diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia134.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia134.txt new file mode 100644 index 0000000000000000000000000000000000000000..5629f6e8c5c458947cbf78495dfca1294f9f078a --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia134.txt @@ -0,0 +1,83 @@ +କିଛି ଜଣା ଓ ଅଜଣା ତଥ୍ୟ +ଯକୃତ +ଲିଭର ବା ଯକୃତ୍ ହେଉଛି ଶରୀରର ସବୁଠାରୁ ବଡ଼ ଅଙ୍ଗ । +ଯାହା ମନୁଷ୍ୟର ଉପର ପେଟର ଡ଼ାହାଣ ପଟରେ ଥୁବା ପଞ୍ଜରା ଭିତରେ ରହିଛି । +ଏହା ଶରୀରର ୫ ହଜାର ପ୍ରକାରର ଭିନ୍ନ କାମ କରିଥାଏ । +ତେବେ ଦୂଷିତ ଯକୃତକୁ ନେଇ କିଛି ରୋଗ ଦେଖାଦେଲା ପରେ ଯାଇ ଅଧିକା°ଶ ଲୋକ ଏ ସମ୍ପର୍କରେ ଚିନ୍ତା କରିଥାନ୍ତି । +ବିଭିନ୍ନ ଯକୃତ ରୋଗ +୧. ଭାଇରାଲ୍ ହେପାଟାଇଟିସ୍, +୨. ମଦ୍ୟପାନଜନିତ ଯକୃତ ରୋଗ +୩. ପ୍ୟାଟି ଯକୃତ ରୋଗ ୪ +. ଜେନେଟିକ ଯକୃତ ରୋଗ +୪. ଅଟୋଇମ୍ୟୁନୋ ଯକୃତ ରୋଗ +୫. ସିରୋସିସ୍ +୬, ଯକୃତ କର୍କଟ +୭, ଯକୃତ ଅକାମୀ ହେବା +ଯକୃତ ରୋଗର କାରଣ +୧. ମେଦବହୁଳତା +୨. ଅତ୍ୟଧୁକ ମାତ୍ରାରେ ମଦ୍ୟପାନ +୩. ମଧୁମେହ +୪. ରକ୍ତରେ ଅଧିକ ମାତ୍ରରେ କୋଲେଷ୍ଟେରଲ, +୫. ରକ୍ତ ଟ୍ରାନ୍ସଫ୍ୟଜନ +୬. ଅସୁରକ୍ଷିତ ଯୌନ ସମ୍ପର୍କ +୭, ନିର୍ଦ୍ଦିଷ୍ଟ ଆୟୁର୍ବେଦିକ ଔଷଧ ବ୍ୟବହାର +ଯକୃତ ରୋଗର ଲକ୍ଷଣ +୧, ଆଖି ଓ ପରିସ୍ରା ହଳଦିଆ ହେବାକୁ କାମଳ କୁହାଯାଏ, +୨. ପେଟ ବିଶେଷକରି ଡାହାଣ ଉପର ପେଟରେ ଯନ୍ତ୍ରଣା +୩, ଚର୍ମ କୁଣ୍ଡାଇ ହେବା +୪. ଖାଇବା ମାତ୍ରାରେ ହ୍ରାସ ପାଇବା +୫. କ୍ଲାନ୍ତ ହେବା +୬. ରକ୍ତବାନ୍ତି କରିବା +୭, କଳା ମଳତ୍ୟାଗ +୮. ପେଟ ଫୁଲିବା +ପରୀକ୍ଷା ଓ ରୋଗ ନିର୍ଣ୍ଣୟ +ରକ୍ତ ପରୀକ୍ଷା +୧. ଲିଭର ଫଙ୍କସନ ଟେଷ୍ଟ +୨. ଅପର ଜିଆଇ ଏଣ୍ଡୋସ୍କୋପି : ଖାଦ୍ୟନଳୀରେ ବୃଦ୍ଧି ପାଇଥୁବାଶିରାକୁ ଦେଖୁ ବା ଲାଗି । +୩. ଯକୃତ ବାୟପସି : ଟିସ୍ୟୁ ନମୁନା କାଢିବା ଲାଗି ଶରୀରରେ ଏକ ଲମ୍ବା ଛୁଞ୍ଚୁ ଦ୍ଵାରା ଯକୃତ ଟିସ୍ୟୁ ପରୀକ୍ଷା ପାଇଁ ପାଥୋଲୋଜି ପରୀକ୍ଷା କରାଯାଏ । +ଯକୃତ୍ ରୋଗ ରୋକାଯିବା ଉପାୟ +୧. ମଦ୍ୟପାନ ଛାଡ଼ିବାକୁ ପଡ଼ିବ, +୨. ଗୋଟିଏ ଛୁଞ୍ଚୁ କିମ୍ବା ରେଜରକୁ ଅନ୍ୟମାନଙ୍କ ସହ ମିଶି ବ୍ୟବହାର ନ କରିବା, ଶରୀରରେ ଚିତା କୁଟାଇବା ଠାରୁ ଦୂରେଇ ରହିବା +୩. ହେପାଟାଇଟିସ୍ ଟୀକା ନେବା +୪. ଔଷଧକୁ ଠିକ ଭାବେ ବ୍ୟବହାର କରି ଡାକ୍ତର ଲେଖିଥିବା ଓ ସୁପାରିସ ଅନୁଯାୟୀ ଔଷଧ ମାତ୍ରା ବ୍ୟବହାର କରିବା ଆବଶ୍ୟକ ୫. ଯଦି କୌଣସି ଆୟୁର୍ବେଦିକ କିମ୍ବା ଅନ୍ୟ କୌଣସି ଔଷଧ ନେଉଛନ୍ତି, ତେବେ ନିଜ ଡ଼ାକ୍ତରଙ୍କୁ ଜଣାଇବା ଆବଶ୍ୟକ ୬. ମଧୁମେହ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା +୭. ଦୂଷିତ ପାଣି ବ୍ୟବହାର ବର୍ଜନ କରିବା । +କେତେକ ସାଧାରଣ ଯକୃତ ସମସ୍ୟା +ଫାଟି ବା ଅଧୁକ ଚର୍ବିଯୁକ୍ତ ଯକୃତ +ଯେଉଁ ଅବସ୍ଥାରେ ଶରୀର ଓଜନରୁ ୫ ରୁ ୧୦ ପ୍ରତିଶତ ଅଧୁକ ଚର୍ବି ଯଦି ଲିଭରରେ ଥାଏ ତାକୁ ଫାଟି ଲିଭର କୁହାଯାଏ । +ଯେଉଁମାନଙ୍କ ଅଧିକ ଓଜନ ବା ଯେଉଁମାନେ ମଧୁମେହ ରୋଗ ଦ୍ଵାରା ଆକ୍ରାନ୍ତ ସେମାନଙ୍କ ନିକଟରେ ଏହି ଅବସ୍ଥା ଦେଖିବାକୁ ମିଳିଥାଏ । +ଓଜନ ହ୍ରାସ, ବ୍ୟାୟାମ, ମଧୁମେହ ନିୟନ୍ତ୍ରଣା, ରକ୍ତ ଚାପ ଓ କୋଲେଷ୍ଟେରୋଲର ନିୟମିତ ନିୟନ୍ତ୍ରଣ ସହ ମଦ୍ୟପାନ ବନ୍ଦ କରିବା ଆଦି ଏହାର ଚିକିତ୍ସାରେ ରହିଛି । +ଲିଭର ରୋଗ ବିଷୟରେ କିଛି ଅଜଣା କଥା : +୧. ସବୁ ସିରୋସିସ୍ ଓ ଲିଭର କର୍କଟ ରୋଗୀଙ୍କୁ କାମଳ ହୋଇ ନଥାଏ । +୨. ବହୁତ ସମୟରେ ହେପାଟାଇଟିସ୍ ବି ଏବଂ ସି ହେଲଥ ଚେକ ଅପରେ ଜଣାପଡ଼ିଥାଏ । +ହେପାଟାଇଟିସ୍ “ ବି’, ‘ସି’ ଏବଂ ସିରୋସିସ୍ ପରି ରୋଗ କୌଣସି ଲକ୍ଷଣ ପ୍ରଦର୍ଶନ କରିନଥାଆନ୍ତି । +୩.ଛୋଟ ପିଲାମାନେ ବି ଯକୃତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । +ହେପାଟାଇଟିସ୍ ‘ଏ’, ‘ଇ' ଏବଂ ‘ବି' ଛୋଟ ପିଲାଙ୍କୁ ଆକ୍ରାନ୍ତ କରିପାରେ । +ମଦ୍ୟପାନ କରୁ ନଥିବା ବ୍ୟକ୍ତି ବି ସିରୋସିସ ରୋଗ ଭୋଗିଥାନ୍ତି । +ଲିଭର ସିରୋସିସ୍ +ଯାହାର ଦୀର୍ଘଦିନ ଧରି ଯକୃତ ରୋଗ ଥାଏ, ଯେଉଁଥିରେ କି ସ୍ବାଭାବିକ ଯକୃତ ନଷ୍ଟ ହୋଇଯାଏ । +ଏଥିରେ ଯକୃତର କୋଷ ବଦଳରେ ସ୍କାର, ଟିସୁଖ୍ୟ ବା ବଦଳ ତନ୍ତୁ ସ୍ନାନ ନେଇଥାଏ । +ସିରୋସିସର ଅବସ୍ଥା ଏବଂ ଏହା କେଉଁ ସ୍ତରରେ ରହିଛି ତାହା ଉପରେ ଏହାର ଚିକିତ୍ସା ନିର୍ଭର କରୁଛି । +ସିରୋସିସ୍ ଅଧିକ ବ୍ୟାପିବାକୁ ରୋକି ହେବା ସହ ଯେଉଁ କ୍ଷତି ହୋଇସାରିଛି ତାହାକୁ ପରିବର୍ତ୍ତନନ କରିବା ତଥା ଅକ୍ଷମତା ବା ଜୀବନକୁ ବିପଦ ପହଞ୍ଚାଉଥିବା ଜଟିଳତାକୁ ଚିକିତ୍ସା କରିବା ଏହାର ମୁଖ୍ୟ ଲକ୍ଷ୍ୟ । + ଭାଇରାଲ ହେପାଟାଇଟିସ୍ : +ଭାଇରାଲ ହେପାଟାଇଟିସ୍ ସାଧାରଣ ହେପାଟାଇଟିସ୍ ଏ.ବି.ସି ଓ ଇ ଭଳି କିଛି ଜୀବାଣୁ ଦ୍ଵାରା ସଂକ୍ରମଣ ହୋଇଥାଏ । +ହେପାଟାଇଟିସ୍ 'ଏ' ଏବଂ ‘ଇ' : ଦୂଷିତ ଖାଦ୍ୟ ଓ ପାଣି ପିଇବା ଯୋଗୁଁ ଏହି ସଂକ୍ରମଣ ହୋଇଥାଏ । +ହେପାଟାଇଟିସ୍ “ ବି' ଏବଂ ‘ସି’ : ଅସୁରକ୍ଷିତ ଯୌନ ସମ୍ପର୍କ,, ସଂକ୍ରମିତ ରକ୍ତ ଗ୍ରହଣ କରିବା ଓ ଦୂଷିତ ସିରିଞ୍ଜର ବ୍ୟବହାର ଦ୍ଵାରା ହେପାଟାଇଟିସ୍ ବି ଏବଂ ସି ରୋଗ ହୋଇଥାଏ । +କୌଣସି ଲକ୍ଷଣ ବିନା ହେପାଟାଇଟିସ୍ “ ବି' ଏବଂ ‘ସି’ ସଂକ୍ରମଣ ହୋଇଥାଏ । +ସମୟକ୍ରମେ ହେପାଟାଇଟିସ୍ “ ବି' ଏବଂ ‘ସି’ ଯକୃତକୁ ନଷ୍ଟ କରିଦେଇପାରେ । +ଏହା ଦ୍ଵାରା ହେପାଟୋସେଲ୍ୟୁଲାର କାର