ୍ +ସର୍ବଦା ଆୟୋଡିନ୍ ଲୁଣକୁ ପ୍ଲାଷ୍ଟିକ, କାଚ, କାଠ ଓ ମାଟି ପାତ୍ରରେ ଘୋଡାଇ ରଖିବା ଉଚିତ୍ । +ଏହାକୁ ଅଧିକ ଦିନ ନରଖି ଯଥାଶୀଘ୍ର ବ୍ୟବହାର କରନ୍ତୁ । +ସିଧାସଲକ ( ପ୍ରତୀକ୍ଷ) ସୂର୍ଯ୍ୟକିରଣ ଓ ଗରମ ତାପମାତ୍ରା ଠାରୁ ଦୂରେଇ ରଖନ୍ତୁ । +ଆର୍ଦ୍ରତା ( ସନ୍ତସନ୍ତିଆ) ଠାରୁ ଦୂରରେ ରଖନ୍ତୁ । +ସନ୍ତସନ୍ତିଆ ହେଲେ ଏହା ଜମାଟ ବାନ୍ଧିଯାଏ ଓ ଏଥିରେ ଥିବା ଆୟୋଡିନ୍ ଗୁଣାତ୍ମକ ମାନ ହ୍ରାସ ହୋଇଥାଏ । +ସର୍ବଦା ଲୁଣ କିଣିବା ପୂର୍ବରୁ ହସୁଥିବା ସୂର୍ଯ୍ୟର ଲୋଗୋ ଦେଖି କିଣନ୍ତୁ । +କ’ଣ କରିବା ଅନୁଚିତ ? +ଆୟୋଡିନ୍ ଯୁକ୍ତ ଲୁଣ ରଖିଥିବା ପାତ୍ରକୁ ଖୋଲା ରଖନ୍ତୁ ନାହିଁ । +ମେଟାଲ୍ ପାତ୍ରରେ ଏହାକୁ ଗଚ୍ଛିତ କରି ରଖନ୍ତୁ ନାହିଁ । +ଅଧିକ ଦିନ ଧରି ରହିବା ଆୟୋଡିନ୍ ଲୁଣରେ ଆୟୋଡିନ୍ ର ଗୁଣାତ୍ମକ ମାନ ହ୍ରାସ ଘଟେ । +୬ ମାସରୁ ଅଧିକ ଦିନ ଗଚ୍ଛିତ କରି ରଖନ୍ତୁ ନାହିଁ । +ଭଲ ଭାବରେ ପବନ ଚଳାଚଳ କରୁ ନଥିବା ଓ ସନ୍ତସନ୍ତିଆ ସ୍ଥାନରେ ଏହାକୁ ଗଚ୍ଛିତ କରି ରଖନ୍ତୁ ନାହିଁ । +ଖୋଲା ପ୍ୟାକେଟ୍ ରେ ରଖନ୍ତୁ ନାହିଁ । +ଖୋଲା ବଗଡା ଲୁଣ କିଣନ୍ତୁ ନାହିଁ (ଗାଈ ଗୋରୁମାନଙ୍କ ପାଇଁ ମଧ୍ୟ) +ଆୟୋଡିନ୍ ର ମାତ୍ରା ଲୁଣରେ କେତେ ରହିବା ଦରକାର:- +ଉତ୍ପାଦନକାରୀଙ୍କ ସ୍ତର – ୩୦ ପି.ପି.ଏମ୍ ( parts per million ) ରୁ କମ୍ ନୁହେଁ ଶୁଖିଲା ଦ୍ରବ୍ୟ ଓଜନ ନୀତି ଅନୁପାୟୀ +ବଣ୍ଟନ / ବ୍ୟବହାର କରିବା ସ୍ତର – ୧୫ ପି.ପି.ଏମ୍ (( parts per million ) ରୁ କମ୍ ନୁହେଁ ଶୁଖିଲା ଦ୍ରବ୍ୟ ଓଜନ ନୀତି ଅନୁପାୟୀ +ଆୟୋଡିନ୍ ଅଭାବଜନିତ ସମସ୍ୟା ଦୂରୀକରଣର ଉପାୟ +ସବୁଠାରୁ ସହଜ ଓ ସରଲ ଉପାୟ ହେଉଛି ପ୍ରତିଦିନ ଖାଦ୍ୟରେ ଆୟୋଡିନ୍ ଯୁକ୍ତ ଲୁଣର ବ୍ୟବହାର । +ଲୁଣ କିଣିବା ସମୟରେ ଲୋଗୋ ( ହସୁଥିବା ସୂର୍ଯ୍ୟ ) ଦେଖି ଲୁଣ କିଣିବା । +ଶିଶୁକୁ ଛ’ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା । +IDD କାର୍ଯ୍ୟସୂଚୀ ବା ତାଲିକା (Agenda) କୁ ସ୍ୱାସ୍ଥ୍ୟ ବିଭାଗର ବିଭନ୍ନ ମିଳିତ ବୈଠକରେ ଧାର୍ଯ୍ୟ କରାଇବା । +ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଶିକ୍ଷୟିତ୍ରୀ/ ଶିକ୍ଷକ, ପଞ୍ଚାୟତିରାଜର ସଭ୍ୟ ଓ ସଭ୍ୟା, ସ୍ଵୟଂ ସହାୟକ ଗୋଷ୍ଠୀ ଓ ମତାମତ ପ୍ରଦାନକାରି ମାନେ କମ୍ୟୁନିଟି ମେମ୍ବର ମାନଙ୍କୁ କେବଳ ଆୟୋଡିନ୍ ଲୁଣର ବ୍ୟବହାର, ଗଚ୍ଛିତ ପ୍ରଣାଳୀ, ଚିହ୍ନଟ କରିବା ( ହସୁଥିବା ସୂର୍ଯ୍ୟ) ର ଲୋଗୋ ଓ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ବିଷୟରେ ଅବଗତ କରାଇବା । -- GitLab