diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia208.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia208.txt new file mode 100644 index 0000000000000000000000000000000000000000..44711f35a735458515889a0a84aeea8b0d9b825c --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia208.txt @@ -0,0 +1,238 @@ +ଜାଣିବା କେତୋଟି ସେବା ଓ ଯୋଜନା +ଟୀକାକରଣ +ଗର୍ଭବତୀ ମହିଳାମାନଙ୍କ ପାଇଁ ଗର୍ଭାବସ୍ଥାରେ ପ୍ରାରମ୍ଭିକ ପର୍ଯ୍ୟାୟରେ (୧୬ ସପ୍ତାହ)- ଟି.ଟି, ପ୍ରଥମ ମାତ୍ରା ଟି.ଟି. ୨ୟ ମାତ୍ରା(ଟି.ଟି ୧ର ଏକ ମାସ ପରେ) +ଧନୁଷ୍ଟଙ୍କାର ରୋଗର ପ୍ରତିଷେଧକ +ଶିଶୁଙ୍କ ଟୀକା +ଜନ୍ମ ହେବା ପରେ –(୦-୩୦ ଦିନ ମଧ୍ୟରେ) ବି.ସି.ଜି. ଟୀକା (ଯକ୍ଷ୍ମାରୋଗର ପ୍ରତିଶେଧକ) ପୋଲିଓ-୦( ଡାକ୍ତରଖାନାରେ ଜନ୍ମ ହେଇଥିବା ଶିଶୁ) ପୋଲିଓବୁନ୍ଦା +ଡି.ପି.ଟି. ଓ ପୋଲିଓ- ପ୍ରଥମ ମାତ୍ରା ଦେଢ ମାସ ମଧ୍ୟରେ ଅଢେଇ ମାସ (୧୦-ସପ୍ତାହ) ଡି.ପି.ଟି.-୨ ୟ ମାତ୍ରା ସାଢେ ତିନି ମାସ (୨୪ ସପ୍ତାହ) ଡି.ପି.ଟି. -୩ୟ ମାତ୍ରା (କଣ୍ଠ ଅଳତୀ, ଲହରାକାଶ, ଧନୁଷ୍ଟଙ୍କାର , ପୋଲିଓରୋଗର ପ୍ରତିଷେଧକ +୧୨-୨୪ ମାସ ମଧ୍ୟରେ- ଡି.ପି.ଟି. ବୁଷ୍ଟର ମାତ୍ରା । +କଣ୍ଠ ଅଳତୀ, ଲହରାକାଶ ଓ ଧନୁଷ୍ଟାଙ୍କାର ରୋଗର ପ୍ରତିଷେଧକ । +ଭିଟାମିନ ର ୨ୟ ମାତ୍ରା ଓ ୩ୟ ମାତ୍ରା । +ଅନ୍ଧାରକଣା ରୋଗର ପ୍ରତିଷେଧକ । +୨୪-୩୨ ମାସ ମଧ୍ୟରେ- ଭିଟାମିନ୍-୧ ର ଚତୁର୍ଥ ଓ ପଂଚମ ମାତ୍ରା – ( ଅନ୍ଧାରକଣା ରୋଗରପ୍ରତିଷେଧକ) । +ଜନନୀ ସୁରକ୍ଷା ଯୋଜନା +ରାଜ୍ୟରେ ଆନୁଷ୍ଠାନିକ ( ସରକାରୀ ଡାକ୍ତରଖାନା/ ସରକାରୀ ଅନୁମୋଦନ ପ୍ରାପ୍ତ ପ୍ରାଇଭେଟ ନର୍ସିଙ୍ଗହୋମ) ପ୍ରସବ ଦ୍ଵାରା ମାଁ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହିତ ଗ୍ରାମ ସ୍ତରରେ ଗର୍ଭବତୀ ମହିଳାମାନଙ୍କୁ ସୁସ୍ଥ ଏବଂ ନିରାପଦ ପ୍ରଦାନ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ଅଭିଯାନ । +ଏହାର ସଫଳତା ଗରୀବ ଶ୍ରେଣୀର ମହିଳାମାନଙ୍କର ଆନୁଷ୍ଠାନିକ ପ୍ରସବ ବୃଦ୍ଧି ଉପରେ ନିର୍ଭର କରିଥାଏ । +ଏହି ଯୋଜନାରେ ପଂଜିକୃତ ସମସ୍ତ ମାଁ ମାନଙ୍କୁ MHC ( ମାଁ ଓ ଶିଶୁ ସ୍ୱାସ୍ଥ୍ୟପତ୍ରିକା) କାର୍ଡ ସହିତ ଗୋଟିଏ JSY ( ଜନନୀ ସୁରକ୍ଷାପତ୍ରିକା) କାର୍ଡ ମିଳିଥାଏ । +ଏହାର ମାଧ୍ୟମରେ ମାଁ ମାନଙ୍କୁ କିଛି ଆର୍ଥିକ ପ୍ରୋତ୍ସାହନ ମିଳିଥାଏ । +ଯାହା ତାର ପ୍ରସବ ପରବର୍ତ୍ତୀ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ସୁକ୍ଷମ ଖାଦ୍ୟ ଖାଇବାରେ ସାହାଯ୍ୟ କରିଥାଏ । +ଆର୍ଥିକ ସାହାଯ୍ୟର ପରିମାଣ ଏହିପରି +ଗ୍ରାମାଂଚଳ +ମାଁର ପ୍ରାପ୍ୟ ଟ. ୧୪୦୦/- +ଆଶାରପ୍ରାପ୍ୟ ଟ. ୬୦୦/- +ମୋଟ ଟ. ୨୦୦୦/- +ଗ୍ରାମାଂଚଳ +ମାଁର ପ୍ରାପ୍ୟ ଟ. ୧୦୦୦/- +ଆଶାରପ୍ରାପ୍ୟ ଟ. ୨୦୦/- +ମୋଟ ଟ. ୧୨୦୦/- +ଞ୍ଚ ଆଶାର ପ୍ରୋତ୍ସାହିତ ରାଶି ପରିମାଣ- ୩୫୦/- +ଉପରୋକ୍ତ ଅର୍ଥ ପାଇବାରେ ଗର୍ଭାବତୀ ମାଁ କେତେକ୍ବ ସର୍ତ ପୁରନ୍ଵ କରିବାକୁ ପଡିଥାଏ । +ଗୋଟିଏ ଗର୍ଭାବତୀ ମାଁ କୌଣସି ସରକାରୀ ଡାକ୍ତରଖାନାରେ ପ୍ରସବ କରାଇଥିବେ । +ଯଦି କୌଣସି ସେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ରେ ପ୍ରସବ କରାଇଥାନ୍ତି ତେବେ ପ୍ରକୃତ ବି.ପି. ଏଲ୍ କାର୍ଡ ଜାତି/ ଉପଜାତି ପ୍ରମାଣ ପତ୍ର ଥିବା ଦରକାର । +କୌଣସି ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟଅନୁଷ୍ଠାନ ପ୍ରସବ କରାଇଥିଲେ ମଧ୍ୟ ସେମାନେ JSY ପ୍ରାପ୍ୟ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । +ଏହା ସହିତ ଗର୍ଭ ସମୟରେ ପ୍ରଥମରୁ ପଂଜିକୃତ କରାଇ ୩-୪ ଥର ସ୍ୱାସ୍ଥ୍ୟପରୀକ୍ଷା( ନିଦ୍ଧିଷ୍ଟ ସମୟାନ୍ତରରେ) ୨ଟି ଟି.