From 9ff12e12edaa360194e4c5fe9f33d91dbb472807 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:08:23 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_37 | 104 ++++++++++++++++++ 1 file changed, 104 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_37 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_37 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_37 new file mode 100644 index 0000000..b4a3a27 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_37 @@ -0,0 +1,104 @@ +ଘାସ +ରାଜକିଶୋର ପଟ୍ଟନାୟକ +ତା: ଜାନୁଆରୀ ୨୯, ୨୦୧୩ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +କୁଆଁର ପୁନେଇଁ ତିଆସି ଦିନ- ଦୁଇ ଘଡ଼ି ଅନ୍ଧାର । +ଏକୁଟିଆ କଟକ ମଙ୍ଗଳବାଗ ଫାଣ୍ଡିରୁ ଚାଲି ଚାଲି ଆସୁଥିଲି । +ରାସ୍ତା ସେତେ ଚହଳ ନ ଥିଲା । +ଦଣ୍ଡେ ପହରେ ଛାଡ଼ି ଗୋଟିଏ ଯୋଡ଼ିଏ ମଣିଷ କି ସାଇକେଲ । +ଖଣ୍ଡେ ଦୂର ଗଲା ପରେ ଗୋଟିଏ ଦୋ’ଛକି ପାଖରେ ପିଲାଟିଏ ଠିଆ ହୋଇ ରହିଥିବାର ଦେଖିଲି । +ଖଣ୍ଡେ ଛୋଟ ଲୁଗା ଆଉ ଖଣ୍ଡେ ଧୂଳିଆ ଗେଞ୍ଜି । +ପିଲାଟିର ଉଚ୍ଚ ଅଢ଼େଇ ହାତ ଯାଏ ହେବ । +ମୋ ଆସିବା ପରେ ସେ ବି ଚାଲିବା ପାଇଁ ଆରମ୍ଭ କଲା । +ଦୁଇ ହାତ ହଲେଇ ହଲେଇ ଚାଲୁଥାଏ । +ଶୀତ ଦିନ-ସକାଳେ ରୁମ ଟାଙ୍କି ଉଠୁଥିଲେ ଯେମିତି ଲୋକ ଦୁଇ ଡେଣା ଖୁବ୍‌ ଜୋରରେ ହଲେଇ ହଲେଇ ଚାଲେ । +ପିଲାଟିର ଖୋଜଗୁଡ଼ିକ ଛୋଟ । +ସେଥିପାଇଁ ମଝିରେ ମଝିରେ ଧାଇଁଲା ପରି ଚାଲୁଥାଏ । +ଯେ କୌଣସି ପ୍ରକାରରେ ଲାଗି ଲାଗି ରହିବା ପାଇଁ ତାହାର ଚେଷ୍ଟା । +ଟକଳାର ପାଟିକୁ ଭୁଜାଭୁଜି ଦି’ଟା ସବୁବେଳେ ଦରକାର ହେଲା ପରି ପଦେ କ’ଣ ଗପିବା ପାଇଁ ତାହାକୁ ପଚାରିଲି; ‘‘କିରେ ପିଲା କୁଆଡ଼େ ଯାଇଥିଲୁ ?’’ +‘‘ଆଉ ଯିବି କୁଆଡ଼େ ?’’ ସାହସ ପାଇ ସେ ଉତ୍କଣ୍ଠିତ ଗଳାରେ କହିଲା, ‘‘ଆଗରେ ନିମସାଇ ଯାଏ ମୁଁ ଯିବି- ତମେ କ’ଣ ଏଇଠି ରହିବ ?’’ +ଭାରି ବ୍ୟସ୍ତ ତାହାର ମନର ଭାବ ଆଉ ତୁଣ୍ଡର ସ୍ବର । + କହିଲି, ‘‘ଡର ମାଡୁଛି ?’’ +ଅନ୍ଧାର ଭିତରେ ଏହି ଡର କଥା ଶୁଣି ସେ ଚମକିପଡ଼ିଲା ପରି ହୋଇ ମୋ ପାଖକୁ ଘୁଞ୍ଚିଆସିଲା । +‘‘ହଁ, ଡର ମାଡ଼ୁଛି ।’’ +ତାହାର ଛୋଟିଆ ଛୋଟିଆ ଆଖି ଦୁଇଟି ଡରରେ ନରମି ଯାଇଥାଏ । +ତାହାକୁ ସାହାସ ଦେବା ପାଇଁ ତାହା ଆଡ଼କୁ ହାତଟି ବଢ଼େଇ ଦେଲି । +ଡରରୁ ନିଜକୁ ରକ୍ଷା କରିବା ପାଇଁ ସେ ହାତଟି ଧରି ଚାଲିଲା-ତଥାପି ଶଙ୍କି ଶଙ୍କି ହେଉଥାଏ । +ଦମ୍ଭ ଦେବା ପାଇଁ କହିଲି, ‘‘ତୋର ଘର ଏଇଠି କଟକରେ ,ତେବେ ବି ତୋର ଡର !’’ +ଭାରି ତ୍ରସ୍ତ ଗଳାରେ କହିଲା, ‘ବାବୁ, ଜାଣ ନାହିଁ ? ଏଇ ଯେଉଁ ପଠାଣ କବର ରହିଲା, ସେଠି କିଏ ଗୋଟାଏ ଅଛି଼-ଢେଲାମାରେ । + ତାହାର ପିଠି ଥାପୁଡ଼ାଇ କହିଲି, ‘ନାହିଁ, ମୁଁ ଆସେ ଆଉ ଯାଏ, କେବେ କିଛି ଦେଖି ନାହିଁ ତ !’ +ସେ ପ୍ରତିବାଦ କରି କହିଲା, ‘ନାହିଁ ବାବୁ, ସାନ ପିଲାଙ୍କୁ ମାରେ । +ଥରେ ମୁଁ ଆସୁଥିଲି-ମୋ ଗୋଡ଼ରେ ଗୋଟିଏ ଢେଲା ବାଜିଲା । +ସେହି ଦିନୁଁ ମୁଁ ଆଉ ଏକା ଆସେ ନାହିଁ । +କିଏ ଆସୁଥିଲେ ତାହାରି ସାଙ୍ଗରେ ଚାଲି ଚାଲି ମୁଁ ସେହି କବରଟା ଟପିଯାଏ ।’ +ଦେଖିଲି ତାହାରି ମନରୁ ଡରକୁ ବାହାର କରିହେବ ନାହିଁ । +କୁସଂସ୍କାର ଲୋକର ରକ୍ତ ସାଙ୍ଗରେ ମିଶି ରହିଲା ପରି ଡର ତାହାରି ମନରେ ଆସ୍ଥାନ ଜମେଇ ରହିଗଲାଣି । + ପିଠି ଥାପୁଡ଼ାଇକରି ପଚାରିଲି, ‘ତୋର ନାଁ ?’ +‘ମୋ ନା ଲିଙ୍ଗା, ତମେ ଆମ ବାଆକୁ ଚିହ୍ନିଥିବ-ଯୋଗୀ ମହାରଣା ।’ +ମୋର ମୁହଁରେ ଯେତିକି ଆଶ୍ଚର୍ଯ୍ୟ ହେବାର ଚିହ୍ନ ଦିଶୁଥିଲା, ତାହାର ମନରେ ଠିକ୍‌ ସେତିକି ଉକୁଟି ଉଠିଥିଲା । +ସେ ପୁଣି ଆରମ୍ଭ କଲା, ‘ଆମ ବାଆ ଛାନ୍ଦରେ ସରସ । +ସେ କିଛି କାମ ଦାମ କରେ ନାହିଁ । +ସବୁବେଳେ ସେଇଥିରେ ଲାଗିଥାଏ । +ବନା ପହିଲିମାନ ତାହାକୁ ଡକାଏ । +ଆମ ବାଆକୁ କେହି ଛାନ୍ଦରେ ପାରନ୍ତି ନାହିଁ । +ସେ କପ୍‌ ଆଣିଛି ।’ +ପଚାରିଲି, ‘କିରେ, ବାଆ ତୋର ଦିନକୁ କେତେ ମଜୁରୀ ପାଏ ?’ +ଲିଙ୍ଗା କହିଲା, ‘ହେଁ, ମଜୁରୀ ! ସେ ମୋଟେ କାମକୁ ଯାଏ ନାହିଁ, ମୁଁ ପରା ଛ’ମାସ ହେଲାଣି କାମ ଶିଖୁଛି । +ଏହି ପନ୍ଦର ଦିନ ହେବ ଦିନକୁ ସାତ ପଇସା ମୂଲ ପାଉଛି । +ବାଆ ମୋଟେ କାମକୁ ଗଲା ନାହିଁ । +ଏ ସାଲ ଘର ଛପର ହୋଇ ନଥିଲା ଯେ, କାନ୍ଥ ସବୁ ପଡ଼ିଯାଇଛି ।’ +ଦେଖିଲି, ସେ ବି ଜଣେ କବି । +ବଢ଼େଇ ଘରେ ଯେ କବି କି ଶିଳ୍ପୀ ନ ଥିବେ, ଏହି ଧାରଣା ଦୂର ହେଲା । +ଆଉ ବି ଜାଣିଲି ଏହି ଅଭାବଗ୍ରସ୍ତ ପରିବାରଟି ଯୋଗୀ ମହାରଣାର ଖିଆଲରେ ଚାପି ହୋଇ ରୁନ୍ଧି ହୋଇଯିବ । +ପ୍ରତି କବି-ସେ ବଡ଼ ଘରେ ଥାଉ, କି ଗରିବ ଘରେ ଥାଉ, ଏହି ଖିଆଲ ପଛରେ ଅଣନିଶ୍ବାସୀ ହୋଇ ଧାଉଁଥାଏ । + ମୁଁ କହିଲି, ‘‘କପ୍‌ଗୁଡ଼ାକ ରଖିଛି କାହିଁକି ? ବିକି ଦଉ ନାହିଁ ?’’ +ଲିଙ୍ଗା କହିଲା, ପହିଲିମାନ ଗାଳିଦେବ । + ସେଗୁଡ଼ାକ ରଖିବାପାଇଁ ଦେଇଛି, ହେଲେ ଗୋଟାଏ ଚିଜ ତ ? ସେଗୁଡ଼ାକ ଚାନ୍ଦି-କେତେ ପଇସା ହୋଇଥିବ ! +ତାହାରି କଥାରେ ଭୋଳ ଥିଲା ପରି କହିଲା, ‘ସେଗୁଡ଼ା ଏବେ ପେଟରା ଭିତରେ ରଖିଛୁଁ । +ପଦାରେ ଥିଲା ଯେ, ଉଇ ଲାଗି ତାହାର ବଇଠି ସବୁ ଖାଇଗଲେ- ବାଆ ଆମର ପୁଣି ବଇଠି ତିଆରି କରିଛି ନୂଆ କରି ।’ +ଏହିସବୁ କଥା-ପ୍ରତିକଥା ତାହାର ଦାରିଦ୍ୟ୍ର ଆଉ ମନର ସରଳତା ଷୋଳ ଅଣାରେ ଦେଖାଉଥିଲେ । + ପଚାରିଲି, ‘ଆଜି କେତେବେଳେ ଖାଇଥିଲୁ ?’ +କହିଲା- ‘ସକାଳେ ତୋରାଣି ପିଇ ଯାଇଥିଲି, ଆଉ କିଛି ଖାଇନାହିଁ । + ଘରେ ଗଲେ- ଆଜି କ’ଣ ଥିବ କି ନ ଥିବ କେଜାଣି ?’ +ଦିନଯାକ ଖାଇନାହିଁ । +ଅଣଛପରା ଦଦରା ଘରେ ପହୁଞ୍ଚିଲେ ଭାତ ଅଛି କି ନାହିଁ ସେଥିରେ ସନ୍ଦେହ ଅଛି । +ତଥାପି ତାହାର ମନ ଅଚଞ୍ଚଳ । +ମୋ’ଠାରୁ ହାତେ ଛୋଟ । +ବୟସର ଅଧା ହେବ । +ଦୁଇହାତ ଛାତି ଉପରେ ଛକ କରି ପକାଇଛି-ଶୀତରୁ ଟିକିଏ ରିଆତି ପାଇବ ବୋଲି । +ତାହାରି ପାଖରେ ଗରମ ପଞ୍ଜାବୀ ପିନ୍ଧା ପୂରା ପେଟରେ ନିଶ୍ଚିନ୍ତ ମନରେ ଯେତେବେଳେ ଚାଲୁଥିଲି, ମନ ଭିତରେ ମତେ କିଏ କେତେ କାଇଲି ଦେଉଥିଲା । +ଏଇ ମନର ଆଶା ଆକାଙ୍କ୍ଷାକୁ ଏତେ ବଡ଼ ଦୁନିଆ ଛୋଟ ଦିଶୁଛି । +ତଥାପି ଶାନ୍ତି ନାହିଁ, କିନ୍ତୁ ସେଇଠି ପିଲାଟିଏ ଖାଲି ପେଟରେ ଫୁଙ୍ଗା ଦେହରେ ଦିନଯାକ ହାଡ଼ଭଙ୍ଗା ପରିଶ୍ରମ କରି ଆଠ ଘଣ୍ଟାର ମୂଲ ସାତଟି ପଇସା ନେଇ ଘରକୁ ଫେରୁଛି, ତା’ର ବାପା ବୋଉକୁ ଢୋକ ଦେବ ବୋଲି । +ହାତରେ ଅଧାପୋଡ଼ା ସିଗାରେଟ୍‌ ଟା ଥିଲା । + ସେଇଟା ଫୋପଡ଼ି ଦେଲି- ତାହାରି ମନ ପାଖରେ ଏଇ ଆମର କଲେଜପଢ଼ୁଆ ବାବୁଆନି କେତେ ଛୋଟ କେତେ ହୀନ ! +ପକେଟ୍‌ରେ ହାତ ମାଇଲି । +ନ’ପଇସା ପଡ଼ିଥିଲା ଆଉ ଗୋଟିଏ ଟଙ୍କା-ଟଙ୍କାଟି ଦେବା ପାଇଁ ଭାବିଲି । +ମନ କୁଣ୍ଠିତ ହେଲା । +ନଅଟି ପଇସାରୁ ଅଣିଟିଏ କାଡ଼ି ତାହାକୁ ଦେଇ କହିଲି, ନେଇଯା ଭୁଜା ଖାଇବୁ । +ସନ୍ଦେହମିଶା ଆଖିରେ ଚାହିଁ ସେ ନେଲା । +ଆଗରେ ଖଣ୍ଡେ ଦୂରରେ ନିମସାଇ । +ପଠାଣ କବର ବହୁତ ପଛରେ ରହିଲାଣି । +ରାସ୍ତା ଏଣିକି ଏଣିକି ଗହଳିଆ ହେଲାଣି । +ଲିଙ୍ଗାର ଭୟ ଚାଲିଗଲାଣି । +ଏପଟକୁ ସେପଟ କଥାଭାଷା କରି କରି ଚାଲିଛି । +ଭାବିଲି ତାହାର ବାପା ଛାନ୍ଦ ବୋଲିବାରେ ସରସ ହେବ ବୋଲି ମୂଲ ମଜୁରୀ ଛାଡ଼ିଲା । +ଆମର