diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia74.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia74.txt new file mode 100644 index 0000000000000000000000000000000000000000..c89635a2d73142615bc35945788c341e6c149781 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia74.txt @@ -0,0 +1,30 @@ +ବାଡ଼ିରେ ଥିବା ଗଛଲତାର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ +ଗଛଲତାର ଔଷଧୀୟ ଗୁଣ +ଆମ ବାଡ଼ିରେ ଏମିତି ଅନେକ ଅଜଣା ଗଛଲତା ଥାଏ ଯାହା ବିଷୟରେ ଆମେ ବେଶୀ କିଛି ଜାଣିନଥାଉ । +କିନ୍ତୁ ବାଡ଼ିରେ ଥିବା ଗଛଲତାରେ ଥାଏ ଅନେକ ଔଷଧୀୟ ଗୁଣ । +ଆମ ବାଡିବଗିଚା ଓ ହାତପାଆନ୍ତାରେ ଥିବା ଅନେକ ବୃକ୍ଷଳତାର ଔଷଧୀୟ ଗୁଣ ରହିଛି । +ସେ ସମ୍ପର୍କରେ ଜାଣି ତାକୁ ଆମେ ନିତିଦନିଆ ଜୀବନରେ ବ୍ୟବହାର କରିପାରିଲେ ବହୁ ଉପକାର ମିଳିଥାଏ । +ଗଛ +କଦଳୀ – ଦୈନିକ ଦୁଇଟି ଲେଖାଏଁ ପାଚିଲା କଦଳୀ ସେବନ କାଲେ ଶରୀରରେ ଲୋହିତ ରକ୍ତ କଣିକା ବା ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ । +ଏହାଛଡା ପେଟ ଭିତରେ ସାହାଯ୍ୟକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । +ଖାଦ୍ୟ ନଳୀରେ ଘା କିମ୍ବା ଗ୍ୟାସ ହୋଇଥିଲେ ଦୈନିକ ପାଚିଲା କଦଳୀ ସେବନ କାଲେ ତାହା ଦୂର ହୋଇଥାଏ । +ଯକ୍ଷ୍ମା ରୋଗରେ ଦୈନିକ ସକାଳେ ଖାଲିପେଟରେ ଅଧାଚାମଚ ଲେଖାଏଁ କଦଳୀ ରସ ସେବନ କାଲେ ଆରୋଗ୍ୟ ମିଳିଥାଏ । +ମଞ୍ଜୁଆତି – ମଞ୍ଜୁଆତି ପତ୍ରକୁ ସିଝାଇ ସେହି ପାଣିକୁ କୁଳି କଲେ ମାଢି ମଜବୁତ ହୋଇ ପାୟୋରିଆ ରୋଗ ଦୂର ହୋଇଥାଏ । +ମଞ୍ଜୁଆତି ପତ୍ରକୁ ଖରାରେ ଶୁଖାଇ ଚୂର୍ଣ୍ଣ କାରୀ ୨୫୦ ଗ୍ରାମରେ ରାଶିତେଲ ୨୫୦ ଗ୍ରାମ ମିଶାଇ ଦୈନିକ ମୁଣ୍ଡରେ ଲଗାଇଲେ, କେସ ଝଡା ବନ୍ଦ ହୋଇ କେଶର ସୌନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ । +ଶୁଖିଲା ମଞ୍ଜୁଆତି ପତ୍ର ୧୫ଟି ନେଇ ଏକ ପାତ୍ରରେ ଗୋଟିଏ ରାତି