From 8c2fbff16a8e3d60525fdd4777e5da29d9307d1d Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:26:50 +0530 Subject: [PATCH] Upload New File --- .../vikashpedia_health_odia79.txt | 48 +++++++++++++++++++ 1 file changed, 48 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia79.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia79.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia79.txt new file mode 100644 index 0000000..0fc67b5 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia79.txt @@ -0,0 +1,48 @@ +ଉପକ୍ରମ +ମାଟି ପ୍ରକୃତିର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ । +ଏଥିରେ ଥିବା ମିନେରାଲ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଏ । +ଏହା ଶରୀରରୁ ବିଷାକ୍ତ ଦ୍ରବ୍ୟକୁ ଶୋଷିନେଇ ରୋଗ ଦୂର କରେ । +ଏହାସହ ତ୍ଵଚାର ଉଜ୍ଵଳତା ବଢାଏ । +ପୃଥିବୀ ଗଠନ ହୋଇଥିବା ପାଞ୍ଚଟି ଉପାଦାନ ମଧ୍ୟରୁ ମାଟି ଅନ୍ୟତମ । +ଏହି ୫ଟି ଉପାଦାନକୁ ନେଇ ପ୍ରାକୃତିକ ଚିକିତ୍ସା କରାଯାଉଛି । +ପ୍ରାକୃତିକ ଚିକିତ୍ସା ମଧ୍ୟରେ ମାଟିଚିକିତ୍ସା ବା ମଡ୍ ଥେରାପି ଅନ୍ୟତମ । +ପ୍ରାକୃତିକ ଚିକିତ୍ସା ବା ନେଚରପାଥି ଆୟୁଷ ବିଭାଗର ଏକ ଅଙ୍ଗ । +ଏହି ଚିକିତ୍ସା ଦକ୍ଷିଣ ଭାରତରେ ଯଥେଷ୍ଟ ପ୍ରସାର ଲାଭ କରିଛି । +ଓଡିଶାରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୋର୍ଦ୍ଧାର ବିଞ୍ଚଗିରିରେ ୧୦୦ ସଂଖ୍ୟା ବିଶିଷ୍ଟ ଏକ ନେଚରପାର୍ଥୀ ଡାକ୍ତରଖାନା ଖୋଲାଯିବାକୁ ସ୍ଥିର କରାଯାଇଛି । +ମଡ୍ ଥେରାପି ଦ୍ଵାରା ଦୂର ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ ହୋଇଥାଏ । +କେଉଁ ପ୍ରକାର ମାଟି ବ୍ୟବହାର କରାଯାଏ +ପୃଥିବୀର ବିଭିନ୍ନ ଭାଗରେ ବିଭିନ୍ନ ପ୍ରକାରର ମାଟି ଦେଖାଯାଏ ଏବଂ ସେଗୁଡିକର ଗୁଣ ମଧ୍ୟ ଭିନ୍ନ । +ବ୍ଲାକ ମଡ୍ ବା କଳାମାଟି, ଧଲାମାଟି, ଗେରୁ ମାଟି ହଳଦିଆ ମାଟି, ଉଚ୍ଚମାଟି ମଡ୍ ଥେରାପି ପାଇଁ ବ୍ୟବହାର କରାଯାଏ । +ମାଟି ସଂଗ୍ରହ କରିବାର ପଦ୍ଧତି +କୌଣସି ପ୍ରକାର ରାସାୟନିକ ପ୍ରଭାବ ନଥିବା ୧ ଫୁଟ ତଳୁ ମାଟି ସଂଗ୍ରହ କରନ୍ତୁ । +ଗଛ ଛାଇ କିମ୍ବା ସନ୍ତସନ୍ତିଆ ସ୍ଥାନରୁ ମାଟି ସଂଗ୍ରହ କରନ୍ତୁ ନାହିଁ । +ମାଟି ସଂଗ୍ରହ କରି ତାକୁ ୩ ରୁ ୪ ତା ଖରା ଦିଅନ୍ତୁ । +ତାପରେ ତାକୁ ଜାଲିରେ ଛାଣି ନିବୁଜ୍ ଡବାରେ ରଖନ୍ତୁ । +ଯେପରି କୀଟପତଙ୍ଗ ଦାୟୁରୁ ଏହା ସୁରକ୍ଷିତ ରହିପାରିବ । +ମାଟିକୁ ରାତିରେ ୩୦ ମିନିଟ୍ ପାଣିରେ ଭିଜାଇବାକୁ ପଡେ । +ତା’ପରେ ମାଟିକୁ ସମାନ ଭାବରେ ଲେପ ଦିଅନ୍ତୁ ଯେପରି ଏହାର ମୋଟେଇ ଅଧ ଇଞ୍ଚରୁ ଏକଇଞ୍ଚ ପର୍ଯ୍ୟନ୍ତ ରହିବ । +ଆଖି, ମସ୍ତକ, କେଶ ଏବଂ ଶରୀରର ବିଭିନ୍ନ ଅଂସ କାଦୁଅ ପ୍ୟାକ୍ ବ୍ୟବହାର କରାଯାଇପାରିବ । +ଏହା ପ୍ୟାକ୍ କୁ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରୟୋଗ କରାଯିବା ଦରକାର । +ଥଣ୍ଡା ଦିନରେ ଯଦିକାଦୁଅ ପ୍ୟାକ ବ୍ୟବହାର କରାଯାଏ ତେବେ ଶରୀରକୁ କମ୍ବଳରେ ଘୋଡାଇ ରଖାଯିବା ଦରକାର । +ପ୍ୟାକ ଛଡାଇ ସାରିଲା ପରେ ନିମ୍ବ ଛେଲି ଓ ହଳଦୀ ପାଣିରେ ଧୋଇ ଦିଅନ୍ତୁ । +ଏହାପରେ ଶରୀରକୁ ଶୁଖିଲା କପଡାରେ ପୋଛନ୍ତୁ । +ବିଭିନ୍ନ ବୈଦ୍ୟଷ୍ଟୋର୍ ରେ ମଧ୍ୟ ଏହି ମାଟି ଉପଲବ୍ଧ । +ମଡ୍ ଥେରାପିର ଉପକାରିତା +ମୁଡ ପ୍ୟାକ୍ ଚର୍ମ ରଙ୍ଗରେ ଉନ୍ନତି ଆଣିବା ସହିତ ଚର୍ମରେ ଥିବା ଦାଗ ଓ ଅନ୍ୟ କୌଣସି ସମସ୍ଯା ଦୂର କରେ । +ମଡ ଥେରାପି ଦ୍ଵାରା ସୋରିଆସିସ୍, ଅର୍ଚିକାରିଆ ଲ୍ୟୁକୋଡର୍ମା ଆଦି ଚର୍ମ ରୋଗ, ପ୍ଳିହାରୋଗ, ସ୍ପୋଣ୍ଡିଲାଇଟିସର ମୁକ୍ତି ମିଳିଥାଏ । +ବ୍ରଣ, ଘିମିରି, ବଥାଦି ଆହନରେ ମାଟିର ଲେପ ଦେଲେ ଏହା ଭଲ ହୋଇଥାଏ । +ମାନସିକ ଅସ୍ଥିରତା, ମାଇଗ୍ରେନ୍ ସମସ୍ୟା ପାଇଁ ମଥାରେ ମାଟିର ଲେପ ଦେଲେ ଏଥିରୁ ମୁକ୍ତି ମିଳିଥାଏ । +ସେହିଭଳି ପରିଷ୍କାର ଓ ଆବଡଖାବଡା ମାଟିରେ ଚାଲିଲେ ମଧ୍ୟ ସ୍ନାୟୁଜନିତ ସମସ୍ୟା ଦୂର ହୁଏ । +ମୁଡ ଥେରାପି ଦ୍ଵାରା ମାଂସପେଶୀ ହାଲୁକା ହେବା ସହିତ ରକ୍ତ ସଂଚାଳନ ବୃଦ୍ଧିପାଏ, ପାଚନ କ୍ରିୟା ସୁଦୃଢ ହୁଏ ଏବଂ ଶରୀରର କୌଣସି ଅଂସ ଫୁଲି ଯନ୍ତ୍ରଣା ହେଉଥିଲେ ସେଥିରୁ ଆରାମ ମିଳେ । +କେଶରେ ମଧ୍ୟ ମାଟିର ଲେପ ଦେଲେ ଏହା ଏକ ଉତ୍ତମ କଣ୍ଡିସନର କାମ କରେ । +ବେଳ ଗଛ ମୂଳରୁ ମାଟି ଆଣି ସ୍ତନରେ ଲଗାଇଲେ ଛୋଟ ସ୍ତନର ଆକାର ବୃଦ୍ଧିମଧ୍ୟ ହୋଇଥାଏ । +ଆଖି ତଳ କଲାଦାଗ ପଡୁଥିଲେ ଲିମବା ଶୁଷ୍କ ତ୍ଵଚା ପାଇଁ ମଧ୍ୟ ମଡ ଥେରାପି ଉପଯୋଗୀ । +ହେଲେ ମଡ ଥେରାପି କରିବା ସମୟରେ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । +ତଳି ପେଟରେ ମଡ୍ ପ୍ୟାକ୍ +ତଳିପେଟରେ କାଦୁଅ ପ୍ୟାକ୍ ସମସ୍ତ ପ୍ରକାର ଅଜୀର୍ଣ୍ଣ ଦୋଷ ଦୁରହୁଏ । +ଖାଦ୍ୟନଳୀରେ ଥିବା ଉତ୍ତାପକୁ ଏହା ହ୍ରାସ କରିବା ଶୀତ ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । +ପୁରୁଷଙ୍କ ସ୍ଵପ୍ନ ଦୋଷ ମହିଳାଙ୍କର ପ୍ରଦର ଦୋଷ ପାଇଁ ତଳିପେଟରେ ମଡ୍ ପ୍ୟାକ୍ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ । +ଥେରାପି ସମୟରେ ଡାଏଟ୍ ଚାର୍ଟ +ଆର୍ୟୁବଦିକ ଚିକିତ୍ସାକଙ୍କ ପରାମର୍ଶ କ୍ରମେ ରୋଗ ପାଇଁ ଔଷଧ ସେବନ ସହ ମଡ୍ ଥେରାପିର ଉପଯୋଗକରନ୍ତୁ । +ବିଶେଷତଃ ଥେରାପି ନେବା ସମୟରେ ଅଧିକ ପଣି ପିଇବା ସହ ତେଲମସଲାଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । +ଅଧିକ ସାଲାଡ ଓ ଶୀଘ୍ର ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ । -- GitLab