diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_4 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_4 new file mode 100644 index 0000000000000000000000000000000000000000..1e92afc1aff4f4ec0de2985e96970831ad1c0e68 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_4 @@ -0,0 +1,144 @@ +କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁସ୍ତକ ମନୋନୟନ ବିବାଦ + ଓଡ଼ିଆସାହିତ୍ୟ ପ୍ରବନ୍ଧକ +ତା: ଫେବୃଆରୀ ୩, ୨୦୧୨ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଓଡ଼ିଆ ଉପନ୍ୟାସ ‘ଅଚିହ୍ନା ବାସଭୂମି’ ପୁରସ୍କାର ଉପରେ ରହିତାଦେଶ +କଟକ: ରାଜ୍ୟରେ ସମ୍ପ୍ରତି ସାହିତ୍ୟ ପୁରସ୍କାରକୁ ନେଇ ବିବାଦ ଘନେଇ ଥିବାବେଳେ ଏବେ ଉଚ୍ଚନ୍ୟାୟାଳୟରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପୁସ୍ତକ ମନୋନୟନକୁ ନେଇ ମାମଲା ଯୋଗୁଁ ଏହି ପ୍ରସଙ୍ଗ ଅଧିକ ଘନୀଭୂତ ହୋଇଛି । +ବିଶେଷକରି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଆ ସାହିତ୍ୟ ପାଇଁ ଚୟନ କରାଯାଇଥିବା ଉପନ୍ୟାସ “ଅଚିହ୍ନା ବାସଭୂମି” ପାଇଁ କଳ୍ପନାକୁମାରୀ ଦେବୀଙ୍କୁ ଦିଆଯିବାକୁ ଥିବା ପୁରସ୍କାର ଉପରେ ଉଚ୍ଚନ୍ୟାୟାଳୟ ରହିତାଦେଶ ଜାରି କରିଛନ୍ତି । +ମୁଖ୍ୟବିଚାରପତି ଭି.ଗୋପାଳ ଗୌଡ଼ ଓ ବିଚାରପତି ବିଶ୍ବନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ରହିତାଦେଶ ଜାରି କରିବା ସହ ପ୍ରତିପକ୍ଷ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସଚିବ, କେନ୍ଦ୍ର ସାହତ୍ୟ ଏକାଡ଼େମୀର ସଭାପତି ଓ ସମ୍ପାଦକ, ଏକାଡ଼େମୀର ଆବାହକ, ଲେଖିକା ଓ ପ୍ରକାଶକଙ୍କୁ ନୋଟିସ ଜାରି କରିଛନ୍ତି । +ଫଳରେ ଫେବୃୟାରୀ ୧୪ରେ ‘ଅଚିହ୍ନା ବାସଭୂମି’ ପାଇବାକୁ ଥିବା ପୁରସ୍କାରରୁ କଳ୍ପନାକୁମାରୀ ଦେବୀ ବଞ୍ଚିତ ହେବା ଆଶଙ୍କା ରହିଛି । +ଉଲ୍ଲେଖଯୋଗ୍ୟ ଯେ, ୨୦୧୧ ବର୍ଷରେ ପୁରସ୍କାର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓଡ଼ିଆ ଉପନ୍ୟାସ ‘ଅଚିହ୍ନା ବାସଭୂମି’କୁ ଚୟନ କରାଯାଇଥିଲା । +ପୁସ୍ତକ ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଜଣେ ପ୍ରକାଶକ ଶ୍ରୀଚରଣ ପ୍ରତାପ (କନିଷ୍କ)ଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା । +ଆବେଦନକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ଏକାଡ଼େମୀ ନିୟମ ମୁତାବକ ଯେଉଁ ବର୍ଷ ପାଇଁ ପୁରସ୍କାର ଘୋଷଣା କରାଯିବ ତାର ପୂର୍ବବର୍ତ୍ତୀ ବର୍ଷର ପୂର୍ବ ୩ ବର୍ଷର ପୁସ୍ତକୁ ମନୋନୟନ ପ୍ରକ୍ରିୟାରେ ସ୍ଥାନିତ କରାଯିବା କଥା । +କିନ୍ତୁ ଅଚିହ୍ନା ବାସଭୂମି ପୁସ୍ତକ ୨୦୧୦ ରେ ପ୍ରକାଶ ପାଇଥିଲେ ସୁଦ୍ଧା ଏହି ପୁସ୍ତକକୁ ପ୍ରକାଶକ ତଞ୍ଚକତା କରି ୨୦୦୯ ରେ ପ୍ରକାଶ ପାଇଛି ବୋଲି ଯାହା ଦର୍ଶାଇଛନ୍ତି ତାହା ସମ୍ପୂର୍ଣ୍ଣ ଆଇନ ବିରୋଧୀ ବୋଲି ପିଟିସନରେ ଉଲ୍ଲେଖ କରାଯାଇଥିଲା । +ଗତ କିଛି ଦିନହେଲା ଏହି ପୁରସ୍କାରକୁ ନେଇ ବିବାଦ ବଢ଼ିଚାଲିଥିଲାବେଳେ ଓଡ଼ିଆ ସାହିତ୍ୟିକମାନେ ପରସ୍ପର ବିରୋଧୀ ମତଦେବା ଘଟଣା ଏବେ ଆଲୋଚନାର ବିଷୟ ହୋଇଛି । +ଏଭଳି ସ୍ଥିତିରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷିତ ଓଡ଼ିଆ ଭାଷାର ପୁରସ୍କାର ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । +୧୦ ଦିନ ବ୍ୟାପୀ ଅଷ୍ଟାଦଶ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅନୁଷ୍ଠିତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜାନୁଆରୀ ୧୬, ୨୦୧୨ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ପୁରୀ: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, କଟକ ପୁରୀ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ଦଶଦିନ ବ୍ୟାପୀ ଅଷ୍ଟାଦଶ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦ୍‌ଯାପିତ ହୋଇଯାଇଛି । +sahityaଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ ବୋଲି କହିଥିଲେ । +ପାଠକଙ୍କ ହୃଦୟସ୍ପର୍ଶୀ ହେବାପରି କବିତା ରଚନା କରିବାକୁ ସେ ପରାମର୍ଶ ଦେବା ସହ ଜାତୀୟ ସ୍ତରରେ ଓଡ଼ିଆ ସାହିତ୍ୟର ରହିଥିବା ସ୍ବତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ଲେଖକମାନେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ । +ବିପ୍ଳବୀ କବି ହୁସେନ୍‌ ରବି ଗାନ୍ଧୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ଶାସନ ସଚିବ ଦିଗାମ୍ବର ମହାନ୍ତି ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ । +ଏହିପରି ପୁସ୍ତକ ମେଳା ଆୟୋଜନ ଦ୍ବାରା ସାରସ୍ବତ ଆନ୍ଦୋଳନ ଅଧିକ ବ୍ୟାପକ ହେବା ସହ ସାହିତ୍ୟ ପ୍ରତି ଲୋକପ୍ରିୟତା ବୃଦ୍ଧି ପାଉଛି ବୋଲି ଏହି ଅବସରରେ ବକ୍ତାମାନେ ମତ ଦେଇଥିଲେ । +ପୁରୀ ଜିଲ୍ଲା ପରିଷଦ ସଭାପତି ଶଙ୍କର୍ଷଣ ପରିଡ଼ା ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ କମିଟିର ସମ୍ପାଦକ ଚକ୍ରଧର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । +ଏହି ଅବସରରେ ସାହିତ୍ୟିକ ଡ.ବଳରାମ ଦାସ ଓ ଗବେଷକ ପ୍ରଫେସର ବ୍ରଜକିଶୋର ସ୍ବାଇଁଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରାଯାଇଥିଲା । +ଶରଧାବାଲିରେ ଅନୁଷ୍ଠିତ ଉକ୍ତ ପୁସ୍ତକ ମେଳାରେ ପ୍ରତିଦିନ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଆୟୋଜିତ ହୋଇଥିଲା । +ସାମାଜିକ ବିକାଶ ସହିତ ବ୍ୟକ୍ତିର ବିକାଶ ପାଇଁ ସାହିତ୍ୟର ଭୂମିକା ଗୁରୁତ୍ବପୂର୍ଣ୍ଣ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜାନୁଆରୀ ୧୦, ୨୦୧୨ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ଜାତୀୟ ଲେଖକ ସମ୍ମିଳନୀ ଓ ପତ୍ରିକାହାଟ ଅନୁଷ୍ଠିତ +ଭୁବନେଶ୍ବର: ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ନବମ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀ ଓ ଚତୁର୍ଥ ପତ୍ରିକାହାଟ’ ସ୍ଥାନୀୟ କିଟ୍‌ ବିଶ୍ବବିଦ୍ୟାଳୟ ପରିସରର ଅନୁଷ୍ଠିତ ହୋଇଯାଇଛି । +khabaraଗୋଟିଏ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାର ସହିତ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସାହିତ୍ୟ ଏକ ବଳିଷ୍ଠ ମାଧ୍ୟମ । +ଯେଉଁ ଭାଷାର ସାହିତ୍ୟ ବଳିଷ୍ଠ ଓ ଅଧିକ ପଠନୀୟ ସେହି ଭାଷା ଅଧିକ ଗ୍ରହଣୀୟ ଓ ସମୃଦ୍ଧ । +ଯୁଗ ଓ ସମୟ ସହିତ ତାଳ ଦେଇ ସାହିତ୍ୟରେ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏହାକୁ ସାହିତ୍ୟିକମାନେ ସେମାନଙ୍କ ଲେଖା