diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia163.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia163.txt new file mode 100644 index 0000000000000000000000000000000000000000..0ff6ba032f4b3054b1d593513703230e8a91e7a7 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia163.txt @@ -0,0 +1,30 @@ +ବଜ୍ରପାତ +ବଜ୍ରପାତ +ବର୍ଷାଦିନେ ବଜ୍ରପାତର ପ୍ରାଦୁର୍ଭାବ ବେଶି ଏବଂ ଏହିଦିନେ ବିଲାବାଡି କାମ ବି ବେଶି । +ବଜ୍ରପାଟରେ ବୈଦ୍ୟୁତିକ ଶକ୍ତି ଏକ ନିୟୁତ ଭୋଲଟରୁ ଅଧିକ ହୋଇପାରେ । +ବଜ୍ରପାତ ସମୟରେ କ’ଣ କରିବେ +ସବୁ ବୈଦ୍ୟୁତିକ ଉପକରଣଗୁଡିକୁ ବନ୍ଦ କରିଦିଅନ୍ତି । +ଝରକା ବନ୍ଦ କରିଦିଅନ୍ତୁ । +ଝରକା, କବାଟ, ରାଡିଏଟର ଓ ଧାତୁ ତିନିଷଠାରୁ ଦୂରରେ ରହନ୍ତୁ । +ଫୋନ୍ ଓ ମୋବାଇଲ୍ ଫୋନ୍ ର ବ୍ୟବହାର କରନ୍ତୁ ନାହିଁ ଅତି ଜରୁରୀ ଣ ହେଲେ । +ଘନ ଘନ ବଜ୍ରପାତ ହେଉଥିଲେ କାନରେ ତୁଳା ଦିଅନ୍ତୁ । +ବଜ୍ରପାତ ଯୋଗୁ ଖାଲି ମୃତ୍ୟୁହୁଏ ନାହିଁ । +ବେଳେବେଳେ ଚେତାଶୂନ୍ୟ ଓ ଗ୍ରବଣଶକ୍ତି ଶୂନ୍ୟ ହେବାର ଆଶଙ୍କା ଅଛି । +ଯଦି ବାହାରେ ଅଛନ୍ତି +ବେଳେବେଳେ ବିନା ବର୍ଷାରେ ବଜ୍ରପାତ ମଧ୍ୟ ହୁଏ । +ଏହି ସମୟରେ କୌଣସି ଖଳୁଆ ବା ନୀଚା ଜାଗାରେ ( ପାଣି ଣ ଥିବା ଜାଗା) ଆଣ୍ଠେଇ କରି ହାତ ଓ ମୁଣ୍ଡ ଆଣ୍ଠୁ ପାଖରେ ରଖି ନଇଁ କରି ରୁହନ୍ତୁ ଯେପରି ଆପଣଙ୍କ ଶରୀରର ଖୁବ୍ କମ୍ ଅଂସ ଭୂମି ସଂସ୍ପର୍ଶରେ ଆସିବ । +ଯଦି ବହୁତ ଲୋକ ଅଛନ୍ତି ( ଯଥା ବିଲବାଡିରେ କାମ କଲାବେଳେ କିମ୍ବା ଗହଳି ଜାଗାରେ ) ଅତିକମ୍ ରେ ୧୫ଫୁଟ୍ ବ୍ୟବଧୀନରେ ରହନ୍ତି କାରଣ ଓଦା ମାଟିରେ ୧୫ ଫୁଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତିର କୁପଭାବ ରହିପାରେ । +ଗଛପାଖ ବିଦ୍ୟୁତ୍ ଖୁଣ୍ଟି କିମ୍ବା