diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia161.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia161.txt new file mode 100644 index 0000000000000000000000000000000000000000..a806cee5a853ad69ae04c7de7b45228535247def --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia161.txt @@ -0,0 +1,35 @@ +ପ୍ରତିରୋଧୀକରଣ +ଉପକ୍ରମ +ପ୍ରତିବର୍ଷ ପ୍ରାୟ ୧୭ ଲକ୍ଷ ଶିଶୁ ବିଭିନ୍ନ ରୋଗରେ ମରନ୍ତି । +ସହଜରେ ମିଳୁଥିବା ଟିକା ସାହାଯ୍ୟରେ ଏହି ରୋଗଗୁଡିକର ପ୍ରତିରୋଧ କରିହେବ । +ଶିଶୁମାନଙ୍କୁ ପ୍ରତିରୋଧୀ କରିଦେଲେ ସେମାନେ ମୃତ୍ୟୁ ବା ଅକ୍ଷମତା ଆନୁଥିବା ଅନେକ ଗୁରୁତର ରୋଗରୁ ରକ୍ଷା ପାଇପାରିବେ । +ଏହି ସୁରକ୍ଷା ପାଇବା ସବୁ ପିଲାଙ୍କର ଅଧିକାର । +ପ୍ରତିଟି ଝିଅ ଓ ପୁଅଙ୍କୁ ପ୍ରତିରୋଧକ୍ଷମ କରାଇବା ଦରକାର । +ନିଜକୁ ଓ ସେମାନଙ୍କର ଶିଶୁମାନଙ୍କୁ ଧନୁଷ୍ଟଙ୍କାର ରୋଗରୁ ମୁକ୍ତ ରଖିବା ପାଇଁ ଗର୍ଭବତୀ ମହିଳାମାନଙ୍କୁ ଏହି ରୋଗ ପାଇଁ ପ୍ରତିରୋଧକ୍ଷମ କରିବା ଜରୁରୀ । +ଶିଶୁର କାହିଁକି , କେବେ , କେଉଁଠି ଓ କେତେଥର ପ୍ରତିରୋଧିକରଣ କରାଯିବା ଦରକାର ତାହା ସବୁ ବାପାମା’ ଜାଣିବା ଉଚିତ । +ସବୁ ବାପାମା’ ଏହା ମଧ୍ୟ ଜାଣିବା ଉଚିତ ଯେ ପିଲା ଅସୁସ୍ଥ ଥିଲେ , ତା’ର କିଛି ଅକ୍ଷମତା ରହିଥିଲେ ବା ସେ ମନ୍ଦପୁଷ୍ଟ ହୋଇଥିଲେ ବି ତା’ର ଟିକା ନେବାରେ କୌଣସି ବିପଦ ନାହିଁ । +ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର +ପ୍ରତିରୋଧୀକରଣ ଅତି ଜରୁରୀ । + ଜୀବନର ପ୍ରଥମ ବର୍ଷରେ ପ୍ରତି ପିଲା ପାଇଁ କେତେକ ପ୍ରତିରୋଧକାରୀ ଟିକା ଦରକାର +ପ୍ରତିରୋଧୀକରଣ କେତେକ ବିପଦଜନକ ରୋଗରୁ ସୁରକ୍ଷା ଦିଏ । +ପ୍ରତିରୋଧୀ କରାଯାଇ ନଥିବା ଶିଶୁର ରୋଗରେ ପଡିବାର , ସବୁଦିନ ପାଇଁ ଅକ୍ଷମ ବା ମନ୍ଦପୁଷ୍ଟ ହେବାର ଏବଂ ମୃତ୍ୟୁ ହେବାର ସମ୍ଭାବନା ଅଧିକ । +ସାଧାରଣ ଅସୁସ୍ଥତା , ଅକ୍ଷମତା ବା ମନ୍ଦପୁଷ୍ଟ ଥିଲେ ମଧ୍ୟ ଯେକୌଣସି ପିଲାର ପ୍ରତିରୋଧୀକରଣ କରାଯାଇ ପାରିବ । +ସବୁ ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ରୋଗ ପ୍ରତିରୋଧୀ କରାଯିବା ଉଚିତ ଆଗରୁ ପ୍ରତିରୋଧୀ ହୋଇଥିଲେ ମଧ୍ୟ ତାଙ୍କର ଅତିରିକ୍ତ ଧନୁଷ୍ଟଙ୍କାର ଆବିଷ ଟିକା ଦରକାର ହୋଇପାରେ । +ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରନ୍ତୁ । +ପ୍ରତିରୋଧୀ କରାଯାଉଥିବା ପ୍ରତି ଲୋକ ପାଇଁ ନୂଆ ବା ବିଶୋଧିତ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରିବା ଜରୁରୀ । +ଲୋକମାନେ ଏହା ଦାବି କରିବା ଦରକାର । +ଗୋଟିଏ ଜାଗାରେ ଅତ୍ୟଧିକ ଲୋକ ରହୁଥିଲେ ରୋଗ ଶୀଘ୍ର ବ୍ୟାପିପାରେ । +ଗହଳି ଅବସ୍ଥାରେ , ବିଶେଷ କରି ଶରଣାର୍ଥୀ ଶିବିରରେ ବା ବିପର୍ଯ୍ୟୟ ପରିସ୍ଥିତିରେ , ରହୁଥିବା ପିଲାଙ୍କର ପ୍ରତିରୋଧୀକରଣ ଅତି ଜରୁରୀ । +ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର । +ପ୍ରତିରୋଧୀକରଣ ଅତି ଜରୁରୀ +ଜୀବନର ପ୍ରଥମ ବର୍ଷରେ ପ୍ରତି ପିଲା ପାଇଁ କେତେକ ପ୍ରତିରୋଧୀକାରୀ ଟିକା ଦରକାର +ଜୀବନର ପ୍ରଥମ ଅବସ୍ଥାରେ ହିଁ ପିଲାମାନଙ୍କୁ ପ୍ରତିରୋଧକ୍ଷମ କରାଇବା ଜରୁରୀ । +ଲହରାକାଶରେ ମାରୁଥିବା ପିଲାଙ୍କ ଭିତରୁ ଅଧା , ପୋଲିଓରେ ମରୁଥିବା ପିଲାଙ୍କର ଏକତୃତୀୟାଂଶ ଏବଂ ମିଳିମିଳା ମୃତ୍ୟୁର ଚଉଠେ ଏକ ବର୍ଷରୁ କମ୍ ବୟସର ପିଲା ହୋଇଥା’ନ୍ତି । +ଶିଶୁମାନେ ପୂରା ସଂଖ୍ୟାରେ ଟିକା ନେବା ଜରୁରୀ , ନହେଲେ ତାଙ୍କର ପ୍ରତିରୋଧୀକରଣ କାମ ଦେଇନପାରେ । +ଜୀବନର ପ୍ରଥମ ବର୍ଷରେ ଶିଶୁକୁ ସୁରକ୍ଷା ଯୋଗାଇବା ପାଇଁ ତଳ ସାରଣୀ ଅନୁସାରେ ଟିକା ଦେବା ଜରୁରୀ । +ସାରଣୀରେ ନିର୍ଦ୍ଧିଷ୍ଟ କରାଯାଇଥିବା ବୟସରେ ବା ତା’ର ଅଳ୍ପ ଦିନ ଭିତରେ ଦିଆଗଲେ ଟିକାଗୁଡିକ ସର୍ବାଧିକ ଫଳପ୍ରଦ ହୁଏ । +ଯଦି କୌଣସି କାରଣରୁ ପିଲା ପ୍ରଥମ ବର୍ଷରେ ତା’ର ଟିକା କ୍ରମ ପୂରା କରିନାହିଁ , ତେବେ ଯେତେ ଶୀଘ୍ର ସମ୍ଭବ ତା’ର ପ୍ରତିରୋଧୀକରଣ କରାଇବା ଜରୁରୀ । +ଜାତୀୟ ଟିକାଦାନ ଦିବସଗୁଡିକରେ ଏହା କରାଯାଇ ପାରିବ । +କେତେ ଦେଶରେ ଶିଶୁର ଏକ ବର୍ଷ ବୟସ ପରେ ମଧ୍ୟ ଅତିରିକ୍ତ ମାତ୍ରାର ଟିକା ନେବାର ସୁଯୋଗ ଦିଆଯାଏ । +ଏହି ଅଭିବର୍ଦ୍ଧକ ଟିକା ଆହୁରି ବେଶୀ ସୁରକ୍ଷା ଯୋଗାଇଥାଏ । +ଶିଶୁର ପ୍ରତିରୋଧୀକରଣ ପାଇଁ ସମୟ ସାରଣୀ