ମାଧ୍ୟମରେ ପାଠକଙ୍କ ନିକଟରେ ପହଞ୍ଚାଇବା ଉଦ୍ୟମ କରୁଛନ୍ତି । +ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅଭିବୃଦ୍ଧି ସହିତ ତାଳ ଦେଇ ସାହିତ୍ୟିକ ଏବଂ ସାହିତ୍ୟ ଲେଖା ବୃଦ୍ଧି ପାଇବା ଆମ ଦେଶ ପାଇଁ ଏକ ଶୁଭ ସୂଚନା ବୋଲି ଜାତୀୟ ଲେଖକ ସମ୍ମିଳନୀରେ ଯୋଗଦେଇଥିବା ବକ୍ତାମାନେ ମତ ଦେଇଛନ୍ତି । +ଏହି ଅବସରରେ ଆୟୋଜିତ ଜାତୀୟ ଲେଖକ ସମ୍ମିଳନୀକୁ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଠ ଶତପଥୀ ଉଦ୍‌ଘାଟିତ କରିଥିଲେ । +ବରିଷ୍ଠ ସାହିତ୍ୟିକ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ବ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସାରସ୍ବତ ସମାବେଶରେ ଓଡ଼ିଶା ଏବଂ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ସାହିତ୍ୟିକ ଯୋଗ ଦେଇ ଆଲୋଚନରେ ଭାଗ ନେଇଥିଲେ । +ଏହି ଅବସରରେ ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ କଥାକାର ଆଚ୍ୟୁତାନନ୍ଦ ପତିଙ୍କୁ ‘କାଦମ୍ବିନୀ ସାରସ୍ବତ ସମ୍ମାନ-୨୦୧୨’ ରେ ସମ୍ବର୍ଦ୍ଧିତ କରାଯାଇଥିଲା । +ବୟୋଜ୍ୟେଷ୍ଠ ପତ୍ରିକା ସମ୍ପାଦକ ଭାବରେ ଅମୃତାୟନ ପତ୍ରିକାର ସମ୍ପାଦିକା ଗୀତା ହୋତାଙ୍କୁ ସ୍ବତନ୍ତ୍ରଭାବେ ସମ୍ମାନିତ କରାଯାଇଥିଲା । +ଅଧ୍ୟାପକ ବିଶ୍ବରଞ୍ଜନ ଉପନ୍ୟାସ ପୁସ୍ତକ ‘ଛକ’, ଅରୁନ୍ଧତୀ ସୁବ୍ରମଣିୟମ୍‌ଙ୍କ ପ୍ରବନ୍ଧ ସଙ୍କଳନ ‘ବିଶ୍ବାସର ଖେଳ’ ଓ କାଦମ୍ବିନୀ ମିଡ଼ିଆ ପ୍ରକାଶିତ ‘କାଦମ୍ବିନୀ ଆମ ରୋଷେଇ’ (ଦ୍ବିତୀୟ ଭାଗ) ପୁସ୍ତକ ଏବଂ କଥାରେ କଥାରେ ଉପନ୍ୟାସରେ ନାରୀ ଚରିତ୍ର(ଦ୍ବିତୀୟ ଭାଗ)ର ଶୁଭ ଉନ୍ମୋଚନ ହୋଇଥିଲା । +ଅଧ୍ୟାପକ ବିଶ୍ବରଞ୍ଜନ ତାଞ୍ଜ ସଭାପତିତ୍ବ ଭାଷଣରେ ଲେଖକମାନଙ୍କୁ ଦିଗ୍‌ଦର୍ଶନ ଦେଇ ଏ ଜ୍ଞାନଭିତ୍ତିକ ସମାଜରେ ସାହିତ୍ୟ ସ୍ନେହ ଓ ସଦ୍‌ଭାବ ବଢ଼ାଇବା ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ । +ସେହିପରି ସଭାରେ ଯୋଗଦେଇଥିବା ସାହିତ୍ୟିକମାନେ ସାହିତ୍ୟିକମାନଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । +ଏଥିରେ ଆୟୋଜିତ ପତ୍ରିକା ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ସାହିତ୍ୟିକ ଏବଂ ପତ୍ରିକା ପ୍ରକାଶନୀ ସଂସ୍ଥା ଯୋଗଦେଇ ସେମାନଙ୍କ ପୁସ୍ତକ ଓ ପତ୍ରପତ୍ରିକାର ସମ୍ଭାର ସଜାଇଥିଲେ । +ଏହି ଅବସରରେ ଆୟୋଜିୟ ବିଶେଷ ମନୋରଞ୍ଜନ କାର୍ଯ୍ୟକ୍ରମରେ ମନଛୁଆଁ ‘ଅକ୍ଷୟ ସଙ୍ଗୀତ’ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । +ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ ଅନୁଷ୍ଠିତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଡିସେମ୍ବର୍ ୧୨, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +SAHITYA-SAMAROHOନାରୀର ଶକ୍ତି ହିଁ ନାରୀର ମୁକ୍ତି +ରାଉରକେଲା: ନାରୀ ଭିତରେ ଥିବା ଶକ୍ତି ହିଁ ନାରୀଙ୍କୁ ମୁକ୍ତି ଆଡକୁ ନେଇଯିବ । +ଆଉ ତା ଦେଇ ଭୋଗବାଦର ସମୟ ଭିତରେ ନାରୀ ଏକ ପଣ୍ୟ ବସ୍ତୁ ହୋଇଯାଇଛି । +ଯେତେବେଳେ ନାରୀ ଅତ୍ୟାଚାରରେ ସମଗ୍ର ପୃଥିବୀ ଆଚ୍ଛାଦିତ ହୋଇଛି ସେତେବେଳେ ନାରୀ ମୁକ୍ତି କଣ ? ଏତେ ନିର୍ଯ୍ୟାତନା ଭିତରେ ବି ନାରୀ ଉଠିଆସେ ଆଉ କହେ ମୁଁ ବଞ୍ଚିଛି । +ଆଜି ଓଡ଼ିଶା ଲେଖିକା ସଂସଦ, ସୁନ୍ଦରଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ମ୍ୟୁଜିକ୍ ସର୍କଲ ପରିସରରେ ଆୟୋଜିତ ଆତ୍ମିକ ମୁକ୍ତିର ଦରଜାରେ ଆଜିର ନାରୀ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାହିତ୍ୟିକ ଏବଂ ସାମ୍ବାଦିକ ଅଧ୍ୟାପକ ବିଶ୍ବରଞ୍ଜନ ଏହା କହିଛନ୍ତି । +ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥିଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । +ଶ୍ରୀ ପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ସାହିତ୍ୟ ସମୟର ସ୍ରୋତରେ ପରିବର୍ତ୍ତନ ହୋଇଛି । +ବର୍ତ୍ତମାନର ସମାଜ ଛଳନା ଆଉ କପଟ ଭିତରେ ବଞ୍ଚିଛି ଏବଂ ସମାଜର କପଟତା ମଧ୍ୟ ସାହିତ୍ୟକୁ ପ୍ରଭାବିତ କରୁଛି । +ତଥାପି ଘଟନା ପ୍ରବାହ ମଧ୍ୟରେ ସାହିତ୍ୟ ବଞ୍ଚିଛି ଏବଂ ବଞ୍ଚିବ ମଧ୍ୟ । +ଅନ୍ୟତମ ସମ୍ମାନିତ ବକ୍ତାଭାବେ ଡିଏଭି ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ଲାଭ କ୍ଷତିର ଏହି ସମାଜରେ ଶାଶ୍ବତ ମୂଲ୍ୟବୋଧ କମିକମି ଯାଉଛି, ଏଣୁ ପିଲାମାନଙ୍କୁ ପ୍ରାଥମିକ ସ୍ତରରୁ ହିଁ ସତ୍ୟ ଓ ବିବେକାନୁଦିତ କରିବା ପିତାମାତା ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଗୁରୁଦାୟିତ୍ବ ରହିବା ଉଚିତ୍‌ । +ଆଲୋଚନାଚକ୍ରରେ ସମ୍ମାନିତ ବକ୍ତାଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷା ଝରଣା ପଟ୍ଟନାୟକ ଭାଗନେଇ ନାରୀମୁକ୍ତି ପାଇଁ ନାରୀମାନେ ମାନସିକ ସ୍ତରରେ ନିଜ ଜ୍ଞାନର ପ୍ରସ୍ଫୁଟିତ କରିବା ଆବଶ୍ୟକ ବୋଲି କହିଥିଲେ । +ପ୍ରାରମ୍ଭରେ ସଂସଦର ଆବାହିକା ଅଳକା ଚାନ୍ଦ ଅତିଥି ପରିଚୟ ଦେବା ସହ ସଂସଦ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । +ଶ୍ରୀମତୀ ଚାନ୍ଦ ଲେଖକ ନିଷ୍ଠା ପରାୟଣ ହୋଇ ସାହିତ୍ୟ ସୃଷ୍ଟି କରିବାକୁ କହିଥିଲେ । +ଏହାପରେ ଭଦ୍ରକ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡ. ରାଧାରାଣୀ ମହାମାତ୍ର, ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାଧ୍ୟାପିକା ରୁକ୍ମଣୀ ସାହୁ, ପ୍ରିୟଦର୍ଶିନୀ ମହାବିଦ୍ୟାଳୟର ଅଧ୍ୟାପିକା ଡ.ମଞ୍ଜୁଶର୍ମା ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । +ସାହିତ୍ୟ ସମାରୋହରେ ଜ୍ୟୋତ୍ସ୍ନା ପଟ୍ଟନାୟକଙ୍କୁ କଲ୍ୟାଣୀ ରାୟ ସ୍ମୃତି ସମ୍ମାନିତ କରାଯାଇଥିଲା । +ଏହି ଅବସରରେ ସଂସଦର ସାଧାରଣ ସମ୍ପାଦିକା ବବିତା ମହାପାତ୍ର ମାନପତ୍ର ପାଠ କରିଥିଲେ । +ସମାରୋହରେ ସଂସଦର ସ୍ମରଣିକା “ପୁଣ୍ୟତୋୟା”କୁ କବି କବିବର ପରିଡ଼ା ଓ ଅନ୍ୟ ଅତିଥିମାନେ ଉନ୍ମୋଚିତ କରିଥିଲେ । +କାର୍ଯ୍ୟକ୍ରମକୁ ଅଧ୍ୟାପିକା କିଶୋରୀ ଦାସ ସଂଯୋଜନା କରିଥିଲେ । +ଅଧ୍ୟାପିକା କଳନା ଭୂୟାଁ ନିଜସ୍ବ ପ୍ରବନ୍ଧ “ଆତ୍ମିକ ମୁକ୍ତିର ଦରଜାରେ ଆଜିର ନାରୀ”କୁ ପାଠ କରିଥିଲେ । +ଅପରାହ୍ନରେ ଆୟୋଜିତ କବିତା ପାଠୋତ୍ସବରେ ବିଶିଷ୍ଟ ଅତିଥିଭାବେ ସୁନ୍ଦରଗଡ଼ର ଗୀତିକାର ଦୁର୍ଗା ପଣ୍ଡା ଏବଂ ବୈଦର କବି ସନ୍ୟାସୀ ନାୟକ ଯୋଗଦେଇଥିଲେ । +ଏହି ସାହିତ୍ୟ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ଲେଖିକା, କବି, ଗାଳ୍ପିକ ଯୋଗ ଦେଇଥିଲେ । +ରାଜଧାନୀ ପୁସ୍ତକ ମେଳା ଆରମ୍ଭ : ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ ପାଇଁ ଗଜପତି ମହାରାଜଙ୍କ ଆହ୍ବାନ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଡିସେମ୍ବର୍ ୨, ୨୦୧୧ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର : ଶିକ୍ଷା ସମାଜ ଓ ବ୍ୟକ୍ତିର ଦର୍ପଣ ସଦୃଶ । +ତେଣୁ ଅଧିକ ସଂଖ୍ୟାରେ ଜ୍ଞାନ ଆହରଣ କରିବାକୁ ହେଲେ ଅଧିକ ପୁସ୍ତକ ଅଧ୍ୟୟନ କରିବାର ଅବଶ୍ୟକ ରହିଛି ବୋଲି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି । +ଗୁରୁବାର ଦିନ ଦ୍ବାଦଶ ରାଜଧାନୀ ପୁସ୍ତକ ମେଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଜପତି ମହାରାଜ କହିଲେ ଯେ ଦିନକୁ ଦିନ ସମାଜର ପିଲାମାନେ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନରୁ ଦୂରେଇ ଯାଉଛନ୍ତି । +ତେଣୁ ଛାତ୍ରଛାତ୍ରୀ, ଯୁବ ସମାଜ ଅଧିକରୁ ଅଧିକ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ କରିବା ଦରକାର ବୋଲି ସେ ପ୍ରକାଶ କରିଥିଲେ । +ଗତକାଲି ଠାରୁ ଆରମ୍ଭ ହୋଇଥିବା ରାଜଧାନୀ ପୁସ୍ତକ ମେଳାରେ ୫୫୦ଟି ଷ୍ଟଲ ଲାଗିଛି । +୧୪ଟି ରାଜ୍ୟର ପ୍ରକାଶକ ଓ ବିତରକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ପୁସ୍ତକମେଳା ରାଜଧାନୀର ସର୍ବ ବୃହତ୍ତ ପୁସ୍ତକମେଳା ଭାବେ ପରିଚିତ ବୋଲି ପୁସ୍ତକ ମେଳାର ସଂଯୋଜକ କାଳୀ ପ୍ରସାଦ ଦାସ ପ୍ରକାଶ କରିଥିଲେ । +୧୨ ଦିନ ଧରି ଚାଲିବାକୁ ରହିଥିବା ଏହି ମେଳାରେ ପ୍ରତିଦିନ ସନ୍ଧ୍ୟାରେ ସାରସ୍ବତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । +ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକ ମେଳା ଆୟୋଜନ କମିଟିର ସମ୍ପାଦକ ବିଧୂ ଭୂଷଣ ପଟ୍ଟନାୟକ, ଆବାହକ ରମେଶ ଚନ୍ଦ୍ର ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ । +ସ୍ବର୍ଗତ ସ୍ବାହା ଶୁକ୍ଳଙ୍କ ଦୁଇ ପୁସ୍ତକ ଉନ୍ମୋଚିତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଡିସେମ୍ବର୍ ୨, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ରାଉରକେଲା: ସ୍ଥାନୀୟ ରାଉରକେଲା କ୍ଲବ୍ ପରିସରରେ ସ୍ବର୍ଗତ ସ୍ବାହା ଶୁକ୍ଳଙ୍କର ରଚିତ ଗଳ୍ପ ସଙ୍କଳନ “ବିପଞ୍ଚି” ଓ କବିତା ସଙ୍କଳନ “ମନ୍ଦାକିନୀ” ନାମକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି । +ବିଶିଷ୍ଟ ଲେଖକ ଅସୀମ ବସୁ ଓ ବାମପନ୍ଥି ନେତା ଜନାର୍ଦ୍ଦନ ପତି ଏହି ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଥିଲେ । +ସ୍ବର୍ଗତ ସ୍ବାହା ଶୁକ୍ଳଙ୍କର ଲେଖନୀରେ ସାଧାରଣ ମଣିଷର ଜୀବନଜୀବିକା, ଅନ୍ଧବିଶ୍ବାସ ଓ କୁସଂସ୍କାର ଆଦି ବେଶ ମର୍ମସ୍ପର୍ଶୀ ବୋଲି ଏହି ଅବସରରେ ଆୟୋଜିତ ଉତ୍ସବରେ ବକ୍ତାମାନେ ମତ ଦେଇଥିଲେ । +ଲେଖିକା କନକଲତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଗାଳ୍ପିକ ଓ ସ୍ତମ୍ଭକାର ଦେବେନ୍ଦ୍ର ମହାନ୍ତି ଏବଂ ପୂର୍ଣ୍ଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । +ଗତବର୍ଷ ଲେଖିକା ସ୍ବହା ଶୁକ୍ଳଙ୍କର ଅକାଳ ବିୟୋଗ ଘଟିଥିଲା । +ତାଙ୍କର ଅପ୍ରକାଶିତ ଲେଖାଗୁଡିକୁ ତାଙ୍କ ପତି ସୀମାଞ୍ଚଳ ଶୁକ୍ଳଙ୍କ ଉଦ୍ୟମରେ ଏକତ୍ରିତ ହୋଇ ପ୍ରକାଶନ ନିମନ୍ତେ ପ୍ରସ୍ତୁତ ହୋଇଥିଲା । +ଏହାର ଫଳସ୍ବରୂପ ଏବଂ ଲେଖିକା କନକଲତା ମିଶ୍ରଙ୍କର ସମ୍ପାଦନାରେ ଉକ୍ତ ପୁସ୍ତକ ଦୁଇଟି ପ୍ରକାଶ ପାଇଛି । +ସାଧାରଣ ମଣିଷର ସ୍ବାର୍ଥ ସହ ଜଡିତ ହେଲେ ହିଁ ସାହିତ୍ୟ କାଳଜୟୀ ହୋଇପାରିବ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ନଭେମ୍ବର୍ ୧୬, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +odia-sahityaରାଉରକେଲା: ପ୍ରଗତିଶୀଳ ସାହିତ୍ୟ ପତ୍ରିକା ଭିଡ ଭିତରେ ଭିନ୍ନ ସ୍ବର “ଅକ୍ଷର”ର ଶରତ ସ୍ବତନ୍ତ୍ର ସଂଖ୍ୟା ସ୍ଥାନୀୟ କଲଚରାଲ ଏକାଡେମୀ ପରିସରରେ ଉନ୍ମୋଚିତ ହୋଇଯାଇଛି । +ଏହି ଅବସରରେ ସ୍ବର୍ଗତ ସନତ ରାୟ ଏବଂ କୀର୍ତ୍ତନ ପରିଡାଙ୍କ ଫଟୋଚିତ୍ରରେ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । +ଏହାପରେ ଅକ୍ଷୟ ପତ୍ରିକାର ସମ୍ପାଦକ ଅମିୟ ପାଣ୍ଡବ ପତ୍ରିକାର ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । +ଏହି ଅବସରରେ “ସାହିତ୍ୟ ଓ ସାଧାରଣ ମଣିଷର ସ୍ବାର୍ଥ” ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଭୂପେନ ମହାପାତ୍ର ଯୋଗ ଦେଇ ଓଡ଼ିଆ ସାହିତ୍ୟର ପରିବର୍ତ୍ତିତ ଦିଗ ଉପରେ ଆଲୋକପାତ କରିଥିଲେ । +ଦିନକୁ ଦିନ ପରିବର୍ତ୍ତିତ ସମୟ ଓ ପରିସ୍ଥିତି ଏବଂ ପାଠକୀୟ ଋଚିକୁ ସମ୍ମାନ ଦେଇ ସାହିତ୍ୟିକମାନେ ଲେଖନୀ ଚାଳନା କରିବା ନିମନ୍ତେ ଶ୍ରୀ ମହାପାତ୍ର ଆହ୍ବାନ ଦେଇଥିଲେ । +ଉତ୍ସବରେ ମୁଖ୍ୟବକ୍ତା ଇତିହାସ ପ୍ରଧ୍ୟାପକ ଡ. ପ୍ରଭାତ ମଲ୍ଲିକ ଯୋଗ ଦେଇ ସାହିତ୍ୟ ଏବେ ସାଧାରଣ ମଣିଷର କଥା କହୁଛି ଏବଂ ଆଗାମୀ ଦିନରେ କହିବ ଏବଂ ଶ୍ରେଣୀ ବିଭକ୍ତ ସମାଜରେ ସାହିତ୍ୟ ବୌଦ୍ଧିକ ବିଳାସ ହେବା ଉଚିତ ନୁହେଁ ବୋଲି କହିଥିଲେ । +ଯେଉଁ ସାହିତ୍ୟ ସାଧାରଣ ମଣିଷର କଥା କହିବ ସାଧାରଣ ମଣିଷର ସ୍ବାର୍ଥସହ ସମ୍ପର୍କୀତ ହେବ ତାହା ହିଁ କାଳଜୟୀ ହୋଇପାରିବ ବୋଲି ଡ.ମଲ୍ଲିକ କହିଥିଲେ । +ଏହି ଉତ୍ସବରେ ଅମୀୟ ପାଣ୍ଡବଙ୍କର ଗଳ୍ପା ସଙ୍କଳନ “କାହା କାହାଣୀ” ଓ କବିତା ସଂକଳନ “କବି, ତା କବିତା କୋଳେ” ଲୋକାର୍ପିତ ହୋଇଥିଲା । +ଏଥିରେ ଇସ୍ପାତ ସାହିତ୍ୟ ସଂସଦର ସଭାପତି ବିଦ୍ୟାଧର ବାରିକ ସଭାପତିତ୍ବ କରିଥିବାବେଳେ କୋଏଲ ସାହିତ୍ୟ ସଂସଦର ସମ୍ପାଦକ କେଳୁ ଚରଣ ବଡଜେନା ଧନ୍ୟବାଦ ଦେଇଥିଲେ । +ସମାଜର ଉନ୍ନତି ଦିଗରେ ହାସ୍ୟବ୍ୟଙ୍ଗ ସାହିତ୍ୟିକଙ୍କ ରଚନା ଗୁରୁତ୍ବପୂର୍ଣ୍ଣ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ନଭେମ୍ବର୍ ୯, ୨୦୧୧ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଇସ୍ପାତ ସହରରେ ଫତୁରାନନ୍ଦ ସ୍ମୃତି କମିଟି ଏବଂ ହାସ୍ୟବିକାଶ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ +SAPTI_SAHITYA_SANSADରାଉରକେଲା : ବ୍ୟଙ୍ଗ ପଛରେ ସମାଜ ସଂସ୍କାର ଭଳି ମହତ୍‌ ଓ ଅର୍ନ୍ତନିହିତ ଉଦ୍ଦେଶ୍ୟ ରହିଥାଏ ଏବଂ ବ୍ୟଙ୍ଗ ସାହିତ୍ୟିକମାନେ ସମାଜ ସଂସ୍କାର ଉଦ୍ଦେଶ୍ୟରେ ତ୍ରୁଟି ବିଚ୍ୟୁତିକୁ ଦର୍ଶାଇଥାନ୍ତି । +ଏଥିପାଇଁ ହାସ୍ୟବ୍ୟଙ୍ଗ ସାହିତ୍ୟକର ସମାଜ ପ୍ରତି ଗୁରୁଦାୟିତ୍ବ ରହିଛି ବୋଲି ବିଶିଷ୍ଟ ବକ୍ତାମାନେ ମତ ଦେଇଛନ୍ତି । +ଆଧୁନିକ ଓଡ଼ିଶା ହାସ୍ୟ ସାହିତ୍ୟର କାଳଜୟୀ ସ୍ରଷ୍ଟା ଫତୁରାନନ୍ଦଙ୍କ ସ୍ମୃତି ସମାରୋହରେ ରାଉରକେଲାରେ ଓଡ଼ିଶାର ସୁନାମଧନ୍ୟ ହାସ୍ୟ ବ୍ୟଙ୍ଗ କବିମାନେ ଯୋଗ ଦେଇଥିଲେ । +ସ୍ଥାନୀୟ ମ୍ୟାକ୍ସମୁଲାର ଭବନ ପରିସରରେ ଅନୁଷ୍ଠିତ ସମାରୋହରେ କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ଏବଂ ହାସ୍ୟ ବିକାଶ କେନ୍ଦ୍ରର ରଜତ ଜୟନ୍ତୀ ଉଦ୍‌ଯାପନ ଅନୁଷ୍ଠିତ ହୋଇଯାଇଛି । +ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ରାଧୁ ମିଶ୍ର ଓ ଅନ୍ୟତମ ବ୍ୟଙ୍ଗ ଲେଖକ ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ଯଥାକ୍ରମେ କାନ୍ତକବି ପୁରସ୍କାର ୨୦୦୯ ଓ ୨୦୧୦ ପ୍ରଦାନ କରାଯାଇଥିଲା । +କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡକ୍ଟର ରାମଚନ୍ଦ୍ର ବେହେରା ଯୋଗ ଦେଇ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଫତୁରାନନ୍ଦଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ବୋଲି କହିଥିଲେ । +ପ୍ରାକ୍ତନ ସାଂସଦ ତଥା ସୁସାହିତ୍ୟିକ ଅନାଦି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫତୁରାନନ୍ଦଙ୍କ ସ୍ମୃତିଚାରଣ କରିବା ଅବସରରେ ହାସ୍ୟ ବ୍ୟଙ୍ଗ କେନ୍ଦ୍ରର ଏକ ନିଜସ୍ବ ଘର ନ ଥାଇ ମଧ୍ୟ ଏହି ସଙ୍ଗଠନକୁ ରାଜ୍ୟର ବିଭିନ୍ନ ସ୍ଥାନରେରେ ଲୋକପ୍ରିୟ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । + । +କଟକ ସ୍ଥିତ ହାସ୍ୟ ବିକାଶ କେନ୍ଦ୍ରର ସଭାପତି ହୃଦାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶ୍ବ ଭାରତୀ, ଶାନ୍ତିନିକେତନର ଓଡ଼ିଆ ବିଭାଗମୁଖ୍ୟ ପ୍ରଫେସର ସବିତା ପ୍ରଧାନ ଓ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତି ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ ଯୋଗ ଦେଇଥିଲେ । +ଡ. ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଦେବା ସହିତ ହାସ୍ୟ ବିକାଶ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ବାବଦରେ ସୂଚନା ଦେଇଥିଲେ । +ଏହାର ଉଦ୍‌ଯାପନୀ କାର୍ଯ୍ୟକ୍ରମ ରାଉରକେଲାରେ ଆୟୋଜିତ ହେଉଥିବାର ଯଥାର୍ଥତା ପ୍ରତିପାଦନ କରିବା ଅବସରରେ ଫତୁରାନନ୍ଦଙ୍କ ସହିତ ରାଉରକେଲାର ଆବେଗିକ ସମ୍ପର୍କ ଏବଂ ହାସ୍ୟବ୍ୟଙ୍ଗ କେନ୍ଦ୍ରର ସମୃଦ୍ଧି ପଛରେ ରାଉରକେଲାର ଅତୁଳନୀୟ ଅବଦାନର ଅବତାରଣା କରିଥିଲେ । +ମୁଖ୍ୟବକ୍ତା ପ୍ରଫେସର ସବିତା ପ୍ରଧାନ ପତନମୁଖୀ ସମାଜକୁ ଅଧୋପତନରୁ ରକ୍ଷା କରିବାପାଇଁ ହାସ୍ୟବ୍ୟଙ୍ଗ ସ୍ରଷ୍ଟାମାନେ ଚେଷ୍ଟା କରନ୍ତି ଏବଂ ହାସ୍ୟ ରସାତ୍ମକ ସାହିତ୍ୟ କଣ ତାହା ବର୍ଣ୍ଣନା କରିବା ସହିତ ଫତୁରାନନ୍ଦଙ୍କ ବିଭିନ୍ନ ସୃଷ୍ଟିର ସମୀକ୍ଷା କରିଥିଲେ । +ସେହିଭଳି ରାଉରକେଲା ଶିଳ୍ପାଞ୍ଚଳରୁ ଏବେ ସାହିତ୍ୟାଞ୍ଚଳକୁ ରୂପାନ୍ତରିତ ହୋଇଛି ବୋଲି ପ୍ରଫେସର ପ୍ରଧାନ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । +ଉନ୍ନତ ମାନର ବ୍ୟଙ୍ଗ ସାହିତ୍ୟ ସୃଷ୍ଟି, ଉନ୍ନତ ମୁଦ୍ରଣ ଓ ପ୍ରକାଶନ ଯୋଗୁଁ ଓଡ଼ିଶାରେ ବ୍ୟଙ୍ଗ ସାହିତ୍ୟ ଅଗ୍ରଗତି କରୁଥିବା ଗର୍ବର ବିଷୟ ବୋଲି ସଭାପତି ହୃଦାନନ୍ଦ ରାୟ କହିଥିଲେ । +ନିଜ ଭିତରେ ନିଜେ ବିଭୋର ହେବା, ନିଜ ଭିତରେ ନିଜକୁ ହଜାଇ ଦେବାର ସାହିତ୍ୟ ସୃଷ୍ଟି ଫତୁରାନନ୍ଦଙ୍କ ସ୍ବତନ୍ତ୍ରତା ବୋଲି ଶ୍ରୀ ରାୟ କହିଥିଲେ । +ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ଭାବେ ଫତୁରାନନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ଡ. ଅଜୟ ପାଣି ସ୍ବାଗତ ସଙ୍ଗୀତ ଗାନ କରିଥିଲେ । +ସ୍ବର୍ଗତ ଭୂପେନ ହଜାରିକା, କୁଞ୍ଜ ରାୟ ଓ କେଦାରନାଥ ଭୂୟାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । +କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟଙ୍ଗ କବିତା କାର୍ଯ୍ୟକ୍ରମ ଅବସରରେ ଡ. ରମାକାନ୍ତ ମହାପାତ୍ର, ଦୁର୍ଗା ପଣ୍ଡା, ପଶୁକବି