From 8d25e09accf4dc62d5769cd6d9045c6109e30a62 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:19:46 +0530 Subject: [PATCH] Upload New File --- .../vikashpedia_health_odia63.txt | 29 +++++++++++++++++++ 1 file changed, 29 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia63.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia63.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia63.txt new file mode 100644 index 0000000..781c32c --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia63.txt @@ -0,0 +1,29 @@ +ପିଜୁଳିର ଔଷଧୀୟ ଗୁଣ +ପିଜୁଳି +ପିଜୁଳି ଖାଇବାକୁ ଖୁବ୍ ସ୍ୱାଦିଷ୍ଟ । +ହେଲେ ପାଟିକୁ ସ୍ୱାଦ ଲାଗୁଥିବା ଏହି ଫଳ ଅନେକ ଔଷଧୀୟ ଗୁଣରେଭରପୁର । +ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର କରିଥାଏ ପିଜୁଳି । +ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବଯ ଫାଇବର୍ ଭରପୁର ଥାଏ । +ଯଦି ଭୋଜନ ପରେ ପିଜୁଳି ଖାଆନ୍ତି ତେବେ କୋଷ୍ଠ କାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ । +ଏପରିକି ପିଜୁଳିର ମଂଜିକୁ ମଧ୍ୟ ଔଷଧରେ ବ୍ୟବହାର ବ୍ୟବହାର କରାଯାଏ । +ଏବେ ନଜର ପକାନ୍ତୁ ଏହାର ଔଷଧୀୟ ଗୁଣ ଉପରେ । +ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ । +ପିଜୁଳିର ଔଷଧୀୟ ଗୁଣ +ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ । +ରାତିରେ ଶୋଇବା ସମୟରେ ପଜୁଳିର ପତ୍ର ଗ୍ରାଇଣ୍ଡିଙ୍ଗ୍ କରି ଏକ କପଡାରେ ବାନ୍ଧି ଆଖିରେ ବାନ୍ଧଲେ ଆଖିରେ ହେଉଥିବା ପୀଡା ଦୂର ହୋଇଥାଏ । +ପିଜୁଳିର ମଂଜିର ଗୁଣ୍ଡକୁ ପାଣି ସହ ଖାଇଲେ ଥଣ୍ଡାରୁ ତୁରନ୍ତ ମୁକ୍ତି ମିଳିଥାଏ । +ପିଜୁଳି ଚୋପାକୁ ଚୋବାଇ ଖାଇଲେ ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ +ପିଜୁଳିକୁ ଛୋଟ ଛୋଟ କରି କାଟି ପାଣିରେ ପକାନ୍ତୁ । +କିଛି ସମୟ ପରେ ଏହି ପାଣିକୁ ପିଅନ୍ତୁ । +ନିୟମିତ ଏହି ପାଣି ପିଇଲେ ମଧୁମେହ, ବହୁମୂତ୍ର ଭଳି ସମସ୍ୟା ଦୂର ହୋଇଥାଏ । +ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର କାଢା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ । +ଏହାର ଲଗାତାର ସେବନ ଶରୀରରେ ଇନସୁଲିନର ସ୍ତରକୁ ନବଢାଇ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ । +ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ । +ଚୁଟି ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର । +ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ । +ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । +ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ । +ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ । +ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ କରିଥାଏ । +ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ । +ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । -- GitLab