ଟି ଏବଂ ୧୦୦ଟି ଫଳିଫର ଏଡିସ ବଟିକା ( ମା ର ସ୍ୱାସ୍ଥ୍ୟବସ୍ଥା ଅନୁସାରେ ବୃଦ୍ଧି କରାଯାଇପାରେ) ବ୍ୟବହାର କରିବା ଦରକାର । +ଗର୍ଭବତୀ ମାଁର ଉପରୋକ୍ତ ସର୍ତ୍ତ ଗୁଡିକ ପୂରଣ କରିବାରେ ମୁଖ୍ୟତଃ ଆସା ପ୍ରମୁଖ ଦାୟିତ୍ଵ ନେଇଥାଏ, ଆସା ସହିତ ଅଙ୍ଗନୱାଡି କର୍ମୀ ଓ ଏ.ଏନ୍.ଏମ୍ ସହଯୋଗ କରିଥାନ୍ତି । +ଆସା ଗୃହ ପରିଦର୍ଶନ କରି ସରକାରୀସ୍ତରରେ ମିଳୁଥିବା ସନଷ୍ଟ ସେବା ବିଷୟରେ ମାଆଟିକୁ ଜଣାଇବା ଦରକାର । +ସମସ୍ତ ସେବା ଶେ ପାଇଲା କି ନାହିଁ ତାହାସ ଯାଂଚ କରି ଉପୟୁକ୍ତ ସେବା ପାଇଁ ପର୍ବତାଇବା ଦରକାର । +ଜନନୀ ଏକ୍ସପ୍ରେସ +ଏହି ଗାଡିଟି ପ୍ରତ୍ୟେକ ବ୍ଲକ୍ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରାଠାରେ ଥାଏ । +ଏହାର ଫୋନ୍ ନମ୍ବର ସମସ୍ତ ଆଶା, ଅଙ୍ଗନ ୱାଡି କର୍ମୀ ଏବଂ ଏ.ଏନ୍ । +ଏମ୍ ପାଖରେ ଥାଏ । +ବ୍ଲକ ଯେକୌଣସି ଗ୍ରାମରୁ ଗାଡିଟିକୁ ଫୋନ କଲେ ତାହା ଆସି ମହିଳାଟିକୁ ପ୍ରସବ ପାଇଁ ଡାକ୍ତରଖାନା ନେଇଥାଏ । +ଏଥିପାଇଁ କୌଣସି ଦେୟ ଦେବାକୁ ପଡେ ନାହିଁ । +ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ଵ +MO ଙ୍କର – ଶାରୀରିକ ପରୀକ୍ଷା Screening cases with & without acute symptoms of severe malnutrition ଶିଶୁ ବିକାଶ ପରିଦର୍ଶିକା ଘରାଇ ଚିକିତ୍ସା ପାଇଁ ପରାମର୍ଶ ଦେବେ Stabilizations of the cases with acute symptoms for 3 days at institute level, stabilization ପରେ ଉପରେ କେନ୍ଦ୍ରକୁ ପଠାଇବା । + ଦରକାରୀ ପରୀକ୍ଷା କରାଇବା ରକ୍ତ ପରୀକ୍ଷା, ମଳମୂତ୍ର ପରୀକ୍ଷା, ଛାତି X-Ray +ଅନ୍ୟାନ୍ୟ ଦାୟିତ୍ଵ +MO ଏବଂ CDMO ମାନଙ୍କୁ JSY Guideline ଉପରେ ତାଲିମ ଦେବା ହେଉଛି CDMO ଏବଂ DSWO ଙ୍କ ଦାୟିତ୍ଵ +ପୁଷ୍ଟିକର ଦିବସରେ CDMO ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ observation ଏବଂ monitoring ପାଇଁ ଯିବା ଆବଶ୍ୟକ । +ପ୍ରତିମାସରେ ଜିଲ୍ଲାରେ CDMO, ADMO, DPM ଏବଂ DSWO ଯୋଜନାବଦ୍ଧ ହୋଇ ପରିଦର୍ଶନ କରିବେ । +CDMO ଏବଂ BPO ମିଳିତ ଭାବରେ ଜିଲ୍ଲାର କାର୍ଯ୍ୟକ୍ରମ ରାଜ୍ୟକୁ ପ୍ରତିମାସରେ Report କରିବେ । +BPO enrollment ଏବଂ ଟଙ୍କା ବଂଟା ଯିବାର ଏକ୍ବ ପଂଜିକା ପ୍ରସ୍ତୁତ କରିବେ । +Follow up +୧୬ ତାରିଖ ଦିନ ଆଶା ଏବଂ ଅଙ୍ଗନୱାଡି କର୍ମୀ ଶିଶୁଟିର ଅଭିଭାବକକୁ ସାକ୍ଷାତ କରିବେ ଏବଂ MO ଦେଇଥିବା ପରାମର୍ଶ ବିଷୟରେ ଆଲୋଚନା କରିବେ । +ଯଦି ଶିଶୁଟି ଡାକ୍ତରଖାନାରେ Admit ହୋଇଥାଏ ତେବେ ଆଶା ଅଙ୍ଗନୱାଡି କର୍ମୀଙ୍କୁ ଜଣାଇବ । +ଘରକୁ ଘର ଯାଇ ପରବର୍ତୀ ହିତାଧିକାରୀଙ୍କ ସାକ୍ଷାତ କରିବ ଏବଂ AWW ସେମାନଙ୍କୁ ତଦାରଖ କରିବେ । +ଶିଶୁଟିର ଖାଇବା ସମୟରେ ଆଶା ଏବଂ ଅଙ୍ଗନୱାଡି କର୍ମୀ ତା’ର ଗୃହ ପରିଦର୍ଶନରେ ଯିବେ ଏବଂ ମାଆଟିକୁ ତଦାରଖ କରିବେ, ମାଆଟିକୁ ଖାଦ୍ୟ ପରିଷ୍କାର ଏବଂ ଶିଶୁର ଯତ୍ନ ବିଷୟରେ ବୁଝାଇବେ । +ପ୍ରଥମ ସପ୍ତାହ ଅତିକମ୍ ରେ ତିନିଥର ଏବଂ ତା’ +ପରେ ପ୍ରତି ଦିନରେ ଥରେ ଆଶା ଓ ଅଙ୍ଗନୱାଡି କର୍ମୀ ଶିଶୁଟିର ଗୃହ ପରିଦର୍ଶନ କରିବେ ଏବଂ ମାଆଟିକୁ ଶିଶୁର ଖାଦ୍ୟ ନୂତନ ଶୈଳୀ ଓ ପରାମର୍ଶ ଚିକିତ୍ସା ବିଷୟରେ ବୁଝାଇବେ । +ମାଆର ୩୦ ତାରିଖ ଦିନ ଆଶା ଓ ଅଙ୍ଗନୱାଡି କର୍ମୀ ମିଳିତ ଭାବରେ ଗ୍ରାମରେ ଥିବା ଗ୍ରାମ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି କମିଟୀ, ସ୍ଵୟଂସହାୟକ ଗୋଷ୍ଠୀ ଅନ୍ୟାନ୍ୟ ପରିବାର ସଦସ୍ୟ ସହିତ ବୈଠକ କରିବେ ଏବଂ ସେଠାରେ କୁ-ପୋଷଣ ଏବଂ referral ବିଷୟରେ ଆଲୋଚନା କରିବେ । +Supervision ପାଇଁ CDPO ଗୃହକ ଯାଇ ଆକସ୍ମିକ ପରିଦର୍ଶନ କରିବେ । + ଆର୍ଥିକ ସହାୟତା ପ୍ରତି ଶିଶୁ ପିଛା ପରୀକ୍ଷା ପାଇଁ -୫୦ ଟଙ୍କା ଔଷଧ ପାଇଁ ୨୦୦/- ଟଙ୍କା ଯିବା ଆସିବା ଖର୍ଚ୍ଚ- ୨୦୦/- ଟଙ୍କା +ମମତା ଦିବସ +ସମୟ- ପ୍ରତିମାସର ଯେ କୌଣସି ଏକ ଶୁକ୍ରବାର/ ମଙ୍ଗଳବାର ଦିନ ପ୍ରତି ଅଙ୍ଗନୱାଡି କେନ୍ଦ୍ରଠାରେ ଆଶା, ଅଙ୍ଗନୱାଡି କର୍ମୀ, ଏ.ଏନ୍.ଏମ୍ ଙ୍କ ମିଳିତ ସହଯୋଗରେ ଅନୁଷ୍ଟିତ ହେଉଛି । +ଉଦ୍ଦେଶ୍ୟ +ଗର୍ଭବତୀ ମହିଳା, ପ୍ରସୂତୀ ମହିଳା, ଶିଶୁ(୦-୫ ବର୍ଷ) ଏବଂ କିଶୋରୀ ବାଳିକାମାନଙ୍କୁ ବୈବାହିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଶିକ୍ଷା ଏବଂ ପୁଷ୍ଟି ସେବା ଯୋଗାଇଦେବା । +ସଙ୍କଟାପନ୍ମ ମା ଏବଂ ଶିଶୁକୁ ଚିହ୍ନଟି କରଣ କରି ପରାମର୍ଶ ସେବା ପାଇଁ ପଠାଇବେ ଏବଂ ମାଆ ଟିକୁ ଗର୍ଭର ଶିଘ୍ର ପଂଜିକରଣ ପାଇଁ ପ୍ରବର୍ତାଇବେ । +ଗୋଷ୍ଠୀ ଏବଂ ସେବା ପ୍ରଦାନ କାରୀଙ୍କ ମଧ୍ୟରେ ଯୋଗାଯୋଗ ଓ ସଂପର୍କବୃଦ୍ଧିକରିବ । +ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସଂପର୍କିତ ବିଷୟ ଏବଂ ମାଆ ଓ ଶିଶୁର ଯତ୍ନ ବିଷୟରେ ଗୋଷ୍ଠିର ସଦସ୍ୟଓ ଅନ୍ୟମାନଙ୍କୁ ବାର୍ତା ଦେବା । +ମାଆ ଏବଂ ଶିଶୁର ଯତ୍ନ ବିଷୟରେ ହେଉଥିବା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଶିଶୁ ବିକାଶ ପ୍ରକଳ୍ପ ମଧ୍ୟରେ ସଂଯୋଗୀକରଣ କରାଇବା । +ଯୋଗାଇ ଦିଆଯାଉଥିବା ସେବା +ଗର୍ଭବତା ମହିଳାଙ୍କ ପଂଜି କରଣ ଓ ସ୍ୱାସ୍ଥ୍ୟ କରିକ୍ଷା । +ପ୍ରସୂତୀମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା ଓ ସଂକଟାପନ୍ନ ବିଷୟ ଗୁଡିକର ଚିହ୍ନଟାକରଣ । +ନବଜାତ ଶିଶୁଙ୍କର ଓଜନ ଏବଂବିପଦପୂର୍ଣ୍ଣ ବିଷୟ ଗୁଡିକର ଚିହ୍ନଟିକରଣ । +୦-୫ ବର୍ଷ ଶିଶୁଙ୍କର ଓଜନ ସ୍ଥିତି ଜାଣିବା ଏବଂ ଅଭିଭାବକ ମାନଙ୍କୁ ଶିଶୁର ସଂପର୍କରେ ବୁଝାଇବା । +ପିଲାମାନଙ୍କୁ ସ୍ଥାନୀୟ ଖାଦ୍ୟ କିପରି ଦେବେ ଏବଂ ଲୌହ ସିରପ୍ କିପରି ଦେବା ବୁଝାଇବା +ଭିନ୍ନକ୍ଷମ, କୁପୋଷଣ, ରକ୍ତହୀନତା, ଉଚ୍ଚ ସଂକଟାପନ୍ନ ଗର୍ଭ, ଯକ୍ଷ୍ମା,ମେଲେରିଆ, କୁଷ୍ଠରୋଗ ଇତ୍ୟାଦି ରୋଗର ଚିହ୍ନଟକରଣ କରିବ । +ସମୟାନୁସାରେ ସ୍ୱାସ୍ଥ୍ୟ ସଂପର୍କିତ ବିଷୟ ଗୁଡିକର ଆଲୋଚନା +ଜାନୁଆରୀ - ମାଆର ସ୍ୱାସ୍ଥ୍ୟ, ଗର୍ଭାବସ୍ଥାରେ ଅତି କମ୍ରେ ତିନିଥର ସ୍ୱାସ୍ଥ୍ୟ ପରୀକ୍ଷା ଧନୁଷ୍ଟାଙ୍କାର, ଲୌହ ଫଲିଫର, ଗର୍ଭାବସ୍ଥା ସମୟରେ ବିପଦ ସଂକୁଳ ସଂକେତ ପ୍ରସବ ଯୋଜନା ଡାକ୍ତରଖାନାରେ ପ୍ରସବ କରାଇବା ଏବଂ ଜନନୀ ସୁରକ୍ଷା ଯୋଜନା । +ଫେବୃୟାରୀ - ସ୍ତନ୍ୟପାନ, ରକ୍ତ ସ୍ରାବ, ରକ୍ତ ହୀନତା ଇତ୍ୟାଦି +ମାର୍ଚ୍ଚ - ନବଜାତ ଶିଶୁର ଯତ୍ନ ଟୀକାକରଣ, ସେବା ପ୍ରଦାନକାରୀଙ୍କ ଜନ୍ମ ପରର ପରିଭ୍ରମଣ +ଏପ୍ରିଲ - ବଂଶାନୁକ୍ରମିକ ରୋଗଯଥା- ଯକ୍ଷ୍ମା ଏବଂ କୁଷ୍ଠ ରୋଗ +ମେ - କିଶୋରୀ ବାଳିକା ମାନଙ୍କ ଯତ୍ନ ଓ ବିବାହର ବୟସ +ଜୁନ - ହଇଜା, ଶୁଦ୍ଧ ପାନୀୟ ଜଳ, ପରିମଳ ବ୍ୟବସ୍ଥା +ଜୁଲାଇ - ମ୍ୟାଲେରିଆ ଜ୍ଵରର ଚିକିତ୍ସା +ଅଗଷ୍ଟ - ଓଜନବୃଦ୍ଧି ଚାର୍ଟ +ସେପ୍ଟେମ୍ବର - ଓଜନ ମାପକ, ଅନୁପୂରକ ଖାଦ୍ୟ ଏବଂ ଶିଶୁମାନଙ୍କ ଖାଦ୍ୟ +ଅକ୍ଟୋବର - ଖାଦ୍ୟପ୍ରାଣକର ଗୁରୁତ୍ଵ +ନଭେମ୍ବର – ରକ୍ତହୀନତାର ପ୍ରତିକାର +ଡିସେମ୍ବର - ଜନ୍ମ ନିୟନ୍ତ୍ରଣ ପଦ୍ଧତି +ପୁଷ୍ଟିକର ଦିବସ – +୦-୫ ବର୍ଷଶିଶୁମାନଙ୍କୁ ପୁଷ୍ଟିହୀନତା ଜନିତ ମୃତ୍ୟୁ ଏବଂ ରୋଗ ଇତ୍ୟାଦି କମାଇବା ପାଇଁ ଚିକିତ୍ସା ଦେବା +ସ୍ୱାସ୍ଥ୍ୟ ବିଭାଗ ଏବଂ ସମନ୍ଵୀତ ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ଵୟ ସୃଷ୍ଟି କରି ୦-୫ ବର୍ଷ ଶିଶୁମାନଙ୍କ ପୁଷ୍ଟିର ବିକାଶ କାରବା । +ସ୍ୱାସ୍ଥ୍ୟ ବିଭାଗ ଏବଂ ସମନ୍ଵୀତ ଶିଶୁ ବିକାଶ ବିଭାଗ ଦ୍ଵାରା ଗୋଷ୍ଠୀକୁ ଭଲ ସେବା ଯୋଗାଇଦେବା । +ପ୍ରତି ମାସ ୧୫ ତାରିଖରେ ବ୍ଲକ୍ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରାଠାରେ ଅନୁଷ୍ଠିତ ହୁଏ । +ଯେଉଁ ଶିଶୁମାନେ ୩ୟ-୪ର୍ଥ ଶ୍ରେଣୀରେ ଥାନ୍ତି କିମ୍ବା ଅତିରିକ୍ତ ପୁଷ୍ଟିହୀନତାର ଶିକାର ହୋଇଥାନ୍ତି ସେମାନଙ୍କୁ ମହିଳା ସ୍ୱାସ୍ଥ୍ୟ କର୍ମୀ ବା ଅଙ୍ଗନୱାଡି କର୍ମୀ ପୁଷ୍ଟିକର ଦିବସକୁ ଚିକିତ୍ସା ପାଇଁ ପଠାଇଥାନ୍ତି । +ସ୍ୱାସ୍ଥ୍ୟ କେନ୍ଦ୍ରରେ MO ସେମାନଙ୍କୁ ଚିକିତ୍ସା କରିଥାନ୍ତି । +Implementation Guideline +ପୁଷ୍ଟିକର ଦିବସ ବିଷୟରେ ଅଙ୍ଗନୱାଡି କେନ୍ଦ୍ର, ଉପ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଏବଂ ଫଳକରେ ଲେଖାଯାଇଥିବା ଦରକାର । +ଆଶା, ଅଙ୍ଗନୱାଡି, ପଂଚାୟତ ସଭ୍ୟ ଏବଂ ସ୍ଵେଚ୍ଛାସେବୀ ସଂଗଠନ ଦ୍ଵାରା ଗୋଷ୍ଠୀକୁ ଆଗରୁ ସୂଚନା ଦିଆଯାଇଥିବା ଦରକାର । +ପୁଷ୍ଟିକର ଦିବସରେ ଅଙ୍ଗନୱାଡି କର୍ମୀ ନିହାତି ଉପସ୍ଥିତ ଥିବା ଦରକାର । +ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଆୟୁଷ ଡାକ୍ତର, ମହିଳା ପରିଦର୍ଶିକା, ଏମ୍.ଓ, ସି.ଡି.ପି.ଓ ଉପସ୍ଥିତ ରହିବା ଦରକାର +ସବୁ ପ୍ରକାର ଆବଶ୍ୟକୀୟ ଉପାଦାନ ରହିବା ଦରକାର +ପୂର୍ବ ପ୍ରସ୍ତୁତି +ଅଙ୍ଗନୱାଡି କର୍ମୀ ମମତା ଦିବସ ଦିନ (VHND) ଶିଶୁ ମାନଙ୍କୁ ଓଜନ କରି ହଳଦିଆ ସ୍ତର ଓ ଲାଲ ସ୍ତର ଶିଶୁ ମାନଙ୍କୁ ଚିହ୍ନଟ କରିବେ । +ଅଙ୍ଗନୱାଡି କର୍ମୀ ରେଫରାଲ ସ୍ଳିପ୍ ୧୫ ତାରିଖ ଆଗରୁ ପୂରଣ କରି ଶିଶୁ ର ଅଭିଭାବକ ମାନଙ୍କୁ ଦେବେ ଏବଂ ୧୫ ତାରିଖ ଦିନ ଆଶା କର୍ମୀ ସେମାନଙ୍କୁ ନେଇ ଡାକ୍ତରଖାନାକୁ ଯିବେ । +ଆଶା କର୍ମୀ ସେଇ ଶିଶୁର ଅଭିଭାବକ ମାନଙ୍କୁ ଭେଟି ଶିଶୁର ପୂର୍ଣ୍ଣ ବିବରଣୀ ଆଣିବ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୂ ଯିବାର ସମୟ ଓ କେଉଁଥିରେ ଯିବ ଠିକ କରିବ । +୧୫ ତାରିଖ ଦିନ ଆଶା କର୍ମୀ ଶିଶୁ ସାଥିରେ ରେଫେରାଲ ସ୍ଳିପ୍ ଓଜନ କାର୍ଡ ନେଇକି ଯିବ । +ଅଙ୍ଗନୱାଡି କର୍ମୀ ରେଫେରାଲ ରେଜିଷ୍ଟର ପୂରଣ କରିବ ଏବଂ ସେଇ ଶିଶୁକୂ ମଝି ମଝି ସାକ୍ଷାତ କରିବ । +ମୁଖ୍ୟ ଚିକିତ୍ସାଧିକାରୀ ପୁଷ୍ଟିକର ଦିବସ ଦିନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସକାଳ ୧୦ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଉପସ୍ଥିତ ରହି ପୁଷ୍ଟୀହୀନ ଶିଶୁମାନଙ୍କୁ ଚିକିତ୍ସା କରିବେ । +ଯଦି ଶିଶୁ ଡାକ୍ତରଖାନାରେ ଦାଖଲ ହୁଏ ତେବେ ଶିଶୁଟିର ଔଷଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବ୍ଲକ୍ ରେ ଥିବା ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଅର୍ଥ ଦିଆଯିବ । +ସେଇ ସ୍ଥାନରେ ହିଁ ଶିଶୁର ସମସ୍ତ ଖର୍ଚ୍ଚ ଦିଆଯିବ ଏବଂ ବ୍ଲକର ବ.ପି.ଓ ଏହି ଆବଶ୍ୟକୀୟ ଖର୍ଚ୍ଚ ବ୍ୟବସ୍ଥା କରିବେ । +ଗାଁ କଲ୍ୟାଣ ସମିତିର ଦାୟିତ୍ଵ +ଗ୍ରାମ୍ୟ ସ୍ତରରେ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟଗୁଡିକ କାର୍ଯ୍ୟକାରୀ କରିବା ନିମନ୍ତେ ଗୋଷ୍ଠୀର ଭାଗୀଦାରୀ ବୃଦ୍ଧି କରିବା । +ମାଁ ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସେବା, ପରିବାର ନିୟୋଜନ ସେବା, ନିରାପଦ ଓ ସ୍ୱାସ୍ଥ୍ୟକର ଆଭାସ ଆଦି ସଂପର୍କରେ ସଚେତନତା ବୃଦ୍ଧି କରିବ । +ବିଭିନ୍ନ ପ୍ରକାର ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ( ଯଥା-କୁଷ୍ଟ, ମ୍ୟାଲେରିଆ, ଯକ୍ଷ୍ମା । +ପୁଷ୍ଟିହୀନତା ନିୟନ୍ତ୍ରଣ ଇତ୍ୟାଦି) ଅଧିନରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ସଂପର୍କରେ ପର୍ଯ୍ୟନ୍ତ ସଚେତନତା ସୃଷ୍ଟି କରିବା । +ଭୂମିକା ଓ ଦାୟିତ୍ଵ +ଗ୍ରାମାଂଚଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ଭଳ ଓ ସମସ୍ୟା ଗୁଡିକ ଚିହ୍ନଟ କରି