From 8fa6776eb91a0f00f9ef059c2f1e69e5cf047ee5 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:13:19 +0530 Subject: [PATCH] Upload New File --- .../vikashpedia_health_odia37.txt | 139 ++++++++++++++++++ 1 file changed, 139 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia37.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia37.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia37.txt new file mode 100644 index 0000000..01cfc3e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia37.txt @@ -0,0 +1,139 @@ +କିଶୋର ଏବଂ ପୁରୁଷମାନଙ୍କ ଯୌନାଙ୍ଗ ପରିବର୍ତ୍ତନ +ଯୌନ ସ୍ୱାସ୍ଥ୍ୟ +କୈଶୋର ବୟସରୁ (୧୦ରୁ ୧୯ ବର୍ଷ) ପୁରୁଷମାନଙ୍କର ଯୌନ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରାଯାଇପାରେ । +ମସ୍ତିଷ୍କରେ ସ୍ଵତନ୍ତ୍ର ଜୀବରସ କ୍ରିୟାଶୀଳ ହେବା ଫଳରେ କିଶୋର ଅବସ୍ଥା ଆସିଥାଏ । +ପରିଲକ୍ଷୀତ ମୁଖ୍ୟ ପରିବର୍ତ୍ତନଗୁଡିକ ହେଲା : +ଅଣ୍ଡକୋଷ ବା ଜାଉଁଳି ବଡ ହେବା ଏବଂ ଓହଳିବାକୁ ଆରମ୍ଭ କରିବା, +ଯୌନାଙ୍ଗ ଏବଂ କାଖ ତଳେ କେଶ ଉଠିବା ଏବଂ ଦାଢି ନିଶ ହେବା, +ବୀର୍ଯ୍ୟ ସୃଷ୍ଟିହେବା, +କଣ୍ଠ ସ୍ଵର ମୋଟାହେବା, +ବ୍ରଣ ଉଠିବା, +ସ୍ଵପ୍ନଦୋଷ ହେବା, +ହସ୍ତମୈଥୁନ ବା ଯୌନ କ୍ରିୟା ପାଇଁ ମନ ବଳାଇବା, +ସାଙ୍ଗସାଥିଙ୍କ ଗହଣରେ ସମୟ ବିତାଇବା +ପୁରୁଷମାନଙ୍କ ଯୌନାଙ୍ଗର ଗଠନ ଓ ଏହାର କାର୍ଯ୍ୟ +ପୁରୁଷମାନଙ୍କର ପ୍ରଜନନ ଅଙ୍ଗ ନାରୀମାଙ୍କର ପ୍ରଜନନ ଅଙ୍ଗଠାରୁ ସମ୍ପୂର୍ଣ୍ଣ ଅଲଗା । +ଏଗୁଡିକ ମଧ୍ୟରେ ମୁଖ୍ୟତଃ ଅଣ୍ଡକୋଷ, ବୀର୍ଯ୍ୟବାହୀ ନାଳୀ ବା ଲିଙ୍ଗ ଅନ୍ତର୍ଭୁକ୍ତ । +ସୁକ୍ରକୀଟ (ବୀର୍ଯ୍ୟ ମଧ୍ୟରେ ଥିବା) ଗୁଡିକ ଅଣ୍ଡକୋଷରେ ପ୍ରସ୍ତୁତ ହୋଇ ରେତଥଳୀରେ ଗଛିତ ହୋଇ ରୁହନ୍ତି । +ସହବାସ ଦ୍ଵାରା ପରିଶ୍ରାନଳୀ ଦେଇ ଏହି ସୁକ୍ରକୀଟ ନାରୀର ଯୌନାଙ୍ଗରେ ପ୍ରବେଶ କରନ୍ତି । +ବୀର୍ଯ୍ୟ ଓ ଶୁକ୍ର: ଅଣ୍ଡକୋଷରେ ଶୁକ୍ରକୀଟ ସୃଷ୍ଟି ହୁଏ । +ଏହା ସହିତ ପ୍ରୋଷ୍ଟେଟ୍ ଓ ରେଡ ଥଳୀରେ ନିର୍ଗତ ରସ ମିଶି ବୀର୍ଯ୍ୟ ସୃଷ୍ଟି ହୁଏ । +ଏହା ଦେଖିବାକୁ ନାଳୁଆ ଓ ଧଳା ରଙ୍ଗର । +ବୀର୍ଯ୍ୟ ମଧ୍ୟରେ ଶୂକ୍ରାଣୁ ରହିଥାଆନ୍ତି । +ବୀର୍ଯ୍ୟ ମଧ୍ୟରେ ରହିଥିବା ଶୁକ୍ରକୀଟ ବା ଶୂକ୍ରାଣୁ ସହବାସ ଦ୍ଵାରା ନାରୀର ଯୌନାଙ୍ଗ ଦେଇ ଗର୍ଭାଶୟ ଭିତରକୁ ଯାଆନ୍ତି । +ସନ୍ତରଣ କଲାଭଳି ଶୁକ୍ରକୀଟଗୁଡିକ ଗର୍ଭାଶୟରେ ବୁଲନ୍ତି । +ପୁରୁଷ ଗୁଣ ଥିବା ସୁକ୍ରକୀଟ ୨୪ ଘଣ୍ଟା ବା ୧ ଦିନ ଯାଏଁ ଏବଂ ସ୍ତ୍ରୀଗୁଣ ଥିବା ଶୁକ୍ରକିଟ ୭୨ ଘଣ୍ଟା ବା ୩ ଦିନ ରହିଥାଆନ୍ତି । +ଥରେ ମାତ୍ର ସ୍ଫଳନ ହେଉଥିବା ବୀର୍ଯ୍ୟରେ ପ୍ରାୟ ୪୦, ୦୦,୦୦,୦୦୦ ସଂଖ୍ୟାର ଶୂକ୍ରାଣୁ ରହିଥାଆନ୍ତି । +ଅଣ୍ଡକୋଷରେ ତିଆରି ହେଉଥିବା ଏହି ଶୂକ୍ରାଣୁ ସବୁ ସମ୍ପୂର୍ଣ୍ଣ ପରିପକ୍ଵ ହେବାକୁ ୬ଦିନ ସମୟ ଲାଗିଥାଏ । +ତେଣୁ ବୀର୍ଯ୍ୟସ୍ଥାଳନରେ ଅନେକ କ୍ଷତି ହେଉଛି ବୋଲି ଭାବି ମନ ଖରାପ କରିବା ଉଚିତ ନୁହେଁ । +ବୀର୍ଯ୍ୟସ୍ଥଳନ : ହସ୍ତମୈଥୁନ, ସ୍ଵପ୍ନଦୋଷ,ସହବାସ ଏବଂ ଅତ୍ୟଧିକ କାମ ଉଦ୍ଦୀପନାରୁ ବୀର୍ଯ୍ୟସ୍ଥଳନ ହୋଇଥାଏ । +ଲିଙ୍ଗ ଓ ଅଣ୍ଡକୋଷ : ବାରବର୍ଷରୁ ଷୋଳବର୍ଷ ଯାଏଁ ଲିଙ୍ଗର ଆକାର ବଢିବାକୁ ଲାଗେ । +ଠିକ ସେହିପରି ଅଣ୍ଡକୋଷ ମଧ୍ୟ । +ଏ ସବୁର ଚାରିପାଖେ ଥିବା କେଶଗୁଡିକ ଏହି ସମୟକୁ କୁଞ୍ଚୁକୁଞ୍ଚୁଆ ହୋଇ ବଢିଥାଏ । +ପ୍ରାୟ ଅଠର ବର୍ଷ ପର୍ଯ୍ୟନ୍ତ ଅଣ୍ଡକୋଷର ଆକାର ବଢିଥାଏ । +ଏହା ପରେ ପରେ ଲିଙ୍ଗ ଓ ଅଣ୍ଡକୋଷ ପ୍ରାୟ ବଢିନଥାଏ । +ଲିଙ୍ଗର ଆକାର ନେଇ ଅନେକ ବାଳକ ବାଳିକା ଚିନ୍ତା କରିଥାଆନ୍ତି । +ଲିଙ୍ଗ ଯେ ବଡ ହେଲେ ଅଧିକ ସୁଖଦାୟକ ଏହା ଭାବିବା ଉଚିତ ନୁହେଁ । +ଆଉ କେତେକ କ୍ଷେତ୍ରରେ ଲିଙ୍ଗଟି ବାଁ କିମ୍ବା ଡାହାଣ ଆଡକୁ ସାମାନ୍ୟ ଢଳିଥାଏ । +ଏଥି ରେ କିଛି ଅସୁବିଧା ନାହିଁ । +ଯଦି ଏହା ଅଙ୍କାବଙ୍କା ନୁହେଁ ତେବେ ଆପଣଙ୍କର ଚିନ୍ତା କରିବା ଦରକାର ନାହିଁ । +ଦେହର ଗନ୍ଧ : ସ୍ତ୍ରୀ ମାନଙ୍କ ଭଳି ପୁରୁଷମାନଙ୍କ ଦେହରୁ ମଧ୍ୟ ଗନ୍ଧ ବାହାରି ଥାଏ । +ଯୌନାଙ୍ଗ ଏବଂ କାଖରୁ ଏହା ବିଶେଷ ଜଣାପଡେ । +କାମ ଉଦ୍ଦୀପନା ରହିଥିଲେ ପୁରୁଷମାନଙ୍କ କାଖତଳୁ ବାହାରୁ ଥିବା ଗନ୍ଧ ଅଧିକ ତୀବ୍ର ହୋଇଥାଏ । +ଏହି ଗନ୍ଧ ସ୍ତ୍ରୀ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ । +ଦେହର ଗନ୍ଧ କେତେକ ଜୀବରସ ପ୍ରଭାବରୁ ହୋଇଥାଏ । +ଗନ୍ଧ ବାହାରୁଥିବା ସ୍ଥାନକୁ ପରିଷ୍କାର ରଖିବା ଭଲ । +ପାଉଡର୍ ବ୍ୟବହାର କଲେ ଝାଳ ବାହାରୁଥିବା ରନ୍ଧ୍ର ବନ୍ଦ ହୋଇଯାଏ । +ହସ୍ତମୈଥୁନ: କାମ ଉଦ୍ଦୀପନାରୁ ଆନନ୍ଦ ପାଇବା ପାଇଁ ପୁରୁଷମାନେ ହସ୍ତମମୈଥୁନ କରିଥାଆନ୍ତି । +ସାଧାରଣତଃ କିଶୋର ବୟସରେ ଏହା ଅଧିକ ଦେଖାଯାଏ । +ହସ୍ତମୈଥୁନ ବିଷୟରେ କେତେକ ଭ୍ରମ ଧାରଣା ରହିଛି, ଏହା ଏକ ପାପ କାର୍ଯ୍ୟ । +ଏହା କଲେ ଦେହ ଦୁର୍ବଳ ହୋଇଯାଏ । +ଏହାଦ୍ଵାରା ଶୂକ୍ରାଣୁ କମିଯାଆନ୍ତି ଏବଂ ଅଧିକ ବ୍ରଣ ଏହା ଯୋଗୁଁ ହୁଏ ପ୍ରସ୍ତୁତି । +କିନ୍ତୁ ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ । +ଏହା ଶରୀର ଏବଂ ମନର କୌଣସି କ୍ଷତି ଘଟାଇ ନଥାଏ । +ତେବେ ଅତ୍ୟଧିକ ମାତ୍ରାରେ ଏ କାର୍ଯ୍ୟ କଲେ ଅନ୍ୟ କାର୍ଯ୍ୟରୁ ମନ କମିଯାଇପାରେ । +ଅନ୍ୟ ପକ୍ଷରେ ମହିଳା/ଝିଅ ମାନେ ମଧ୍ୟ ହସ୍ତମୈଥୁନ କରିଥାନ୍ତି । +ନିଜେ ବା ଯୌନ ସାଥିଙ୍କ ସହାୟତାରେ ଏହା କରିବାକୁ ସେମାନେ ପସନ୍ଦ କରିଥାନ୍ତି । +ବି.