diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia76.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia76.txt new file mode 100644 index 0000000000000000000000000000000000000000..21e404c8d4951d6046fb0836c8a3cdf87348747d --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia76.txt @@ -0,0 +1,66 @@ +ବ୍ରଣ +ମୁହଁରେ ବ୍ରଣ ମୁହଁର ଚର୍ମ ଅପରିଷ୍କାର ହେଵା, ତେଲିଆ ହେଵା କିମ୍ବା ବୟସ ଦୋଷରୁ ଆସିଥାଏ |ଏହାମୁହଁରେ ଦାଗ କରିଥାଏ ଏବଂ ଅସୁନ୍ଦର ବି କରିଥାଏ|ତେଣୁ ବ୍ରଣ ପାଇଁ ସଜାଗ ରହିବ ଦରକାର| +ଆଜିକାଲି ତ୍ୱଚାର ସବୁଠୁ ବଡ଼ ସମସ୍ୟା ହେଲା ବ୍ରଣ । +ପୁଅ ହୁଅନ୍ତୁ କି ଝିଅ ସମସ୍ତେ ବ୍ରଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି । +ସେଥିପାଇଁ ଅନେକ ଉପାୟ ଆପଣେଇଥାନ୍ତି । +ବହୁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । +ତେବେ କୌଣସି ଲାଭ ମିଳେ ନାହିଁ ଓ ସେମାନେ ନିରାଶ ହୁଅନ୍ତି । +କିନ୍ତୁ ଏବେ ଆଉ ଆପଣଙ୍କୁ ନିରାଶ ହେବାକୁ ପଡ଼ିବନି । +କାରଣ ଆମ ପାଖରେ ଏପରି କିଛି ପ୍ରାକୃତିକ ଉପାୟ ଅଛି ଯାହା ଦ୍ୱାରା ମାତ୍ର ଗୋଟିଏ ରାତିରେ ଆପଣଙ୍କ ବ୍ରଣ ସମସ୍ୟା ଦୂର ହୋଇଯିବ । +ଘରୋଇ ଉପଚାର +କିଛି ପରିମାଣର ଲେମ୍ବୁ ରସ ଏବଂ ସମାନ ପରିମାଣର ତୁଳସୀ ପତ୍ର ରସକୁ ମିଶାଇ ଦିଅନ୍ତୁ | ଏହାକୁ ମୁହଁରେ ଲଗାଅ|୧୦-୧୫ ମିନଟ ପରେ ମୁହଁ କୁ ଧୋଇ ଦିଅନ୍ତୁ +୨ ଚାମଚ ଟମାଟୋ ରସ, ୧ ଚାମଚ କାକୁଡି ରସ, ଅଧା ଚାମଚ ଲେମ୍ବୁ ରସ ,୧ ଚାମଚ ହଳଦୀ ଗୁଣ୍ଡ ଏବଂ ୧ ଚାମଚ ବେସନକୁ ମିଶାଇ ମଲମ ତିଆରି କରନ୍ତୁ |ଏହି ମଲମ କୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ | +ଶୁଖିଲା ନିମ ଗଛର ପତ୍ରର ଗୁଣ୍ଡ , ମୁଲତାନି ମାଟି ଏବଂ ଗୋଲାପ ଜଳକୁ ମିଶାଇ ମଲମ ତିଆରି କରନ୍ତୁ |ପ୍ରତିଦିନ ଏହାକୁ ମୁହଁରେ ମାରିଲେ ବ୍ରଣ ଦୂର ହୁଏ | +ଗଙ୍ଗଶିଉଳିର ମଞ୍ଜିକୁ ଗୁଣ୍ଡ କରନ୍ତୁ |ଶୋଇବା ପୂର୍ବରୁ ଏହାକୁ କ୍ଷୀରରେ ମିଶାଇ ମୁହଁରେ ଲଗାନ୍ତୁ| ସକାଳେ ଉଠିଲା ପରେ ମୁହଁ ଧୋଇ ଦିଅନ୍ତୁ |ଏହା ବ୍ରଣ ସହ ବ୍ରଣ ଦାଗ ବି ଦୂର କରିବ | +କିଛି ପୁଦିନା ପତ୍ରକୁ ବାଟି ସେଥିରେ କିଛି ଦହି ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ| +କମଳା କିମ୍ବା ଲେମ୍ବୁ ରସକୁ କ୍ଷୀର ସହ ମିଶାଇ ମୁହଁରେ ଲଗାଇଲେ ଵ୍ରଣଦୁର ହୁଏ |ଏହା ବ୍ରଣ ପାଇଁ ଭଲ କାମ ଦିଏ | +ଗୋଟିଏ କଦଳୀକୁ ବାଟି ମୁହଁରେ ଲଗାନ୍ତୁ |୩୦ ମିନଟ ପରେ ମୁହଁକୁ କ୍ଷୀରରେ ଧୋଇ ଦିଅନ୍ତୁ| +ଗୋଟିଏ କଦଳୀ କୁ ବାଟି ଏହାକୁ ତରଭୁଜ ରସ ସହ ମିଶାଇ ମୁହଁରେ ଲଗାନ୍ତୁ |ଏହା ବ୍ରଣ ପାଇଁ ବହୁତ ଭଲ ଉପଚାର | +କିଛି ଗେଣ୍ଡୁ ଫୁଲର ପାଖୁଡାକୁ ଗରମ ପାଣିରେ କିଛି ସମୟ ଡୁବାଇ ରଖନ୍ତୁ |ତାକୁ ଛାଣି ମୁହଁରେ ମାଲିସ କରନ୍ତୁ | ୧୫ ମିନଟ ପରେ ମୁହଁକୁ ଟିକେ ଉଷୁମ ପାଣିରେ ଧୋଇ ଦିଅନ୍ତୁ |ଏହା ମଧ୍ୟ ବ୍ରଣ ପାଇଁ ଭଲ ଉପଚାର | +କିଛି ତରଭୁଜ ମଞ୍ଜି କୁ ଗୁଂଡ କରନ୍ତୁ | ଏହାକୁ ପାଣିରେ ମିଶାଇ ମଲମ ତିଆରି କରନ୍ତୁ| ଏହି ମଲମକୁ ମୁହଁରେ ଲଗାନ୍ତୁ ଏବଂ ୧୫ ମିନଟ ପରେ ମୁହଁକୁ ଧୋଇ ଦିଅନ୍ତୁ | +ସମାନ ପରିମାଣରେ ୟିସକୀ (ବିଦେଶୀ ମଦ ),ଲେମ୍ବୁ ରସ ଓ ମହୁ ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ| ୨୦-୨୫ ମିନଟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ|ଏହା ମୁହଁରୁ ବ୍ରଣ ଏବଂ ତେଲିଆ ଅଂଶ ଦୂର କରିବ +.ଲବଙ୍ଗକୁ ଚନ୍ଦନ ପେଡ଼ିରେ ଘୋରି ଲଗାଇଲେ ବ୍ରଣ ଦୂର ହୁଏ । +ଆଇସ୍ ଥେରାପି +ଆଜିକାଲି ତ ସମସ୍ତଙ୍କ ଘରେ ଫ୍ରିଜ୍ ଅଛି । +ତେଣୁ ବରଫ ମିଳିବାରେ କିଛି ଅସୁବିଧା ନାହିଁ । +ଏହି ବରଫ ବ୍ରଣ ଉପଚାରରେ ଭଲ କାମ କରେ । +ବ୍ରଣଗୁଡ଼ିକ ଲାଲ ଲାଲ ଦେଖାଯାଆନ୍ତି । +ବରଫ ଲଗାଇଲେ ବ୍ରଣର ରଙ୍ଗ ବଦଳିଯାଏ । +ବ୍ରଣ ସ୍ଥାନ କୁଣ୍ଡାଇ ହୁଏ ନାହିଁ । +ବେଳେ ବେଳେ ବ୍ରଣ ଗୁଡ଼ିକ ପୋଡ଼େ ବା ଜଳେ । +ବରଫ ଲଗାଇଲେ ସେହି ଯନ୍ତ୍ରଣାରୁ ମୁକ୍ତି ମିଳେ । +ବାସ୍ତବରେ ବରଫ ଲଗାଇଲେ ରକ୍ତସଞ୍ଚାର ବଢ଼େ ଓ ଏହା ଲୋମଛିଦ୍ରକୁ ମଧ୍ୟ ପ୍ରଭାବିତ କରିଥାଏ । +ବରଫର ପ୍ରୟୋଗ ଦ୍ୱାରା ବ୍ରଣ ଚାରିପାଖରେ ରହୁଥିବା ମଳି ଓ ତୈଳ ଅଂଶ ପୂରାପୂରି ବାହାରି ଯାଏ । +ତେଣୁ ଆପଣ ଏକ ପରିଷ୍କାର କପଡ଼ାରେ ବରଫକୁ ରଖି ବ୍ରଣ ଉପରେ ଧୀରେ ଧୀରେ ବୁଲାନ୍ତୁ । +ଏହି ପ୍ରକ୍ରିୟାକୁ କିଛି ମିନିଟ୍ ଜାରି ରଖନ୍ତୁ । +ଧଳା ଟୁଥ୍ପେଷ୍ଟ +ଧଳା ଟୁଥପେଷ୍ଟ ମଧ୍ୟ ବରଫ ପରି କାମ କରିଥାଏ । +ଏହାକୁ ପାଖାପାଖି ୧ ଘଣ୍ଚା ପର୍ଯ୍ୟନ୍ତ ବ୍ରଣରେ ଲଗାଇ ଛାଡ଼ି ଦିଅନ୍ତୁ । +ଏକ ଘଣ୍ଟା ପରେ ମୁହଁ ଧୋଇ ଦିଅନ୍ତୁ । +କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ପେଷ୍ଚ ଯେପରି ଜେଲ ଯ଼ୁକ୍ତ ନହୋଇଥାଏ । +ଷ୍ଟିମ୍ ଉପଚାର +ଚେହେରାର ଉଜ୍ଜ୍ୱଳତା ପାଇଁ ଷ୍ଟିମ୍ ଉପଚାର ନିହାତି ଆବଶ୍ୟକ । +ଏହା କେବଳ ବ୍ରଣ ଦୂର କରେନି, ତ୍ୱଚାକୁ କୋମଳ ମଧ୍ୟ କରିଥାଏ । +ଷ୍ଟିମ୍ ଉପଚାର ଦ୍ୱାରା ଲୋମଛିଦ୍ର ଖୋଲିଯାଏ । +ଏହା ଦ୍ୱାରା ତ୍ୱଚାକୁ ନିଶ୍ୱାସ ନେବାରେ ସହଜ ହୋଇଥାଏ । +ଷ୍ଟିମ୍ ନେବା ଦ୍ୱାରା ଚେହେରାରେ ଜୀବାଣୁ ଜମେ ନାହିଁ । +ତେଣୁ ବ୍ରଣ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ । +କଦଳୀ ଚୋପା +କଦଳୀ ଦେହ ପାଇଁ ଯେତେ ସ୍ୱାସ୍ଥ୍ୟକର, ତାର ଚୋପା ମଧ୍ୟ ସେତିକି ଭଲ । +ଆପଣଙ୍କ ମୁହଁରେ ବ୍ରଣ ହେଉଥିଲେ କଦଳୀ ଚୋପାକୁ ଆଦୌ ଫିଙ୍ଗନ୍ତୁ ନାହିଁ । +କଦଳୀ ଚୋପାକୁ ମୁହଁ ଧୀରେ ଧୀରେ ଘଷନ୍ତୁ । +ଯେତେବେଳେ ଲାଗିବ ଯେ କଦଳୀ ଚୋପାର ଥିବା ରସରେ ଆପଣଙ୍କ ମୁହଁ ପୂରା ଭର୍ତ୍ତି ହୋଇଗଲାଣି ସେତେବେଳେ ଘଷିବା ବନ୍ଦ କରି ଦିଅନ୍ତୁ ଓ ସେମିତି ଅବସ୍ଥାରେ ୩୦ ମିନିଟ୍ ବସନ୍ତୁ । +ବ୍ରଣ ଯୋଗୁଁ ହେଉଥିବା ଜଳାପୋଡ଼ାକୁ କଦଳୀ ଚୋପା କମାଇ ଦିଏ । +ଅଧାଘଣ୍ଟା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । +ଦେଖିବେ ମୁହଁରେ ଅଲଗା ଚମକ ଦେଖାଯିବ । +ଏହି ପ୍ରକ୍ରିୟାକୁ ନିୟମିତ କିଛି ଦିନ କରନ୍ତୁ । +ରସୁଣ +ବ୍ରଣ ଦୂର କରିବାରେ ରସୁଣ ବହୁତ କାମରେ ଆସେ । +ରସୁଣରେ ଆଣ୍ଚିଭାଇରାଲ, ଆଣ୍ଟିଫଙ୍ଗଲ,ଆଣ୍ଟିସେପ୍ଟିକ୍ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଛି । +ଏହା ଖୁବ୍ ଜଲଦି କ୍ଷତକୁ ଶୁଖାଇ ଦିଏ । +କେବଳ ସେତିକି ନୁହେଁ ଏହା ବ୍ରଣକୁ ମଧ୍ୟ ସହଜରେ ଭଲ କରି ଦିଏ । +ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ କାମ କରିବାକୁ ହେବ । +ପ୍ରଥମେ ରସୁଣରୁ ଚୋପାକୁ ଛଡ଼ାଇ ଦିଅନ୍ତୁ । +ତା'ପରେ ସେହି ରସୁଣକୁ ବ୍ରଣ ଉପରେ ଲଗାନ୍ତୁ । +ଏମିତି ୫ ରୁ ୭ ମିନିଟ୍ ରସୁଣ ଲଗାଇବା ପରେ ମୁହଁକୁ ହାଲକା ଉଷୁମ ପାଣିରେ ଧୋଇ ଦିଅନ୍ତୁ । +ଆପଣ ଏହି ପ୍ରକ୍ରିୟାକୁ ଏକ ଘଣ୍ଟା ପରେ ପୁଣି ଦୋହରାଇ ପାରିବେ ।