ସିନୋମା ବା ଯକୃତ କର୍କଟ ହୋଇଥାଏ । +ଏକ ଆକଳନ ଅନୁସାରେ, ବିଶ୍ଵରେ ପ୍ରାୟ ୩୫୦ ମିଲିୟନ ହେପାଟାଇଟିସ୍ ‘ବି' ସଂକ୍ରମିତ ରୋଗୀ ଅଛନ୍ତି । +ଏମାନଙ୍କ ମଧ୍ୟରେ ୮୦ ପ୍ରତିଶତ । +ଏସୀୟ । +ଏଚଆଇଭି ଅପେକ୍ଷା ଏଚବିଭିରେ ୧୦୦ ଗୁଣ ଅଧ୍ବକ ସଂକ୍ରମଣର ସମ୍ଭାବନା ରହିଥାଏ । +ମଦ୍ୟପାନ ଜନିତ ଲିଭର ରୋଗ +ମଦ ପିଇବା ଯୋଗୁଁ ହେଉଥୁବା ଯକୃତ ରୋଗକୁ ଆଲକୋହଲିକ, ଲିଭର ରୋଗ କୁହାଯାଏ । +ଯେଉଁମାନେ ଦୀର୍ଘବର୍ଷ ଧରି ମଦ ପିଉଥାନ୍ତି, ସେମାନଙ୍କୁ ଏହି ରୋଗ ହୋଇଥାଏ । +ମଦ ପିଇବା ଓ ମଦ୍ୟପାନଜନିତ ହେପାଟାଇଟିସ୍ ମଧ୍ୟରେ ସମ୍ପର୍କ ଜଟିଳ । +କେବଳ ଯେ ପ୍ରବଳ ମଦ୍ୟପାନ କରୁଥୁବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ରୋଗ ହୋଇଥାଏ, ତାହା ନୁହେଁ ଯିଏ ଅଛି ମଦ ପିଇଥାନ୍ତି ସେମାନଙ୍କୁ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ଅଧିକ । +ଯଦି ଆପଣଙ୍କ ଠାରେ ମଦ୍ୟପାନ ଜନିତ ହେପାଟାଇଟିସ୍ ନିରୂପଣ ହୋଇଥାଏ, ତେବେ ଆପଣ ତୁରନ୍ତ ମଦ ପିଇବା ବନ୍ଦ କରନ୍ତୁ । +ଏହାସତ୍ତେ ଯେଉଁମାନେ ମଦ ପିଇବା ଜାରି ରଖନ୍ତି ସେମାନଙ୍କ ଯକୃତ ନଷ୍ଟ ହେବା ସହ ମୃତ୍ୟୁର ଆଧୁକ ଆଶଙ୍କା ରହିଛି । +ଯକୃତ ପ୍ରତିରୋପଣ ସମ୍ପର୍କରେ ସଚେତନା +ଯକୃତ ପ୍ରତିରୋପଣ ହେଉଛି ରୋଗାକ୍ରାନ୍ତ ଲିଭରକୁ କାଢି ଏକ ସୁସ୍ଥ ଲିଭରକୁ ଅସ୍ତ୍ରୋପସ୍କର ଜରିଆରେ ଶରୀରରେ ପ୍ରତିରୋପଣ କରିବା । +ଟ୍ରାନ୍ସପ୍ଲାଣ୍ଟ ବେଳେ ଅଧିକାଂଶ ଯକୃତ ମୃତଦାତାଙ୍କ ଠାରୁ ନିଆଯାଏ, ଜୀବିତ ମଧ୍ୟ ଯକୃତ ଦେଇଥାନ୍ତି । +ଯେଉଁମାନଙ୍କ ଚିକିତ୍ସା ପରେ ବି ଲିଭର ଅକାମାକୁ ରୋକାଯାଇ ନପାରେ ସେମାନଙ୍କ ଯକୃତ ପ୍ରତିରୋପଣ କରାଯାଏ । +ଜୀବିତ ଦାତାଙ୍କ ଠାରୁ ନିଆଯାଇଥୁବା ଯକୃତ ବ୍ୟବହାର କରି ପ୍ରତିବର୍ଷ ବହୁତ କମ ପ୍ରତିରୋପଣ ହୋଇଥାଏ ।