From 819c8f78a722b5fecd1e43be93f90dc1a8545cd7 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:18:54 +0530 Subject: [PATCH] Upload New File --- .../odiasahitya.com/sent_odiasahitya_khabar_1 | 196 ++++++++++++++++++ 1 file changed, 196 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_1 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_1 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_1 new file mode 100644 index 0000000..bd7e27e --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_1 @@ -0,0 +1,196 @@ +ଓଡ଼ିଆ ଅନୁବାଦିକା ବିଳାସିନୀ ମହାନ୍ତି ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ମାର୍ଚ୍ଚ୍ ୧୧, ୨୦୧୪ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ଗତକାଲି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୩ ବର୍ଷର ଅନୁବାଦ ସାହିତ୍ୟ ପୁରସ୍କାର ବାବଦରେ ଘୋଷଣା କରାଯାଇଛି । +ଘୋଷଣା ମୁତାବକ ଓଡ଼ିଆ ଭାଷା ପାଇଁ ସମ୍ପ୍ରତି ନୂଆଦିଲ୍ଲୀରେ ରହୁଥିବା ବିଳାସିନୀ ମହାନ୍ତି ପ୍ରସିଦ୍ଧ ଉର୍ଦ୍ଦୁ ଲେଖକ ସାଦତ୍‌ ହାସନ୍‌ ମଣ୍ଟୋଙ୍କ ୫୦ଟି କ୍ଷୁଦ୍ରଗଳ୍ପର ଅନୁବାଦ ପୁସ୍ତକ ‘ଅନାବୃତ ଅନ୍ଧକାର’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ । +ପୂର୍ବରୁ ଶ୍ରୀମତୀ ମହାନ୍ତି ଅନେକ ବିଖ୍ୟାତ ଭାରତୀୟ ଓ ଅନ୍ୟ ଭାଷାର ସହିତ୍ୟିକମାନଙ୍କର ପୁସ୍ତକ ଅନୁବାଦ କରି ପରିଚିତ ହୋଇଛନ୍ତି । +ସୂଚନା ମୁତାବକ ଏକ ସ୍ବତନ୍ତ୍ର ଉତ୍ସବରେ ଶ୍ରୀମତୀ ମହାନ୍ତିଙ୍କ ସମେତ ଅନ୍ୟ ଭାରତୀୟ ଭାଷାରେ ପୁରସ୍କାର ପାଇଥିବା ସାହିତ୍ୟିକମାନଙ୍କୁ ନଗଦ ୫୦ହଜାରଟଙ୍କା ସହିତ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯିବ । +ହରପ୍ରସାଦଙ୍କୁ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଫେବୃଆରୀ ୫, ୨୦୧୪ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସଙ୍କୁ ଗତକାଲି ନୂଆଦିଲ୍ଲୀଠାରେ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପ୍ରଦାନ କରାଯାଇଛି । +ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ଉପରାଷ୍ଟ୍ରପତି ଡ.ହମିଦ୍‌ ଆନ୍‌ସାରୀ ୬୮ବର୍ଷୀୟ ଓଡ଼ିଆ କବି ହରପ୍ରସାଦଙ୍କୁ ସମ୍ମାନଜନକ ମୂର୍ତ୍ତିଦେବୀ ପୁରସ୍କାର ବାବଦରେ ନଗଦ ୪ଲକ୍ଷ ଟଙ୍କା, ଉପଢୌକନ ଓ ବାଗ୍‌ଦେବୀଙ୍କ ମୂର୍ତ୍ତି ଦେଇ ସମ୍ମାନିତ କରିଛନ୍ତି । +ଏହି ଉପଲକ୍ଷେ ଆୟୋଜିତ ସଭାରେ ଡ.ଆନ୍‌ସାରୀ ହରପ୍ରସାଦଙ୍କୁ ସମକାଳୀନ ଭାରତୀୟ ସାହିତ୍ୟର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିବା ସାହିତ୍ୟିକଭାବେ ଅଭିହିତ କରିଥିଲେ । +ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପାଇବା ପରେ ହରପ୍ରସାଦ ତାଙ୍କ ପ୍ରତିକ୍ରିୟାରେ ଏହି ସମ୍ମାନ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସ୍ବାକ୍ଷର ବହନ କରିବ ବୋଲି କହିଥିଲେ । +ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୂର୍ତ୍ତିଦେବୀ ପୁରସ୍କାର ପ୍ରଦାନ ବିଚାରକମଣ୍ଡଳୀର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଡ.ବୀରାପ୍ପା ମୋଇଲି ଓ ଅନ୍ୟମାନେ ଉପସ୍ଥିତ ଥିଲେ । +ସୂଚନାଯୋଗ୍ୟ ଯେ ‘ମହାଭାରତ’ ମହାକାବ୍ୟର ବିଷୟକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି ସମକାଳୀନ ଭାରତୀୟ ସାହିତ୍ୟରେ ଏକ ନୂତନ ଧାରା ସୃଷ୍ଟି କରିଥିବା ଡକ୍ଟର ଦାସଙ୍କ ବୃହତ୍ତ କବିତା ସଙ୍କଳନ ‘ବଂଶ’ ପାଇଁ ୨୦୧୨ ବର୍ଷ ନିମନ୍ତେ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି । +ଭାରତୀୟ ଜ୍ଞାନପୀଠ ପ୍ରତିଷ୍ଠାନ ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ହେଉଛି ସାହିତ୍ୟ କ୍ଷେତ୍ରରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର । +ଆଜି ସୁଦ୍ଧା ହରପ୍ରସାଦଙ୍କର ୧୩ଟି କବିତା ସଙ୍କଳନ, ୪ଟି ଗଦ୍ୟ ସଙ୍କଳନ, ୩ଟି ଅନୁବାଦ ସଙ୍କଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇବା ସହିତ ଦୈନିକ ସମ୍ବାଦରେ ‘ଓଡ଼ିଆ ଜାତିର ଜୀବନ ଚିନ୍ତା’ ନାମରେ ତାଙ୍କର ସ୍ତମ୍ଭଗୁଡ଼ିକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି । +ପ୍ରଖ୍ୟାତ ନାଟ୍ୟକାର ବିଜୟ ମିଶ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଡିସେମ୍ବର୍ ୧୯, ୨୦୧୩ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ବିଶିଷ୍ଟ ଚଳଚ୍ଚିତ୍ର ସଂଳାପକାର ତଥା