ଦ୍ର: ଏହି କାର୍ଯ୍ୟ ଦ୍ଵାରା ଯୋନିର କୌଣସି ଅଂଶ ଛିଡିଗଲେ ବା ଖଣ୍ଡିଆ ହୋଇଗଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । +ଏହା ମଧ୍ୟ ଯୌନତ୍ଵ ସମ୍ପର୍କିତ ଅନ୍ୟାନ୍ୟ ଜଟିଳତାର କାରଣ ହୋଇପାରେ । +ଯଥା- ସଂଭୋଗ ପ୍ରତି ଇଛା ନହେବା । +ସଂଯମ: ଅଧିକ ମାତ୍ରାରେ କାମ ଉଦ୍ଦୀପନାରୁ ନିଜକୁ ଦୂରେଇ ରଖିବା ଏବଂ ହସ୍ତମୈଥୁନ ଇତ୍ୟାଦି ନ କରିବାକୁ ଅନେକ କ୍ଷେତ୍ରରେ ପରାମର୍ଶ ଦିଆଯାଇଥାଏ । +କିନ୍ତୁ ଅତ୍ୟନ୍ତ କାମୁକ ନ ହୋଇ ସଂଯମ ରକ୍ଷା କରି ଅନ୍ୟାନ୍ୟ ସୁଜନସିଳ ଚିନ୍ତା କରିବା ଭଲ । +ସ୍ଵପ୍ନଦୋଷ: କୈଶୋର ସମୟରେ ସ୍ଵପ୍ନଦୋଷ ଆକ ଜଣାଶୁଣା କଥା । +ପୁଅଝିଅ ବା ଯୁବକଟିଏର ସ୍ଵପ୍ନଦୋଷ ହେଲେ ସେ କୌଣସି ଯୌନକ୍ରିୟା ସମ୍ପର୍କିତ କିମ୍ବା ବିପରୀତ ଲିଙ୍ଗିର ସ୍ଵପ୍ନ ଦେଖିଥାଏ । +ଫଳରେ ତାଙ୍କ ବୀର୍ଯ୍ୟସ୍ପଳନ ହେବା ଏବଂ ଅଶିକ୍ଷିତ ବୈଦ୍ୟ ବା ଚିକିତ୍ସକଙ୍କୁ ପଚାରିଥାଆନ୍ତି । +ଏହି ସଂକ୍ରାନ୍ତୀୟ ଅନେକ ଭୁଲ ତଥ୍ୟ ଜାଣି କିଶୋର କିଶୋରୀମାନେ ବିବ୍ରତ ହୋଇଥାଆନ୍ତି । +ଜାଣି ରଖିବା ଦରକାର ଯେ ଯୌନ ସଙ୍କ୍ରାନ୍ତୀୟ ଅଧିକ ଚିନ୍ତା ସ୍ଵପ୍ନଦୋଷର କାରଣ ହୋଇଥାଏ । +ଶୋଇଥିବା ସମୟରେ ଏବଂ ଅବଚେତନ ଅବସ୍ଥାରେ ଘଟିଥାଏ । +କେବଳ ଯେ ପୁଅ ବା କିଶୋରମାନେ ଏହି ଅଭିଞତା କରିଥାଆନ୍ତି ତା’ ନୁହେଁ, ବାଳିକା ବା କିଶୋରୀମାନେ ମଧ୍ୟ ଅହି ଅଭିଞତା ଆଣିଥାଆନ୍ତି । +ଫଳରେ କାମ ଉଦ୍ଦୀପନା ଜାଗ୍ରତ ହେବା ଇତ୍ୟାଦି ଦେଖାଯାଏ । +ସ୍ଵପ୍ନଦୋଷ ଯେ ଶରୀରକୁ ଦୁର୍ବଳ କରିଦିଏ ଏହା ଭାବନ୍ତୁ ନାହିଁ । +ସ୍ଵଛମନ, ଏକାଗ୍ରତା ଏବଂ ସୁଜନଶୀଳ ଚିନ୍ତା ଦ୍ଵାରା ଏହାକୁ ଦୂର କରାଯାଇପାରେ । +ଯୌନତ୍ଵ କ’ଣ ? +ଶରୀରରେ ଯୌନ ପରିପକ୍ଵତା ଅର୍ଥାତ୍ ମୁଖ୍ୟ ଏବଂ ଗୌଣ ଯୌନ ଲକ୍ଷଣ ସମୂହର ବିକାଶ । +ଯୌନକ୍ରିୟା, ଉଦ୍ଦୀପନା ଏବଂ ଯୌନ ଲକ୍ଷଣ ସମ୍ପର୍କିତ ମାନସିକ ପ୍ରକୃତି । +ସାଧାରଣ ଯୌନ ଉଦ୍ଦିପନା, ଯୌନକ୍ରିୟା ଏବଂ ଯୌନ ସଙ୍କ୍ରାନ୍ତୀୟ ବିଭିନ୍ନ ଜଟିଳତା ଓ ସମସ୍ୟା ଏ ବଂ ଏଗୁଡିକର ପରିପ୍ରକାଶ ସମାଜ ଏବଂ ଏଗୁଡିକର ପରିପ୍ରକାଶ ସମାଜ ଏବଂ ସଂସୃତିକ ନେଇ ଯୌନ ବ୍ୟବହାରର ନିୟନ୍ତ୍ରଣ କରିବା । +ବିକଳାଙ୍ଗମାନକଙ୍କର ଯୌନଗତ ଇଚ୍ଛା ଏବଂ ଉଦ୍ଦୀପନା, ଯୌନ ବ୍ୟବହାରରେ ବିଭିନ୍ନ ପ୍ରକାରର (ସାମାଜିକ ଏବଂ ଅସାମାଜିକ) ବ୍ୟତିକ୍ରମ ଇତ୍ୟାଦି ଉପାଦାନଗୁଡିକୁ ଜଣେ ବ୍ୟକ୍ତିର ଯୌନତ୍ଵ ବୋଲି କୁହାଯାଇପାରେ । +କୈଶୋର ଏବଂ ଯୌନତ୍ଵ +କୈଶୋର ସମୟରେ ଯୌନତ୍ଵର ବିକାଶ ଏବଂ ଯୌନ ପ୍ରବୃତିରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଯାଏ, ଏହା ଏକ ସାଧାରଣ କଥା । +କୌଶୋର ବୟସର ସମସ୍ତ ବାଳକ ବାଳିକା ଯୌନତ୍ଵର ସଞ୍ଜା ଏବଂ ମୂଲ୍ୟବୋଧକୁ ଜାଣିବା ଦରକାର । +ସାଧାରଣ ଭାବେ ଯୌନତ୍ଵ ବୁଝିଲେ ଯୌନତ୍ଵର ବିଭିନ୍ନ ଉପାଦାନ ଗୁଡିକୁ ଭଲଭାବେ ଜାଣିବାକୁ ହେବ । +କିଶୋରମାନଙ୍କଠାରେ ଦେଖାଯାଉଥିବା ପରିବର୍ତ୍ତନ +ଯୌନକ୍ରିୟା: ଉଭୟ ପୁରୁଷ ଏବଂ ମହିଳାଙ୍କ ଯୌନ ସଂଭୋଗକୁ ଯୌନକ୍ରିୟା କୁହାଯାଏ । +ଏହି କ୍ରିୟାରେସ୍ଵାଭାବିକ ପରିସ୍ଥିତିମାନଙ୍କରେ ଉଭୟ ପୁରୁଷ ଓ ମହିଳାଙ୍କର ଯୌନକ୍ରିୟା ପାଇଁ ମାନସିକ ଇଚ୍ଛା ଜାଗ୍ରତ ହେବା ଦରକାର । +ଲିଙ୍ଗ ସ୍ପର୍ଶରେ ଯୋନି ମୁଖର ମାଂସକ ଦ୍ଵାରା ପ୍ରସାରିତ ହୋଇଥାଏ । +ଯୋନି ମଧ୍ୟରେ ଲିଙ୍ଗା ପ୍ରବେଶ କରିବା ମାତ୍ରେ ପୁରୁଷର ବୀର୍ଯ୍ୟ ସ୍ପଳନ ହୋଇନଥାଏ । +ଏଠାରେ ବାରମ୍ବାର ଲିଙ୍ଗର ଘର୍ଷଣ ହେତୁ ଯୌନତୃଷ୍ଣାର ଚରମ ସୁଖ ପାଇବାର ଠିକ ପୂର୍ବରୁ ପୁରୁଷ ଲିଙ୍ଗଟି କାଢିଆଣିବାକୁ ପ୍ରାୟତଃ ସମ୍ଭବ ହୋଇନଥାଏ । +ଏହା ପରବର୍ତ୍ତୀ ଅବସ୍ଥାରେ ପୁରୁଷ ଶୂକ୍ରାଣୁ ବୀର୍ଯ୍ୟ ସ୍ଫଳନ ମାଧ୍ୟମରେ ବାହାରିଯାଇଥାଏ । +ଯୌନକ୍ରିୟା ସାମୟରେ ସ୍ତ୍ରୀ ଯୌନାଙ୍ଗ ମଧ୍ୟ ଉତ୍ତେଜିତ ହୋଇଥାଏ । +ଏବଂ ସେ ଯୌନତୃଷ୍ଣାର ଚରମ ସୁଖ ପାଇଥାଆନ୍ତି । +କେବଳ ଯୌନାଙ୍ଗଜନିତ ସୁଖ ତାହା ନୁହେଁ ଉଭୟ ପୁରୁଷ ଏବଂ ସ୍ତ୍ରୀ ମଧ୍ୟ ଦୈହିକ ସୁଖ ଏବଂ ମାନସିକ ଶାନ୍ତି ପାଇଥାନ୍ତି । +ଯୌନକ୍ରିୟାର ପୂର୍ବପ୍ରସ୍ତୁତି +ଯୌନକ୍ରିୟା/ସଂଭୋଗ ପୂର୍ବରୁ ଏଥିପାଇଁ ସଂପୂର୍ଣ୍ଣ ଭାବେ ମଜି ରହିବା ଉଦ୍ଦେଶ୍ୟରେ ଉଭୟ ପୁରୁଷ ଓ ମହିଳା ବିଭିନ୍ନ ପ୍ରକାରର ପ୍ରାକ ଯୌନକ୍ରିୟା କରିଥାଆନ୍ତି । +ଯଥା-ଆଲିଙ୍ଗନ,ଚୁମ୍ବନ ଇତ୍ୟାଦି । +କିନ୍ତୁ ଏହା ଯେ ପ୍ରତ୍ୟେକ ସାମୀରେ ଦରକାର ସେପରି ନୁହେଁ । +ନିଜ ନିଜର ଆବଶ୍ୟକତା ଅନୁଯାୟୀ ଯୌନକ୍ରିୟା ପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର । +ମନେରଖନ୍ତୁ: ପ୍ରତ୍ୟେକ କିଶୋର କିଶୋରୀ ଯୌନକ୍ରିୟା ସମ୍ପର୍କିତ ଦିଗଗୁଡିକୁ ବୁଝିଲା ପରେ ଯୌନକ୍ରିୟାରେ ଲିପ୍ତ ହେବେ କି ନାହିଁ ବିଚାର କରନ୍ତୁ । +ମୁଖସମ୍ଭୋଗ: ଅନ୍ୟପ୍ରକାରେ ଯୌନକ୍ରିୟାର ଆନନ୍ଦ ଉପଭୋଗ କରିବା ପାଇଁ କେତେକ ପୁରୁଷ ଏବଂ ମହିଳା ମୁଖ ସଂଭୋଗ କରିଥାଆନ୍ତି । +ଏଥିରେ ପୁରୁଷର ଲିଙ୍ଗକୁ ମହିଳା ନିଜର ପାଟିରେ ପୁରାଇବା ବା ଚାପିବା ଏବଂ ମହିଳାଙ୍କ ଭଗୋଷ୍ଟକୁ ପୁରୁଷ ଚାଟିବା ବା ଚାପିବା ଇତ୍ୟାଦି ଅନ୍ତର୍ଭୁକ୍ତ । +ଏହାଦ୍ଵାରା ସମ୍ପୂର୍ଣ୍ଣ ଯୌନ ଉଦ୍ଦୀପନା ଜାଗ୍ରତ ହୋଇଥାଏ । +ମନେରଖନ୍ତୁ: ମୁଖସମ୍ଭୋଗ ହେତୁ ଯେପରି ଯୌନାଙ୍ଗର କୌଣସି ଅଂଶ ଖଣ୍ଡିଆ ଖାବରା ନହୁଏ । +ଯୌନ ସଂଚାରିତ ରୋଗ ଥିଲେ ଏପରି କାର୍ଯ୍ୟରୁ ନିବୃତ ରହନ୍ତୁ । +ବୀର୍ଯ୍ୟସ୍ତଳନ ହେବାବେଳେ ଏହାକୁ ଚାପି ଦିଅନ୍ତୁ ନାହିଁ । +ମଳଦ୍ଵାର ଯୌନକ୍ରିୟା: ଏହା ମୁଖ୍ୟତଃ ଦୁଇ ପ୍ରକାରର । +ଜଣେ ପୁରୁଷ ଅନ୍ୟ ଜଣେ ପୁରୁଷର ମଳଦ୍ଵାରରେ ଯୌନକ୍ରିୟା କରିବା । +ମହିଳାଙ୍କ ମଳଦ୍ଵାରରେ ଜଣେ ପୁରୁଷ ସଂଭୋଗ କରିବା । +କେତେକ କ୍ଷେତ୍ରରେ ଏହି କାର୍ଯ୍ୟ ଅନେକ ବିପଦ ଯଥା – ଏଚ୍. ଆଇ. ଭି. / ଏଡସ୍ ସଂକ୍ରମଣ ଏବଂ ଅନ୍ୟାନ୍ୟ ଯୌନ ସଂଚାରିତ ରୋଗ କରାଇଥାଏ । +ତେଣୁ କିଶୋରକିଶୋରୀ ମାନେ ଏଥିପ୍ରତି ସତର୍କ ରହିବା ଦରକାର । +ସମଲିଙ୍ଗି ଯୌନକ୍ରିୟା: କିଶୋର କିଶୋରୀ ଏବଂ ବୟସ୍କ ପୁରୁଷ ଓ ନାରୀଙ୍କ ଠାରେ ଏହା ଦେଖାଯାଏ । +ପ୍ରାଚୀନ କାଳରୁ ଏହି ପ୍ରକାର ଯୌନକ୍ରିୟା ପ୍ରଚଳିତ । +ଏହାକୁ ଏକ ପ୍ରକାର ରୁଗଣ ମାନସିକତା ଭାବେ ନିଆଯାଉଥିଲା । +କିନ୍ତୁ ପରବର୍ତ୍ତୀ ସମୟରେ ଏହା