diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia168.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia168.txt new file mode 100644 index 0000000000000000000000000000000000000000..00ad3b1cd3d2e2667977c3497777985052a84c6d --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia168.txt @@ -0,0 +1,22 @@ +ବିଭିନ୍ନ ରୋଗରୁ ସବୁଦିନ ପାଇଁ ମୁକ୍ତି ଚାହାଁନ୍ତି କି +ବିଭିନ୍ନ ରୋଗରୁ ସବୁଦିନ ପାଇଁ ମୁକ୍ତି +ବଦଳୁଥିବା ପାଣିପାଗ ଏବଂ ଜୀବନଶୈଳୀରେ ଦେଖାଯାଉଥିବା ପରିବର୍ତ୍ତନ କାରଣରୁ ଲୋକମାନେ ସାଧାରଣତଃ ବିଭିନ୍ନ ରୋଗବ୍ୟାଧିର ଶିକାର ହୋଇଥାନ୍ତି । +ବର୍ତ୍ତମାନ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ପାଇବାକୁ ଲାଗିଛି । +ଯାହା କାରଣରୁ ସହଜରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଯାଆନ୍ତି । +ମାତ୍ର ଆମେ ଆପଣଙ୍କୁ ଆଜି ୭ଟି ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ । +ଟିପ୍ସ +ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଃଶ୍ଚିନ୍ତାର ଶିକାର ହୋଇଥାନ୍ତି । +ମାତ୍ର ଏହି ସମସ୍ୟା ମଣିଷକୁ ଭିତରେ ଭିତରେ ମାରି ଦେଇଥାଏ । +ଏଥିପାଇଁ ଏହା ଜରୁରୀ ଅଟେ ଯେ ଆପଣ ଏଭଳି ସମସ୍ୟାରୁ ନିଜକୁ ସବୁବେଳେ ଦୂରେଇ ରୁହନ୍ତୁ । +ପରିଷ୍କାର ପରିଚ୍ଛନ୍ନ ଉପରେ ଅଧିକ ଧ୍ୟାନ ଦେବା ଉଚିତ । +ଅଧିକତର ରୋଗ ସାଧାରଣତଃ ଅପରିଷ୍କାର କାରଣରୁ ହିଁ ବ୍ୟାପିଥାଏ । +ଅପରିଷ୍କାର ସ୍ଥାନରେ ବିଭିନ୍ନ ପ୍ରକାରର ରୋଗଜୀବାଣୁ ନିଜର ବଂଶବିସ୍ତାର କରିଥାନ୍ତି ଓ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାନ୍ତି । +ରୋଗରୁ ମୁକ୍ତି ପାଇବାପାଇଁ କେବଳ ଯେ ଆଖପାଖ ପରିବେଶକୁ ସଫା ରଖିବା ଦରକାର ତାହାନୁହେଁ ବରଂ ଏହାସହ ନିଜ ଶରୀରକୁ ମଧ୍ୟ ସଫା ରଖିବା ଅତ୍ୟନ୍ତ ଜରୁରୀ ଅଟେ । +ପ୍ରତିଦିନ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ଭଲଭାବରେ ସଫା କରି ଖାଇବା ଉଚିତ । +କମଜୋରି ବା ଦୁର୍ବଳତା ଅନୁଭବ କରୁଥିଲେ ବାହାରକୁ ନ ଯାଇ ଘରେ ବିଶ୍ରାମ ନେବା ଉଚିତ । +ଯଦି ଏହି ସମୟରେ ବାହାରକୁ ଯାନ୍ତି ତେବେ ଏହା ଆପଣଙ୍କ ପାଇଁ ବିପଦର କାରଣ ହୋଇଥାଏ । +ଦୀର୍ଘ ଦିନ ଧରି ଏକ ସୁସ୍ଥ ଓ ବଳିଷ୍ଠ ଜୀବନ ବଂଚିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରତିଦିନ ଅଧଘଂଟା ଲେଖାଏଁ ବ୍ୟାୟାମ କିମ୍ବା ଯୋଗ କରିବାର ଅଭ୍ୟାସ ରଖିବା ଉଚିତ । +ସବୁଦିନ ପାଇଁ ସୁସ୍ଥ ରହିବାକୁ ହେଲେ ଆପଣ କରୁଥିବା ଡାଇଟ୍ ଉପରେ ଧ୍ୟାନ ଦେବା ଉଚିତ । +ଏଥିପାଇ ସବୁବେଳେ ଖାଦ୍ୟରେ ଉପଯୁକ୍ତ ପରିମାଣର ପୌଷ୍ଟକ ଆହାର ସେବନ କରିବା ଉଚିତ । +ଯଦି ଆପଣଙ୍କର କେବେ କୌଣସି ପ୍ରକାର ଜ୍ୱର କିମ୍ବା ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ମନେ ରଖନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ବି ଔଷଧ ସେବନ କରିବା ଅନୁଚିତ । +ଖାଲି ସେତିକି ନୁହେଁ ଛୋଟ ଛୋଟ ଜ୍ୱର ପାଇଁ ମଧ୍ୟ କୌଣସି ପ୍ରକାରର ପେନ କିଲର ଭଳି ଔଷଧ ଖାଇବା ଉଚିତ ନୁହେଁ କାରଣ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।