ତା’ର ତାଲିକା ପ୍ରସ୍ତୁତ କରିବା । +ଚିହ୍ନଟ କରାଯାଇଥିବା ମୁଖ୍ୟ ସମସ୍ୟା ଗୁଡିକର ସମାଧାନ ପାଇଁ ଲୋକମାନଙ୍କର ସକ୍ରୀୟ ଅଂଶ ଗ୍ରହଣରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ଯୋଜନା ପ୍ରସ୍ତୁତି କରିବା । +ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ଦ୍ଵାରା ଉପଲବ୍ଧ ଖୋଲା ପାଣ୍ଠି ଅର୍ଥରେ ଯୋଜନାର ରୂପାୟନ । +ମାତୃ/ ଶିଶୁ ମୃତ୍ୟୁ ହାର ହ୍ରାସ, ପରିବାର ନିୟୋଜନ, ପ୍ରସବ କାଳୀନ ସେବା କୌଶୋର ଏବଂ ପ୍ରଜନନ ସ୍ୱାସ୍ଥ୍ୟ ପରିବେଶ ପରିମଳ ପ୍ରମୁଖ ସ୍ୱାସ୍ଥ୍ୟ ସେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବ । +ଗ୍ରାମ ଜୀବନକୁ ବିଭିନ୍ନ ସଂକ୍ରାମଣ ରୋଗଠାରୁ ମୁକ୍ତ ରଖିବା ତଥା ଗ୍ରାମ ବାସୀଙ୍କ ମଧ୍ୟରେ ସୁସ୍ଥ ସ୍ୱାସ୍ଥ୍ୟ ପରଂପରା ପ୍ରତିଷ୍ଠା କରିବା । +ସମିତିର ନିୟମିତ ବୈଠକ ମାଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରିବା ଏବଂ ଆବଶ୍ୟକମତେ କାର୍ଯ୍ୟକ୍ରମଗୁଡିକୁ ତ୍ଵରାନ୍ୱୀତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା । +ସ୍ୱାସ୍ଥ୍ୟ ବିଭାଗ ସହ ଭଲ ବୁଝାମଣା ଓ ସମନ୍ଵୟ ରକ୍ଷା କରିବା । +ସୁସ୍ଥ ଗାଁ ସୁସ୍ଥ ପଂଚାୟତ, ସୁସ୍ଥ ଓଡିଶା ଏବଂ ସୁସ୍ଥ ଭାରତ ଗଠନ ପାଇଁ ସାମୂହିକ ଉଦ୍ୟମକୁ ପ୍ରତ୍ସାହିତ କରିବା । +ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଖୋଲା ପାଣ୍ଠି +ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବାର୍ଷିକ ୨୫,୦୦୦ ଟଙ୍କାର ଖୋଲାପାଣ୍ଠି ସ୍ଥାନୀୟ କାର୍ଯ୍ୟପାଇଁ ପାଇବ, ସେହିଭଳି ୫୦,୦୦୦ ଟଙ୍କାର ବାର୍ଷିକ ରକ୍ଷଣା ବେକ୍ଷଣ ପାଣ୍ଠି ଭିତ୍ତି ଭୂମି ଉନ୍ନତି ଓ ଏହାର ରକ୍ଷଣା ବେକ୍ଷଣ ନିମନ୍ତେ । +ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଖୋଲାପାଣ୍ଠି ବ୍ୟାବଙ୍କର ‘ ରୋଗୀକଲ୍ୟାଣ ସମିତି’ ହିସାବ ଖାତାରେ ଜମା ହେବ । +ଉଭୟ ପାଣ୍ଠିର ଖର୍ଚ୍ଚ ଓ ପର୍ଯ୍ୟବେକ୍ଷଣ ରୋଗୀକଲ୍ୟାଣ ସମିତି କରିବ । +ଖୋଲା ପାଣ୍ଠିର ଉପଯୋଗ ନିମନ୍ତେ ପ୍ରସ୍ତାବିତ କ୍ଷେତ୍ର +ସ୍ୱାସ୍ଥ୍ୟକେନ୍ଦ୍ରର ସାମାନ୍ୟ ପରିବର୍ତନ ପାଇଁ ଖର୍ଚ୍ଚ କରାଯାଇପାରିବ, ଯଥା: ରୋଗୀଙ୍କ ଗୋପନୀୟତା ରକ୍ଷା, ପର୍ଦ୍ଦାକିଣି ଝୁଲାଇବା ବା ଟାଣିବା । +ପାଣି କଳରମରାମତି କରିବା, ବଳବ କିଣିବା ଏବଂ କେତେକ ସାମାନ୍ୟ ମରାମତି କରିବା । +ରୋଗୀଙ୍କ ପରୀକ୍ଷା ଟେବୁଲ ପ୍ରସବ ଟେବୁଲ ରକ୍ତଚାପ ମାପିବା ଜନ୍ତ୍ର, ହିମୋଗ୍ଲୋବିନ୍ ମିଟର କପର-ଟି ଲଗାଇବା କିଟ, ଯନ୍ତ୍ରପାତି ରଖିବା ଟ୍ରେମା ଓ ନବଜାତ ଶିଶୁଙ୍କ ପାଇଁ ଓଜନ ଯନ୍ତ୍ର ପ୍ଲାଷ୍ଟିକ୍ ରବରର ଚଦର, ଡ୍ରେସିଂ କଇଁଚି, ଷ୍ଟେଥୋସକୋପ୍ ବାଲଟି, ରୋଗୀ ବସିବା ଷ୍ଟୁଲ କିଣାଯାଇପାରିବ । +(ବ୍ୟବହାର ଏବଂ ଆବଶ୍ୟକ ଅନୁଯାୟୀ ବାର୍ଷିକ ଆର୍ଥିକ ଅନୁଦାନର ପରିମାଣ ସ୍ଥଳ ବିଶେଷରେ ପରିବର୍ତନ ହେବାର ସମ୍ଭାବନା ରହିଛି । + ) +ପାଇପାରେ ପିଇବା ପାଣି ଯୋଗାଇବା ବ୍ୟବସ୍ଥା । + ବିଜୁଳି ବ୍ୟବସ୍ଥା +ବିଜୁଳି ବ୍ୟବସ୍ଥା +ସ୍ୱାସ୍ଥ୍ୟକେନ୍ଦ୍ରକୁ ସଫା କରିବା ପାଇଁ ( ବିଶେଷ କରି ଶିଶୁ ଜନ୍ମ ହେବାପରେ ) ମଜୁରି ଖର୍ଚ୍ଚ । +ଉପୟୁକ୍ତ ପ୍ରେରଣ କେନ୍ଦ୍ରକୁ ଯିବା ନିମନ୍ତେ ପରିବହନ ଖର୍ଚ୍ଚ +ଅଭାବ ଥିଲେ ଗଜ୍ ବ୍ୟାଣ୍ଡେଜ କିଣିବା । +ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ପରିବେଶ ସଫା କରିବା ଖର୍ଚ୍ଚ । +ଆଶାଙ୍କୁ ନିର୍ଦ୍ଧାରିତ କାର୍ଯ୍ୟ ନିମନ୍ତେ ପ୍ରୋତ୍ସାହନ ବାବଦ ଅର୍ଥ ପ୍ରଦାନ କରିବା । +ସୋକ୍ ପିଚ୍ ମରାମତି କ୍ଲାରିବା ବା କାର୍ଯ୍ୟକ୍ଷମ କରାଇବା । +ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୫୦,୦୦୦ ଟଙ୍କାର ବାର୍ଷିକ ରକ୍ଷଣା ବେକ୍ଷଣ କଲାବେଳେ ନିମ୍ନଲିଖିତ ସର୍ତ ଗୁଡିକ ମାନିବାକୁ ପଡିବ । +ମରାମତି କରିବା ବା କାର୍ଯ୍ୟକ୍ଷମ ଅବସ୍ଥାକୁ ଆଣିବା ପାଇଁ ଗର୍ଭବତୀ ମା ଓ ଶିଶୁ ସ୍ୱାସ୍ଥ୍ୟକାର୍ଯ୍ୟକ୍ରମ ଅଧୀନରେ ଏଭଳି ପାଣ୍ଠିର ପୁନରାବୃତି ବ୍ୟବସ୍ଥା । +“ଫ୍ୟାସିଲିଟି ସର୍ଭେ” ଉପରେ ଆଧାର କରି ମରାମତି ବା କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯିବ । +କ୍ଷମତାପ୍ରାପ୍ତ କତୃପକ୍ଷଙ୍କ ଦ୍ଵାରା ଆକଳନ ହିସାବକୁ ସଠିକ ଭାବରେ ପରୀକ୍ଷଣ କରାଯିବ । +କାର୍ଯ୍ୟର ଅଗ୍ରଗତିକୁ ରୋଗୀ କଲ୍ୟାଣ ସମିତି ଦ୍ଵାରା ପର୍ଯ୍ୟବେକ୍ଷଣ କରାଯିବା ଉଚିତ । +ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଇଁ ଖୋଲା ପାଣ୍ଠି +ଜାତିୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍ ଅଧିନରେ ପ୍ରତ୍ୟକ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ବାର୍ଷିକ ୧୦,୦୦୦ ଟଙ୍କା ଖୋଲାପାଣ୍ଠି ଯୋଗାଇ ଦିଆଯାଉଛି, ଉପକେନ୍ଦ୍ରର ଅତ୍ୟାବଶ୍ୟକିୟ ତଥା ଜରୁରୀକାଳୀନ ଖର୍ଚ୍ଚ ତୁଲାଇବା ନିମନ୍ତେ । +ଏହା ଟଙ୍କା ସ୍ୱାସ୍ଥ୍ୟକର୍ମୀ ( ମହିଳା) ଓ ସ୍ଥାନୀୟ ସରପଞ୍ଚଙ୍କ ଯୌଥ ଜମାଖାତା ଜରିଆରେ ନିକଟସ୍ଥ ରାଷ୍ଟ୍ରାୟତ ବ୍ୟାଙ୍କ ବା ଡାକଘରେ ଜମା କରାଯିବ । +ଏହି ଟଙ୍କାକୁ ସ୍ୱାସ୍ଥ୍ୟକର୍ମୀ( ମହିଳା) ଗ୍ରାମ୍ୟ ସ୍ୱାସ୍ଥ୍ୟଓ ପରିମଳ ସମିତିର ପରାମର୍ଶରେ ଖର୍ଚ୍ଚ କରିପାରିବେ । +ଏହି ଅର୍ଥର ଉପଯୋଗ ସଂପର୍କରେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମିତିରୁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ସମସ୍ତ ଉପକେନ୍ଦ୍ରକୁ ପଠାଇ ଦିଆଯାଇଛି । +ପାଣ୍ଠିର ଉପଯୋଗ ସମ୍ପର୍କୀୟ ନିର୍ଦ୍ଦେଶାବଳୀ +ଉପକେନ୍ଦ୍ର ସାଧାରଣ ମରାମତି ଓ ରକ୍ଷଣାବେକ୍ଷଣ( ଯଥା: ଗୋପନୀୟତା ରକ୍ଷା ପାଇଁ ପରଦା କିଣିବା ଇଲେକଟ୍ରିକ୍ ବଳବ୍ ଓ ପାଣି ଟ୍ୟାପ ଛାଣିବା ପାଇପ୍ ମରାମତି କରିବାବ ଏବଂ ଅନ୍ୟାନ୍ୟ ସାଧାରଣ ମରାମତି କାର୍ଯ୍ୟ(ଯାହାକି) ସ୍ଥାନୀୟ ସ୍ତରରେ ସମ୍ଭବ ) । +ଶିଶୁ ଜନ ପରେ ଉପକେନ୍ଦ୍ରକୁ ପରିଷ୍କାର କରିବା ପାଇଁ ମଜୁରି ବାବଦ ଖର୍ଚ୍ଚ ଓ ଗର୍ଭାବତୀକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ରାସ୍ତା ଖର୍ଚ୍ଚ । +ମାହାମାରୀ ସମୟରେ ପରୀକ୍ଷା ପାଇଁ ନମୂନା ନେବା ଆଣିବାର ଖର୍ଚ୍ଚ ତୁଲାଇବା ପାଇଁ । +ଉପକେନ୍ଦ୍ରର ପରିବେଶକୁ ପରିଷ୍କାର ରଖିବା । +ବିଶୋଧନ ସାମଗ୍ରୀ ଓ କୀଟନାଶକ ଔଷଧ କିଣିବା ପାଇଁ । +ମଶା ବଂଶ ବୃଦ୍ଧିର ପ୍ରତିରୋଧପାଇଁ ସେହି ଅଞ୍ଚଳରେ ଜମି ରହୁଥିବା ପାଣିକୁଆ ସଫା କରିବା ପାଇଁ । +ଉତ୍ତମ ସ୍ୱାସ୍ଥ୍ୟ ସେବା କାର୍ଯ୍ୟପାଇଁ ‘ଆଶା’ ଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା । +ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପକେନ୍ଦ୍ରରେ ମିଳୁଥିବା ସ୍ୱାସ୍ଥ୍ୟସେବାର ସଂପୂର୍ଣ୍ଣ ବିବରଣୀ ଲେଖାଥିବା ଟିଣବା ପ୍ଲାଷ୍ଟିକ୍ ବୋର୍ଡ ଏବଂ ପ୍ରାଚୀର ଲେଖା( ୱାଲ ପ୍ରିଣ୍ଟିଙ୍ଗ) ସେହି ଅଞ୍ଚଳର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରଦର୍ଶୀତ କରିବା । +ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଲୋଚନା କରିବା ଓ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେବାପାଇଁ ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ସମିତିର ବୈଠକ ଡାକିବା ପାଇଁ ନ୍ୟୁନତମ ଖର୍ଚ୍ଚ କରିବା । +ଏହି ଖୋଲା ପାଣ୍ଠିର ଅର୍ଥ ଦରମା ଦେବା, ଯାନବାହାନ କିଣିବା ପାଇଁ ବ୍ୟବହାରକରାଯାଇପାରିବ ନାହିଁ । +ରୋଗୀ କଲ୍ୟାଣ ସମିତି +ରୋଗୀ କଲ୍ୟାଣ ସମିତି ହେଉଛି ଏକ ସରଲ କିନ୍ତୁ ଫଳପ୍ରଦ ପରିଚାଳନା ସଂସ୍ଥା, ଉନ୍ନୟନମୂଳକ କାମକୁ ସରଳିକୃତ କରିବା ପାଇଁ ଗଠନ କରାଯାଇଛି ଯାହାର ଆଭିମୁଖ୍ୟ ହେଲା ସ୍ଥିରୀକୃତ ଉତମ ସେବା ଦେବା ଏବଂ ଯେଉଁଠି ଲୋକମାନଙ୍କର ଯୋଗଦାନ ରହିବ । +ଅର୍ଥକୁ ଠିକ୍ ଭାବରେ ଖର୍ଚ୍ଚ କରିବା ପାଇଁ ରୋଗୀ କଲ୍ୟାଣ ସମିତି ସରକାରୀ ସଂସ୍ଥା ଭଳି କାମ କରିବ ନାହିଁ, ବରଂ ଏହା ଏକ ବେସରକାରୀ ସଂସ୍ଥାଭଳି କାର୍ଯ୍ୟ କରିବ । +ରୋଗୀ କଲ୍ୟାଣ ସମିତି ଗୁଡିକ ପଞ୍ଜିକୃତ ସମିତି ଯାହା ସବୁ ଜିଲ୍ଲା ଚିକିତ୍ସାଳୟ/ ସବଡିଭିଜନ ଡାକ୍ତରଖାନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର/ ବ୍ଲକ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂଆ) ରେ ସବୁ ଡାକ୍ତରଖାନାକୁ ପରିଚାଳନା କରିବା ପାଇଁ ଗଠନ କରାଯାଇଛି । +ରୋଗୀ କଲ୍ୟାଣ ସମିତିର ଆଭିମୁଖ୍ୟ +ଗୋଷ୍ଠୀ ସହଭାଗିତା ଦ୍ଵାରା ଡାକ୍ତରଖାନାର ପରିଚାଳନା ସମୂହ ଉନ୍ନତି କରିବା । +ସ୍ୱାସ୍ଥ୍ୟଅନୁଷ୍ଠାନରେ ଉନ୍ନତି, ସ୍ୱାସ୍ଥ୍ୟ ସବିଧାର ଆଧୁନିକରଣ କରିବା, ଅନୁଷ୍ଠାନ ପାଇଁ ସରଞ୍ଚାମ କିଣିବା । +ଶୃଙ୍ଖଳା ଓ ଅନୁଷ୍ଠାନକୁ ଠିକ୍ କରାଇବା । +ଉତମ ସ୍ୱାସ୍ଥ୍ୟସେବାକୁ ବଜାୟ ରଖିବା ଏବଂ ଉନ୍ନତୀକରଣ ପାଇଁ କାର୍ଯ୍ୟ ହାତକୁ ନେବା । +ସ୍ୱାସ୍ଥ୍ୟ କେନ୍ଦ୍ରର ଚାହି\ଡାକୁ ପୂରଣ କରିବା ପାଇଁ ୟୁଜର୍ସ ଫି ପ୍ରକଳନ କରି ଅର୍ଥ ଏକତ୍ର କରିବା । +ସ୍ୱାସ୍ଥ୍ୟ କେନ୍ଦ୍ର ପରିସ୍କାର ପରିଚ୍ଛନ୍ନ ରଖିବା +ରୋଗୀ କଲ୍ୟାଣ ସମିତିର କାର୍ଯ୍ୟ +ଉପରୋକ୍ତ ଆଭିମୁଖ୍ୟ ହାସଲ ପାଇଁ ସମିତି ନିମ୍ମଲିଖିତ କାର୍ଯ୍ୟ ତଥା ଚେଷ୍ଟା କରିବା ଦରକାର । +ଡାକ୍ତର ଖାନା କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଚିହ୍ନଟ କରିବା । +ଡାକ୍ତରଖାନା ପାଇଁ ଆମ୍ବୁଲାନ୍ସ, ଆସବାବପତ୍ର ଯନ୍ତ୍ରପାତି ଆଣିବା ( କ୍ରିୟା, ଭଡା ସୁତ୍ର କିମ୍ବା ଅନ୍ୟ ଉପାୟରେ, ଲୋକ ଦ୍ଵାରା) । +ରାଜ୍ୟ ସରକାର ନିୟମାବଳୀ ଅନୁଯାୟୀ ଡାକ୍ତରଖାନା ଗୃହ ସଂପ୍ରସାରଣ କରିବା । +ଡାକ୍ତରଖାନା ଗୃହର ଗାଡି ଏବଂ ଯନ୍ତ୍ରପାତି ଯାହାସବୁ ଡାକ୍ତରଖାନାର ସମ୍ପତି ହୋଇଥିବା ତାହାର ରକ୍ଷଣାବେକ୍ଷଣ କରିବା +ଆଡକରକାରୀ ସାମଗ୍ରୀ ଗୁଡିକ ଯାହାର ଦାମ୍ ୫୦୦୦ ଟଙ୍କାରୁ ଅଧିକ ନୁହେଁ ସେଗୁଡିକର ନିଲାମ ଡାକି ନିଷ୍କାସନ କରିବା ଏବଂ ସେହି ଅର୍ଥଗୁଡିକ ରୋଗୀକଲ୍ୟାଣ ସମିତିର ସଂଚୟ ଖାତାରେ ଜମା କରିବା । +ରୋଗୀ ତାଙ୍କୁ ସେବା କରିବା ପାଇଁ ଥିବା ଲୋକମାନଙ୍କର ରହିବା ଓ ଖାଇବା ବ୍ୟବସ୍ଥାର ଉନ୍ନତି କରିବା । +ବେସରକାରୀ ସଂସ୍ଥା କିମ୍ବା ବ୍ୟକ୍ତର ସହଭାଗୀତା କରି ବିଭିନ୍ନ ପ୍ରକାରର ସେବା ଯଥା, ସଫେଇ, ଲୁଗା’ପଟା ପରିଷ୍କାର, ଆମ୍ବୁଲାନ୍ସ, କେନଟିନ୍ ସୁବିଧା ଇତ୍ୟାଦି ବିଷୟରେ ଉନ୍ନତି ଆଣିବା । +ସମିତିର ଆର୍ଥିକ ବ୍ୟବସ୍ଥାର ସୁଧାର ପାଇଁ ଡାକ୍ତରଖାନା ପରିସରରେ ଖାଲି ସ୍ଥାନ ଗୁଡିକୁ ଲିଜ୍ ସୁତ୍ରରେ ଦେବା । +ଡାକ୍ତରଖାନା ସର୍ବାଙ୍ଗିନ ଉନ୍ନତି ପାଇଁ ଗୋଷ୍ଠୀ ଭାଗୀଦାରିତାଙ୍କୁ ଉତ୍ସାହିତ କରିବା । +ସମ୍ପଦଆରବି ରକ୍ଷଣାବେକ୍ଷଣ ପାଇଁ ଅନୁଷ୍ଠାନ ମାନେ କେମିତି ଆଗେଇ ଆସିବା ପାଇଁ ଚେଷ୍ଟାକରିବା । +ଡାକ୍ତରଖାନାର ଦୈନନ୍ଦିନ ପରିଚାଳନା ପାଇଁ ଦୀର୍ଘମିୟାଦି ଏବଂ ପରିବେଶ ବନ୍ଧୁତ୍ଵପୂର୍ଣ୍ର କାର୍ଯ୍ୟକ୍ରମ ହାତକୁ ନେବା । +ସମନ୍ୱିତ ଶିଶୁବିକାଶ କାର୍ଯ୍ୟକ୍ରମ କାହିଁକି +ଦେଶର ଜନ ବିକାଶ । +ବାଲ୍ୟାବସ୍ଥାରେ ଶାରୀରିକ ମାନସିକ ଓ ସାମାଜିକ ବିକାଶର ମୂଳ ଭିତତି ପ୍ରତିଷ୍ଠା । +ଶିଶୁ ମୁତ୍ୟୁ ବିକାଳାଙ୍ଗ, ପୁଷ୍ଟିହୀନତା ଶିକ୍ଷା ତଥା ନ୍ୟୁନ ମାନସିକ ବିକାଶ ଯୋଗୁଁ ଘଟୁଥିବା କ୍ଷୟକ୍ଷତି ପରିମାଣ ହ୍ରାସ କରିବା । +ଶିଶୁ ବିକାଶ କ୍ଷେତ୍ରରେ ସାମୂହିକ କାର୍ଯ୍ୟକ୍ରମ ଏବଂ ଆତ୍ମବିଶ୍ଵାସକୁ ଉତ୍ସାହିତ କରିବା । +ସମନ୍ଵିତ ଶିଶୁବିକାଶ ଯୋଜନାର ଉଦ୍ଦେଶ୍ୟ +୦-୬ ବର୍ଷ ବୟସ ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ପରିପୁଷ୍ଟିକ ବିକାଶ ସାଧନ । +ପିଲାମାନେ ମାନସିକ ଶାରୀରିକ ତଥା ସାମାଜିକ ବିକାଶର ମୂଳଦୁଆ ସ୍ଥାପନ । +ଶିଶୁ ମୃତ୍ୟୁ, ରୁଗଣ, ପୁଷ୍ଟିହୀନତା ଏବଂ ବିଦ୍ୟାଳୟରେ ଉପସ୍ଥିତ ବୃଦ୍ଧି କରାଇବା । +ମା’ ମାନେ ଯେପରି ନିଜ ପିଲାମାନଙ୍କର ଶ୍ଵାସଥ୍ୟା ଓ ପରିପୁଷ୍ଟିର ଯତ୍ନ ନେଇପାରିବେ, ସେଥିପାଇଁ ଉପୟୁକ୍ତ ସ୍ଵାସ୍ଥ ଓ ପରିପୁଷ୍ଟି ସମ୍ବନ୍ଧୀୟଶିକ୍ଷା ଦେଇ ମା’ ମାନଙ୍କର ଅଜ୍ଞତା ଦୂର କରାଇବା । +ଶିଶୁ ବିକାଶକୁ ଅଗ୍ରସର କରାଇବା ପାଇଁ ସରକାରଙ୍କର ବିଭିନ୍ନ ବିକାଶ ମଧ୍ୟରେ ନାତି ଓ କାର୍ଯ୍ୟକ୍ରମର ସଫଳ ରୂପାୟନନିମନ୍ତେ ସୁ-ସଂପର୍କ ପ୍ରତିଷ୍ଠା କରିବା । +ସମନ୍ଵିତ ଶିଶୁ ବିକାଶ ଯୋଜନାର ସେବା ସମୂହ +ପରିପୂରଣ ପୁଷ୍ଟି ସାଧନ +ପ୍ରତିଷେଧକ ବ୍ୟବସ୍ଥା +ସ୍ୱାସ୍ଥ୍ୟପରୀକ୍ଷା +ପରାମର୍ଶ ସେବା/ ଉନ୍ନତ ଚିକିତ୍ସାର ଆଶ୍ରୟ +ପୁଷ୍ଟିଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା +ଅଣ ଓ ସ୍ୱାସ୍ଥ୍ୟ ପ୍ରାକ୍- ବିଦ୍ୟାଳୟ ଶିକ୍ଷା +ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ଉଦ୍ଦେଶ୍ୟ +ଆନୁଷ୍ଠାନ ବିଦ୍ୟାଳୟରେ ଶିକ୍ଷାଲାଭ ପାଇଁ ଶିଶୁକୁ ପ୍ରସ୍ତୁତ କରିବା । +ଶିଶୁକୁ ସୁସ୍ଥ ଜୀବନ ଜାପାନ ସହିତ ଆଭ୍ୟସ କରାଇବା ଏବଂ ଆତ୍ମପ୍ରତ୍ୟୟ ହାସଲରେ ସାହାଯ୍ୟ କରିବା । +ଶିଶୁ ମାନଙ୍କର ଉତମ ଶାରୀରିକ ଗଠନ, ପର୍ଯ୍ୟାପ୍ତ ମାଂସପେଶୀର ସଂଚାଳନ ଓ ମୌଳିକ ଅଙ୍ଗଚାଳନା କୌଶଳର ବିକାଶ ସାଧନ ଓ ଶାରୀରର କାର୍ଯ୍ୟ ଦକ୍ଷତା ବୃଦ୍ଧି । +ଶିଶୁମାନଙ୍କ ମନରେ ସୌନ୍ଦର୍ଯ୍ୟ ଜ୍ଞାନର ବିକାଶ କରାଇବା । +ଶିଶୁ ଅନୁଭୂତି ଓ ଆବେଗ ଗୁଡିକ ପ୍ରକାଶ କରିବା, ଗ୍ରହଣ କରିବା ଓ ନିୟନ୍ତ୍ରଣ କରିବାପାଇଁ ଆବେଗିକ ପରିପକ୍ଵତାର ବିକାଶ ସାଧନ କରିବା । +ପରିବେଶ ସମ୍ବନ୍ଧରେ କୌତୁହଳୀ ଦେବା ସକାଶେ ଶିଶୁମାନଙ୍କୁ ପ୍ରେରଣା ଦେବା । +ଆତ୍ମ- ପ୍ରକାଶ ତଥା ସ୍ଵାଧ୍ୟାୟ ସକାଶେ ଶିଶୁମାନଙ୍କୁ ପ୍ରବର୍ତାଇ ସେମାନଙ୍କ ଭିତରେ ସ୍ଵାଧୀନ ଚେତା ଜାଗ୍ରତ କରାଇବା । +ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ଲକ୍ଷ୍ୟ +ଶିଶୁର ସର୍ବାଙ୍ଗୀନ ବିକାଶ କରାଇବା +ଆନୁଷ୍ଠାନିକ ଶିକ୍ଷା ପାଇଁ ଶିଶୁକୁ ପ୍ରସ୍ତୁତ କରାଇ ସ୍କୁଲ ଅନୁପସ୍ଥିତ ହାର କମାଇବା । +ଶିଶୁର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରାଇବା +ବଡ ଭାଇ ଭଉଣୀଙ୍କ ଦାୟିତ୍ଵ ଭାର କମାଇବା । + ଦ୍ଵିଭାଷୀ ପିଲାଙ୍କୁ ଶୁଦ୍ଧ ଭାଷା ସହିତ ପରିଚିତ କରାଇବା +ଶିଶୁ ବିକାଶକୁ ଅଗ୍ରସର କରାଇବା ପାଇଁ ସରକାରଙ୍କର ବିଭିନ୍ନ ବିକାଶ ମଧ୍ୟରେ ନୀତି ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସୁ-ସଂପର୍କ ପ୍ରତିଷ୍ଠା କରିବା । +ସମନ୍ଵିତ ଶିଶୁବିକାଶ ଯୋଜନାର ସେବା ସମୂହ +ପରିପୂରକ ପୁଷ୍ଟି ସାଧନ +ପ୍ରତିଶେଧକ ବ୍ୟବସ୍ଥା +ସ୍ୱାସ୍ଥ୍ୟ ପରୀକ୍ଷା +ପରାମର୍ଶ ସେବା/ ଉନ୍ନତ ଚିକିତ୍ସାର ଆଶ୍ରୟ ପୁଷ୍ଟି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା +ଅଣ ଓ ସ୍ୱାସ୍ଥ୍ୟ ପ୍ରାକ- ବିଦ୍ୟାଳୟ ଶିକ୍ଷା +ପୁଷ୍ଟି ଓ ସ୍ୱାସ୍ଥ୍ୟଶିକ୍ଷା ଦିଆଯାଉଥିବା ଦିବସ ଗୁଡିକ +ପୁଷ୍ଟିକର ଦିବସ ( ପ୍ରତ୍ୟେକ ମଙ୍କସର ୧୫ ତାରିଖ ) +ସାଧାରଣତନ୍ତ୍ର ଦିବସ ( ଜାନୁଆରୀ ୨୬ ତାରିଖ) +ଆନ୍ତର୍ଜାତିକ ମହିଳା ଦିବସ ( ମାର୍ଚ୍ଚ ୮ ତାରିଖ) +ବିଶ୍ଵ ସ୍ତନ୍ୟପାନ ସପ୍ତାହ ( ଅଗଷ୍ଟ ୧ ଋ ୭ ତାରିଖ) +ସ୍ଵାଧିନତା ଦିବସ( ଅଗଷ୍ଟ୧୫ ତାରିଖ) +ବିଶ୍ଵ ଆୟୋଡିନ୍ ଅଭାବ ଜନିତ ରୋଗ ନିରୋଧ ଦିବସ ( ୨୧ ଅକ୍ଟୋବର) +ଶିଶୁଦିବସ ( ନଭେମ୍ବର ୧୪ ତାରିଖ) +ବିଶ୍ଵ ଏଡସ୍ ଦିବସ( ଡିସେମ୍ବର ୧ ତାରିଖ) +ଭିନ୍ନକ୍ଷମ ଦିବସ ( ଡିସେମ୍ବର ର ତାରିଖ)