diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia123.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia123.txt new file mode 100644 index 0000000000000000000000000000000000000000..e4b96bc3e848f77ed6b4fe25a40454245e9edf6c --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia123.txt @@ -0,0 +1,24 @@ +ଅଧିକ ବସି ରହିବା ବେଶ ମାରାତ୍ମକ, ହୋଇପାରେ ‘ସ୍ପଣ୍ଡିଲାଇଟିସ୍‌ +‘ସ୍ପଣ୍ଡିଲାଇଟିସ୍‌ +ଆଜିକାଲୀର ଯୁବପିଢ଼ୀ ଦୀର୍ଘ ସମୟ ଧରି ବସି ରହି କାମ କରୁଥିବା ଦେଖାଯାଉଛି । +ତେବେ ଏପରି କରିବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିପାରେ । +ଯାହାକି ବୟସ ବଢ଼ିବା ସହ ଚିନ୍ତାର କାରଣ ପାଲଟିପାରେ । +ତେଣୁ ଏଥିପାଇଁ ସତର୍କ ରୁହନ୍ତୁ । +ଆଜି ଆମେ ବସି ରହିବା ଦ୍ୱାରା ହେଉଥିବା ବଡ଼ ସମସ୍ୟା ବିଷୟରେ କଥା ହେବା । +ସମସ୍ୟାଟି ହେଉଛି ‘ସ୍ପଣ୍ଡିଲାଇଟିସ୍‌’ । +ସାଧାରଣତଃ ଏହା ୧୦ ରୁ ୭ଜଣ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । +ଏଥିରୁ ବଂଚିବା ପାଇଁ ଅତି କମରେ ୧ ଘଣ୍ଟାରେ ଥରେ ଚଲାବୁଲା କରନ୍ତୁ । +ସ୍ପଣ୍ଡିଲାଇଟିସ୍‌ କ’ଣ +ଏହା ସ୍ମାଇନାଲ କଡ଼୍‌ ସମ୍ବନ୍ଧୀୟ ଏକ ରୋଗ ଅଟେ । +ଏଥିରେ ସ୍ମାଇନାଲ କଡ଼ରେ କୁଂଚନ ଆସିଯାଇଥାଏ । +ଏହା ବେଶ କ୍ଷତିକାରକ କହିଲେ ମଧ୍ୟ ଭୁଲ ହେବ ନାହିଁ । + ଜାଣନ୍ତୁ ଏହାର ଲକ୍ଷଣ +ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଲେ, ବସି ରହିଲେ, ରାତିରେ ଶୋଇବା ସମୟରେ, ଛିଙ୍କିବା ସମୟରେ, କାଶିବା ସମୟରେ ଅଥବା ହସିବା ସମୟରେ ହଠାତ ବହୁତ ଅଣ୍ଟାବ୍ୟଥା ହେବା ଏହାର ଲକ୍ଷଣ । +ରାତିରେ ଶୋଇ ସକାଳେ ଉଠିବା ସମୟରେ ପ୍ରାୟତଃ ବେକରେ ଯନ୍ତ୍ରଣା ଅନୁଭବ କରିବା । +ପରେ ବେକକୁ ବୁଲାଇବା ଅଥବା ନୁଆଁଇବାରେ ଅସୁବିଧା ପରିଲକ୍ଷିତ ହେବା ଏହାର ଲକ୍ଷଣ । +ବେକର ପଛଭାଗ ଦରଜ ଲାଗିବା ଅଥବା ମୁଣ୍ଡର ପଛ ଭାଗରେ ଯନ୍ତ୍ରଣା । +ଦୀର୍ଘ ସମୟ ପର୍ୟ୍ୟନ୍ତ ମାଂସପେଶୀ ଘୋଳାବିନ୍ଧା ହେବା । +ଏପରିକି ସ୍ମାଇନାଲ କଡ଼୍‌ରେ ଦରଜ ରହିବା ଏବଂ ଯନ୍ତ୍ରଣା ଅନୁଭବ କରିବା । +ଚାଲିବା ଅଥବା ଦୌଡ଼ିବାରେ ଅସୁବିଧା ପରିଲକ୍ଷିତ ହେବା । +ଲଗାତାର ଭାବେ ହାତ-ଗୋଡ଼ ଏବଂ ହାଡ଼ ଆଦି ସ୍ଥାନ ଝିମଝିମ ହୋଇଯିବା ଏହାର ଲକ୍ଷଣ । +ଗୋଟିଏ ଅଥବା ଦୁଇଟି ହାତ ଗୋଦରା ହୋଇଯିବା ଅଥବା ଏହା ବେଶ କମଜୋର ହୋଇଯିବା ଏହାର ଲକ୍ଷଣ ।