diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia55.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia55.txt new file mode 100644 index 0000000000000000000000000000000000000000..5ef87c5e9e4ecfdde05331994d7effccca7d16be --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia55.txt @@ -0,0 +1,44 @@ +ନିରାମୟ ଜୀବନ +ଜୀବନର ଚାରିଗୋଟି ବିଶେଷତ୍ଵ +ଜୀବନର ଚାରିଗୋଟି ବିଶେଷତ୍ଵ ଅଛି : ଏହା ଅବସ୍ଥିତି ଜାହିର କରେ, ବିବର୍ତ୍ତିତ ହୋଇଥାଏ, ପ୍ରକାଶିତ ହୁଏ ଏବଂ ନିଶିହ୍ନ ହୋଇଯାଏ । +ଏଥିନିମନ୍ତେ ପଞ୍ଚଭୂତ (ପୃଥିବୀ, ଜଳ, ବାୟୁ, ଆକାଶ ଓ ଅଗ୍ନି) ଉପରେ ନିର୍ଭର କରିଥାଏ । +ଜୀବନ ସମ୍ପର୍କରେ ଅଧ୍ୟୟନ ହେଉଛି ଆୟୁର୍ବେଦ । +ବେଦ ଅର୍ଥ ଜ୍ଞାନ, ଜ୍ଞାତବ୍ୟ ଏବଂ ଆୟୁର୍ଜୀବନ ଅଟେ । +ଆୟୁର୍ବେଦର ସାମଗ୍ରିକ ଆବେଦନ ମଧ୍ୟରେ ଶାରୀରିକ ବ୍ୟାୟାମ, ସନ୍ତୁଳିତ ଆହାର, ଶ୍ଵାସକ୍ରିୟା ଏବଂ ଧ୍ୟାନ ଅନ୍ତର୍ଭୁକ୍ତ । +ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ କିପରି ହୋଇପାରିବ ? +ପ୍ରଥମତଃ, ବ୍ରହ୍ମାଣ୍ଡ ତତ୍ତ୍ଵଗୁଡିକୁ ଅନୁଭବ କରିବା ଯାହା ପିଣ୍ଡର ଉପାଦାନ ଅଟେ । +ଯଦି ମନ ବିଭିନ୍ନ ବ୍ୟତିକ୍ରମ ଏବଂ ଭାବନା ମଧ୍ୟରେ ଅବରୁଦ୍ଧ, ତେବେ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିନିଷ୍ଟ କରି ଶରୀରକୁ ରୋଗାକ୍ରାନ୍ତ କରିଥାଏ । +ମନ ଯଦି ସ୍ଵଚ୍ଛ, ସ୍ଥିର, ଧ୍ୟାନକେନ୍ଦ୍ରିତ ଶକ୍ତି ବୃଦ୍ଧି ପାଏ । +ଏହାପରେ ଆସେ ବାୟୁ ତତ୍ତ୍ଵ । +ଏ କ୍ଷେତ୍ରରେ ସଙ୍ଗଠିତ ପରିବର୍ତ୍ତନ ନିମନ୍ତେ ଶ୍ଵାସକ୍ରିୟା, ସୁଗନ୍ଧ ଆଘ୍ରାଣ ପୂର୍ବକ ଚିକିତ୍ସା ଇତ୍ୟାଦିକୁ ଆପଣେଇ ନିଆଯାଇପାରେ । +ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଜଳତତ୍ତ୍ଵ । +ଜଳ ସହିତ ପ୍ରଣାଳୀକୁ ଉପବାସ ଏବଂ ପବିତ୍ରକରଣ ଦ୍ଵାରା ପ୍ରଣାଳୀରେ ଅନେକ ସନ୍ତୁଳନ ଆସିପାରିବ । +ଅବଶ୍ୟ ଶେଷ ଉପାୟ ହେଉଛି ବିଭିନ୍ନ ଚେରମୂଳୀ, ଔଷଧ ଏବଂ ଶଲ୍ୟ ଚିକିତ୍ସା ଯାହା ପୃଥିବୀର ଉପାଦାନ ଅଟେ । +ଆମକୁ ଅନୁପ୍ରେରିତ କଲାପରି ଆମ ଶ୍ଵାସକ୍ରିୟାରେ ଅନେକ ରହସ୍ୟ ଭାରି ରହିଛି କାରଣ ମନର ପ୍ରତ୍ୟକ ଭାବନା ନିମନ୍ତେ ଶ୍ଵାସରେ ସମାନ ତାଳ ଆସିଥାଏ । +ପ୍ରତ୍ୟକ ତାଳ ଶାରୀରିକ ଭାବେ ଶରୀରର ନିର୍ଦ୍ଧିଷ୍ଟ ଅଂଶକୁ ପ୍ରଭାବିତ କରିଥାଏ । +କେବଳ ଏହାକୁ ଅନୁଧ୍ୟାନ କରିବାର ଅଛି ଏବଂ ଏହା ମଧ୍ୟ ଅନୁଭବ କରିପାରିବେ । +ଚେତନାଶକ୍ତି ଏବଂ ମନୋଭାବ ମଧ୍ୟରେ ଥିବା ଏହି ସମ୍ପର୍କକୁ ଜାଣିବା ହେଉଛି ଧ୍ୟାନ, ଏହାକୁ ଆପଣେଇବା ବି ଧ୍ୟାନ । +ତା’ପରେ ଆସେ ଉପଯୁକ୍ତ ଖାଦ୍ୟାଭ୍ୟାସ । +ଉପଯୁକ୍ତ ଖାଦ୍ୟର ଅର୍ଥ ହେଉଛି ଯେ, ଯେତିକି ଆବଶ୍ୟକ ସେତିକି ମାତ୍ର ଖାଇବେ । +ଏହା ଉତ୍ତମ ଭାବେ ହଜମ ହେବା ଜରୁରୀ । +ଏପରିକି ଯେତେବେଳେ ବିଛଣାକୁ ଯାଆନ୍ତି କିମ୍ବା ସକାଳେ ଉଠନ୍ତି ଅବା ଧ୍ୟାନ ପ୍ରସ୍ତୁତି କରନ୍ତି ସେତେବେଳେ ଯେମିତି ଅତ୍ୟଧିକ ଖାଇବାର ଅନୁଭବ ନ କରନ୍ତି । +ଖାଦ୍ୟର ଉପଯୁକ୍ତ ପରିମାଣ ମଧୁର, ତଟକା ଏବଂ କମ୍ ମସଲାଯୁକ୍ତ ହେବା ଆବଶ୍ୟକ । +ତେବେ ଅନ୍ତତଃ ବର୍ଷରେ ଗୋଟିଏ ସପ୍ତାହ ବାହାର କରି ପ୍ରକଟୁତି କୋଳରେ ନିଜକୁ ସମର୍ପି ଦେବା । +ଏହି ସମୟରେ ବାସ୍ତବିକ ଦୈନନ୍ଦିନ ଧାଧଉଡଠାରୁ ଦୂରରେ ମାନସିକସ୍ତରରେ ଲାଘବ ଅନୁଭବ ନିମନ୍ତେ ସୂର୍ଯ୍ୟଉଦୟ ସମୟରେ ସମୟରେ ଉଠିବା ସହ ସ୍ୱାସ୍ଥ୍ୟ ପାଇଁ ହିତକର ଖାଦ୍ୟ ଗ୍ରହଣ କରିବା । +ଏଥିସହିତ ଯୋଗ, ବ୍ୟାୟାମ ଏବଂ ଅନୁଲୋମ ବିଲୋମ ଭଳି ଦୀର୍ଘଶ୍ଵାସ ପ୍ରକ୍ରିୟାଗତ ପ୍ରାଣାୟମ, କିଛି ମୂହୁର୍ତ୍ତ ପାଇଁ ସଙ୍ଗୀତ ଗାନ, ମୌନବ୍ରତ ରକ୍ଷା ସହ ସୃଷ୍ଟିର ବିଚିତ୍ରଲୀଳା ଓ ଚମତ୍କାରିତାକୁ ପ୍ରାଣଭରି ଉପଲବ୍ଧି କରିବା । +ପ୍ରକୃତି ସହ ନିଜକୁ ଖାପ ଖୁଆଇବା ଦ୍ଵାରା ସମଗ୍ର ସତ୍ତା ଏବଂ ଶରୀରରେ ଏକ ନୂତନ ସ୍ଫୁରଣ ଆସିଥାଏ । +ଏହାଦ୍ଵାରା ଏକ ଅଫୁରନ୍ତ ଉନ୍ମାଦନା, ଆନନ୍ଦ ତଥା ନୂତନ ଇଚ୍ଛାଶକ୍ତି ଅନ୍ତରରେ ଜାଗ୍ରତ ହୋଇଥାଏ । +ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା +ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ୭୦ତମ ବାର୍ଷିକୀରେ ପ୍ରଥମ କରି ଆଜିର ଦିବସରେ ସ୍ମାରକୀ ଡାକଟିକଟ ଜାରି କରାଯାଉଛି । +ୟୁନାଇଟେଡ ନେଶନ୍ସ ପୋଷ୍ଟାଲ ଆଡମିନିଷ୍ଟ୍ରେଶନ (ୟୁଏନ୍ ପିଏ) ଦ୍ଵାରା ଜାରି କରାଯାଉଥିବା ଏହି ଷ୍ଟାମ୍ପ ଶାନ୍ତିର ବାର୍ତ୍ତା ବହନ କରୁଛି । +ସମଗ୍ର ବିଶ୍ଵରେ ମାନବିକ ଅଧିକାର, ପରିବେଶ, ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷା ସମେତ ଶାନ୍ତି ବଜାୟ ରଖିବା ବର୍ତ୍ତମାନ ସମୟର ଏକ ସାର୍ବଜନୀନ ପ୍ରସଙ୍ଗ । +ଉତ୍ତମ ସ୍ୱାସ୍ଥ୍ୟ ଦେଶବାସୀଙ୍କର ମୌଳିକ ଅଧିକାର । +ଏହାର ସଫଳତା ମାନବ ସମାଜ ପାଇଁ ସ୍ମରଣୀୟ ହୋଇ ରହିବ । +କୌଣସି ଗରିବ ଲୋକ ରୋଗାକ୍ରାନ୍ତ ନ ହେଉ କିମ୍ବା ଅର୍ଥ ଅଭାବରୁ ତା’ର ମୃତ୍ୟୁ ନ ହେଉ । +ଅର୍ଦ୍ଧାଧିକ ବିଶ୍ଵବାସୀ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି । +ଏକଶହ ନିୟୁତ ଲୋକ ଅତି ଗରିବ ଅବସ୍ଥାରେ ଅଛନ୍ତି । +ଦିନକୁ ଶହେ ଟଙ୍କା ଆୟରେ ଜୀବନଯାପନ କରୁଛନ୍ତି ସେମାନଙ୍କର ଚିକିତ୍ସା ବ୍ୟୟ ସେମାନେ ନିଜେ ବହନ କରୁଛନ୍ତି । +ତେଣୁ ସମସ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପ୍ରଶାସନର ମୌଳିକ କର୍ତ୍ତବ୍ୟ । +ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ୨୦୧୮ ବିଶ୍ଵସ୍ୱାସ୍ଥ୍ୟ ଦିବସର ପ୍ରତୀକ । +ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଏହାର ଲାଗି ଶଯ୍ୟା, ଔଷଧ ଓ ଟିକାର ବ୍ୟବସ୍ଥା, ଗରିବ ଏବଂ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଲୋକମାନଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । +ଦେଶର କୌଣସି ନାଗରିକ ଅର୍ଥାଭାବରୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇପାରିବେ ନାହିଁ ।