ନାଟ୍ୟକାର ବିଜୟ ମିଶ୍ର ୨୦୧୩ ମସିହା ପାଇଁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । +ନାଟକ ପୁସ୍ତକ ‘ବାଣପ୍ରସ୍ଥ’ ପାଇଁ ଶ୍ରୀ ମିଶ୍ର ଏହି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି । +କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ୨୨ଟି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା ହୋଇଛି । +ଆସନ୍ତା ବର୍ଷ ଏକାଡ଼େମୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ଅନ୍ୟମାନଙ୍କ ସହିତ ଶ୍ରୀ ମିଶ୍ରଙ୍କୁ ପୁରସ୍କାର ବାବଦରେ ନଗଦ ଏକଲକ୍ଷ ଟଙ୍କା, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯିବ । +ପୂର୍ବରୁ ଶ୍ରୀ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । +ଆଧୁନିକ ଓଡ଼ିଆ ନାଟକ ଜଗତର ପ୍ରବାଦପୁରୁଷ ମନୋରଞ୍ଜନ ଦାସଙ୍କ ପରେ ବିଜୟ ମିଶ୍ରଙ୍କୁ ଅନ୍ୟତମ ଭଗୀରଥ ଭାବେ ବିବେଚନା କରାଯାଇଥାଏ । +ସାମ୍ପ୍ରତିକ ଓଡ଼ିଆ ନାଟକକୁ ନୂତନ ଦିଗ ଦେବାରେ ଶ୍ରୀ ମିଶ୍ରଙ୍କ ଅନେକ ଅବଦାନ ରହିଛି । +‘ଶବବାହକମାନେ’, ‘ତଟନିରଞ୍ଜନା’, ‘ଜଣେ ରାଜା ଥିଲେ’, ‘ମାୟାମୃଗ’, ‘ତିମିର ତୀର୍ଥ’ ଓ ‘ଅଶାନ୍ତ ଗ୍ରହ’ ଆଦି ନାଟକ ଶ୍ରୀ ମିଶ୍ରଙ୍କ ଗୋଟିଏ ଗୋଟିଏ ଯୁଗାନ୍ତକାରୀ ସୃଷ୍ଟି । +‘ପ୍ରତୀକ୍ଷା’, ‘ଯାଯାବର’, ‘ହେ ସ୍ବର୍ଗ ବିଦାୟ’, ‘ଅସତ୍ୟ ସହର’, ‘ଏଠି ସେଠି ସବୁଠି’, ‘ଯାଦୁକର’, ‘ସାଗରତୀରେ’, ‘ପାହାଚ’, ‘ଗୌରୀ’, ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲ’, ‘ଜନନୀ’, ‘ଆର୍ତ୍ତନାଦ’ ପ୍ରଭୃତି ନାଟକ ତାଙ୍କ ନାଟ୍ୟସାଧନାର ଉଲ୍ଲେଖନୀୟ ଦଲିଲ୍‌ । +ଆକାଶବାଣୀ ଓ ଦୂରଦର୍ଶନରେ ମଧ୍ୟ ତାଙ୍କର ବହୁ ନାଟକ ପ୍ରଚାରିତ ଓ ପ୍ରସାରଣ କରାଯାଇଛି । +‘ତଟ ନିରଞ୍ଜନା’ ନାଟକ ସର୍ବଭାରତୀୟ ସ୍ତରରେ ୧୯୭୮ ମସିହା ପାଇଁ ଆକାଶବାଣୀର ସର୍ବଶ୍ରେଷ୍ଠ ନାଟକ ବିବେଚିତ ହୋଇଥିଲା । +ପୁରସ୍କାର ପାଇବା ନେଇ ଘୋଷଣା ପରେ ଶ୍ରୀ ମିଶ୍ର ଦୀର୍ଘବର୍ଷ ପରେ ନାଟକକୁ ଏକାଡ଼େମୀ ସ୍ବୀକୃତି ତଥା ସମ୍ମାନିତ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । +ଏହାଦ୍ବାରା ନୂତନପିଢ଼ିର ନାଟ୍ୟକାରମାନେ ସାହିତ୍ୟ ସାଧନା ଦିଗରେ ବ୍ରତୀ ହେବାକୁ ପ୍ରେରଣା ଲାଭ କରିବେ ବୋଲି ଶ୍ରୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି । +ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଆ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀ ଓ ଆଲୋଚନା ଚକ୍ର + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଅକ୍ଟୋବର୍ ୨୮, ୨୦୧୩ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ସମୟର ସ୍ବର ଶୁଣିବା ଓ ଚିହ୍ନିବା ଜଣେ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ଦାୟିତ୍ବ । +ବାସ୍ତବ କବିତା ବା ଗଳ୍ପ ସଂଗ୍ରହ କରିବା ଓ ଏହାର ପ୍ରଚାର ଓ ପ୍ରସାର ପ୍ରତି ପ୍ରାଥମିକତା ଦେବା ସେମାନଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ବରିଷ୍ଠ ତଥା ବର୍ଷିୟାନ୍‌ ସାହିତ୍ୟିକ ମନୋଜ ଦାସ । +ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଓଡ଼ିଆ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ ଏହା କହିଥିଲେ । +ଏକାଡ଼େମୀର ସଭାପତି ସାତକଡ଼ି ହୋତାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସ ସାହିତ୍ୟ ପତ୍ରିକାର ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ସେହି ତୁଳନାରେ ଦାୟିତ୍ବବାନ ସମ୍ପାଦକଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ ବୋଲି କହିଥିଲେ । +ଏଥିରେ ସମ୍ମାନିତ ଅତିଥି ଭାବେ ‘ଝଙ୍କାର’ ପତ୍ରିକାର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି, ସମ୍ପାଦନା ହେଉଛି ଏକ କଳା ଏବଂ ଭାଷା ଓ ବ୍ୟାକରଣ ଜ୍ଞାନ ଉପରେ ସମ୍ପାଦକଙ୍କ ଦକ୍ଷତା ରହିବା ଜରୁରି ବୋଲି କହିଥିଲେ । +ପ୍ରଥମ ଅଧିବେଶନ ଶେଷରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଉପସଭାପତି ଗିରି ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । +କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ଓଡ଼ିଆ ପତ୍ରପତ୍ରିକାର ବିବର୍ତ୍ତନ ଓ ଇଣ୍ଟର୍‌ନେଟ୍‌ ଯୁଗରେ ଓଡ଼ିଆ ପତ୍ରପତ୍ରିକା: ସଙ୍କଟ ଓ ସମ୍ଭାବନା’ ସଂପର୍କରେ ଆଲୋଚନା ହୋଇଥିଲା । +ଏଥିରେ ‘ପୌରୁଷ’ ପତ୍ରିକାର ସମ୍ପାଦକ ଅସିତ୍‌ ମହାନ୍ତି ପୌରହିତ୍ୟ କରି ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଆବଶ୍ୟକ ବୋଲି କହିଥିଲେ । +ସମ୍ପ୍ରତି ଇଣ୍ଟରନେଟ୍‌ର ବହୁଳ ପ୍ରଚାର ଓ ପ୍ରସାର ଫଳରେ କେତେକ ଓଡ଼ିଆ ପତ୍ରିକା ଏହି ଦୌଡ଼ରେ ସାମିଲ୍‌ ହେବା ଓଡ଼ିଆ ଭାଷା ପାଇଁ ଭଲ ସୂଚନା ବୋଲି ସେ କହିଥିଲେ । +ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠିତ ସାହିତ୍ୟିକ ଡ. ଅର୍ଚ୍ଚନା ନାୟକ ଯୋଗଦେଇ ଓଡ଼ିଆ ପତ୍ରିକା ବିଶେଷ କରି ସାହିତ୍ୟ ପତ୍ରିକା କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ବିଷୟରେ କହିଥିଲେ । +ବିଶେଷ କରି ପାଠକମାନଙ୍କ ଆଗ୍ରହ ଓ ରୁଚିକୁ ଦୃଷ୍ଟିରେ ରଖି ପତ୍ରିକାର ବିଷୟ ଓ ଲେଖା ପ୍ରକାଶ କରାଯିବା ଉପରେ ଡ. ନାୟକ ଗୁରୁତ୍ବ ଦେଇଥିଲେ । +ଏହି ଆଲୋଚନାରେ ରମାକାନ୍ତ ଜେନା, କେଦାର ମିଶ୍ର ଓ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ପ୍ରମୁଖ ଭାଗ ନେଇଥିଲେ । +ସେହିପରି ଅପରାହ୍ନରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଡ.ଶକୁନ୍ତଳା ବଳିୟାରସିଂହ । +ମୁଖ୍ୟଅତିଥି ଭାବେ ଡ. ନବକିଶୋର ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସୁଶାନ୍ତ କୁମାର ନାୟକ । +ଏହି ଅବସରରେ ପବିତ୍ର ପାଣିଗ୍ରାହୀଙ୍କ ‘ଐତିହାସିକ ମନ୍ମଥନାଥ ଦାସ’ ଗିରିଜା ପ୍ରସାଦ ବସୁଙ୍କ ‘କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ’ ସୁସ୍ମିତା ରଥଙ୍କ ‘କବି ଭାନୁଜୀ ରାଓ’ ଓ ସୁପ୍ରଭା ରାୟଙ୍କ ଦ୍ବାରା ଓଡ଼ିଆରେ ଅନୁବାଦ ହୋଇଥିବା ଆଶାପୂର୍ଣ୍ଣ ଦେବୀଙ୍କ ମୂଳ ବଙ୍ଗଳା ଉପନ୍ୟାସ ‘ଶବ ସାଧକ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । +ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପତ୍ରପତ୍ରିକା ସମ୍ପାଦକ ଏବଂ ସାହିତ୍ୟିକମାନେ ଉପସ୍ଥିତ ଥିଲେ । +ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ହରପ୍ରସାଦ ୨୬ତମ ମୂର୍ତ୍ତିଦେବୀ ସମ୍ମାନ ପାଇବେ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ସେପ୍ଟେମ୍ବର୍ ୪, ୨୦୧୩ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ରାଉରକେଲା: ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସ ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । +‘ମହାଭାରତ’ ମହାକାବ୍ୟର ବିଷୟକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି ସମକାଳୀନ ଭାରତୀୟ ସାହିତ୍ୟରେ ଏକ ନୂତନ ଧାରା ସୃଷ୍ଟି କରିଥିବା ଡକ୍ଟର ଦାସଙ୍କ କବିତା ସଙ୍କଳନ ‘ବଂଶ’ ପାଇଁ ୨୦୧୨ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । +ଭାରତୀୟ ଜ୍ଞାନପୀଠ ପ୍ରତିଷ୍ଠାନ ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ହେଉଛି ସାହିତ୍ୟ କ୍ଷେତ୍ରରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର । +ଏହି ପୁରସ୍କାର ପ୍ରଦାନ ପାଇଁ ଗଠିତ ବିଦ୍ବାନମାନଙ୍କର ଏକ କମିଟି ପକ୍ଷରୁ ଏହାର ଅଧ୍ୟକ୍ଷ, ସାହିତ୍ୟିକ ତଥା କେନ୍ଦ୍ର ଆଇନ୍‌ ମନ୍ତ୍ରୀ ବୀରାପ୍ପା ମୋଇଲି ପ୍ରଥମେ ଉକ୍ତ ପୁରସ୍କାର ବାବଦରେ ଡ.ଦାସଙ୍କୁ ସୂଚନା ଦେଇଥିଲେ । +ଏହି ପୁରସ୍କାର ପାଇଁ ମନୋନୀତ ହେବା ପରେ ଡ.ଦାସ ତାଙ୍କ ପ୍ରତିକ୍ରିୟାରେ ଏଥିପାଇଁ ଜ୍ଞାନପୀଠ ପ୍ରତିଷ୍ଠାନକୁ କୃତଜ୍ଞତା ଜ୍ଞାପନ କରିବା ସହିତ ଓଡ଼ିଆ ଭାଷାର ଆଉ ଏକ ଗ୍ରନ୍ଥ ସମକାଳୀନ ଭାରତୀୟ ଭାଷାବିଭାଗରେ ସମ୍ମାନୀତ ହୋଇଛି ବୋଲି କହିଛନ୍ତି । +ଏହା ଫଳରେ ଅଧିକରୁ ଅଧିକ ଓଡ଼ିଆ ଭାଷାର ସାହିତ୍ୟିକ ପ୍ରେରଣା ପାଇବେ ବୋଲି ଡ.ଦାସ କହିଛନ୍ତି । +ଆଜି ସୁଦ୍ଧା ଡକ୍ଟର ଦାସଙ୍କର ୧୧ଟି କବିତା ସଙ୍କଳନ, ୪ଟି ଗଦ୍ୟ ସଙ୍କଳନ, ୩ଟି ଅନୁବାଦ ସଙ୍କଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇବା ସହିତ ଦୈନିକ ସମ୍ବାଦରେ ‘ଓଡ଼ିଆ ଜାତିର ଜୀବନ ଚିନ୍ତା’ ନାମରେ ତାଙ୍କର ସ୍ତମ୍ଭଗୁଡ଼ିକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି । +୧୯୮୩ ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ଚର୍ଚ୍ଚିତ ଉପନ୍ୟାସ ‘ଯାଜ୍ଞସେନୀ’ ପାଇଁ ୧୯୯୧ ମସିହାରେ ପ୍ରଥମ ଓଡ଼ିଆଭାବେ ପ୍ରତିଭା ରାୟଙ୍କୁ ପ୍ରଦାନ କରାଯାଇଥିଲା । +ଜ୍ଞାନପୀଠ ପ୍ରତିଷ୍ଠାନର ପ୍ରତିଷ୍ଠାତାଙ୍କ ମାତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । +ନଦୀୟାବିହାରୀ ମହାନ୍ତି ଓ କ୍ଷେତ୍ରବାସୀ ନାଏକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଅଗଷ୍ଟ୍ ୨୪, ୨୦୧୩ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ରାଉରକେଲା: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟାବିହାରୀ ମହାନ୍ତି ସମ୍ମାନଜନକ ‘ଶିଶୁ ସାହିତ୍ୟ ପୁରସ୍କାର’ ଏବଂ ଯୁବ କଥାକାର କ୍ଷେତ୍ରବାସୀ ନାଏକ ‘ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୧୩’ ପାଇବାକୁ ମନୋନୀତ ହୋଇଛନ୍ତି । +ନୂଆଦିଲ୍ଲୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ବୈଠକରେ ଏହା ଘୋଷଣା କରାଯାଇଛି । +ଏକାଡେମୀର ସ୍ବତନ୍ତ୍ର ଉତ୍ସବରେ ସେମାନଙ୍କୁ ପୁରସ୍କୃତ କରାଯିବ । +୧୯୩୧ ନଭେମ୍ବର ୧୫ ତାରିଖରେ ଜନ୍ମ ହୋଇଥିବା ଶ୍ରୀ ମହାନ୍ତି ଅଷ୍ଟମ ଶ୍ରେଣୀରୁ କବିତା ରଚନା ଆରମ୍ଭ କରିଥିଲେ । +୧୯୫୮ରେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁ କାର୍ଯ୍ୟକ୍ରମର ଜଣେ ପରିଚାଳକ ଭାବେ କାର୍ଯ୍ୟ ଆରମ୍ଭ କରି ପ୍ରଯୋଜକ ଭାବେ ୧୯୮୯ ମସିହାରେ ଅବସର ଗ୍ରହଣ କରିଥିଲେ । +ଆକାଶବାଣୀ କେନ୍ଦ୍ରରେ ଶିଶୁ ସଂସାର, କିଶୋରଚକ୍ର, ଚକାଚକା ଭଉଁରୀ ଓ ଫୁଲଝରୀ କାର୍ଯ୍ୟକ୍ରମ ଆଦି ପରିଚାଳନା ଓ ପ୍ରଯୋଜନା କରି ସେ ପରିଚିତ ଲାଭ କରିଥିଲେ । +୨୧ଟି ପୁସ୍ତକର ରଚୟିତା ଶ୍ରୀ ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଉତ୍କଳ ସାହିତ୍ୟ ସମାଜ, ଉତ୍କଳ ସାହିତ୍ୟ କଳା ପରିଷଦ, ବିଷୁବ, ବଉଳ, ଫକୀରମୋହନ ପରିଷଦ, ଶ୍ରୀକ୍ଷେତ୍ର କଳା ସାଂସ୍କୃତିକ ପରିଷଦ, ଘାସଫୁଲ ପ୍ରଭୃତି ଶତାଧିକ ଅନୁଷ୍ଠାନ ସମ୍ମାନିତ କରିଛି । +ଏହି ଖବର ପ୍ରଚାରିତ ହେବାପରେ ଶ୍ରୀ ମହାନ୍ତିଙ୍କ କଟକ ତଳତେଲେଙ୍ଗା ବଜାରସ୍ଥିତ ବାସଭବନରେ ବହୁ ଶୁଭେଚ୍ଛୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜ୍ଞାପନ କରିଛନ୍ତି । +ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଶ୍ରୀ ମହାନ୍ତି ଏହାର ଶ୍ରେୟ ଶିଶୁ ଓ ପୁରସ୍କାର କମିଟିର ଚୟନକର୍ତ୍ତାଙ୍କୁ ଦେବା ସହ ନିଜକୁ ଜଣେ ଶିଶୁ ସେବକ ଭାବେ ଅଭିହିତ କରିଛନ୍ତି । +‘ଧ୍ରୁବତାରା’ ନାମକ ଏକ ଅନୁଷ୍ଠାନ ମଧ୍ୟ ପ୍ରତିଷ୍ଠା କରିଛନ୍ତି ଶ୍ରୀ ମହାନ୍ତି । +ସେହିପରି ଗଳ୍ପ ସଙ୍କଳନ ‘ଦାଦନ’ ପାଇଁ କ୍ଷେତ୍ରବାସୀ ନାୟକଙ୍କୁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି । +୨୦୧୧ରେ ପ୍ରକାଶିତ ଏହି ଗଳ୍ପ ସଙ୍କଳନରେ ଥିବା ଅନେକ ଗଳ୍ପରେ ପଶ୍ଚିମ ଓଡ଼ିଶାରେ ଦେଖାଦେଇଥିବା ଦାଦନ ସମସ୍ୟାକୁ ଜୀବନ୍ତଭାବେ ଚିତ୍ରଣ କରାଯାଇଛି । +୧୯୮୦ରେ ଜନ୍ମିତ କ୍ଷେତ୍ରବାସୀ, ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ସ୍ନାତକ ଓ ବଲାଙ୍ଗୀର ରାଜେନ୍ଦ୍ର କଲେଜ୍‌ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । +୨୦୦୮ରୁ ସେ ‘ନବନୀତା’ ନାମରେ ଏକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଆସୁଛନ୍ତି । +କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ସାହିତ୍ୟିକ ସମ୍ମିଳନୀ ‘ପୂର୍ବୋତ୍ତରୀ ଅନୁଷ୍ଠିତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁଲାଇ ୩୦, ୨୦୧୩ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ସମ୍ମାନ ବା ପୁରସ୍କାର ଲୋଭ ନରଖି ଯୁବ ସାହିତ୍ୟିକମାନେ ସାହିତ୍ୟ ସାଧନା କରନ୍ତୁ +ଭୁବନେଶ୍ବର: ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଯୁବ ସାହିତ୍ୟିକମାନଙ୍କର ଏକ ଦୁଇଦିନିଆ ସମ୍ମିଳନୀ ସ୍ଥାନୀୟ ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । +ଏଥିରେ ବଙ୍ଗଳା, ଅସମିୟା, ମଣିପୁରୀ, ବୋଡ଼ୋ, ନେପାଳୀ ଆଦି ଭାଷାର ଯୁବ ସାହିତ୍ୟିକ ଏବଂ ୮ଜଣ ଓଡ଼ିଆ ଯୁବ ସାହିତ୍ୟିକଙ୍କ ସମେତ ମୋଟ ୩୮ଜଣ ଭାଗ ନେଇଥିଲେ । +ଜୁଲାଇ ୨୭ ତାରିଖରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀକୁ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ.ପ୍ରତିଭା ରାୟ ଉଦ୍‌ଘାଟନ କରିଥିଲେ । +ବିଭିନ୍ନ ଭାଷାଭାଷୀ ସାହିତ୍ୟିକମାନଙ୍କ ମଧ୍ୟରେ ଭାବ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ଭଲ ମାଧ୍ୟମ ବୋଲି ସେ କହିଥିଲେ । +ବିଶେଷ କରି ଯୁବ ଲେଖକମାନେ ପୁରସ୍କାର ଓ ସମ୍ମାନ ସହିତ ଅର୍ଥ ଉପାର୍ଜନ ପ୍ରତି ଲୋଭ ନରଖି ସାହିତ୍ୟ ସାଧନା କଲେ ନିଶ୍ଚିତ ସଫଳତା ହାସଲ କରିବେ ବୋଲି ଡ.ରାୟ କହିଥିଲେ । +କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଶା ପରାମର୍ଶ ପରିଷଦର ଆବାହକ ଗୌରହରି ଦାସ ଏହି ଅବସରରେ ପ୍ରାରମ୍ଭିକ ସୂଚନା ଦେଇ ଓଡ଼ିଶାର କଳା, ସଂସ୍କୃତି ଓ ସାହିତ୍ୟ ଉପରେ ସୂଚନା ଦେବା ସହିତ ଯୁବ ଲେଖକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । +ଏଥିରେ ପ୍ରଖ୍ୟାତ କବି ରମାକାନ୍ତ ରଥ ସଭାପତିଭାବେ ଯୋଗଦେବାକୁ ଥିଲେ ମଧ୍ୟ ଅସୁସ୍ଥତା ହେତୁ ଯୋଗଦେଇ ପାରିନଥିବାରୁ ତାଙ୍କ ବାର୍ତ୍ତା ପଢ଼ାଯାଇଥିଲା । +ଏହି ବାର୍ତ୍ତାରେ ସେ ”ଯେ ପର୍ଯ୍ୟନ୍ତ ଜଣେ କବି ନିର୍ଭୀକ ଭାବେ ନିଜ ମନର ଭାବକୁ ପରିପ୍ରକାଶ କରୁଥିବ ଏବଂ ସାଧାରଣ ମଣିଷ ସହିତ ନିଜକୁ ସମ୍ପୃକ୍ତ କରୁଥିବ ସେତେ ପର୍ଯ୍ୟନ୍ତ ସେ ଯୁବକ ଥିବ” ବୋଲି କହିଥିଲେ । +କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ପାଦକ କେ.