From 99d4d8f1fa2494f8f35193e8c48d9a553a2ab6ac Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:50:39 +0530 Subject: [PATCH] Upload New File --- .../vikashpedia_health_odia162.txt | 90 +++++++++++++++++++ 1 file changed, 90 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia162.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia162.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia162.txt new file mode 100644 index 0000000..9d8e6b5 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia162.txt @@ -0,0 +1,90 @@ +ପ୍ରତିରୋଧୀକରଣ କିଛି ବିପଦଜନକ ରୋଗରୁ ସୁରକ୍ଷା ଦିଏ +ପ୍ରତିରୋଧୀ ହୋଇନଥିବା ଶିଶୁ ରୋଗରେ ପଡିବାର , ସବୁଦିନ ପାଇଁ ଅକ୍ଷମ ବା ମନ୍ଦପୁଷ୍ଟ ହେବାର ଏବଂ ଜୀବନ ହରାଇବାର ସମ୍ଭାବନା ବେଶୀ । +ଟିକାଦାନ ପିଲାମାନଙ୍କୁ ଶୈଶବର କିଛି ମାରାତ୍ମକ ରୋଗରୁ ବଞ୍ଚାଇଥାଏ । +ଶାରୀରିକ ଅକ୍ଷମତାଯୁକ୍ତ ପିଲାଙ୍କ ସମେତ ସବୁ ପିଲା ଟିକା ନେବା ଦରକାର । +ଟିକା ପାଟିରେ ବା ଇଞ୍ଜେକ୍ସନରେ ଦିଆଯାଇପାରେ ଏବଂ ତାହା ପିଲାଙ୍କୁ ପ୍ରତିରୋଧକ୍ଷମ କରିଥାଏ । +ରୋଗ ବିରୋଧରେ ଲଢିବା ପାଇଁ ପିଲା ଦେହର ସୁରକ୍ଷା ବ୍ୟବସ୍ଥାକୁ ଟିକା ସକ୍ରିୟ କରାଏ । +କିନ୍ତୁ ରୋଗ ହେବା ଆଗରୁ ଦିଆଯାଇଥିଲେ ହିଁ ଟିକା କାମ କରିବ । +ପ୍ରତିରୋଧୀ ନ ହୋଇଥିବା ପିଲା ମିଳିମିଳା , ଲହରାକାଶ ଓ ଅନ୍ୟ ରୋଗରେ ପଡିବାର ଭୟ ଅଧିକ । +ଏସବୁ ରୋଗରେ ମୃତ୍ୟୁର ସମ୍ଭାବନା ରହିଥାଏ । +ଏସବୁ ରୋଗରୁ ଭଲ ହୋଇଥିବା ପିଲା ଦୁର୍ବଳ ହୋଇଯାଏ । +ତା’ଦେହର ବୃଦ୍ଧି ଠିକ୍ ହୁଏନାହିଁ ବା ସେ ସବୁଦିନ ପାଇଁ ବିକଳାଙ୍ଗ ହୋଇପାରେ । +ପରେ ସେ ମନ୍ଦପୁଷ୍ଟି ବା ଅନ୍ୟ ରୋଗ ଯୋଗୁଁ ଜୀବନ ହରାଇ ପାରେ । +ମଦପୁଷ୍ଟି , ମାନସିକ ଅନଗ୍ରସରତା ଏବଂ ଶୁଣିବା ଓ ଦେଖିବାରେ ଦୁର୍ବଳତା ଆଦିର ଏକ କାରଣ ହେଉଛି ମିଳିମିଳା । +ତାହା ବିରୁଦ୍ଧରେ ସବୁ ପିଲାଙ୍କୁ ପ୍ରତିରୋଧୀ କରାଇବା ଉଚିତ । +ତିନି ଦିନରୁ ବେଶୀ ସମୟ ଜ୍ଵର ରହିବା , ଦେହରେ ଫଳିଯିବା , କାଶହେବା , ନାକରୁ ପାଣି ବୋହିବା ବା ଆଖି ଲାଲ ପଡିବା ହେଉଛି ମିଳିମିଳାର ଲକ୍ଷଣ । +ମିଳିମିଳାରେ ମୃତ୍ୟୁ ମଧ୍ୟ ହୋଇପାରେ । +ସବୁ ଅଞ୍ଚଳର ସବୁ ପିଲାଙ୍କୁ ପୋଲିଓ ପ୍ରତିରୋଧୀ କରାଯିବା ଦରକାର । +ହାତ ବା ଗୋଡ ନରମ ହୋଇ ଝୁଲିବା ବା ଅଚଳ ହୋଇଯିବା ପୋଲିଓର ଲକ୍ଷଣ । +ପ୍ରତି ୨୦୦ ପିଲାଙ୍କ ଭିତରୁ ଜଣେ ପୋଲିଓ ଯୋଗୁଁ ସାରା ଜୀବନ ପାଇଁ ବିକଳାଙ୍ଗ ହୋଇଯାଏ । +ଧନୁଷ୍ଟଙ୍କାର ବୀଜାଣୁ ଅପରିଷ୍କାର କ୍ଷତ ଜାଗାରେ ବଢେ ଏବଂ ପ୍ରତିରୋଧୀ ନହୋଇଥିବା ପିଲା ପାଇଁ ମାରାତ୍ମକ ହୁଏ । +ଗର୍ଭଧାରଣ ପୂର୍ବରୁ ବା ସମୟରେ ମହିଳାମାନଙ୍କୁ ଅନ୍ତତଃ ଦୁଇଟି ପାନ ଧନୁଷ୍ଟଙ୍କାର ଆବିଷ ଦେଲେ ତାହା ସେମାନଙ୍କୁ ସୁରକ୍ଷା ଦିଏ । +ଜନ୍ମ ହେଉଥିବା ପିଲାଟିକୁ ମଧ୍ୟ ଏହା କେତେ ସପ୍ତାହ ଯାଏଁ ସୁରକ୍ଷିତ ରଖେ । +ଛଅ ସପ୍ତାହର ହେଲା ବେଳକୁ ଧନୁଷ୍ଟଙ୍କାର ପ୍ରତିରୋଧୀ ଶକ୍ତି ପାଇଁ ପିଲାକୁ ପ୍ରଥମ ପାନ ଡି.ଟି.ପି. ଟିକା ଦିଆଯାଏ । +କେତେ ଦେଶରେ ହେପାଟାଇଟିସ୍ ବି ବହୁତ ଦେଖାଯାଏ । +ସେଠାରେ ପିଲାଙ୍କୁ ପ୍ରତିରୋଧୀ ନକରାଇଲେ ଦଶ ଶତାଂଶ ଯାଏଁ ପିଲାଙ୍କ ଦେହରେ ଏହି ସଂକ୍ରମଣ ସାରା ଜୀବନ ପାଇଁ ରହିଯାଏ । +ସଂକ୍ରମିତ ପିଲାମାନେ ବୟସ୍କ ଅବସ୍ଥାରେ ଯକୃତ କର୍କଟ ରୋଗର ଶିକାର ହେବାର ସମ୍ଭାବନା ଅଧିକ ଥାଏ । +କିଛି ଦେଶରେ ପିତ୍ତ ଜ୍ଵର ମହାମାରୀ ରୂପ ନିଏ ଏବଂ ଅନେକ ପିଲାଙ୍କ ଜୀବନ ପ୍ରତି ବିପଦ ଆଣେ । +ଟିକା ସାହାଯ୍ୟରେ ଏହି ରୋଗର ପ୍ରତିରୋଧ କରାଯାଇ ପାରିବ । +ହିମୋଫିଲସ୍ ଇନ୍ ଫ୍ଲୁଏଞ୍ଜା (ବି) ବା ଏଚ.ଆଇ.ବି. ବୀଜାଣୁ ଜନିତ ଫୁସ୍ ଫୁସ୍ ପ୍ରଦାହ (ନିମୋନିଆ) କେତେ ଦେଶରେ ଅନେକ ପିଲାଙ୍କ ଜୀବନ ନିଏ । +ଏହି ବୀଜାଣୁ ଶୈଶବ ମସ୍ତିସ୍କଝିଲ୍ଲୀ ପ୍ରଦାହ (ମେନିଞ୍ଜାଇଟିସ୍) ମଧ୍ୟ କରାଇପାରେ । +ସବୁ ପିଲାଙ୍କ ପାଇଁ ଏବଂ ବିଶେଷ ଭାବରେ ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏହା ଏକ ଅତି ବିପଦଜନକ ଜୀବାଣୁ । +ଏଚ.ଆଇ.