From 7f23a748260cf85c644a57c1cb4f9a9def1fdca1 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:30:13 +0530 Subject: [PATCH] Upload New File --- .../vikashpedia_health_odia92.txt | 37 +++++++++++++++++++ 1 file changed, 37 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia92.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia92.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia92.txt new file mode 100644 index 0000000..983e8ea --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia92.txt @@ -0,0 +1,37 @@ +ଶରୀରକୁ ବିଶୁଦ୍ଧ କରନ୍ତୁ ସହଜରେ +ଉପକ୍ରମ +ବିଭିନ୍ନ କାରଣକୁ ଶରୀରରେ ପ୍ରତିଦିନ ବହୁ ପରିମାଣରେ ବିଷାକ୍ତ ପଦାର୍ଥ ବା ଟକ୍ସିନ୍ ଜମା ହୁଏ । +ଏହି ବିଷାକ୍ତ ପଦାର୍ଥ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ । +ଏଥିସହ ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଥାଏ । +ଶରୀରରୁ ଟକ୍ସିନ ବାହାରି ପାରିଲେ ଶରୀର ଓ ମନ ସୁସ୍ଥ ରହିଥାଏ । +ତେବେ ସେଥିପାଇଁ ଆବଶ୍ୟକ ଉପଯୁକ୍ତ ଖାଦ୍ୟଶୈଳୀ ଓ ଶାରୀରିକ ପରିଶ୍ରମ । +ପ୍ରତିଦିନ ଶରୀରରେ ସୃଷ୍ଟି ହେଉଥିବା ଟକ୍ସିନ୍ ବା ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ସବୁବେଳେ ଡାକ୍ତରଙ୍କ ପାଖକୁ ଦୌଡିବା ଦରକାର ନାହିଁ । +ଅତି ସରଳ ଓ ସହଜ ଉପାଯରେ ଆପଣ ଚାହିଁଲେ ଶରୀରକୁ ବିଶୁଦ୍ଧ କରିପାରିବେ । +କିନ୍ତୁ ସେଥିପାଇଁ ଦରକାର ଦୃଢ ଇଚ୍ଛାଶକ୍ତି ଓ ଧର୍ଯ୍ୟ । +କାରଣ ଏହି ପ୍ରକ୍ରିୟା ଆପଣକୁ ଗୋଟିଏ ଦିନ ପାଇଁ ନୁହେଁ, ନିତିଦିନିଆ ଅଭ୍ୟାସରେ ପରିଣତ କରିବା ଦରକାର । +ଏହା ଶରୀରକୁ ସୁସ୍ଥ ରଖିବା ସହ ନିଜକୁ ମଧ୍ୟ ଫିଟ୍ ରଖିପାରିବେ । +ତେଣୁ ପ୍ରତିଦିନ ଡାଏଟ୍ ଚାର୍ଟରେ ଭିଟାମିନ୍ ଓ ମିନେରାଲ୍ ରେ ଭରପୂର ଥିବା ଖାଦ୍ୟକୁ ସାମିଲ କରିବାକୁ ପଡିବ । +ଗରମ ଲେମ୍ବୁ ପାଣି +ପ୍ରତିଦିନ ସକାଳୁ ଉଠିବା ପରେ ବ୍ରଶ୍ କରି ସାରି ଲେମ୍ବୁ ରସ ମିଶା ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ । +ଏହା ମଧ୍ୟ ଶରୀରକୁ ‘ଡିଟକ୍ସିଫିକେସନ୍’ (ବିଷାକ୍ତ ପଦାର୍ଥମୁକ୍ତ) କରିବାରେ ସହାୟକ ହୋଇଥାଏ । +ଗରମ ପାଣି ଶୀଘ୍ର ଖାଦ୍ୟ ହଜମରେ ସହାୟକ ହେଉଥିବା ବେଳେ ଲେମ୍ବୁରେ ଥିବା ‘ଭିଟାମିନ୍ ସି’ ଶରୀର ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । +ସବୁଜ ପରିବା +ପ୍ରତିଦିନ ବ୍ରେକ୍ ଫାଷ୍ଟରେ କିଛି ସବୁଜ ପରିବାକୁ ସାମିଲ କରନ୍ତୁ । +ଯେପରିକି ସକାଳ ଜଳଖିଆ ସହଆପଣସାଲାଡ୍, ଧନିଆପତ୍ର, ବନ୍ଧାକୋବି, ଗାଜର ଭଳି ପାରିବା ଖାଇପାରିବେ । +ଏହା ଶରୀରର ପୁଷ୍ଟିସାଧନରେ ବେଶ୍ ସହାୟକ ହୋଇଥାଏ । +ଗ୍ରୀନ୍ ଟି +ସକାଳ ୧୦ରୁ ୧୧ଟି ଭିତରେ ଆପଣ କଫି ଛାଡି ‘ ଗ୍ରୀନ୍ ଟି’ ପିଇବା ଅଭ୍ୟାସ କରନ୍ତୁ । +ଏହା ଶରୀରରୁଟକ୍ସିନ ବାହାର କରିବା ସହ ମେଦ କମାଇବାରେ ସାହାଯ୍ୟ କରିଥାଏ । +ସାଲାଡ +ଲଞ୍ଚରେ ଆପଣ ଯେଥେଷ୍ଟ ପରିମାଣର ସାଲାଡ ସାମିଲ କରନ୍ତୁ । +ସାଲାଡ ଶରୀରକୁ ଉପୟୁକ୍ତ ଭିଟାମିନ୍ ଓମିନେରାଲ୍ ପ୍ରଦାନ କରିଥାଏ । +ସନ୍ଧ୍ୟା ସମୟରେ ଅନ୍ୟକିଛି ଖାଦ୍ୟ ପରିବର୍ତ୍ତେ ସ୍ନାକ୍ସ ଭାବେ ଗାଜର, କାକୁଡି, ପାଳଙ୍ଗ, ବିଟ୍ ଖାଇବା ଶରୀର ପାଇଁ ବେଶ୍ ହିତକର +ଡିନର୍ ବା ରାତ୍ରି ଭୋଜନରେ ସର୍ବଦା ତେଲ ଓ ମସଲା ଜାତୀୟ ଖାଦ୍ୟରୁ ଦୂରେଇ ରହି ହାଲକ ଖାଦ୍ୟ ଖାଆନ୍ତୁ । +ରୁଟି ସହିତ ସନ୍ତୁଳା, ସାଲାଡ ଓ ସିଝା ଟମାଟୋ ସୁପ୍ କୁ ଡାଏଟ୍ ଚାର୍ଟରେ ସାମିଲ କରନ୍ତୁ । +ଏହା ଶରୀରର ପୁଷ୍ଟିସାଧନରେ ସହାୟକ ହେବା ସହ ରକ୍ତ ଶର୍କରା ପରିମାଣକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । +ନ୍ୟୁଟ୍ରିସନିଷ୍ଟଙ୍କ ମତ ଅନୁଯାୟୀ ଏହି ଭଳି ଡାଏଟ୍ ଚାର୍ଟ ଅନୁଯାୟୀ ନିଜର ଖାଦ୍ୟଶୈଳୀକୁ ବଦଳାଇଲେ ଶରୀରରେ ଥିବା ଯାବତୀୟ ଟକ୍ସିନ୍ ନିର୍ଗତ ହେବା ସହ ଫିଟ୍ ମଧ୍ୟ ରହିପାରିବେ । +ଶରୀରକୁ ଟକ୍ସିନ୍ ମୁକ୍ତ ରଖିବା ପାଇଁ ଖାଦ୍ୟଶୈଳୀରେ ପାରିବର୍ତ୍ତନ ସହ ବଥରୁମକୁ ମଧ୍ୟ ସଫାସୁତରାରଖିବା ଏକାନ୍ତ ଆବଶ୍ୟକ । +ବଥରୁମ୍ ରେ ଥିବା ଆବର୍ଜନା ବା ବ୍ୟାକ୍ଟେରିଆ ପାଦ ସଂସ୍ପର୍ଶରେ ଆସି ଶରୀରକୁ ପ୍ରବେଶ କରିଥାଏ । +ଏହା ମଧ୍ୟ ଶରୀରରେ ଟକ୍ସିନ୍ ସୃଷ୍ଟି କରିଥାଏ । +ତେଣୁ ନିରୋଗ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ସହ ସୁସ୍ଥ ପରିବେଶ ଆବଶ୍ୟକ । +ପ୍ରତିଦିନ ଏଭଳି ଡାଏଟ୍ ଚାର୍ଟ ଅନୁଯାୟୀ ଖାଦ୍ୟ ଖାଇବା ସହିତ ସୁସ୍ଥତା ଅବଲମ୍ବନକରିବା ଦ୍ଵାରା ଶରୀରରୁ ଟକ୍ସିନ୍ ବା ବିଷାକ୍ତ ପଦାର୍ଥ ସହଜରେ ବାହାରିଯିବ । -- GitLab