From 82824149a3e3664897360f4d0d2371d38e2acf96 Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:08:05 +0530 Subject: [PATCH] Upload New File --- .../vikashpedia_health_odia13.txt | 27 +++++++++++++++++++ 1 file changed, 27 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia13.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia13.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia13.txt new file mode 100644 index 0000000..d98af10 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia13.txt @@ -0,0 +1,27 @@ +ଅଞ୍ଜନି ବା ଆଖିର ଆଲୁଅ +ଉପକ୍ରମ +ଆଖିର ଏ ରୋଗଟିକୁ ଆଲୁଅ ବୋଲି ଯେ କାହିଁକି କୁହାଯାଏ, କହିବା ମୁସ୍କିଲ ହେଲେ ଆଲୋକ ସହିତ ଏହାର ସମ୍ପର୍କ ଏପରି ଯେ, ଏ ରୋଗରେ ରୋଗୀ କିନ୍ତୁ ଆଲୁଅ ସମ୍ଭାଳି ପାରେନାହିଁ । +ଛୋଟ ଛୋଟ ଘିମିରି ବା ତା’ଠାରୁ ବଡ ଉଦ୍ଭେଦ ଆଖି ପତାର ଧାରରେ ଉଠିଥାଏ ଓ ପ୍ରାୟତଃ ଖୁବ୍ ବ୍ୟଥାକରେ । +ସାମାନ୍ୟ ଛୋଟରୁ ଆରମ୍ଭ ହୋଇ ଏହା ବଢେ ଓ ଶେଷରେ ଫାଟିଯାଏ । +କେତେକ ମଧ୍ୟ ନଫାଟି ବସିଯାଏ ଓ ସେ ସ୍ଥାନରେ ତାହା ଟାଣ ହୋଇ ଦୀର୍ଘଦିନ ଧରି ରହି ଅସୁବିଧା ସୃଷ୍ଟିକରେ । +ଆଖିର ଆଲୁଅ ପାଇଁ ଔଷଧ +ପଲସେଟିଲା – ୩୦ ଏହି ରୋଗର ମହୌଷଧି ବୋଲି ଧରାଯାଇଛି । +ସ୍ତ୍ରୀ ଲୋକ ବା ଧୀର ସ୍ଥିର ସ୍ଵାଭାବର ଲୋକଙ୍କ ଆଖିରେ ଆଲୁଅ ପାଇଁ ଏହା ଭଲ କାମ କରେ । +ତେବେ ଆଖିରେ ଆଲୁଅ ଉଠିବା ସମୟରେ ଆଖିରେ ଥଣ୍ଡାପାଣି ବା ଅନ୍ୟକିଛି ଥଣ୍ଡା ଜିନିଷ ଲଗାଇବା ପାଇଁ ଇଚ୍ଛା ହେବା ଓ ସେଥିରେ ବ୍ୟଥାର ସାମୟିକ ଉପଶମ ଅନୁଭବ କରିବା ଏହି ଔଷଧର ପରିଚାୟକ ଲକ୍ଷଣ । +ମାତ୍ର ଏହାର ବିପରୀତ, ଅର୍ଥାତ୍, ବ୍ୟଥା ବହୁତ ଆଖିପତା ଅତ୍ୟଧିକ ସ୍ପର୍ଶକତାର ଓ ଉଷୁମ ସେକ ବା ହାପ୍ପା କଲେ ଉପଶମ ଅନୁଭବ କରିବା, ଆଲୁଅ ମୁହଁଟି ଧଳା ଦେଖାଯାଇ ଖୁବ୍ ଧକଧକ୍ କରୁଥିବା ଲକ୍ଷଣ ରେ ହିପାରସଲଫ – ୬ ହିଁ ନିର୍ଦ୍ଧିଷ୍ଟ । +ଯଦି ତାହା ସୁଲୁସୁଲୁ ହେଉଥାଏ ଓ ରୋଗୀ ଖାଲି ଆଖିପତାକୁ ସାଉଁଳୁ ଥା’ନ୍ତି ଆରମ ପାଇବାକୁ, ତାହା ହେଲେ ମର୍କସଲ – ୬ । +ପଲସେଟିଲା ଭଳି ବେଶି ବଥା ନଥିବ ଅଥଚ ଗରମ ଭଲ ଲାଗୁଥିବା ତାହା ହେଲେ ସାଇଲିସିଆ – ୬ ହିଁ କାମିକା ଔଷଧ । +ଯେତେବେଳେ ଦେଖିବେ, ଆଲୁଅ ସହିତ ଆଖିପତା କୁଣ୍ଡାଇ ହେଉଥିବ ଓ ପତାରୁ ଟିକେ ଟିକେ ଚୋପା ଛାଡୁଥିବ, ଆଲୁଅ ଭିତରେ ବେଳେବେଳେ ଚିନ୍ ଚିନ୍ ମାରି ଦେଉଥିବ ତାହାହେଲେ ମେଜେରିଆମ – ୬ ନ ଦେଲେ ଆଉ କେଉଁଥିରେ ବି ତାହା ଶୁଣିବ ନାହିଁ । +ଅନେକ ସମୟରେ ଦେଖିବେ ଆଲୁଅ ଗୁଡିକ ଗୋଟାକ ପରେ ଗୋଟାଏ ବାହାରୁଥିବେ, ଅଥଚ ପାଚୁ ନଥିବେ, ବସିଯାଇ ଗଣ୍ଠିପାଲଟି ରହି ଯାଇଥିବେ । +ସେଥିପାଇଁ ଷ୍ଟାଫିସାଗ୍ରିଆ – ୨୦୦ ହିଁ ଔଷଧ । +କେତେକ ଲୋକ ଅଛନ୍ତି ତାଙ୍କ ଆଖିରେ ଏ ଆଲୁଅ ସବୁ ଯେପରି ଲାଗିରହିଥାନ୍ତି, ଗୋଟାକପରେ ଗୋଟାଏ ଚାଲିଛି । +ସେ କ୍ଷେତ୍ରରେ ମଧ୍ୟ ଷ୍ଟାଫିସାଗ୍ରିଆ ପ୍ରୟୋଜନ । +ବିଶେଷ କରି ଯୁବାବୟସର ରୋଗୀ ହୋଇଥିଲେ ତ କଥା ନାହିଁ । +ଯଦି ଆଲୁଅ ଗୁଡିକ ଖୁବ୍ ଛୋଟ ଛୋଟ ହୋଇ ଉଠୁଥିବ ଓ ଭୀଷଣ ବଥା କରୁଥିବ, ତାହାହେଲେ ଆର୍ଣ୍ଣିକା – ୨୦୦ ବା ୧୦୦୦ ଶକ୍ତିର ପ୍ରୟୋଗ କରିବେ । +ଏ ସବୁ ସତ୍ତ୍ୱେ ରୋଗୀ ସାମୟିକ ଭାବରେ ଭଲ ହୋଇଗଲେ ମଧ୍ୟ ଏଭଳି ଆଲୁଅ ଉଠିବାର ପ୍ରବଣତା ତାଙ୍କଠାରେ ପ୍ରାୟତଃ ରହିଯାଉଥିବାର ଦୃଷ୍ଟି ଗୋଚର ହୁଏ । +ସେତେ ପରିମାଣରେ ନ ଉଠିଲେ ମଧ୍ୟ ମଝିରେ ମଝିରେ ଆଖିପତା ଲାଲପଡି ଦରଜ ଲାଗେ ଓ କୁଣ୍ଡେଇ ହୁଏ । +ସେଭଳି କ୍ଷେତ୍ରରେ ସଲଫର – ୨୦୦ ରୁ ପାନେ ଦୁଇପାନ ସକାଳୁ ଦିନେ ଦୁଇଦିନ ଦେବେ । +ତାହାହେଲେ ଏ ପ୍ରବଣତା ଦୂର ହୋଇ ଯିବ । +ଦୃଷ୍ଟିଶକ୍ତିର ଅସୁବିଧା ହେତୁ ମଧ୍ୟ, ଅନେକ ସମୟରେ ଆଲୁଅ ବାରମ୍ବାର ଉଠେ । +ତେଣୁ ସୁବିଧା ଥିଲେ ଆଖିପରୀକ୍ଷା କରି ଚଷମାର ବ୍ୟବସ୍ଥା କରି ପାରନ୍ତି । +ଏଥିରେ ଦେଖା ଯାଇଛି ବହୁ ସ୍ଥଳରେ, ଚଷମା ବ୍ୟବହାର ପରେ ଆଲୁଅ ଆଉ ଉଠେନାହିଁ । -- GitLab