From 83059a205ec8c559d70cc54c9df81d545ae296d7 Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:09:17 +0530 Subject: [PATCH] Upload New File --- .../vikashpedia_health_odia18.txt | 22 +++++++++++++++++++ 1 file changed, 22 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia18.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia18.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia18.txt new file mode 100644 index 0000000..4504880 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia18.txt @@ -0,0 +1,22 @@ +ଆଖିଧରା +ଉପକ୍ରମ +ଜୀବାଣୁ, ଭୂତାଣୁ, ଆଲେର୍ଜି ବା ଅନ୍ୟ ଯେକୌଣସି କଟୁ ପଦାର୍ଥ ଆଖିରେ ପଡି ବା ଅନ୍ୟକିଛି ଆଘାତରୁ ଆଖି ଲାଲ ପଡୁ ବା ଧରୁ, ତାହାକୁ ଭିତ୍ତିକରି ହୋମିଓପାଥିରେ ଔଷଧ ବ୍ୟବସ୍ଥା କରିବା ସୁବିଧା ଜନକ ନୁହେଁ । + ଯେପରି, ଧରାଯାଉ ଆଘାତଲାଗିଛି ; ଏକୋନାଇଟ, ଆର୍ଣ୍ଣିକା ବା ଯୁଫ୍ରେସିଆ ଏହି ତିନୋଟିଯାକ ଔଷଧ ବ୍ୟବହାର କରାଯାଇ ପାରେ, ଏପରି କି ରୁଟା ମଧ୍ୟ, କିନ୍ତୁ କେଉଁ କ୍ଷେତ୍ରରେ ? +ଲକ୍ଷଣ +ପ୍ରଥମାବସ୍ଥାରେ ଆଖି ଲାଲ ପଡିଗଲା, ଗରମ ହୁଳା ବାହାରିଲା, ଖୁବ୍ ଜୋରରେ ଖୁଞ୍ଚି ଖୁଞ୍ଚି ହେଲା, ତାହା ହେଲେ ଏକୋନାଇଟ ଲାଗିବ । +କିନ୍ତୁ, ଦେଖିଲେ କଳାଶୀରା ପଡି ଯାଇଛି, ଦରଜ ଯେ ନାହିଁ ନ ଥିବା, ତେବେ ଆର୍ଣ୍ଣିକା ଲାଗିବ । +ମାତ୍ର ଏ ସବୁ କିଛି ନାହିଁ ଖାଲି ଆଖି ପୋଡୁଛି । +ଆଖିରୁ ତତଲା ଲୁହ ବୋହୁଛି ଏବଂ କଲା ଡୋଳାରେ ଧଳା ଦାଗ ଦେଖାଯାଉଛି । +ତାହାହେଲେ ଯୁଫ୍ରେସିଆ ଛଡା ଆଉ କିଛି ନୁହେଁ । +ଆଖିରେ ମାଡହୋଇ ଆଖି ଚାରିପଟେ ଦରଜ, ଜମାରୁ ଚାହିଁ ହେଉନି, ଚାହିଁଲେ ଆଖିରେ କଷ୍ଟ ବଢୁଛି, ତେବେ ରୁଟା । +ଧରନ୍ତୁ ଆଖିରେ ପୋକ ପଡିଗଲା କି ଧୂଳିକଣା କିଛି ପଡିଗଲା, ଆଖିରେ ଯେତେ ପାଣି ଛାଟିଲେ ମଧ୍ୟ ଗଲା ନାହିଁ , ଉପରପତା ଓ ଆଖିଡୋଳା ମଝିରେ ରହି ଗଲାଭଳି ଲାଗୁଛି । +ତାହାହେଲେ କୋକ୍କସକାକଟି ଖାଇ ଦେଖନ୍ତୁନା । +କଥାରେ ଅଛି ଖାଲି ଆଖିରେ ମଟର ସାଇକେଲ ଚଢି ଯଦି ସନ୍ଧ୍ୟାବେଳେ ଗୋଧୂଳି ଲଗ୍ନରେ ଯାଉଛ, ତେବେ ପକେଟରେ ଏହି ଔଷଧରୁ ଗୋଟିଏ ଶିଶି ପକାଇଥାଅ କର୍ମରେ ଆସିବ । +ସେହିପରି ଭୂତାଣୁ ଜନିତ ହେଉ ଅବା ଜୀବାଣୁ ହେତୁ ହେଉ, ଆଖିଫୁଲି ଗେଣ୍ଡାପରି ହୋଇଯାଇଛି, ଆଖିରୁ ଲୁହ ବୋହୁଛି, ଆକ୍ଷିପତା ଫୁଲିଯାଇ ଥଳିଭଳି ଓହଳି ପଡିଛି । +ଏପିସମେଲ ତୁରନ୍ତ ଉପଶମ ଦେବ । +ନାହିଁତ ଯଦି ବଡ ଜୋରରେ ଲାଲପଡି ଲେଞ୍ଜରା ବୋହି ଆଖି ଯୋଡି ହୋଇ ଯାଉଛି, ଆର୍ଜେଣ୍ଟମ ନାଇଟ୍ରିକମ କଥା ଚିନ୍ତା କରିବେ । +ଏଥିରେ ଏ ରୋଗୀ ଯେତେବେଳେ ଶୁଅନ୍ତୁନା କାହିଁକି ଉଠିଲା ବେଳକୁ ଆଖିପତା ଖାଲି ଚଟଚଟ ଲାଗୁଛି, ସତେ ଯେପରି ଆଖି ଲେଞ୍ଜରାରେ ଭର୍ତ୍ତିହୋଇ ରହିଛି ତେବେ, ରେଡିୟାମବ୍ରୋମ ବେଶ୍ କାର୍ଯ୍ୟକାରୀ ହେବ । +ପଲସେଟିଲା ତ ଏକ ସାଧାରଣ ଔଷଧ ଆଖି ଧରାକୁ, ଏଥିରେ ମଧ୍ୟ ଆଖିରେ ଲେଞ୍ଜରା ମେଞ୍ଚା ମେଞ୍ଚା ହୋଇ ବୋହିବ, ଶୋଷ ନ ଥିବ, ଯଦିଓ ପାଟି ଅଠା ଅଠା ହୋଇ ଯାଉଥିବ । +ନାକରୁ ପାଚିଲା ସିଙ୍ଘାଣି ବୋହୁଥିବ । +ଥଣ୍ଡା ଶର୍ଦ୍ଦିଧରି ଜରଜରୁଆ ଲାଗିବା ସହିତ ; ଦେହ ଘୋଳି ବିନ୍ଧି ହୋଇ ଆଖି ଧରିଥିଲେ ରସଟକ୍ସ ବ୍ୟବହାର କରନ୍ତୁ । +ଏହା ଛଡା ପଦ୍ମାମଧୁ ବା ଗୋଲାପଜଳ ଆଖିରେ ପକାଇବା ଅପେକ୍ଷା ଯୁଫ୍ରେସିଆ ଦଶବୁନ୍ଦା ଏକ କପ୍ ସିଝା ଥଣ୍ଡା ପାଣିରେ ପକାଇ ଆଖି ଧୋଇଲେ ବା ଆଖିରେ ପକାଇଲେ ବେଶି ଭଲ ଫଳ ଦେବ । -- GitLab