କଲେଜ ବାବୁମାନେ ବହି ଭଲକରି ପଢ଼ିବେ ବୋଲି କେତେ ମାଉଁସ ଶୁଖେଇ ଦିଅନ୍ତି । +ଯୋଗୀ ମହାରଣାକୁ ଦେଖିବା ପାଇଁ ଇଚ୍ଛା ହେଲା । +ପୁଅ କିନ୍ତୁ ତାହାର ଘରକୁ ମତେ ନବାପାଇଁ ନାରାଜ । +ସେ ଭାବୁଥିଲା, କାଳେ ତାହାର ବାପାକୁ ମୁଁ ‘ଲିଙ୍ଗା ପାଖରେ ଚାରି ପଇସା ଅଛି’ ବୋଲି କହିଦେବି । +ବାପା ତାହାଠାରୁ ଛଡ଼େଇ ନେଇଯିବ । +ସେ ମତେ ଖାସ୍‌ ଭୁଲାଉଥାଏ-‘ଆମ ଘର ଗଳିରେ କେତେ ବାଟ ହେବ । +ବାଆ ଘରେ ନ ଥିବ-ମୁଁ ଘରକୁ ଏଇଲାଗେ ଯିବି ନାହିଁ ।’ +ବାପା ପାଇଁ ପାଞ୍ଚଟା ପଇସା ଦେଇ କହିଲି ଲିଙ୍ଗାକୁ ସେହି କଥା କହିଦେବା ପାଇଁ । +ସେ ତରଙ୍ଗ ତରଙ୍ଗ ହୋଇ ଚାହୁଁଥାଏ । +କାଳେ କିଏ ଦେଖି ଦେଇଥିବ । +ମୁଁ ବୁଝି ପାରୁଥାଏ ଯେ, ସେ ବାପାକୁ ଏହି କଥା କିଛି କହିବି ନାହିଁ । +ତାହାର ଘର ପାଖ ହୋଇଗଲା । +ସେ ହଠାତ୍‌ କହିଲା, ’ବାବୁ, ଆମର ଘର ଏଇ ଗଳି ଭିତରେ-ମୁଁ ଯାଉଛି’ କହି, ହରିଆରେ ! ଡାକ ମାରି ମାରି ଦଉଡ଼ି ଚାଲିଲା । +ମୁଁ ଆସିଲି- ଏକା ଏକା ରାସ୍ତା ପାଖରେ ଗାଈଟିଏ ଛିଡ଼ା ହୋଇ ଚରୁଥାଏ । +ଠାଏ ଠାଏ ଘାସଅଛି । +କଅଁଳ ଦୁବଘାସ କେତେଥର ଏମିତି ଗୋରୁର ପାକୁଳି ଭିତରେ ନିଶ୍ଚିହ୍ନ ହୋଇ ମିଳେଇ ଯାଇଛି, ତଥାପି ସେ ତ ମରି ନାହିଁ । +ବାଟ କରରେ ଥାଇ ସୁଦ୍ଧା ଏତେ ଲୋକର ଯିବାଆସିବାର ଧାସ, ଗାଈଗୋରୁଙ୍କ ପାଟି ତାହାକୁ ପୋଛି ଦେଇ ପାରିନାହିଁ । +ତାହାହେଲେ ମଣିଷ ଜାତି କାହିଁକି ଟଳିବ ? ଏହି ଅଭାବ ଭିତରେ ବଢ଼େଇ ପିଲାଟି କାହିଁକି ହଟିଯିବ ? ସେ ବି ମନରେ ଆଶା ନେଇ ବାଟ ଚାଲିଛି । +ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ତଥାପି ମନଭିତରେ, କଥାରେ ଏହି ଖିଅ ସବୁ ଅଡ଼ୁଆ ଧରି ରହୁଥିଲା । +ଘାସ ଜୀବନରେ ଯାହା ସତ, ମଣିଷ ଜୀବନରେ କ’ଣ ସେଇଆ ଅବିକଳ ସତ ହୋଇପାରେ ? -- GitLab