ଶ୍ରୀନିବାସ ରାଓ ଏଥିରେ ସ୍ବାଗତ ଭାଷଣ ଦେଇ ଉତ୍ତର ପୂର୍ବ ଓ ପୂର୍ବ ଭାରତରେ ୪୦୦ରୁ ଅଧିକ ଭାଷା ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମନ୍ବୟ ନାହିଁ ବୋଲି କହିଥିଲେ । +ଏହାଦ୍ବାରା ଗୋଟିଏ ଭାଷାର ଲେଖା ଅନ୍ୟ ଭାଷାର ଲୋକମାନଙ୍କ ନିକଟରେ ଅପହଞ୍ଚ ରହିଛି । +ତେଣୁ ଏହି ଭାଷାର ସାହିତ୍ୟିକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ପରସ୍ପର ପରସ୍ପରର ଭାଷାକୁ ଅଧିକ ବୁଝିବା ଓ ଜାଣିବା ପାଇଁ ଏହି ସମ୍ମିଳନୀ ଏକ ଉଦ୍ୟମ ବୋଲି ଶ୍ରୀ ରାଓ କହିଥିଲେ । +ଏହି ଅବସରରେ ବିଭିନ୍ନ ଭାଷାର ୮ଜଣ କବି କବିତା ପାଠ କରିଥିଲେ । +ସେମାନଙ୍କ ମଧ୍ୟରେ ଓଡ଼ିଶାର ସୀତାଂଶୁ ଲେଙ୍କା ଓ ଗାୟତ୍ରୀବାଳା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କବିତା ପାଠ କରିଥିଲେ । +ସେହିପରି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ କରବୀ ଡେକା ହଜାରିକାଙ୍କ ଅଧ୍ୟକ୍ଷତାରେ କ୍ଷୁଦ୍ରଗଳ୍ପ ଓ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । +ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରୁ ସୃଷ୍ଟିଶ୍ରୀ ନାୟକ ଯୋଗଦେଇ ନିଜର କ୍ଷୁଦ୍ରଗଳ୍ପ ପାଠ କରିଥିଲେ । +ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ବିଶିଷ୍ଟ ଓଡ଼ିଆ ଲେଖକ ହର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । +ଏହି ଅବସରରେ ବିଭିନ୍ନ ଭାଷାର ମୋଟ ୮ଜଣ ଲେଖକ ସେମାନଙ୍କ କବିତା ପାଠ କରିଥିଲେ । +ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର କବି ସରୋଜ ବଳ ଅନ୍ୟତମ ଥିଲେ । +କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଅର୍ଥାତ୍‌ ୨୮ ତାରିଖ ଦିନ ବିଶିଷ୍ଟ ଗାଳ୍ପିକା ପାରମିତା ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ତୃତୀୟ ଅଧିବେଶନ । +ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍‌ଜିତ୍‌ ବୋରା(ଅସମୀୟା),ସାଦିକ୍‌ ହୋସେନ୍‌(ବଙ୍ଗଳା)ଙ୍କ ସମେତ ଓଡ଼ିଆ ଲେଖକ ସୁଜିତ୍‌ କୁମାର ପଣ୍ଡା ଆଦି ଯୋଗଦେଇ ନିଜ ନିଜର ଗଳ୍ପ ପାଠ କରିଥିଲେ । +ଏଥିରେ ଗାଳ୍ପିକା ପାରମିତା ଶତପଥୀ ନିଜର ବକ୍ତବ୍ୟରେ ଯୁବପିଢ଼ିଙ୍କ ମଧ୍ୟରେ ଭଲପାଇବା ଏବଂ ଧୈର୍ଯ୍ୟ ଗୋଟିଏ ଭଲ ଲେଖା ସୃଷ୍ଟି ପାଇଁ ଖୋରାକ ଯୋଗାଇଥାଏ ବୋଲି କହିଥିଲେ । +କାର୍ଯ୍ୟକ୍ରମର ଚତୁର୍ଥ ଅଧିବେଶନରେ ‘ମୁଁ କାହିଁକି ଲେଖେ’ ଶୀର୍ଷକ ଆଲୋଚନାରେ ଓଡ଼ିଆ ଲେଖକ ବିକ୍ରମ ଦାସ ଅଧ୍ୟକ୍ଷତା କରି ‘ଯେତେବେଳେ ମୋ ହୃଦୟ ଓ ମସ୍ତିଷ୍କ’ ମୋତେ ଲେଖିବାପାଇଁ ପ୍ରେରିତ କରେ’ ସେତେବେଳେ ମୁଁ ଲେଖେ ବୋଲି କହିଥିଲେ । +ଏହା ସହିତ ଏକ ସୁସ୍ଥ ସମାଜ ଗଠନ ଦିଗରେ ଲେଖକମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ଦାସ କହିଥିଲେ । +ଏହି ଅଧିବେଶନରେ ସୋମା ବନ୍ଦୋପାଧ୍ୟାୟ, ରଜତ ଚୌଧୁରୀ ଆଦିଙ୍କ ସମେତ ମୋଟ ୫ଜଣ ଲେଖକ ସେମାନେ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ସେ ବିଷୟରେ ମତ ଦେଇଥିଲେ । +କାର୍ଯ୍ୟକ୍ରମର ଶେଷ ଅଧିବେଶନରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । +ଏଥିରେ ସଭାପତିତ୍ବ କରି ସୁବୋଧ ସରକାର, ସମକାଳୀନ କବିତା ହେଉଛି ସମକାଳୀନ କବିମାନଙ୍କର ସ୍ବର ଏବଂ ଏଥିରେ ଯୁବ କବିମାନଙ୍କର କବିତା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ । +ଏଥିରେ ଓଡ଼ିଆ ଭାଷାର କବି ଦୀପ୍‌ସା ରଥ ଓ ଅଖିଳ ନାୟକଙ୍କ ସମେତ ଅନ୍ୟ ଭାଷାର ମୋଟ ୮ଜଣ କବି ସେମାନଙ୍କର କବିତା ପାଠ କରିଥିଲେ । +ସମଗ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର କର୍ମକର୍ତ୍ତାମାନଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲେଖକ ଓ କବିମାନେ ଯୋଗ ଦେଇଥିଲେ । +ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ବିଭିନ୍ନ ପୁସ୍ତକଗୁଡ଼ିକର ଏକ ପ୍ରଦର୍ଶନୀ ଓ ବିକ୍ରୟ ଆୟୋଜିତ ହୋଇଥିଲା । +ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା କବି ଓ ଲେଖକମାନେ ଉତ୍ସାହର ସହିତ ଯୋଗଦେଇ ଉକ୍ତ ଦୁଇଦିନିଆ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । +ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଓ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁଲାଇ ୨୬, ୨୦୧୩ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ଆମ ସାହିତ୍ୟ ହେଉଛି ଆମ ସ୍ବାଭିମାନର ପ୍ରତୀକ । +ଏହା ଯେପରି ଅଧିକ ଲୋକପ୍ରିୟ ହୋଇ ପାରିବ ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । +ଏହି କ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର ବିଶେଷଜ୍ଞ କମିଟି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ସୁପାରିସ କରିବା ଓଡ଼ିଶା ଭାଷା ସାହିତ୍ୟ ପାଇଁ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । +ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠା ଦିବସ ଓ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଥିଲେ । +ଏକାଡେମୀର ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଯେଉଁ ସୁପାରିଶ ହୋଇଛି, ତାକୁ କେନ୍ଦ୍ର ସରକାର ତୁରନ୍ତ ଗ୍ରହଣ କରି ଆଇନ୍‌ରେ ପରିଣତ କରିବାକୁ ଅନୁରୋଧ କରାଯାଇଛି ବୋଲି କହିଥିଲେ । +ଏହାଦ୍ବାରା ଓଡ଼ିଆ ଭାଷା ସାହିତ୍ୟ ଉପରେ ଅଧିକ ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ । +ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୦ ମସିହା ପାଇଁ ବରେଣ୍ୟ କଥାକାର ଚନ୍ଦ୍ରଶେଖର ରଥ, ୨୦୧୧ ମସିହା ପାଇଁ ବିଶିଷ୍ଟ ଭାଷାବିଜ୍ଞାନୀ ଡ.ଗଗନେନ୍ଦ୍ରନାଥ ଦାଶ ଓ ୨୦୧୨ ମସିହା ପାଇଁ ବିଶିଷ୍ଟ କବି ବ୍ରଜନାଥ ରଥଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରିଥିଲେ । +ସୂଚନାଯୋଗ୍ୟ ଯେ, ପୂର୍ବରୁ ଡ.ଗଗନେନ୍ଦ୍ରନାଥ ଦାଶ ତାଙ୍କୁ ପୁରସ୍କାର ପ୍ରଦାନ ନେଇ ପୂର୍ବରୁ ଉଠିଥିବା କେତେକ ବିବାଦ ଯୋଗୁଁ ଏହି ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ମଧ୍ୟ ପରେ ଏଥିପାଇଁ ରାଜି ହୋଇଥିଲେ । +ଉପରୋକ୍ତ ତିନିଜଣଙ୍କୁ ପୁରସ୍କାର ବାବଦରେ ନଗଦ ୫୦ହଜାର ଟଙ୍କା ଲେଖାଏ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । +ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ୍ବର ମହାନ୍ତି, ଓଡ଼ିଆ ଭାଷାର ବିକାଶ କେବଳ ସରକାରୀ ଉଦ୍ୟମରେ ହୋଇ ପାରିବ ନାହିଁ, ଏଥିପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ । +ରାଜ୍ୟ ସଂସ୍କୃତି ବିଭାଗ ଏହାର ସମସ୍ତ ନଥିପତ୍ର କାର୍ଯ୍ୟ ଓଡ଼ିଆ ଭାଷାର କରିବା ଆରମ୍ଭ କରିଛି ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ଏହି ଅବସରରେ ସୂଚନା ଦେଇଥିଲେ । +ରାଜ୍ୟ ସଂସ୍କୃତି ବିଭାଗର ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ସାହିତ୍ୟ ଆମ ସଂସ୍କୃତିର ପ୍ରତିଫଳନ ବୋଲି କହିଥିଲେ । +ତେଣୁ ଓଡ଼ିଶାର ଯୁବବର୍ଗ ଏଥିପ୍ରତି ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ସେ କହିଥିଲେ । +ଅନ୍ୟତମ ଅତିଥିଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସୁଶିଲ କୁମାର ଦାସ ଯୋଗଦେଇ ଭାଷା ହିଁ ଗୋଟିଏ ଜାତିର ରକ୍ଷାକବଚ ବୋଲି କହିଥିଲେ । +ଏକାଡେମୀର ସଭାପତି ସାତକଡ଼ି ହୋତା ଓଡ଼ିଆ ଭାଷାର ବିକାଶ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ଆଞ୍ଚଳିକ ଭାଷା ଓ କଥିତ ଭାଷା ଉପରେ ଏକ ଅଭିଧାନ ପ୍ରସ୍ତୁତି ଚାଲିଛି ଓ ଏହା ଆସନ୍ତା ୬ ମାସ ଭିତରେ ଶେଷ ହେବ ବୋଲି କହିଥିଲେ । +ସେହିପରି କଥିତ ଭାଷାର ବ୍ୟାକରଣ ରଚନା ପାଇଁ ସାହିତ୍ୟ ଏକାଡେମୀ ଉଦ୍ୟମ କରିବ ବୋଲି ଶ୍ରୀ ହୋତା କହିଥିଲେ । +ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରୁ ୨୫ଜଣ ସାରସ୍ବତ ସାଧକଙ୍କୁ ସେମାନଙ୍କ ସିଦ୍ଧି ଓ ସାଧନାର ସ୍ବୀକୃତି ସ୍ବରୂପ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । +ଏହି ସମ୍ମାନରେ ସମ୍ବର୍ଦ୍ଧିତ ସାହିତ୍ୟିକମାନେ ହେଲେ ଅଟଳବିହାରୀ ପଣ୍ଡା, ଘନଶ୍ୟାମ ଧଳ, ରାହାସ ରାୟ, ଡ.ନିମାଇଁ ଚରଣ ପଣ୍ଡା, ରଘୁନାଥ ଡାକୁଆ, ଡ.ବିଜୟ କୁମାର ନନ୍ଦ, ବ୍ରଜକିଶୋର ମହାନ୍ତି, ଫକୀରମୋହନ ଶତପଥୀ, ଦେବରାଜ ସାହୁ, ନିମାଇଁଚରଣ ପଟ୍ଟନାୟକ, ଭାଗବତ ପ୍ରସାଦ ନନ୍ଦ, ଦୟାନିଧି ଦାଶ, ଡ.କବିପ୍ରସାଦ ମିଶ୍ର, ଉମାକାନ୍ତ ଦାଶ, ଧନପତି ରଥ, ଡ.ଶ୍ୟାମସୁନ୍ଦର ମହାପାତ୍ର, ନିର୍ମଳା ମହାନ୍ତି, ଅପୂର୍ବ ରଞ୍ଜନ ରାୟ, ଅରୁଣ କୁମାର ପଣ୍ଡା, ଡ.ବିମ୍ବାଧର ବେହେରା, ସୂର୍ଯ୍ୟପ୍ରଭା ପାଣିଗ୍ରାହୀ ଓ ଡ.