From 62e8651df43ca5c1cff5562ca0e4221ae255b764 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:34:57 +0530 Subject: [PATCH] Upload New File --- .../vikashpedia_health_odia110.txt | 58 +++++++++++++++++++ 1 file changed, 58 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia110.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia110.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia110.txt new file mode 100644 index 0000000..2c7f47e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia110.txt @@ -0,0 +1,58 @@ +ଖରାଦିନର ଅସୁସ୍ଥତା +ଉପକ୍ରମ +ଖରାଦିନ ଆରମ୍ଭ ହେବାମାତ୍ରେ ଶରୀରରେ ଏକାଧିକ ପରିବର୍ତନ ଦେଖିବାକୁ ମିଳିଥାଏ । +ପ୍ରବଳ ଗରମ ଏବଂ ଖରାରେ ଜୀବନ ଅସ୍ତବ୍ୟସ୍ତ ହୋଇପଡେ । +ଏହି ସମୟରେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିଥାଏ । +ଜାଣନ୍ତୁ, ଏହି ଋତୁରେ କେଉଁକେଉଁ ରୋଗ ଆକ୍ରମଣ କରିବାର ଆଶଙ୍କା ରହିଛି ଏବଂ ଏଥିରୁ କିପରି ସୁରକ୍ଷା ପାଇପାରିବେ । +ମିଳିମିଳା +ଏହା ଏକ ସାଧାରଣ ସଂକ୍ରମଣଜନିତ ରୋଗ । +ଏହାର ପ୍ରଭାବ ସଂକ୍ରମଣ ହେବାର ବହୁଦିନ ପରେ ଦେଖାଯାଏ । +ପାରାମିକ୍ସୋ ଭୂତାଣୁ ଯୋଗୁ ଏହି ରୋଗ ବ୍ୟାପେ । +ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍ ହୋଇଥିବା ବେଳେ ଏହି ଭୂତାଣୁ ଆକ୍ରମଣ କରିଥାଏ । +ଏପରି ସ୍ଥିତିରେ ହାଲିଆ ଲାଗିବା, ଦେହହାତ ବିନ୍ଧିବା, ଚିଡିଚିଡା ଲାଗିବା ପରି ଅନୁଭବ ହୁଏ । +ଏହା ସହିତ ଶରୀରରେ ଲାଲ୍ ରଙ୍ଗର ଚକାଚକା ହୋଇ ଫଳିଯାଏ ଏବଂ ପ୍ରବଳ ଜ୍ଵର ହୁଏ । +ଆଖି ଲାଲ ପଡିଯିବା ସହ ପେଜୁଆ ଦେଖାଯାଏ ଏବଂ ଆଖିରୁ ପାଣି ବାହାରେ ଫୁଲିଯାଏ । +ଏହି ରୋଗରୁ ସୁରକ୍ଷା ପାଇବା ଲାଗି ପ୍ରତିଦିନ ସଜପାଣିରେ ଗାଧୋଇବା ଉଚିତ । +ପ୍ରତିଦିନ ପୋଷାକ ବଦଳିବା ସହ ଢିଲା, ଧଳାରଙ୍ଗର ସୂତା ପୋଷାକ ପିନ୍ଧିବା ଦରକାର । +ମିଳିମିଳା ପାଇଁ ପିଲାମାନଙ୍କୁ ପ୍ରତିଷେଧକ ଟିକା ଲଗାଯାଇଥାଏ । +ଜଣ୍ଡିସ୍ +ଏହା ପ୍ରଥମେ ଯକୃତ ଏବଂ ତା’ପରେ ଶରୀର ସାରା ବ୍ୟାପିଥାଏ । +ଆଖିର ଧଳାଅଂଶ ଏବଂ ନଖ ସହିତ ପରିସ୍ରା ହଳଦିଆ ଦେଖାଯିବା, ଦୁର୍ବଳ ଅନୁଭବ ହେବା, ବାନ୍ତି ଲାଗିବା, ମୁଣ୍ଡ ବ୍ୟଥା, ଭୋକ କମିଯିବା ଆଦି ଏହାର କେତେକ ସାଧାରଣ ଲକ୍ଷଣ । +ଅନେକ ସମୟରେ ବାନ୍ତି ହୋଇଯାଏ, ପତଳା ଝାଡା ହୁଏ, ପିଟ ଫୁଲିଯାଏ ଏବଂ ମାଲା ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ହୋଇଥାଏ । +ନାଡିର ଗତି ଧୀର ହୋଇଯାଏ । +ନିଦ ହୁଏନି ଏବଂ ରୋଗ ବେଶୀଦିନର ହୋଇଗଲେ ଶରୀର ଭୟଙ୍କର ଭାବେ କୁଣ୍ଡାଇ ହୁଏ । +ଏହାର ପ୍ରତିଷେଧକ ଭାବେ ସିଝାପଣି ବା ଜୀବାଣୁମୁକ୍ତ ପାଣି ପିଇବା ଜରୁରୀ । +ପାଣି ଯେପରି ପ୍ରଦୂଷିତ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । +ଜଣ୍ଡିସ୍ ଆକ୍ରାନ୍ତ ବ୍ୟକ୍ତି ବେଶୀ ଚଲାବୁଲା କଲେ ଏହି ଭୂତାଣୁ ଯକୃତକୁ ବେଶୀ ପ୍ରଭାବିତ କରିଥାଏ । +ତେଣୁ ଚଲାବୁଲା ଯେତେ କମ୍ କରିବେ ଭଲ । +ଏହି ରୋଗରେ ଯକୃତ କୋଷରେ ଗଳାଇକୋଜେନ୍ ତଥା ରକ୍ତରେ ପ୍ରୋଟିନ ପରିମାଣ କମିଯାଏ । +ତେଣୁ ହାଲକା ପ୍ରୋଟିନଯୁକ୍ତ ଖାଦ୍ୟ, ସର ନଥିବା କ୍ଷୀର କିମ୍ବା ପ୍ରୋଟିନେକ୍ସ, କାର୍ବୋହାଇଡ୍ରେଟସ୍ ଅଧିକ ଥିବା ଖାଦ୍ୟ ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଦିଆଯିବା ଉଚିତ । +ହାଡଫୁଟି +ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ହୋଇପାରେ । +ଏହା ଭଲ ହେବାକୁ ୧୦-୧୫ ଦିନ ଲାଗିଯାଏ । +କିନ୍ତୁ ଏଥିରେ ମୁହଁରେ ଯେପରି ଦାଗ ସୃଷ୍ଟି ହୁଏ ତାହା ଭଲ ହେବା ଲାଗି ୫-୬ ମାସ ପର୍ଯ୍ୟନ୍ତ ଲାଗିପାରେ । +ଏହି ରୋଗର ତୁରନ୍ତ ଉପଚାର କରାନଗଲେ ରୋଗୀର ମୃତ୍ୟୁ ହେବ ମଧ୍ୟ ଅସମ୍ଭବ ନୁହେଁ । +ଭାରିସେଲା ଜୋଷ୍ଟର ଭୂତାଣୁ କାରଣରୁ ଏହି ରୋଗ ହୋଇଥାଏ । +ସମଗ୍ର ଶରୀରରେ ଲାଲ୍ ଫୋଟକା ଭଳି ହୋଇ ଫଳିଯିବା ସହିତ କୁଣ୍ଡାଇ ହୁଏ । +ଏହା ଫାଟିଗଲେ ଆହୁରି ଯନ୍ତ୍ରଣା ଦିଏ । +ଜ୍ଵର, ଦେହହାତ ବିନ୍ଧିବା, ବାନ୍ତିହେବା ପରି ଲକ୍ଷଣ ବି ଦେଖାଯାଏ । +ଏଥିରୁ ସୁରକ୍ଷା ଲାଗି ଖାଦ୍ୟପେୟର ଧ୍ୟାନ ରଖିବା ସବୁଠାରୁ ଜରୁରୀ । +ଖୋଲା ରଖାଯାଇଥିବା ଖାଦ୍ୟ ଆଦୌ ଖାଆନ୍ତୁନାହିଁ । +ରୋଗୀଠାରୁ ଦୂରେଇ ରହିବା ଉଚିତ୍ । +ନଚେତ ଏହା ବ୍ୟାପିବ । +ଅଧିକ ଖରାପ ଲାଗିବା ପୂର୍ବରୁ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ । +ଗାଲୁଆ +ଏହା ଏକ ସଂକ୍ରାମକ ରୋଗ ଏବଂ ଶରୀରର ଭିନ୍ନଭିନ୍ନ ଭାଗକୁ ପ୍ରଭାବିତ କରିପାରେ । +ପ୍ରାୟତଃ ଗାଲ ତଳେ ମାଢି ପାଖରେ ଥିବା ପ୍ୟାରୋଟିଡଗ୍ରନ୍ଥିରେ ସଂକ୍ରମଣ ହୋଇ ଏହା ଆକ୍ରାନ୍ତ କରେ । +ଏହି ଗ୍ରନ୍ଥି ଲାଳ ସୃଷ୍ଟି କରିଥାଏ । +ସଂକ୍ରମଣ ଯୋଗୁ ଏଥିରେ ଫୁଲା ହୁଏ ଯାହାର ଲକ୍ଷଣ ପ୍ରାୟ ୧୫-୨୦ ବିଳମ୍ବରେ ଦେଖାଯାଏ । +ଗାଲୁଆର ଅଧିକାଂଶ ଲକ୍ଷଣ ଟନସିଲ୍ ସହିତ ମିଶିଯାଉଥିବାରୁ ଅନେକ ଏ ଦୁଇଟି ମଧ୍ୟରେ ପାର୍ଥକ୍ୟ ବାରିପାରନ୍ତି ନାହିଁ । +ଜ୍ଵର, ମୁଣ୍ଡବ୍ୟଥା, ଭୋକ ନହେବା, ଦୁର୍ବଳତା, ଖାଦ୍ୟ ଚୋବାଇବା ଏବଂ ଗିଳିବାରେ ଯନ୍ତ୍ରଣା, ଗାଲ ଫୁଲିବା ଆଦି ଉଭୟ ଗାଲୁଆ ଏବଂ ଟନସିଲ୍ ର ଲକ୍ଷଣ । +ଏହି ରୋଗରେ ଗରମ ପାଣି ଗଳଗଳ କରିବା, ଅମ୍ଳୀୟ ପଦାର୍ଥ ତଥା ଫଳରସ ସେବନ କରିବା ଏବଂ ପ୍ରଚୁର ପାଣି ପିଇବା ଲାଗି ପରାମର୍ଶ ଦିଆଯାଏ । +ହିଟ୍ ଷ୍ଟୋକ +ଏଥିରେ ପୀଡ଼ିତାଙ୍କ ଶରୀରର ତାପମାତ୍ରା ଅତ୍ୟଧିକ ଖରା ତଥା ଗରମ ଯୋଗୁ ବଢିଚାଲେ । +ତେବେ ହିଟ୍ ଷ୍ଟୋକର ଆଉ କେତେକ କାରଣ ହେଉଛି- ଡିହାଇଡ୍ରେସନ, ଥାଇରଏଡ ଅସନ୍ତୁଳନ, ଶରୀରରେ ରକ୍ତଶର୍କରା କମିବା, ମଦପାନ, ଉଚ୍ଚ ରକ୍ତଚାପ କିମ୍ବା ଅବସାଦ ପରି ରୋଗର ଉପଚାରରେ ବ୍ୟବହୃତ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଆଦି । +ଏଥିରୁ ସୁରକ୍ଷା ପାଇଁ ଟାଣ ଖରାରେ ବାହାରନ୍ତୁ ନାହିଁ । +ଆବଶ୍ୟକ ହେଲେ ଛତା, ଟୋପି ତଥା ସନଗ୍ଲାସ ପିନ୍ଧି ଯାଆନ୍ତୁ । +ଡିହାଇଡ୍ରେସନ ନହେବା ଲାଗି ପ୍ରଚୁର ପାଣି ପିଅନ୍ତୁ । + -- GitLab