diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia108.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia108.txt new file mode 100644 index 0000000000000000000000000000000000000000..424e69bc26b8cc36d227de9906346e33e7ca1eaa --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia108.txt @@ -0,0 +1,37 @@ +କିଡନୀ ସମସ୍ୟା +ଉପକ୍ରମ +ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ କିଡନୀ ସମସ୍ୟ ବୃଦ୍ଧି ହୁଏ । + ସାଧାରଣତଃ ଜଳବାୟୁ ପରିବର୍ତ୍ତନ +କ୍ଷେତ୍ରରେ ୫ ରୁ ୭ ଡିଗ୍ରୀ ତାପମାତ୍ରା ବୃଦ୍ଧି କିଡନୀ ଷ୍ଟୋନ୍ ସମସ୍ୟାକୁ ୩୦ ପ୍ରତିଶତ ବଢାଇ ଦିଏ । +ପ୍ରବଳ ଗରମ ହେତୁ ଦେହରୁ ଝାଳ ବାହାରେ । +ଏହାଦ୍ଵାରା ଶରୀରରେ ଜଳାୟଅଂସ ହ୍ରାସ ଯାଏ । +ଏହା ମଧ୍ୟ କିଡନୀ ଷ୍ଟୋନ୍ କୁ ବୃଦ୍ଧି କରିବାରେ ସହାୟକ ହୁଏ । + ତେଣୁ କିଡନୀ ସମସ୍ୟାରୁ ଦୂରେଇବା ପାଇଁ +ନିରାକରଣ +ଖରାଦିନେ ଅଧିକରୁ ଅଧିକ ପାଣି ପିଅନ୍ତୁ । +କିଡନୀ ଷ୍ଟୋନ୍ ର ଆଶଙ୍କାକୁ କମାଇବା ପାଇଁ ଲେମ୍ବୁ ପାଣି ପିଆନ୍ତୁ । +କ୍ୟାଲସିୟମ୍ ଅକ୍ସାଲେଟ୍ ଯାହାକି ମୃହୁ ପାନୀଯ, ଥଣ୍ଡା ଚା, ଚକୋଲେଟ୍ ଇତ୍ୟାଦିରୁ ମିଳିଥାଏ । +ଏହା ରୋଗ ସୃଷ୍ଟିରେ ସହାୟକ ହୋଇଥାଏ । +ତେଣୁ ଏସବୁଠାରୁ ଦୂରେଇ ରହନ୍ତୁ । +ଲୁଣା କମ୍ ଖାଆନ୍ତୁ ଏବଂ ଏହାକୁ ଏକ ଅଭ୍ୟାସ କରନ୍ତୁ । +ମାଛ, ମାଂସ ଥଣ୍ଡା ଏ ସମସ୍ତ ଖାଦ୍ୟରେ ପ୍ୟୁରିନ୍ସ ଥାଏ । +ଯାହାକି ପ୍ରକୃତିକ ପଦାର୍ଥକୁ ୟୁରିକ୍ ଅମ୍ଳରେ ପରିଣତ କରିଥାଏ । +ତେଣୁ ଏସବୁ ଖାଦ୍ୟ କମ୍ ଖାଇବା ଭଲ । +ଅତ୍ୟଧିକ ସାଲାଡ୍ ଖାଆନ୍ତୁ । +ଏହା ଶରୀରରେ ଜଳୀୟଅଂଶ ବଢାଇଥାଏ । +ବ୍ୟାୟାମ୍ ଶରୀରର ଓଜନ କମାଇବା ସହ ଶରୀରକୁ ସମସ୍ତ ପ୍ରକାର ରୋଗ ଦାଉରୁ ରକ୍ଷା କରିଥାଏ । +ତେଣୁ ପ୍ରତିଦିନ ବ୍ୟାୟାମ କରନ୍ତୁ । +ଡାକ୍ତର ପରାମର୍ଶ କ୍ରମେ ଠିକ୍ ଭାବେ ଔଷଧ ସେବନ ଫଳରେ ଏହି ରୋଗରୁ ମଧ୍ୟ ରକ୍ଷା ମିଳିପାରିବ । +କିଡନୀ କାର୍ଯ୍ୟ ଦକ୍ଷତା ହ୍ରାସ ପାଏ +କ୍ଷରରଦିନେ ଅଧିକ ମାତ୍ରାରେ ଝାଳ ବାହାରିବା ହେତୁ ଶରୀରର ଜଳୀୟ ଅଂଶ ହ୍ରାସ ପାଏ । +ଫଳରେ ଉତ୍ତମ ରୂପରେ କିଡନୀକୁ ରକ୍ତସଞ୍ଚାଳନ ହୋଇପାରେ ନାହିଁ । +ଏହା ବାହାରି ପାରେ ନାହିଁ । +ଏହା କିଡନୀରେ ଜମି ରହେ । +ଫଳରେ କିଡନୀ ଉତ୍ତମ ରୂପେ କାର୍ଯ୍ୟ କରିପାରେ ନାହିଁ । +ଏହାଯୋଗୁଁ ଅନେକଙ୍କ କିଡନୀ ଅକାମୀ ହୋଇଥାଏ । +ଯେଉଁ ବ୍ୟକ୍ତିର କିଡନୀ ଭଲ ଥାଏ, ସେମାନଙ୍କର ଖରାଯୋଗୁଁ ୧୫ ପ୍ରତିଶତ ନିଷ୍କ୍ରିୟ ହୋଇଯାଏ । +ଯେଉଁମାନଙ୍କର କିଡନୀ ଖରାପ ଥାଏ, ଯଦି ସେମାନଙ୍କର କିଡନୀ ଫେଲ୍ ନହୁଏ , ତେବେ କିଡନୀର କାର୍ଯ୍ୟ କରିବାର କ୍ଷମତା ଆହୁରି କମିଯାଏ । +ଏଥିରୁ ରକ୍ଷା ପାଇବା ପାଇଁ ଖରାଦିନେ ପ୍ରଚୁର ପାଣି ପିଇବା ଦରକାର । +ଲୁଣ , ଲେମ୍ବୁ ମିଶା ପାଣି ପିଇଲେ ଭଲ । +ସନ୍ତୁଳିତ ଆହାର ଖାଆନ୍ତୁ । +ଅଧିକ ତୈଳାକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।