From 7b51015a5d79bf81736d88d000f5fe89bc6efb5b Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:29:47 +0530 Subject: [PATCH] Upload New File --- .../vikashpedia_health_odia90.txt | 41 +++++++++++++++++++ 1 file changed, 41 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia90.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia90.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia90.txt new file mode 100644 index 0000000..604f4dd --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia90.txt @@ -0,0 +1,41 @@ +ରସୁଣରେ ରହିଛି ଅମୃତ ସମାନ ଔଷଧୀୟ ଗୁଣ +ରସୁଣ +ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ରୋଗ ମାନବ ଶରୀର ଉପରେ କବ୍‌ଜା କରି ସାରିଲାଣି । +ନିତ୍ୟପ୍ରତିଦିନ ଔଷଧ ଖାଇବା ଲୋକମାନଙ୍କ ଅଭ୍ୟାସ ହୋଇଗଲାଣି । +ମାତ୍ର ବେଳେ ବେଳେ ଔଷଧ ଠାରୁ ଘରୋଇ ଚିକିତ୍ସା ବେଶିମାତ୍ରାରେ ଫଳପ୍ରଦ ହୋଇଥାଏ । +ଆଜିବି କିଛି କିଛି କ୍ଷେତ୍ରରେ ଡାକ୍ତର ଔଷଧ ଅପେକ୍ଷା ଘରୋଇ ଚିକିତ୍ସା ନେବାକୁ ପରାମର୍ଶ ଦିଅନ୍ତି । +ସେହିପରି ନାନା ରୋଗ ପାଇଁ ଏକ ଘରୋଇ ଔଷଧ ହେଲା ରସୁଣ । +ଆଜ୍ଞା ହଁ ରସୁଣରେ ଅମୃତ ସମାନ ଔଷଧୀୟ ଗୁଣ ରହିଛି । +ଏକ କୁଲା ରସୁଣ ବହୁ ଭୟଙ୍କର ରୋଗକଷ୍ଟରୁ ଆପଣଙ୍କୁ ରକ୍ଷା କରିପାରିବ । +ବର୍ଷସାରା ସବୁଦିନ ରସୁଣ ଖାଇଲେ ଆପଣ ସୁସ୍ଥ ଓ ନିରୋଗ ରହିବେ । +ଜାଣନ୍ତୁ ରସୁଣର କିଛି ଔଷଧୀୟ ଗୁଣ +ସବୁଦିନ ୧ କୁଲା ରସୁଣ ଖାଇଲେ ଦୂର ହେବ କୋଲେଷ୍ଟ୍ରୋଲ ସମସ୍ୟା । +ରସୁଣ ହୃଦରୋଗର ଆଶଙ୍କା ଦୂର କରେ । +ଉଚ୍ଚ ରକ୍ତଚାପ ଦୂର କରିବା ସହ ଶରୀରରେ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରର କରେ । +ଲିଭର ଓ ମୂତ୍ରାଶୟକୁ ସୂଚାରୁରୂପେ କାର୍ୟ୍ୟକାରୀ କରାଇବା ପାଇଁ ସାହାଯ୍ୟ କରେ ରସୁଣ । +ରସୁଣ ଡାଇରିଆ ସମସ୍ୟା ଦୂର କରେ । +ଡାଇବେଟିସ, ଡିପ୍ରେସନ ଭଳି ରୋଗ ପାଇଁ ଔଷଧ ଭାବେ କାର୍ୟ୍ୟ କରେ ରସୁଣ । +ଥଣ୍ଡା ରୋଗୀଙ୍କ ପାଇଁ ରସୁଣ ମହୋଷଧୀ ଭଳି । +ରସୁଣ ଆସ୍ଥମା, କଫ, ଟିଭି ଭଳି ରୋଗକୁ ନିୟନ୍ତ୍ରର କରିପାରେ । +ଶରୀରରେ କ୍ୟାନ୍‌ସର ବଢ଼ିବାକୁ ଦିଏନି ରସୁଣ । +ରସୁଣରେ ଭରପୁର ରୋଗପ୍ରତିରୋଧ ଶକ୍ତି ରହିଛି । +ବହୁଲୋକ ରସୁଣ ଖାଇଲେ ପାଟିରୁ ର୍ଦୂଗନ୍ଧ ବାହାରେ ବୋଲି ଏହାକୁ ଖାଆନ୍ତି ନାହିଁ । +ମାତ୍ର ରସୁଣକୁ ଛଡେଇ ଭଲଭାବରେ ଚକଟି ଦେଲେ କିମ୍ବା ଦହିରେ ମିଶାଇ ଖାଇଲେ ପାଟିରୁ ଗନ୍ଧ ଆସେନି । +ରସୁଣ ଖାଇ ସାରିବା ପରେ ଶୁଖିଲା ଧନିଆ କିଛି ପାଟିରେ ପକାଇ ଦିଅନ୍ତୁ, ଏହା ଗନ୍ଧ ଦୂର କରିବାରେ ସହାୟକ ହେବ । +କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ । +ଯେତବେଳେ କ୍ଷୀର ସହ ରସୁଣ ଖାଇବାକୁ ପଡ଼େ ତାହା ଆହୁରି ସ୍ୱାଦହୀନ ହୋଇପଡ଼େ । +କିନ୍ତୁ ଏହି ସ୍ୱାଦହୀନ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ଭୂମିକା ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ । +ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ରସୁଣକ୍ଷୀର ପିଇବାର ରହିଛି ଆବଶ୍ୟକତା ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ସୂଚନା । +ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନିରୁ ଚାରି କୋଲା ରସୁଣ ଚୋବାଇ ଖାଆନ୍ତୁ ଏବଂ ନିମୋନିଆ ଲକ୍ଷଣ ଆରମ୍ଭ ହେଉଥିଲେ କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇରୁ ତିନିଥର ପିଅନ୍ତୁ । +ନିହାତି ଭାବରେ ଆମକୁ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିବ । +ରକ୍ତରେ କୋଲେଷ୍ଟ୍ରଲ୍‌ର ମାତ୍ରା ବଢ଼ିଲେ ହୃଦ୍‌ ଜନିତ ସମସ୍ୟା ଆରମ୍ଭ ହୁଏ । +ଧମନୀରେ ରକ୍ତ ସୂଚାରୁ ରୂପେ ସଞ୍ଚାଳନ ହୋଇପାରେ ନାହିଁ । +ତେବେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ୍‌ କରିବା ପାଇଁ ରସୁଣ ଆମର ବହୁତ ଉପକାରରେ ଲାଗିଥାଏ । +ଶରୀରରେ ଟକ୍ସିନ୍‌ର ମାତ୍ରା ବଢ଼ିଲେ କଲିଜା ଜଳିବା ପରି ଅନୁଭବ ହୁଏ ଏବଂ ଜଣ୍ଡିସ୍‌ ପରି ସମସ୍ୟା ଦେଖାଯାଏ । +ରସୁଣ ବ୍ୟବହାର କରିବା ଦ୍ୱାରା ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ । +ଆଣ୍ଡୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଥିଲେ ଔଷଧ ଅପେକ୍ଷା ରସୁଣ ତୁରନ୍ତ କାମ କରେ । +ଅନିଦ୍ରା ପରି ସମସ୍ୟା ଥିଲେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ କ୍ଷୀର ସହିତ ରସୁଣକୁ ମିଶାଇ ପିଅନ୍ତୁ । +ଅଳ୍ପ କିଛିଦିନ ଏହି ଅଭ୍ୟାସ କରିବା ଦ୍ୱାରା ଆମେ ସୁନିଦ୍ରା ପାଇପାରିବା । +ଯଦି କଫ ଜମି ଖାସ ହେଉଛି ତେବେ କ୍ଷୀରରେ ରସୁଣ,ଟିକେ ହଳଦୀ ପକାଇ ଫୁଟାଇ ପିଇବା ଦ୍ୱାରା କଫ କାସରୁ ଆରାମ ମିଳିବା ସହିତ ଏହା କଫ୍ ସିରଫ ଠାରୁ ମଧ୍ୟ ଶୀଘ୍ର ଆରାମ ଦେବ । +ଖାଦ୍ୟ ହଜମ ହେଉନଥିଲେ ଏକ ଗ୍ଲାସ ଉଷୁମ କ୍ଷୀରରେ ରସୁଣକୁ ପକାଇ ପିଇବାକୁ ଭୁଲନ୍ତୁ ନାହିଁ । +ଏହା ହଜମ ଶକ୍ତି ବଢାଇବା ସହ ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । -- GitLab