diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia152.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia152.txt new file mode 100644 index 0000000000000000000000000000000000000000..14b6a36c211f38a7cfddf921415ca800dd0870ad --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia152.txt @@ -0,0 +1,60 @@ +ଡାଇବେଟିସର ପ୍ରାଥମିକ ଲକ୍ଷଣ +ବ୍ରଣ ଓ ଦାଗ +ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି । +ବିଶେଷଜ୍ଞଙ୍କ ମତରେ ବହୁ ପୁର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ । +ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ । +ଥକ୍କା ଅନୁଭବ ହେବା +ଥକ୍କା ଲାଗୁଛି କି! ଶୋଇ ଉଠିବା ପରେ ବି ନିନ୍ଦ ଆସୁଛି । +ଏପରି ହେଉଥଲେ, ରକ୍ତରେ ଶୁଗାର ସ୍ତର ବଢ଼ିଥାଇପାରେ । +ଯାହା ଡାଇବେଟିସ୍ ହେବାର ପ୍ରାଥମିକ ଲକ୍ଷଣ । +ବାରମ୍ବାର ପରିସ୍ରା ଲାଗିବା +ଶରୀରରୁ ସୁଗାର ଅଂଶ ପରିସ୍ରା ଦେଇ ବାହାରିଲେ , ବାରମ୍ବାର ପରିସ୍ରା ଲାଗେ । +ପରିସ୍ରା ଦେଇ ସୁଗାର ବାହାରିବା , ଡାଇବେଟିସ ହେବାର ଏକ ପ୍ରାଥମିକ ଲକ୍ଷଣ । +ଏଣୁ ବାରମ୍ବାର ପରିସ୍ରା ଲାଗୁଥିଲେ ଡାଇବେଟିସ ଚେକଅପ କରନ୍ତୁ । +ବାରମ୍ବାର ଶୋଷ ଲାଗିବା +ଡାଇବେଟିସ ଯୋଗୁଁ ବାରମ୍ବାର ପରିସ୍ରା ହୋଇଥାଏ । +ପରିସ୍ରାରେ ଶରୀରରୁ ପାଣି ଓ ସୁଗାର ବାହାରିଯାଇଥାଏ । +ଏଥିପାଇଁ ବାରମ୍ବାର ଶୋଷ ଲାଗିଥାଏ । +ଏଣୁ ଏପରି ଲକ୍ଷଣ ଦେଖାଯାଉଥିଲେ ଡାଇବେଟିସ ପରୀକ୍ଷା କରିବା ଜରୁରୀ । +ଆଖି ଦୁର୍ବଳ ହେବା +ଡାଇବେଟିସ୍ ହୋଇଥିଲେ ଆଖିର ରେଟିନା ଉପରେ ପ୍ରଭାବ ପଡ଼ିଥାଏ । +ଏହାଦ୍ଵାରା ଦିନକୁ ଦିନ ଆଖି ଦୁର୍ବଳ ହୋଇଯାଏ ଓ ଦୃଷ୍ଟିଶକ୍ତି ହ୍ରାସ ପାଏ । +ଯଦି ଆଖିକୁ ଝାପ୍ସା ଦେଖାଯାଏ, ତାହାଲେ ଡାଇବେଟିସ୍ ପରୀକ୍ଷା କରିବା ଏକାନ୍ତ ଆବଶ୍ୟକ । +ନଚେତ୍ ଡାଇବେଟିସ୍‌ର ମାତ୍ରା ବୃଦ୍ଧି ପାଇ ଦୃଷ୍ଟିଶକ୍ତି ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଥାଏ । +ଓଜନ କମିଯିବା +ଡାଇଟ କିମ୍ବା ଏକ୍ସଅରସାଇଜରେ ଓଜନ କମିବା ଅଲଗା କଥା । +ହେଲେ ଅଚାନକ ଓଜନ କମୁଥିଲେ ଜାଣିବେ ଏହା ଡାଇବେଟିସର ପ୍ରାଥମିକ କାରଣ । +ଏଣୁ ଏପରି କିଛି କାରଣ ନଥାଇ ଓଜନ ତୀବ୍ର ବେଗରେ ହ୍ରାସ ପାଉଥିଲେ ଡାଇବେଟିସ ପରୀକ୍ଷା କରନ୍ତୁ । +ଭୋକ ଅଧିକ ଲାଗୁଥିଲେ +ଅଚାନକ ଭୋକ ବଢ଼ିଗଲେ, ବାରମ୍ବାର ଖାଇବାକୁ ମନ ହେଲେ, ଖାଇବାର କିଛି ସମୟ ପରେ ଭୋକ ହେଉଥଲେ, ଜାଣିବେ ଏହା ଡାଇବେଟିସ୍‌ର ପ୍ରାଥମିକ ଲକ୍ଷଣ । +ଏଣୁ ଏପରି ସମସ୍ୟା ଦେଖାଗଲେ ବିଳମ୍ବ ନ କରି ଡାଇବେଟିସ୍ ପରୀକ୍ଷା କରନ୍ତୁ । +କ୍ଷତ, ନ ଶୁଖୁବା +ଶରୀରରେ କ୍ଷତ କିମ୍ବା ଘାଆ ସହଜରେ ଶୁଖେ ନାହିଁ । +ଏଥିପାଇଁ ଛୋଟମୋଟ କ୍ଷତ କିମ୍ବା ଘାଁ ଶୁଖିବା ପାଇଁ ବହୁତ ସମୟ ଲାଗିଥାଏ । +ଏଣୁ ଶରୀରରେ ଏପରି ସମସ୍ୟା ଦେଖାଦେଉଥଲେ,ଡାଇବେଟିସ୍ ପରୀକ୍ଷା ନିଶ୍ଚୟ କରନ୍ତୁ । + ରୋଗ ଲାଗି ରହିବା +ଡାଇବେଟିସ୍ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । +ଫଳରେ ଶରୀର ରୋଗକୁ ପ୍ରତିରୋଧ କରିପାରେ ନାହିଁ । +ଏଥି ପାଇଁ ସର୍ବଦା ଅସୁସ୍ଥତା ଲାଗିରହେ । + ଯଦି ଏପରି ହେଉଥାଏ , ତେବେ ଡାଇବେଟିସ ପରୀକ୍ଷା କରାନ୍ତୁ +ହାତ ଓ ଗୋଡ଼ ପୋଡ଼ିବା +ହାତ ପାପୁଲି ଅବା ଗୋଡ଼ର ପାଦରେ ଯଦି ପୋଡ଼ାଜଳା ହୁଏ କିମ୍ବା ପିମ୍ପୁଡ଼ି କାମୁଡ଼ି ପକାଇଲା ଭଳି ଲାଗେ, ଜାଣିବେ ଯେ ଏହା ଡାଇବେଟିସ୍‌ର ପ୍ରାଥମିକ ଲକ୍ଷଣ । +ଏପରି ହେଉଥଲେ । +ଏହାକୁ ସାମାନ୍ୟ ମନେ ନକରି ଡାଇବେଟିସ୍ ପରୀକ୍ଷା କରନ୍ତୁ । +କାନକୁ କମ୍ ଶୁଭିବା +ଡାଇବେଟିସ୍ ହୋଇଥିଲେ କାନକୁ କମ୍ ଶୁଭେ । +କାରଣ ଏହାର ପ୍ରଭାବରେ କାନ ଭିତର କୋଷ ଖରାପ ହୋଇଯାଏ । +ଫଳରେ ଶୁଣିବା କ୍ଷମତା ହ୍ରାସ ପାଏ । +ଏଣୁ ବ୍ୟକ୍ତି ଭଲ ଭାବରେ ଶୁଣିପାରେ ନାହିଁ । +ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ । +ତ୍ଵଚା ଅସୁସ୍ଥ ହେବା +ବିଶେଷ କରି ବେକର ପଛ ଭାଗ, କହୁଣୀ ଓ ଆଶୁ କଳା ପଡ଼ିଯାଏ । +ରକ୍ତରେ ଶୁଗାର ସ୍ତର ବଢ଼ିଲେ, ଏହି ସମସ୍ୟା ଦେଖାଯାଏ । +ଏହା ମଧ୍ୟ ଡାଇବେଟିସ୍‌ର ଏକ ଲକ୍ଷଣ । +ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ । +ବ୍ରଣ ଓ ଦାଗ +ରକ୍ତରେ ଶୁଗାର ସ୍ତର ବଢ଼ିଲେ ମୁହଁରେ ବ୍ରଣ ଓ ଦାଗ ହୋଇଥାଏ । +ଏହା ଆଦୌ କମେ ନାହିଁ । +ଏଣୁ ଏପରି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । +କାରଣ ଡାଇବେଟିସ୍‌ର ଏହା ଏକ ଲକ୍ଷଣ । +ଏଣୁ ଏହି ସମୟରେ ଡାଇବେଟିସ୍ ପରୀକ୍ଷା କରିବା ଦରକାର ।