From 7e418d4b55ba1512162158bce47787ae291eb141 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:37:10 +0530 Subject: [PATCH] Upload New File --- .../vikashpedia_health_odia121.txt | 29 +++++++++++++++++++ 1 file changed, 29 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia121.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia121.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia121.txt new file mode 100644 index 0000000..ed2d82e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia121.txt @@ -0,0 +1,29 @@ +ହାଡଫୁଟି +ଉପକ୍ରମ +ଭାରିସେଲ ଯୁଷ୍ଟର ନାମକ ଭୂତାଣୁ ଦ୍ଵାରା ହାଡଫୁଟି ବ୍ୟାପିଥାଏ । +ସାଧାରଣ ଭାବେ ରୋଗୀର ଲୁଗାପଟା ଓ ବାୟୁଦ୍ଵାରା ଏହା ପ୍ରସାରିତ ହୋଇଥାଏ । +ଲକ୍ଷଣ +ଏହି ରୋଗରେ ଶରୀରରେ ଛୋଟ ଛୋଟ ଦାନା ବାହାରେ ଓ ଦାନା ବାହାରିବାର ୨ ରୁ ୩ ଦିନ ପୂର୍ବରୁ ତୀବ୍ର ଜ୍ଵର ଆସିଥାଏ । +ଜ୍ଵର ହେବ, ନାକରୁ ପାଣି ବହିବ, ଗଲା ଦରଜ, ଦେହ ଦରଜ ହେବ, ମୁଣ୍ଡବିନ୍ଧା ହେବ, ଭୋକ ନଲାଗିବା ଓ ଦୁର୍ବଳ ଲାଗିବା ପରି ଲକ୍ଷଣମାନ ଦେଖାଯାଏ । +୨ ଦିନ ମଧ୍ୟରେ ନାଲି ନାଲି ଦାଗ ଛାତି ଓ ପିଠିରେ ଦେଖାଯାଏ । +କିଛି ଘଣ୍ଟା ମଧ୍ୟରେ ଦାଗଗୁଡିକ ଫୋଟକା ଭଳି ହୋଇଯାଏ ଏବଂ ତା ମଧ୍ୟରେ ପାଣି ଜମିଯାଏ । +ଦାଗଗୁଡିକ କୁଣ୍ଡାଇ ହୁଏ । +ଦିନେ ଦୁଇଦିନ ମଧ୍ୟରେ ଫୋଟକା ଭିତରେ ଥିବା ପାଣି ହଳଦିଆ ଦେଖାଯାଏ । +ଜ୍ଵର ପାୟତଃ ୨/୩ ଦିନ ରହିଥାଏ ଓ ୧୦୨ ଡିଗ୍ରୀରୁ ଅଧିକ ଜ୍ଵର ଦେଖାଯାଏ । +ଏହାପରେ ଘା’ ଶୁଖି ବକଳ ଛାଡେ । +ନିରାକରଣ +ଏଥିରୁ ମୁକ୍ତ ପାଇବା ପାଇଁ ଉପୟୁକ୍ତ ଔଷଧ ସେବନ କରିବା ଜରୁରି । +ଯଦି ଉପୟୁକ୍ତ ଔଷଧ ସେବନ ନକରାଯାଏ, ତେବେ ଏହା ଇନଫେକ୍ସନ ହୋଇ ଅଧିକ କ୍ଷତି କରିଥାଏ । +ହାଡଫୁଟି ଦେବାର ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ରୋଗୀକୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ । +ଏହା ମୁଖ୍ୟତଃ ବାୟୁ ଦ୍ଵାରା ପ୍ରସାରିତ ହୋଇଥାଏ । +ପିଲାମାନଙ୍କୁ ଏହି ସମୟରେ ସ୍କୁଲକୁ ଛାଡନ୍ତୁ ନାହିଁ , ନଚେତ ଅନେକ ପିଲା ଏହି ରୋଗରେ ଆକ୍ରାନ୍ତ ହେବେ । +ଏଥିପାଇଁ ସତର୍କ ରହିବା ଦରକାର । +ଅତି ବାଇଗଣି ରଶ୍ମି ତ୍ଵଚାକୁ ପ୍ରଭାବିତ କରେ +ଖରାଦିନେ ସୂର୍ଯ୍ୟ କିରଣରେ ଅତ୍ୟଧିକ ମାତ୍ରାର ଅତି ବାଇଗଣି ରଶ୍ମି (ଅଲଟ୍ରାଭାଓଲେଟ୍ ରେ) ପ୍ରଭାବରେ ତ୍ଵଚାରେ ଟ୍ୟାନ୍ ପଡିଯାଏ । +ଏଥିପାଇଁ ଦିନ ୧୧ ଟାରୁ ୩ ତା ପର୍ଯ୍ୟନ୍ତ ଖରାକୁ ବାହାରନ୍ତୁ ନାହିଁ । +ଯଦି ବାହାରୁଛନ୍ତି ତାହାହେଲେ ଛତା, ଗ୍ଲୋପ୍ସ ଫୁଲ ହାତର ପୋଷାକ ଚଉଡାଧାର ଥିବା ଟୋପି ସାଙ୍ଗେରେ ନେବାକୁ ଭୁଲିବେ ନାହିଁ । +ଏହା ସହିତ ଏସପିଏଫ୍ ୧୫ ବା ତତ୍ତ୍ୱୋଧିକ ମାତ୍ରା ଥିବା ସନସ୍କ୍ରିନ ଲୋସନ ପ୍ରତି ଦୁଇରୁ ତିନି ଘଣ୍ଟା ବ୍ୟବଧାନରେ ଶରୀରର ଖୋଲା ସ୍ଥାନରେ ଲଗାଇବା ଦରକାର । +ଏହିଦିନେ ଶରୀରରୁ ଜଳୀୟ ଅଂସ ହ୍ରାସ ପାଇବା ଯୋଗୁଁ ତ୍ଵଚା ଶୁଖିଯାଏ । +ଏଣୁ ପ୍ରଚୁର ମାତ୍ରାରେ ପାଣି ପିଇବା ଦରକାର । +ଏହାସହିତ ସଲାଡ୍ ଓ ସବୁଜ ପନିପରିବା ଖାଆନ୍ତୁ । +ଘିମିରି ଓ ଅନ୍ୟାନ୍ୟ ଖରାଦିନିଆ ରୋଗରୁ ରକ୍ଷା ପାଇବାକୁ ହେଲେ ପରିଷ୍କାର ପରିଚ୍ଛନ୍ନ ରହିବା ଦିଗରେ ଚେଷ୍ଟା କରିବା ଜରୁରି । -- GitLab