ସୁରେନ୍ଦ୍ରନାଥ ଦାଶ । +ଉପରୋକ୍ତ ସାଧକମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । +ଏହା ସହିତ ବିଦ୍ୟାଳୟସ୍ତରରେ ପ୍ରବନ୍ଧ ଓ କବିତା ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । +ପ୍ରାରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଏକାଡେମୀର ଉପସଭାପତି ଗିରି ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । +୨୦୧୦ ମସିହା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଗ୍ରହଣ କରିବା ଅବସରରେ କଥାକାର ଚନ୍ଦ୍ରଶେଖର ରଥ କହିଥିଲେ ଯେ, ମନରେ ଶଙ୍କା ଉଠିଥିଲା ଓଡ଼ିଆ ଭାଷାକୁ ନେଇ । +ଏହା ଯଥେଷ୍ଟ ଅବହେଳା, ଉପେକ୍ଷା ସହିଛି । +ଅବମାନନା ସହି ଆସୁଥିବା ଭାଷା ଭାଙ୍ଗି ପଡ଼ୁଥିବା ବେଳେ ବର୍ତ୍ତମାନ ସମଗ୍ର ବାତାବରଣରେ ଏକ ଶୁଭବାର୍ତ୍ତା ସଞ୍ଚରିଛି । +ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ଏହି ଭାଷାକୁ କେହି ଅବହେଳା କରିବାର ଆସ୍ପର୍ଧା କରି ପାରିବେ ନାହିଁ ବୋଲି ସେ କହିଥିଲେ । +ମିଳିଥିବା ପୁରସ୍କାର, ସମ୍ମାନ ବାସ୍ତବରେ ତାଙ୍କୁ ନୁହେଁ, ଏହା ଉତ୍କଳ ଭାରତୀଙ୍କୁ ସମ୍ମାନ ଓ ଭାଷାକୁ ସମ୍ମାନ ବୋଲି ଶ୍ରୀ ରଥ କହିଥିଲେ । +୨୦୧୧ ମସିହା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ଭାଷା ଓ ଧ୍ବନୀତତ୍ତ୍ବବିତ୍‌ ଓ ଗବେଷକ ଡ.ଗଗନେନ୍ଦ୍ରନାଥ ଦାଶ କହିଲେ ଯେ, ମୋ ଠାରୁ ବହୁ ଯୋଗ୍ୟ ସାରସ୍ବତ ସାଧକ ଏହି ପୁରସ୍କାର ପାଇ ନାହାଁନ୍ତି । +ତେଣୁ ମୁଁ ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ସେମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ । +ତେବେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ସୁପାରିସ ଏକ ଗର୍ବର ବିଷୟ । +ମାତ୍ର କେବଳ ଶାସ୍ତ୍ରୀୟ ମାନ୍ୟତା ଭାଷାର ବିକାଶ ପାଇଁ ଯଥେଷ୍ଟ ନୁହେଁ । +ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ପଡ଼ିବ । +ଏଥିପାଇଁ ସମସ୍ତେ ସଚେତନ ହେବା ଜରୁରି ବୋଲି ଡ.ଦାଶ କହିଥିଲେ । +୨୦୧୨ ମସିହା ପାଇଁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଗ୍ରହଣ କରିବା ଅବସରରେ ବିଶିଷ୍ଟ ସାହିତ୍ୟିକ ବ୍ରଜନାଥ ରଥ କହିଲେ ଯେ, ଗତ ୬୦ ବର୍ଷ ଧରି ସେ ଭାଷାର ସେବକ ଭାବେ କାର୍ଯ୍ୟ କରିଆସୁଛନ୍ତି । +ବିଶ୍ବକବି ରବୀନ୍ଦ୍ର ନାଥ ଠାକୁର ୧୦୦ବର୍ଷ ପରେ ତାଙ୍କ କବିତା କିଏ ପଢ଼ିବ କିମ୍ବା ନାହିଁ, ସେ ସମ୍ପର୍କରେ ସନ୍ଦିହାନ ଥିବାବେଳେ ଆମ ଭାଷାର କବି ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାହିତ୍ୟ କୃତୀ ୫୦୦ ବର୍ଷ ପରେ ମଧ୍ୟ ଆମ ରାଜ୍ୟର ପ୍ରତି ଘରେ ଘରେ ପରିଚିତ । +ଏହା ହିଁ ଆମ ଭାଷାର ଗୌରବ ଓ ଅତିବଡ଼ୀ ଆମ ଭାଷା ଅସ୍ମୀତାର ପ୍ରତୀକ ବୋଲି ଶ୍ରୀ ରଥ କହିଥିଲେ । +ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ତିନି ବର୍ଷର ସମ୍ମାନ ପାଇଁ ନାମ ଘୋଷଣା + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁଲାଇ ୧୫, ୨୦୧୩ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଗତ ତିନି ବର୍ଷ ପାଇଁ ଏହାର ସର୍ବୋଚ୍ଚ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପାଇଁ ପ୍ରଥିତଯଶା ସାହିତ୍ୟିକଙ୍କ ନାମ ଘୋଷଣା କରାଯାଇଛି । +ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥ, ଡକ୍ଟର ଗଗନେନ୍ଦ୍ରନାଥ ଦାଶ ଓ ବ୍ରଜନାଥ ରଥ ଏକାଡେମୀର ଏହି ସର୍ବୋଚ୍ଚ ସାରସ୍ବତ ସମ୍ମାନ ପାଇବେ । +ଏହା ବ୍ୟତୀତ ୨୦୧୩ ମସିହା ପାଇଁ ୨୫ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । +ଏକ ସ୍ବତନ୍ତ୍ର ଉତ୍ସବରେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ବତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । +୨୦୧୦ ମସିହା ପାଇଁ ଚନ୍ଦ୍ରଶେଖର ରଥ ଏହି ପୁରସ୍କାର ପାଇବାକୁ ଥିଲାବେଳେ ୨୦୧୧ ମସିହା ପାଇଁ ଡକ୍ଟର ଗଗନେନ୍ଦ୍ରନାଥ ଦାଶ ଓ ୨୦୧୨ ମସିହା ପାଇଁ ବ୍ରଜନାଥ ରଥଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ । +ଏକାଡେମୀର ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୪ ତାରିଖରେ ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । +ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପାଇଁ ସାହିତ୍ୟିକମାନଙ୍କୁ ନଗଦ ୫୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ । +ସେହିଭଳି ଅନ୍ୟ ସମ୍ବର୍ଦ୍ଧିତ ସାହିତ୍ୟିକମାନେ ପୁରସ୍କାର ଅକାରରେ ନଗଦ ୫ ହଜାର ଟଙ୍କା ଓ ମାନପତ୍ର ପାଇବେ । +୨୦୧୩ ପାଇଁ ଫକୀରମୋହନ ଶତପଥୀ, ସୂର୍ଯ୍ୟପ୍ରିୟା ପାଣିଗ୍ରାହୀ, ନିମାଇଁ ଚରଣ ପଟ୍ଟନାୟକ(ନୟାଗଡ଼), କବିପ୍ରସାଦ ମିଶ୍ର, ଅପୂର୍ବ ରଞ୍ଜନ ରାୟ, ଯଦୁନାଥ ସାହୁ, ଦେବରାଜ ସାହୁ, ନିମାଇଁ ଚରଣ ପଣ୍ଡା, ନିର୍ମଳା ମହାନ୍ତି, ରାହାସ ରାୟ, ଅରୁଣ କୁମାର ପଣ୍ଡା, ବିଜୟ କୁମାର ନନ୍ଦ, ଦୟାନିଧି ଦାଶ, ଶ୍ୟାମସୁନ୍ଦର ମହାପାତ୍ର, ବନମାଳି ସାହୁ, ଭାଗବତ ପ୍ରସାଦ ନନ୍ଦ, ଧନପତି ରଥ, ରଘୁନାଥ ଡାକୁଆ, ସୁରେନ୍ଦ୍ରନାଥ ଦାଶ (ନବରଙ୍ଗପୁର), ଅଟଳବିହାରୀ ପଣ୍ଡା, ଉମାକାନ୍ତ ଦାଶ, ବିମ୍ବାଧର ବେହେରା, ଲାବଣ୍ୟଚନ୍ଦ୍ର ସାହୁ, ବ୍ରଜ କିଶୋର ମହାନ୍ତି(କଟକ) ଓ ଘନଶ୍ୟାମ ଧଳଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି । +ଅନ୍ୟପକ୍ଷରେ ଗତବର୍ଷ ଘୋଷଣା ହୋଇଥିବା ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ରେ ୨୦୧୦ ବର୍ଷ ପାଇଁ ଡକ୍ଟର ଗଗନେନ୍ଦ୍ରନାଥ ଦାଶଙ୍କ ନାମକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର ହୋଇଥିଲା । +ଏହା ଫଳରେ ଏହି ପୁରସ୍କାର ପ୍ରଦାନକୁ ଏକାଡେମୀ ପକ୍ଷରୁ ସ୍ଥଗିତ ରଖାଯାଇଥିଲା । +ଏହି କ୍ରମରେ ୨୦୧୧ ବର୍ଷ ପାଇଁ ପୁରସ୍କାର ନିମନ୍ତେ ଘୋଷିତ ହୋଇଥିବା ଡ.ଦାଶ ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । +ପୁରସ୍କାର ଘୋଷଣା ବାବଦରେ ନାମ ଘୋଷଣା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡ.ଦାଶ ଏହି ସୂଚନା ଦେବା ସହିତ ବିଗତ ଦିନରେ ତାଙ୍କ ନାମ ପୁରସ୍କାର ତାଲିକାରେ ଥିବାକୁ ନେଇ ଅଦାଲତରେ ମାମଲା ହୋଇଥିବାରୁ ସେ ଏହିପରି ଘଟଣାରେ ଜଡ଼ିତ ରହିବା ପାଇଁ ଆଗ୍ରହୀ ନୁହଁନ୍ତି ବୋଲି କହିଛନ୍ତି । +ଏହା ସହିତ ଏକାଡେମୀର ଘୋଷଣାକୁ ସମ୍ମାନ ଜଣାଇବା ସହିତ ବିନମ୍ରତାର ସହିତ ଡ.ଦାଶ ଏହି ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । +ଅନ୍ୟପକ୍ଷରେ ୨୦୧୦ ଓ ୨୦୧୨ ପାଇଁ ପୁରସ୍କାର ପାଇବାକୁ ଘୋଷିତ ସାହିତ୍ୟିକମାନେ ପୁରସ୍କାର ବାବଦରେ ଘୋଷଣା ଶୁଣିବା ପରେ ଏଥିପାଇଁ ଏକାଡେମୀର ଚୟନ କର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । +ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ି ଓ ଏକାଡ଼େମୀ ପୁରସ୍କାର ପ୍ରଦାନ ଉତ୍ସବ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜାନୁଆରୀ ୩୦, ୨୦୧୩ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ରାଜ୍ୟର ଭାଷା-ସାହିତ୍ୟର ବିକାଶ ସହିତ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବର୍ତ୍ତମାନର ଯୁବ ସାହିତ୍ୟିକମାନେ ବିଶେଷ ଦୃଷ୍ଟିଦେବା ଆବଶ୍ୟକ ବୋଲି ସଂସ୍କୃତି ମନ୍ତ୍ରୀ ମହେଶ୍ବର ମହାନ୍ତି ମତବ୍ୟକ୍ତ କରିଛନ୍ତି । +ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ଏକାଡ଼େମୀ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ମହାନ୍ତି ଯୋଗଦେଇ ଭାଷା ସାହିତ୍ୟର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ । +ଓଡ଼ିଶାର କଳା ଓ ସଂସ୍କୃତି ସମଗ୍ର ବିଶ୍ବରେ ବେଶ୍‌ ପରିଚିତ । +ସାହିତ୍ୟକମାନେ ନିଜର ଚିନ୍ତାଧାରା ମାଧ୍ୟମରେ ଏହାକୁ ଅଧିକ ଆଦୃତ କରିବା ଲାଗି ଉଦ୍ୟମ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ଆହ୍ବାନ ଦେଇଥିଲେ । +ଏହି ବସରରେ ୨୦୦୭ ମସିହା ପାଇଁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ, ୨୦୦୮ ମସିହା ପାଇଁ କଥାଶିଳ୍ପୀ ମହାପାତ୍ର ନୀଳମଣି ସାହୁ ଓ ୨୦୦୯ ମସିହା ପାଇଁ ସାହିତ୍ୟ ଓ ସମାଲୋଚକ ପ୍ରଫେସର ଦାଶରଥୀ ଦାସଙ୍କୁ ‘ଅତିବଡ଼ି ଜଗନ୍ନାଥ’ ପୁରସ୍କାର ପ୍ରଦାନ କରାଯାଇଥିଲା । +ଏହି ପୁରସ୍କାର ବାବଦରେ ପ୍ରତ୍ୟେକ ସାହିତ୍ୟିକଙ୍କୁ ୫୦ ହଜାର ଟଙ୍କା ଅର୍ଥରାଶି ସହ ଫଳକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । +ସେହିପରି ଏକାଡେମୀର ବିଭିନ୍ନ ବିଭାଗର ୨୦୦୯ ମସିହା ପାଇଁ ଦେବ ପ୍ରସାଦ ଦାସ, କୃପାସାଗର ସାହୁ, ପ୍ରଭାସିନୀ ମହାକୁଡ଼ ତିୱାରୀ, ପ୍ରଫେସର ସଂଘମିତ୍ରା ମିଶ୍ର, ସୀମନ୍ତ ମହାନ୍ତି, ବିଜୟ ମହାନ୍ତି, ପ୍ରେମାନନ୍ଦ ମହାପାତ୍ର, ବିଜୟ କେତନ ପଟ୍ଟନାୟକ, ଶକୁନ୍ତଳା ବଳିୟାରସିଂ, ମନସ୍ବିନୀ ଦାଶ ଓ ସଚ୍ଚି ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ୨୦୧୦ ମସିହା ପାଇଁ ମମତାମୟୀ ଚୌଧୁରୀ, ଅରବିନ୍ଦ ରାୟ, ସୌଭାଗ୍ୟବନ୍ତ ମହାରଣା, କୃତିବାସ ନାୟକ, ଧନେଶ୍ବର ସାହୁ, ବସନ୍ତ ଦାସ, କ୍ଷୀରୋଦ ପରିଡ଼ା, ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ଓ ଗୌରହରି ଦଳାଇଙ୍କୁ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯାଇଥିଲା । +ଏହି ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । +ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡ.ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଏକାଡ଼େମୀର ସଚିବ ବିଜୟ କୁମାର ନାୟକ ସମ୍ପାଦକୀୟ ପାଠ କରିଥିଲେ । +ବିଶିଷ୍ଟ ଅତିଥି ଭାବେ କବି ରମାକାନ୍ତ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ତ୍ରିପାଠୀ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ସୁଶୀଲ କୁମାର ଦାସ ଯୋଗଦେଇଥିଲେ । +ଶେଷରେ ଏକାଡ଼େମୀର ଉପ-ସଭାପତି ଗିରି ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । -- GitLab