ବି. ଟିକା ଏହି ମୃତ୍ୟୁକୁ ରୋକିପାରିବ । +ମା’ର କ୍ଷୀର ଓ ଜନ୍ମର ପରେ ପରେ ଝରୁଥିବା କଷଦୁଧ , ଫୁସ୍ ଫୁସ୍ ପ୍ରଦାହ , ତରଳ ଝାଡା ଓ ଅନ୍ୟ ରୋଗଠାରୁ ସୁରକ୍ଷା ଯୋଗାଏ । +ମା’କ୍ଷୀର ଖାଉଥିବା ପିଲା ଏହି ସୁରକ୍ଷା ପାଇଥାଏ । +ଜୀବସାର କ ସଂକ୍ରମଣ ଏବଂ ଅନ୍ଧତ୍ଵର ପ୍ରତିରୋଧ କରିବାରେ ସାହାଯ୍ୟ କରେ । +ମା’କ୍ଷୀର , କଲିଜା , ମାଛ , କ୍ଷୀରଜାତ ଖାଦ୍ୟ , ହଳଦିଆ ଓ ନାରଙ୍ଗୀ ରଙ୍ଗର କିଛି ଫଳ ଓ ପାରିବା ଏବଂ କିଛି ସବୁଜ ପତ୍ରଜାତୀୟ ପାରିବା ଆଦିରେ ଜୀବସାର କ ରହିଥାଏ । +ଏହାର ଅଭାବ ଥିବା ଅଞ୍ଚଳରେ ଟିକାଦେବା ସମୟରେ ବା ପ୍ରତିରୋଧିକରଣ ଦିନମାନଙ୍କରେ ଛଅ ମାସରୁ ଅଧିକ ବୟସର ପିଲାମାନଙ୍କୁ ଜୀବସାର କ ପାଣି ବା ବଟିକା ଖୁଆଇବା ଉଚିତ । + ଜୀବସାର କ ମିଳିମିଳାର ଚିକିତ୍ସା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ +ପିଲାର ପ୍ରତିରୋଧୀକରଣ +ସାଧାରଣ ଅସୁସ୍ଥତା, ଅକ୍ଷମତା ବା ମନ୍ଦପୁଷ୍ଟି ଥିଲେ ମଧ୍ୟ କୌଣସି ପିଲାର ପ୍ରତିରୋଧୀକରଣ କରାଯାଇ ପାରିବ +ଟିକା ଦିଆହେବା ଦିନରେ ପିଲାର ଜ୍ଵର , କାଶ , ଝାଡା ବା ଆଉ କିଛି ସାଧାରଣ ଅସୁସ୍ଥତା ଥିଲେ ବାପାମା ତାକୁ ଟିକା ଦିଅନ୍ତି ନାହିଁ । +ଟିକା ନନେବାରେ ଏହା ଗୋଟିଏ ବଡ କାରଣ । +କିନ୍ତୁ ଏଭଳି ସାଧାରଣ ଅସୁସ୍ଥତାରେ ଟିକା ନେବା ପୂରା ନିରାପଦ । +କେବେ କେବେ କେହି ସ୍ୱାସ୍ଥ୍ୟକର୍ମୀ ମନ୍ଦପୁଷ୍ଟ ବା ଅକ୍ଷମତାଯୁକ୍ତ ପିଲାଙ୍କୁ ଟିକା ନଦେବା ପାଇଁ ପରାମର୍ଶ ଦିଅନ୍ତି । +ତାହା କିନ୍ତୁ ଠିକ୍ ନୁହେଁ ମନ୍ଦପୁଷ୍ଟ ବା ଅକ୍ଷମତା ପିଲାମାନେ ଟିକା ନେବାରେ କିଛି ବିପଦ ନାହିଁ । +ଇଞ୍ଜେକ୍ସନ୍ ନେବା ପରେ ପିଲାଟିଏ କାନ୍ଦିପାରେ ବା ତାକୁ ଜ୍ଵର ହୋଇପାରେ । +ଇଞ୍ଜେକ୍ସନ୍ ନେବା ଜାଗାଟି ଫୁଲିପାରେ ବା ଫଳିଯାଇପାରେ । +ଏହା ସାଧାରଣ କଥା । +ପିଲାକୁ ଅଳ୍ପ ସମୟ ଛଡାରେ କ୍ଷୀର ପିଆନ୍ତୁ ବା ଯଥେଷ୍ଟ ଖାଦ୍ୟ ଓ ପାଣି ଦିଅନ୍ତୁ । +ଜ୍ଵର ଯଦି ବେଶୀ ହୁଏ ତେବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଅନ୍ତୁ । +ମନ୍ଦପୁଷ୍ଟ ପିଲାଙ୍କ ପାଇଁ ମିଳିମିଳା ଅତି ମାରାତ୍ମକ ହୋଇପାରେ । +ତେଣୁ ତାଙ୍କୁ ମିଳିମିଳା ପ୍ରତିରୋଧୀ ଟିକା ଦେବା ଜରୁରୀ । +ଅତି ମାତ୍ରାରେ ମନ୍ଦପୁଷ୍ଟ ପିଲାଙ୍କ ପାଇଁ ଏହା ବେଶୀ ଦରକାର । +ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ରୋଗ ପ୍ରତିରୋଧୀ କରାଯିବା ଉଚିତ +ସବୁ ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ରୋଗ ପ୍ରତିରୋଧୀ କରାଯିବା ଉଚିତ ଆଗରୁ ପ୍ରତିରୋଧୀ ହୋଇଥିଲେ ମଧ୍ୟ ତାଙ୍କର ଅତିରିକ୍ତ ଧନୁଷ୍ଟଙ୍କାର ଆବିଷ ଟିକା ଦରକାର ହୋଇପାରେ । +ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରନ୍ତୁ । +ପୃଥିବୀର ଅନେକ ଅଞ୍ଚଳରେ ମା’ମାନେ ଅସ୍ଵାସ୍ଥ୍ୟକର ପରିବେଶରେ ପ୍ରସବ କରୁଥିବାରୁ ଉଭୟ ମା ଓ ପିଲା ପାଇଁ ଧନୁଷ୍ଟଙ୍କାର ରୋଗର ବିପଦ ଆସେ । +ଏହା ହେଉଛି ସଦ୍ୟଜାତ ଶିଶୁଙ୍କର ମୃତ୍ୟୁର ଏକ ମୁଖ୍ୟ କାରଣ । +ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ପ୍ରତିରୋଧୀ କରାଯାଇ ନଥିଲେ ଏବଂ ଏହି ରୋଗର ଜୀବାଣୁ ତାଙ୍କ ଦେହକୁ ଆସିଲେ ତାଙ୍କର ଜୀବନହାନୀର ଭୟ ରହେ । +ଧନୁଷ୍ଟାଙ୍କାର ଜୀବାଣୁ ଅପରିଷ୍କାର କ୍ଷତରେ ବଢେ । +ପିଲା ଜନ୍ମ ପରେ ମଇଳା ଛୁରୀରେ ନାଡି କାଟିଲେ ବା କଟା ନାଡିର ମୁଣ୍ଡରେ କିଛି ମଇଳା ଲାଗିଲେ ଏହି ଜୀବାଣୁ ବଢେ । +ଛୁରୀକୁ ସଫା କରି , ପାଣିରେ ଫୁଟାଇ ବା ନିଆଁରେ ଗରମ କରି , ଥଣ୍ଡାକରି ନାଡି କାଟିବା ଉଚିତ । +ଜନ୍ମର ଏକ ସପ୍ତାହ ପର ଯାଏଁ ପିଲାର ନାଡି ମୁଣ୍ଡ ସଫା ରଖିବା ଜରୁରୀ । +ସବୁ ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ପ୍ରତିରୋଧୀ କରାଯିବା ଉଚିତ । +ଏହା ଉଭୟ ମା’ ଓ ପିଲାକୁ ନିରାପଦ ରଖେ । +ଗର୍ଭବତୀ ମହିଳାଙ୍କ ପାଇଁ ଧନୁଷ୍ଟଙ୍କାର ଟିକା ନେବା ନିରାପଦ । +ସେମାନେ ଏହି ଟିକା ନେବାର ସମୟ କ୍ରମ ହେଉଛି । +ପ୍ରଥମ ପାନ : ଗର୍ଭଧାରଣ କଥା ଜଣାପଡିବା ସମୟରେ +ଦ୍ଵିତୀୟ ପାନ : ପ୍ରଥମ ପାନର ଏକ ମାସ ପରେ , କିନ୍ତୁ ପ୍ରସବ ଦିନର ଅନ୍ତତଃ ଦୁଇ ସପ୍ତାହ ପୂର୍ବରୁ । +ତୃତୀୟ ପାନ : ଦ୍ଵିତୀୟ ପାନ ୬ରୁ ୧୨ ମାସ ପରେ କିମ୍ବା ପରବର୍ତ୍ତୀ ଗର୍ଭ ସମୟରେ । +ଚତୁର୍ଥ ପାନ : ତୃତୀୟ ପାନର ବର୍ଷେ ପରେ ବା ପରବର୍ତ୍ତୀ ଗର୍ଭ ସମୟରେ । +ପଞ୍ଚମ ପାନ : ଚତୁର୍ଥ ପାନର ଏକ ବର୍ଷ ପରେ ବା ପରବର୍ତ୍ତୀ ଗର୍ଭ ସମୟରେ । +ନୂଆ ବା ବିଶୋଧିତ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର +ପ୍ରତିରୋଧୀ କରାଯାଉଥିବା ପ୍ରତି ଲୋକ ପାଇଁ ନୂଆ ବା