From af46448df7c1e4af6d38ef1f151211e1e7f2e237 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:35:58 +0530 Subject: [PATCH] Upload New File --- .../vikashpedia_health_odia115.txt | 49 +++++++++++++++++++ 1 file changed, 49 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia115.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia115.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia115.txt new file mode 100644 index 0000000..0ade1a0 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia115.txt @@ -0,0 +1,49 @@ +ଗ୍ରୀଷ୍ମରେ ଆଖିର ଯତ୍ନ +ଉପକ୍ରମ +ସୂର୍ଯ୍ୟଙ୍କଠାରୁ ବିକିରଣ ହେଉଥିବା ବାଇଗଣି ରଶ୍ମି (ଅଲଟ୍ରା ଭାଓଲେଟ) ମସିସ ଆଖିର ପ୍ରଭୂତ କ୍ଷତି ଘଟାଇଥାଏ । +ଏପରିକି ଦୃଷ୍ଟିଶକ୍ତି ହାନି କରିଥାଏ । +ଏଣୁ ଗ୍ରୀଷ୍ମରେ ଆଖିରେ ସ୍ଵତନ୍ତ୍ର ଭାବରେ ଯତ୍ନ ନେବାକୁ ପଡିଥାଏ । +ସୂର୍ଯ୍ୟକିରଣ +ଆପଣଙ୍କୁ ଯଦି ଦିନସାରା ଖରରେ ବୁଲାବୁଲି କରିବାକୁ ପଡୁଥାଏ, ତା’ହେଲେ ଆପଣଙ୍କ ଆକ୍ଷି ଦିନସାରା କ୍ଷତିକାରକ ସୂର୍ଯ୍ୟକିରଣରୁ ବିକିରିଟ ଅଲଟ୍ରା ଭାଓଲେଟ ରଶ୍ମି ସଂସ୍ପର୍ଶରେ ଆସିଥାଏ । +ଏହାର ଅର୍ଥ ଆପଣଙ୍କ ଚକ୍ଷୁ ଯେତେ ସୂର୍ଯ୍ୟ କିରଣ ସଂସ୍ପର୍ଶ ଆସିଥାଏ; ଚକ୍ଷୁର କ୍ଷତି ହେବାର ସମ୍ଭାବନା ସେତିକି ଅଧିକ ହେବାର ଆଶଙ୍କା ଥାଏ । +ଚକ୍ଷୁ ରୋଗ +ଗବେଷଣାରୁ ଜଣାଯାଇଛି, ଅଲଟ୍ରା ଭାଓଲେଟ ‘ବି’ ର ବିକିରଣ ପରଳ ରୋଗ ଅନ୍ୟାନ୍ୟ ଚକ୍ଷୁ ରୋଗ, ଚକ୍ଷୁ ଚତୁଃପାର୍ଶ୍ଵ ଚର୍ମ କର୍କଟ ରୋଗ, ସ୍ଵଚ୍ଛପଟଳର ସ୍ଵାଭାବିକ ଗୁଣରେ ପରିବର୍ତ୍ତନ, ବୟସଜନିତ ଚର୍ମରେ ଥିବା କଲାଦାଗର ସ୍ଵାଭାବିକ ଗୁଣର ପରିବର୍ତ୍ତନ ଏକ ଆକସ୍ମିକ ମୌଳିକ ଉପାଦାନ । +ପ୍ରଚଣ୍ଡ ଖରାରେ ଏହି ଅଲଟ୍ରା ଭାଓଲେଟ ରଶ୍ମି ଅତ୍ୟଧିକ ତୀବ୍ର ହୋଇଥାଏ । +ଲୋକମାନେ ଖରାକୁ କ୍ଷତିର ନକରି ସେମାନଙ୍କ ଦୈନନ୍ଦିନକାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି । +ସେମାନେ ଭାବି ପାରି ନଥାନ୍ତି ଯେ ଏହି ଖରା ସେମାନଙ୍କ ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । +ଆପଣଙ୍କ ବହୁମୂଲ୍ୟ ଆଖିକୁ ଏହି କ୍ଷତିକାରକ ଖରାରୁ ସୁରକ୍ଷା ନିତାନ୍ତ ଆବଶ୍ୟକ । +ବିଶେଷ କରି ଏପ୍ରିଲ ଠାରୁ ଜୁନ ମଧ୍ୟରେ ଏହାର ଆବଶ୍ୟକତା ଅଧିକ । +ଲକ୍ଷଣ +ଅଧିକ ଖରାରେ ସତର୍କ ନ ରହିଲେ ଆଖି ଲାଲ ପଡିବା, କୁଣ୍ଡେଇ ହେବା, ଅତି ଖରାରେ ଦେଖିବାକୁ ଅସୁବିଧା ହୋଇଥାଏ । +ଲୁହର ମାତ୍ରା କମିଯାଇ ଚକ୍ଷୁ ଶୁଷ୍କ ହୋଇଯାଏ । +ଏହାଦ୍ଵାରା ଆଖିରେ କିଛି ଜନିଷ ପଡିବା ପରି ଲାଗେ । +ଖରାର ପ୍ରଭାବରେ ଆଖିରେ ଆଲର୍ଜି ହୁଏ । +ଖରା ପ୍ରଭାବରୁ ଆଖିକୁ ରକ୍ଷା କରିବା ପାଇଁ ବାହାରକୁ କଳା ଚଷମା ପିନ୍ଧି ଯାଆନ୍ତୁ । +ଅଲଟ୍ରା ଭାୟୋଲେଟ୍ ରଶ୍ମୀରୁ ବଞ୍ଚାଇପାରିବା ଭଳି ଚଷମା ଲଗାଇଲେ ଅତି ଉତ୍ତମ । +ଚକ୍ଷୁ ଶୁଷ୍କ ହୋଇଗଲେ । +ଚକ୍ଷୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । +ଚିକିତ୍ସକମାନେ ରାସାୟନିକ ପଦ୍ଧତିରେ ତିଆରି ଲୁହ ଦେଇ ଆଖିର ଶୁଷ୍କତା ଦୂର କରିପାରିଥାନ୍ତି । +ଅଧିକ ଖରାରେ ବାହାରକୁ ଯାଆନ୍ତୁ ନାହିଁ । +ଯଦି ଯାଉଛନ୍ତି ତେବେ ଆସିଲା ପରେ ଥଣ୍ଡା ପାଣିରେ ଆଖି ଧୋଇ ଦିଅନ୍ତୁ । +ଏହାଦ୍ୱାରା ଆଖିକୁ ଆରମ ଲାଗିବ । +ଆଖି ଧୋଇବା ପରେ ଫ୍ୟାନ ରେ ବସନ୍ତୁ, ଏହାଦ୍ୱାରା ଆଖି ଗରମରୁ ରକ୍ଷା ପାଇପାରିବ । +ଯଦି ଖରାର ପ୍ରଭାବରେ ଆଖି ପୋଡୁଥାଏ , ତେବେ ଓଦା କପଡାରେ ଆଖି ପୋଛନ୍ତୁ । +ଏହା ପରେ ଯଦି ଆଖିରେ କୌଣସି ସମସ୍ୟ ଦେଖାଯାଏ ତାହାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । +ନିରାକରଣ +ଉକୁଷ୍ଟ ଧରଣର ରଙ୍ଗିନ ବା କଳା ଚଷମା ପ୍ରଚଣ୍ଡ ଗ୍ରୀଷ୍ମରେ ଆପଣଙ୍କ ମୁଲ୍ୟବାନ ଆଖିକୁ କ୍ଷତି’କାରକ ଅଲଟ୍ରା ଭାଓଲେଟ ‘ବି’ ର ବିକିରଣରୁ ସୁରକ୍ଷା ପ୍ରଦାନ କରିଥାଏ । +ଯଦିଓ ଏହି ଚଷମା ବ୍ୟବହାର ଦ୍ଵାରା ଆପଣ ସତ ପ୍ରତିଶତ ସୁରକ୍ଷା ନ ପାଇ ପାରନ୍ତି ତଥାପି ଏହା ଏକ ଉତ୍ତମ ମାଧ୍ୟମ । +ବିଜ୍ଞାନର ବିକାଶ ସହିତ ଉନ୍ନତମାନର କଣ୍ଟାକ୍ଟ ଲେନ୍ସ ମଧ୍ୟ ଉଦ୍ଭାବନ ହୋଇସାରିଲାଣି । +ଯାହା ଅଲଟ୍ରା ଭାଓଲେଟ ରଶ୍ମିକୁ ଅତିମାତ୍ରା ଅବଶୋଷଣ କରିପାରେ । +କଣ୍ଟାକ୍ଟ ଲେନ୍ସ ବ୍ୟବହାର ଦ୍ଵାରା ଆଖିର ସୁରକ୍ଷା ହୋଇପାରେ । +କିନ୍ତୁ ଆଖିର ବାହ୍ୟ ସୁରକ୍ଷା ପାଇଁ ରଙ୍ଗିନ ବା କଳା ଚଷମା ବ୍ୟବହାର ଅପରିହାର୍ଯ୍ୟ । +ଆମେରିକାର ବିଶିଷ୍ଟ ଆଖି ବିଶେଷଜ୍ଞମାନେ ଏହି କଣ୍ଟାକ୍ଟ ଲେନ୍ସ ଓ ରଙ୍ଗିନ ଚଷମା ଉଭୟ ବ୍ୟବହାର ପାଇଁ ପରାମର୍ଶ ଦେଇଥାନ୍ତି । +ଭାରତ ବର୍ଷ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ଗ୍ରୀଷ୍ମରେ ଯଥାସମ୍ଭବ ପ୍ରଖର ଖରାରେ କାର୍ଯ୍ୟ କରିବା ବା ଅଧିକ ସମୟ ଖରାରେ ବୁଲିବାର ଦୂରେଇ ରହିବା ଆବଶ୍ୟକ । +ଅଲଟ୍ରା ଭାଓଲେଟ ରଶ୍ମି ଅବଶୋଷକ କଣ୍ଟାକ୍ଟ ଲେନ୍ସ ଓ ଉନ୍ନତ ଧରଣର ରଙ୍ଗୀନ ବା କଳା ଚଷମା ପିନ୍ଧି ବାହାରକୁ ବାହାରିବା ଉଚିତ୍ । +ଏୟାର କଣ୍ଡିସନ୍ ର ରୁମ୍ ରେ ବସୁଥିବା ଲୋକ ମନେରଖିବା ଜରୁରୀ ଏୟାର କଣ୍ଡିସନ୍ ରୁ ବାହାରିବା ପରେ ସଙ୍ଗେ ସଙ୍ଗେ ଖରାକୁ ଯିବା ଅନୁଚିତ୍ । +କାରଣ ୨୦-୨୨ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ବସିବା ଯୋଗୁଁ ଶରୀର ଏହାକୁ ଗ୍ରହଣ କରିଥାଏ । +ଯଦି ହଠାତ୍ ଖରାକୁ ବାହାରିବେ, ତେବେ ୪୫-୪୬ ଡିଗ୍ରୀ ତାପମାତ୍ରା ଶରୀର ଗ୍ରହଣ କରିପାରେ ନାହିଁ । +ଫଳରେ ବିଭିନ୍ନ ଚର୍ମ ରୋଗ ବାହାରିବା ସହିତ ବ୍ୟକ୍ତିକୁ ଅଂଶୁଘାତ ହେବାର ଆଶଙ୍କା ବଢିଯାଏ । +ତେଣୁ ଏସିରୁ ବାହାରିବା ପରେ କିଛି ସମୟ ଛାତ ତଳେ ରହନ୍ତୁ । +ଯେପରି ଶରୀର ବାହାର ତାପମାତ୍ରାକୁ ଗ୍ରହଣ କରିପାରିବ । +ସଙ୍ଗେରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ । +ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ । -- GitLab