ଏକ ପ୍ରକାରର ସାଧାରଣ ଯୌନ ବ୍ୟବହାର ଭାବେ ପରିଗଣିତ ହୋଇଛି । +ପ୍ରତ୍ୟେକ ପ୍ରକାରର ଲୋକ ଏହି କ୍ରିୟା କରିଥାଆନ୍ତି ତା’ ନୁହେଁ । +ପୁରୁଷଟି ପୁରୁଷ ପ୍ରତି ଏବଂ ନାରୀଟି ନାରୀ ପ୍ରତି ମାନବଳାଇଥାନ୍ତି । +ସମଲିଙ୍ଗି ଯୌନକ୍ରିୟାରେ ମଳଦ୍ଵାର ଛିଡିଯିବା, କିମ୍ବା କୌଣସି ପଦାର୍ଥ ଦ୍ଵାରା ଯୋନି ସଂଭୋଗ କରୁଥିଲେ ଏହାର ଭିତର ଅଂଶରେ କିଛି କ୍ଷତ ହେବାର ବା ସଂକ୍ରମଣ ହେବାର ଭୟ ଥାଏ । +ସମଲିଙ୍ଗୀ ଯୌନକ୍ରିୟା କରୁଥିବା ବ୍ୟକ୍ତିମାନଙ୍କର ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ଥାଏ । +ଏମାନେ ସମଲିଙ୍ଗୀ ବ୍ୟତୀତ ବିପରୀତ ଲିଙ୍ଗ ମାନଙ୍କ ସହିତ ମଧ୍ୟ ଯୌନକ୍ରିୟା କରିପାରନ୍ତି । +କେତେକ ସମଲିଙ୍ଗୀ ଯୌନକ୍ରିୟା କରୁଥିବା ବ୍ୟକ୍ତିଙ୍କ ପଛରେ ଅନେକ ସାମାଜିକ ଓ ମାନସିକ କାରଣ ରହିଥାଏ । +ଏହାକୁ ଭଲରେ ବୁଝି ଉପଯୁକ୍ତ ପରାମର୍ଶ ଦେବା ଆବଶ୍ୟକ ହୋଇଥାଏ । +ଯୌନତ୍ଵର ଜଟିଳତା ସମୂହ : ଯୌନତ୍ଵର ପରିପ୍ରକାଶ ବା ଯୌନକ୍ରିୟା କିମ୍ବା ଅନ୍ୟ କୌଣସି ଯୌନ ବ୍ୟବହାରକୁ ନେଇ କେତେକ ଅସୁବିଧା ପରିଲକ୍ଷିତ ହୋଇଥାଏ । +ଅସୁବିଧାଗୁଡିକର କାରଣ ଓ ପ୍ରତିକାର ବିଷୟରେ ଅଗ୍ୟ ଥିବାରୁ ଏବଂ ଏଥିପାଇଁ ଉପଯୁକ୍ତ ପରାମର୍ଶ ପାଇ ପାରିନଥିବାରୁ ଏହି ଜଟିଳତାଗୁଡିକ ଅନେକ ଭ୍ରମ ସୃଷ୍ଟି କରିବା ସହିତ ହତାଶ ଭାବ ମଧ୍ୟ ଦେଖାଦେଇଥାଏ । +କର୍ତ୍ତବ୍ୟ ସ୍ୱରୂପ ଜଟିଳତା ବିଷୟକ ପ୍ରାଥମିକ ଧାରଣାଗୁଡିକୁ ଜାଣିବା ଓ ଜଣାଇବା ସମସ୍ୟା ସମାଧାନର ଏକ ଉତ୍ତମ ମାର୍ଗ । + ଏବେ ଜାଣିବା ବିଭିନ୍ନ ଜଟିଳତାଗୁଡିକ କ’ଣ? +ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା +ପୌରୁଷହାନୀ (ନଂପୁଷକତା): ଏହି ପ୍ରକାର ଅସୁବିଧାରେ ଲିଙ୍ଗର ଉତ୍ତେଜନା ଆସି ନଥାଏ ବା ଆବଶ୍ୟକୀୟ ସମୟ ପର୍ଯ୍ୟନ୍ତ ଲିଙ୍ଗ ଉତ୍ତେଜନ ରହେ ନାହିଁ । +ଅସୁବିଧାଟିକୁ ଦୁଇ ପ୍ରକାରେ ବିଭକ୍ତ କରାଯାଇଛି । + ସେଗୁଡିକ ହେଲା : +ପ୍ରାଥମିକ ଅକ୍ଷମତା (ସମସ୍ୟା): ଯୌନ ସଂଭୋଗ ପାଇଁ ପୁରୁଷର ଲିଙ୍ଗ ଉତ୍ତେଜିତ ହେବାର ବାଧା ସୃଷ୍ଟି ହୁଏ କିନ୍ତୁ ହସ୍ତମୈଥୁନ କଲେ ଲିଙ୍ଗ ଉତ୍ତେଜିତ ଥାଏ । +ଆନୁଷଙ୍ଗିକ ଅକ୍ଷମତା (ସମସ୍ୟା): ପୂର୍ବରୁ ଯୌନ ସଂଭୋଗ ବେଳେ ଲିଙ୍ଗ ଉତ୍ତେଜିତ ରହୁଥିଲା କିନ୍ତୁ ବର୍ତ୍ତମାନ ପାଇଁ ସେ ଅକ୍ଷମ, ଏ ପ୍ରକାର ସମସ୍ୟା ସମୟେ ସମୟେ ଅଧିକାଂଶ ପୁରୁଷଙ୍କଠାରେ ଦେଖାଦେଇଥାଏ । +ସାଧାରଣତଃ ଦୁର୍ବଳତା, କିମ୍ବା କୌଣସି କ୍ଷୟ କ୍ଷତି ବା ଆତ୍ମୀୟଙ୍କ ମୃତ୍ୟୁ ଇତ୍ୟାଦି କାରଣ ରହି ଏହା ଦେଖାଯାଇଥାଏ । +ଉକ୍ତ ସମସ୍ୟା ଦେଖା ଦେବା ମାତ୍ରେ କେହିକେହି ଭାବନ୍ତି ଯୌନତ୍ଵ ସେମାନଙ୍କ ପାଇଁ କିଛି ନୁହେଁ ଏବଂ ଏହା କେବେ ଭଲ ହେବ ନାହିଁ ଇତ୍ୟାଦି । +ଉପଯୁକ୍ତ ସମୟ ପୂର୍ବରୁ ବୀର୍ଯ୍ୟସ୍ଥଳନ : ବୀର୍ଯ୍ୟ ସ୍ଥଳନ ପ୍ରକ୍ରିୟା ଉପରେ ପୁରୁଷର ନିୟନ୍ତ୍ରଣ ନଥାଏ । +ଯୋନିରେ ଲିଙ୍ଗ ପ୍ରବେଶ ପୂର୍ବରୁ କିମ୍ବା ପ୍ରବେଶ କରିବାର ଅଳ୍ପ ସମୟ ପରେ ଏ ପ୍ରକାର ସମସ୍ୟା ଦେଖାଦେଇପାରେ । +ଏହା ଦୁଇ ପ୍ରକାରର । +ପ୍ରାଥମିକ ସମସ୍ୟା :ପୂର୍ବରୁ ପୁରୁଷଜଣଙ୍କର ବୀର୍ଯ୍ୟସ୍ଥଳନ ଉପରେ କୌଣସି ନିୟନ୍ତ୍ରଣ ନଥିଲା । +ଆନୁସଙ୍ଗିକ ସମସ୍ୟା: ପୂର୍ବରୁ ପୁରୁଷଜଣଙ୍କର ବୀର୍ଯ୍ୟସ୍ଥଳନ ଉପରେ ନିୟନ୍ତ୍ରଣ ଥିଲା କିନ୍ତୁ ଏବେ ଏବେ ଏପରି ଅସୁବିଧା ହେଉଛି ଏବଂ ଅତି ଶୀଘ୍ର ବୀର୍ଯ୍ୟସ୍ଥଳନ ହୋଇଯାଉଛି ବୋଲି ପୁରୁଷ ବ୍ୟକ୍ତି କହିଥାଆନ୍ତି । +ପ୍ରାଥମିକ ବୀର୍ଯ୍ୟସ୍ଥଳନ ସମସ୍ୟାର ଉଚିତ ଉପଚାର କରାନଗଲେ ଏହା ଆନୁସଙ୍ଗିକ ସଂପୂସକତା ସୃଷ୍ଟି କରି ପାରେ । +ବୀର୍ଯ୍ୟସ୍ଥଳନ ନ ହେବା : କେତେକ କ୍ଷେତ୍ରରେ ପୁରୁଷମାନେ ଯୋନି ସଂଭୋଗ ସମୟରେ ବୀର୍ଯ୍ୟସ୍ଥଳନ କରିପାରି ନ ଥାନ୍ତି । +କିନ୍ତୁ ଅନ୍ୟ ପ୍ରକାରର ସଂଭୋଗ ଯଥା ମୁଖ ସଂଭୋଗରେ ତାଙ୍କର ସ୍ଫଳନ ହୋଇଥାଏ । +ସମସ୍ୟାର ଗଭୀରତା ଅଧିକ ଥିଲେ କେବଳ ହସ୍ତମୈଥୁନରେ ହିଁ ବୀର୍ଯ୍ୟସ୍ଥଳନ ହୋଇଥାଏ । -- GitLab