ବିଶୋଧିତ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରିବା ଜରୁରୀ ଲୋକମାନେ ଏହା ଦାବି କରିବା ଦରକାର । +ଠିକ୍ ଭାବରେ ବିଶୋଧିତ ହୋଇନଥିବା ଛୁଞ୍ଚି ବା ଉପକରଣ ଗୁରୁତର ରୋଗର କାରଣ ହୋଇପାରେ । +ପରିବାର ଭିତରେ ମଧ୍ୟ ଏକା ଛୁଞ୍ଚି ବା ସିରିଞ୍ଜ ବ୍ୟବହାର କଲେ ଏଭଳି ରୋଗର ଭୟ ରହିଥାଏ । +ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର +ଗୋଟିଏ ଜାଗାରେ ଅତ୍ୟଧିକ ଲୋକ ରହୁଥିଲେ ରୋଗ ଶୀଘ୍ର ବ୍ୟାପିପାରେ । +ଗହଳି ଅବସ୍ଥାରେ, ବିଶେଷ କରି ଶରଣାର୍ଥୀ ଶିବିରରେ ବା ବିପର୍ଯ୍ୟୟ ପରିସ୍ଥିତିରେ , ରହୁଥିବା ପିଲାଙ୍କର ପ୍ରତିରୋଧୀକରଣ ଅତି ଜରୁରୀ । + ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର +ଜରୁରୀକାଳୀନ ବା ଅନ୍ୟ ପରିସ୍ଥିତିରେଲୋକମାନେ ଘର ଛାଡି ପଳାଇବାକୁ ବାଧ୍ୟ ହୁଅନ୍ତି , ସେ ସମୟରେ ସଂକ୍ରାମକ ରୋଗ ମଧ୍ୟ ବ୍ୟାପିଥାଏ । +ତେଣୁ ୧୨ ବର୍ଷରୁ କମ୍ ବୟସର ସବୁ ବିସ୍ଥାପିତ ପିଲାଙ୍କୁ ସାଙ୍ଗେ ସାଙ୍ଗେ ଟିକା ଦେବା ଉଚିତ । +ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର ଏବଂ ଅସ୍ଥାୟୀ ରହିବା ଜାଗାର ପ୍ରବେଶ ଦ୍ଵାରରେ ହିଁ ଏହି ଟିକା ଦେବା ଜରୁରୀ । +ଏଭଳି ଜରୁରୀକାଳୀନ ଟିକାଦାନ ପାଇଁ ଥରେ ମାତ୍ର ବ୍ୟବହାର କରିହେଉଥିବା ସିରିଞ୍ଜ କାମରେ ଲଗାଇବା ଉଚିତ । +ମନ୍ଦପୁଷ୍ଟ ବା ଅସ୍ଵାସ୍ଥ୍ୟକର ପରିବେଶରେ ରହୁଥିବା ପିଲାଙ୍କ ପାଇଁ ମିଳିମିଳା ବେଶୀ ମାରାତ୍ମକ ହୁଏ । +ମିଳିମିଳା ଭଳି ରୋଗ ଅତି ଶୀଘ୍ର ବ୍ୟାପିଯାଏ । +ତେଣୁ ଏଭଳି ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଅଲଗା କରି ରଖିବା ଏବଂ ତାଲିମପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀଙ୍କ ଦ୍ଵାରା ଚିକିତ୍ସା କରାଇବା ଜରୁରୀ । +ମିଳିମିଳା ଯୋଗୁଁ ଅନେକ ସମୟରେ ଗୁରୁତର ତରଳ ଝାଡା ହୁଏ । +ତେଣୁ ମିଳିମିଳା ଟିକା ଦେଲେ ତରଳ ଝାଡା ମଧ୍ୟ ରୋକା ଯାଇପାରେ । +ପିଲାବେଳର ଟିକାଦେବା କ୍ରମ ଯଦି ଅଧାରେ ବାଧା ପାଇଥାଏ , ତେବେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ଜାତୀୟ ନୀତି ଅନୁସାରେ ତାହା ପୂରା କରାଯାଇ ପାରିବ । -- GitLab