ସୁଶୀଲ ମିଶ୍ର, ଶ୍ରୀଯୁକ୍ତ ସତ୍ୟାନାଶ ଓ ନଖିଆ ତିହାଡ଼ି ଓ ରାଧୁମିଶ୍ର ଅଂଶ ଗ୍ରହଣ କରିଥିଲେ । +ଶେଷରେ ସମସ୍ତ ଅତିଥିଗଣ ସେକ୍ଟର-୩ ଅହିରାବନ୍ଧ ମନ୍ଦିର ପରିସରରେ ଥିବା ଶୀତଳା ମନ୍ଦିର ନିକଟରେ ଫତୁରାନନ୍ଦଙ୍କ ଦ୍ବାରା ୨୫ ବର୍ଷ ତଳେ ଲଗାଯାଥିବା ବର ଗଛ ମୂଳରେ ପ୍ରସ୍ତୁତ ପିଣ୍ଡି (ଆନନ୍ଦ ବଟ) ନିକଟକୁ ଯାଇ ଫତୁରାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ । +ସ୍ବସ୍ତି ସାହିତ୍ୟ ସଂସଦର ମାସିକ ଆସରରେ ଶାରଦୀୟ କବିତା ପର୍ବ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଅକ୍ଟୋବର୍ ୧୦, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ରାଉରକେଲା : ଇସ୍ପାତ ସହରର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ସନ୍ଧ୍ୟା ଅବସରରେ ପାର୍ବଣ ସାହିତ୍ୟ ଓ ଶାରଦୀୟ କବିତା ପର୍ବ ଗତ ଆଠ ତାରିଖ ସନ୍ଧ୍ୟାରେ ହୃଷୀକେଶ ରାୟ ମହାବିଦ୍ୟାଳୟ ପରିସରରେ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । +ପ୍ରାରମ୍ଭରେ ରାଜୀବ ପାଣି ସ୍ବାଗତ ଅଭିଭାଷଣ ଦେବାପରେ କବି ବ୍ରଜ ଦାସ ପାର୍ବଣ ସାହିତ୍ୟ ପତ୍ରିକା ମାନଙ୍କର ଏକ ସୂକ୍ଷ୍ମ ସମୀକ୍ଷା କରି କହିଲେ ଯେ, ଓଡ଼ିଆ ସାହିତ୍ୟକୁ କେବଳ ସମୃଦ୍ଧ ନୁହେଁ, ଏହାର ପ୍ରଚାର ପ୍ରସାର କରି ଏହାକୁ ବନ୍ଧାଇ ରଖିବାରେ ଯେଉଁ ପ୍ରୟାସ ଓଡ଼ିଆ ପତ୍ରିକାମାନଙ୍କ ଦ୍ବାରା ଚାଲିଛି ତାହା ନିଶ୍ଚୟ ପ୍ରଶଂସନୀୟ । +ପ୍ରକାଶ ପାଇଥିବା ଶତାଧିକ ପତ୍ରିକାର ମୁଦ୍ରଣ ପରିପାଟୀ ଏବଂ ଏଥିରେ ସ୍ଥାନୀତ ହୋଇଥିବା ପୁରୁଣା ଲେଖକମାନଙ୍କ ସହ ବହୁ ପରିମାଣର ନୂଆ ଲେଖକ/ ଲେଖିକାମାନଙ୍କୁ ଦେଖିଲେ ଏ ଭାଷାର ସ୍ଥିତି ଓ ସ୍ଥାୟୀତ୍ବ ନେଇ ଯେଉଁ ସଂଶୟ ଆମର ଭାଷାପ୍ରେମୀଙ୍କ ଭିତରେ ଉଠିଛି, ତାହା ନିଶ୍ଚୟ ଦୂରହେଇ ପାରିବ । +ଲେଖକ ଲେଖକମାନଙ୍କୁ ଆହ୍ବାନଦେଇ ସେ କହିଲେ, କେବଳ ନିଜ ଲେଖାପଢ଼ି ଆତ୍ମ ବିଭୋର ନହୋଇ ଅନ୍ୟର ଲେଖାକୁ ଆଦର ସହ ପଡିଲେ ଜଣେ ସ୍ରଷ୍ଟାର ଦୃଷ୍ଟିଭଙ୍ଗୀ ପ୍ରସାରିତ ହୋଇପାରିବ । +ଆଲୋଚନା ପ୍ରସଙ୍ଗରେ କହିଲେ ଯେ, ରାଉରକେଲାରୁ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଶିଶିର ନାୟକ, ରାଜୀବ ପାଣି, ତ୍ରିନାଥ ସିଂ, ଦେବେନ୍ଦ୍ର ମହାନ୍ତି, ଗୀତାଞ୍ଜଳି ପତ୍ରୀ, ଭୁପେନ ମହାପାତ୍ର, ଗୌରାଙ୍ଗ ଦାଶ, ଡା. କୃପାସିନ୍ଧୁ ନାୟକ ଓ କବିବର ପରିଡା ପ୍ରଭୃତିଙ୍କର ଲେଖା ବିଭିନ୍ନ ପତ୍ରିକାରେ ଦୃଷ୍ଟିଗୋଚର ହେଉଛି ବୋଲି କହି ସେମାନଙ୍କ ଲେଖାର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । +ପରବର୍ତ୍ତୀ ପର୍ଯ୍ୟାୟରେ ବିଶିଷ୍ଟ ବ୍ୟଙ୍ଗକବି ରାଧୁ ମିଶ୍ରଙ୍କ ଉପସ୍ଥାପନାରେ ସ୍ବରୂପ ମହାପାତ୍ର ଡା. କୃପାସିନ୍ଧୁ ନାୟକ, ତ୍ରିନାଥ ସିଂ ଓ ଅଶୋକ ଚନ୍ଦ୍ର ମହାପାତ୍ର ଦୁଇଟି କରି କବିତା ପାଠ କରିଥିଲେ । +ଏଥିରେ ବିଶେଷ କବିତା ଭାବରେ ଉପେନ୍ଦ୍ର ନାଥ ଷଡ଼ଙ୍ଗୀ “ସନ୍ଧ୍ୟା” ଶୀର୍ଷକରେ ଏକ ରୀତିଧର୍ମୀ କବିତା ଆବାହନୀ କରିଥିଲେ । +ଉକ୍ତ କବିତାମାନ ରାଜ୍ୟସ୍ତରର ସ୍ବୀକୃତ କବିତା ହିସାବରେ ସ୍ଥାନୀତ ହେବାର ଯୋଗ୍ୟତା ରହିଛି ବୋଲି ରାଧୁ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । +ଏହି ଅବସରରେ ସାହିତ୍ୟ ସଂସଦର ସଭାପତି ବିଭୁତି ଭୂଷଣ ପଣ୍ଡା ନିଜର ମନ୍ତବ୍ୟ ରଖିବା ସହିତ ଉପସଭାପତି ସୁରେନ୍ଦ୍ର ନାଥ ଜେନା ଧନ୍ୟବାଦ ପ୍ରସ୍ତାବ ଅର୍ପଣ କରିଥିଲେ ।