ଭେଦାଇ ତହିଁ ପରିଦୀନ ସକାଳୁ ଛାଣି ପିଇଲେ ଜଣ୍ଡିସ ବା କାମଳରୋଗ ଦୂର ହୋଇଥାଏ । +ଆହୁରି ମଧ୍ୟ ଅତ୍ୟଧିକ କାମଳ ରୋଗ ଆକ୍ରାନ୍ତ ହୋଇଥିଲେ, ମଞ୍ଜୁଆତି ଗଛର ଚେର ଏବଂ ଅରୁଆ ଚାଉଳ ପାଣିରେ ଭେଦାଇ ତା’ର ଚକଟା ଅଂଶକୁ ମିଶାଇ ଦିନକୁ ୨ ଥର ଚାମଚେ ଲେଖାଏଁ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇଥାଏ । +ଅରଖ – ସାପ କାମୁଡିଥିଲେ ଧଳା ଅରଖ ଗାଛର ମୂଳକୁ ଛେଚି ପାଣି ସହ ସେବନ କାଲେ ସାପ ବିଷ ନଷ୍ଟ ହୋଇଥାଏ । +ସେହିପରି ଦଂଶନର କ୍ଷତ ଜାଗାରେ ଅରଖ ଗଛର କ୍ଷୀର ବୋଲିଲେ ବିଷ ନଷ୍ଟ ହୋଇଥାଏ । +ଯଦି ଏହି ସମୟରେ ରୋଗିର ଚେତା ନଥାଏ, ତେବେ ଅରଖ ପତ୍ରର ରସକୁ ନାକରେ ୩/୪ ବୁନ୍ଦା ପକାଇଲେ ତା’ର ଚେତା ଫେରିଆସିବ । +ଯଦି ବିଲେଇ କିମ୍ବା କୁକୁଡ଼ା କାମୁଡିଥାଏ ତେବେ ଅରଖ କ୍ଷୀର ଲଗାଇ ଗରମ ସେକ ଦେଲେ ଉପସମ ମିଳିଥାଏ । +କାଗେଜି ଲେମ୍ବୁ – କାଗେଜି ଲେମ୍ବୁ, ଲୁଣ, ଚିନି, ପାଣି ମିଶାଇ ପିଇଲେ ଶରୀର ନିରୋଗ ରହିଥାଏ । +ପାକସ୍ଥଳୀରେ ଅନ୍ୟ ରୋଗ ସୃଷ୍ଟି ହୋଇପାରେ ନାହିଁ । +ଲେମ୍ବୁ ରସ ନକାରାତ୍ମକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଇଥାଏ । +ଆଣ୍ଠୁଗଣ୍ଠି ବାତ ରୋଗରେ ମଧ୍ୟ ଲେମ୍ବୁ ରସ ସେବନରେ ଉପକାର ମିଳିଥାଏ । +ଲେମ୍ବୁରେ ଭିଟାମିନ୍ ଗ ଓ ପୋଟାସିୟମ ସାଇଟ୍ରେଟ ଥାଏ । +ତେନ୍ତୁଳି – ତେନ୍ତୁଳି ମଞ୍ଜିକୁ ଗୁଣ୍ଡା କରି ଚାମଚେ ଗୁଣ୍ଡ ସହ ଏକ ଗ୍ଳାସ କ୍ଷୀରରେ ମିଶାଇ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । +ସେହିପରି ଅର୍ଶ କିମ୍ବା ମଳ କଣ୍ଟକରୁ ରକ୍ତ ନିର୍ଗତ ହେଉଥିଲେ, ତାହା ଭଲ ହୋଇଥାଏ । +ଜ୍ଵର ହୋଇଥିଲେ, ତେନ୍ତୁଳିରୁ ମଞ୍ଜି ବାହାର କରି ୧୦୦ ଗ୍ରାମ ତେନ୍ତୁଳିକୁ ବାଟି ରସୁଣ, ଗୋଲମରିଚ ଓ ଗୁଡ ସହ ମିଶାଇ ପିଇଲେ, ଜ୍ଵରରୁ ଉପଶମ ମିଳିଥାଏ । +ତେନ୍ତୁଳିରେ ଲୌହ, ରିବୋଫ୍ଲାବିନ ଓ କ୍ୟାଲସିୟମ ବହୁଳ ଭାବରେ ରହିଥାଏ । +ମେଥି – ମେଥି ଶାଗ ଯକୃତ ପାଇଁ ମହୌଷଧି । +ଦୈନିକ ମେଥି ଗୁଣ୍ଡା ୧/୪ ଚାମଚ ସେବନ କାଲେ ଅଗ୍ନିମାନ୍ଦ୍ୟ ଦୂର ହୋଇଥାଏ ।