ଟ୍ରାନ୍ସଫର୍ମର ପାଖ, ବହୁତ ପାଣିଥିବା ସ୍ଥାନ କିମ୍ବା ଉଚ୍ଚାଜାଗା ବା ଉଚ୍ଚାକୋଠାରେ ମଧ୍ୟ ଆଶ୍ରୟ ନିଅନ୍ତୁ ନାହିଁ । +ଧାତୁ ବେଣ୍ଟ ଥିବା ଛତା, ଗଳଫ କ୍ଲବ( ଗଳଫବାଡି) ବା ବନିଶି( ଆଧୁନିକ ମାଛ ଧରିବା ବନିଶି ) ହାତରେ ଧରନ୍ତୁ ନାହିଁ । +କାରରେ ଯାତ୍ରା କରୁଥିବା ବ୍ୟକ୍ତି ସବୁ ୱିଣ୍ଡୋଗ୍ଲାସ ବନ୍ଦକରି ଯାତ୍ରା କରନ୍ତୁ । +ଯଦି ପ୍ରବଳ ବର୍ଷାଯୋଗୁଁ ଆଗକୁ ଯାଇପାରୁନାହାନ୍ତି, ଖାଲାଜାଗାରେ ସବୁ ବନ୍ଦ କରି ଗାଡିରେ ବସି ରହନ୍ତି । +ଅବଶ୍ୟ ପରିସଂଖ୍ୟାନରୁ ଜଣାଯାଇଛି ଚଳନ୍ତା ଗାଡିରେ ବଜ୍ରାପାତର କୁପଭାବ ବେଶି ନାହିଁ । +ଦୁଇଚକିଆ ବା ତିନିଚକିଆରେ ଯାତ୍ରା କରୁଥିଲେ କୌଣସି ଖୋଲା ଜାଗାରେ ଗାଡି ରଖି ଆଶ୍ରୟ ନିଅନ୍ତି । +ଯଦି ଅନ୍ୟକିଛିର ସୁବିଧା ନାହିଁ । +ବଜ୍ରପାତର ପ୍ରାଦୁର୍ଭାବ କମିବାର ଅଧଘଣ୍ଟା ପରେ କାର୍ଯ୍ୟ ଆରମ୍ଭ କରନ୍ତୁ । +ଚିକିତ୍ସା +ବଜ୍ରପାତ ପରେ ଯଦି ନିଃଶ୍ଵାସ ପ୍ରଶାସ ଚାଲୁ ଣ ଥାଏ, ଯଦି ସବିଧା ଥାଏ, ରୋଗୀକୁ ଶୁଖିଲା ଜାଗାରେ ରଖି ହୃତ୍ ପିଣ୍ଡକୁ ଜୋରରେ ୭୦ରୁ ୮୦ ଥର ଦବାନ୍ତ ଯେପରି ଛାତିହାଡ ୧ ଇଞ୍ଚରୁ ସାଢେ ୧ ଇଞ୍ଚ ତଳକୁ ଦବୁଥିବ । +ଏହି ସମୟରେ ଅନ୍ୟଜଣଙ୍କ ଦ୍ଵାରା ପାତିବାଟେ ରୋଗୀର ପାଟି ଖୋଲି ୧୪ରୁ ୧୬ଥର ପ୍ରତି ମିନିଟ୍ ରେ ଫୁଙ୍କନ୍ତୁ । +ଏପରି ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ କରନ୍ତୁ ଯେଉଁଥିରେସୁଫଳ ମିଳିବାର ସମ୍ଭାବନା ଥାଇପାରେ । +ଯଦି ଅଚେତ ଅବସ୍ଥାରେ ରୋଗୀ ଅଛି ଏବଂ ନିଃଶ୍ଵାସ ପ୍ରଶ୍ଵାସ ଚାଲିଛି, ତେବେ ଖାଲା ଓ ଶୁଖିଲାଜାଗାରେ ରୋଗୀକୁ ରଖି ତା ମୁହଁ ଆଡକୁ ଫ୍ୟାନ୍ ଦ୍ଵାରା ପବନ ଦିଅନ୍ତୁ( ଶୁଦ୍ଧପବନ, ବେଶି ଗହଳି ଣ କରି ଯାହାକି ନାଇଟ୍ରସ ଅକ୍ ସାଇଡ କିମ୍ବା ଭୟ ଯୋଗୁଁ ହୋଇଥାଏ । +ଏ କାର୍ଯ୍ୟ ଚାଲିବା ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦିଅନ୍ତୁ ।