From b1971a99ccaf54fee459327f78b9f92a2386d32d Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:34:42 +0530 Subject: [PATCH] Upload New File --- .../vikashpedia_health_odia109.txt | 29 +++++++++++++++++++ 1 file changed, 29 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia109.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia109.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia109.txt new file mode 100644 index 0000000..f7e406d --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia109.txt @@ -0,0 +1,29 @@ +ଖରା ଦିନରେ ସ୍ୱାସ୍ଥ୍ୟ ସମସ୍ୟା ! ଜାଣନ୍ତୁ କେମିତି ହେବା ସଚେତନ +ଖରା ଦିନ +ଖରାଦିନ ଆସୁଆସୁ ଏକାଧିକ ସୃଷ୍ଟି ହୋଇଥାଏ । +ଜ୍ୱର ତ ସାଧାରଣ କଥା । +ତେବେ ଗରମ ହେଉଥିବା ବେଳେ ଅସୁସ୍ଥତା ଅବସ୍ଥା ଖରାପ କରିଦିଏ । +ଜାଣନ୍ତୁ କେମିତି ହେବା ସଚେତନ । +ସ୍ୱାସ୍ଥ୍ୟ ସମସ୍ୟା +ହିଟ୍ ଷ୍ଟ୍ରୋକ୍ : +ଅତ୍ୟଧିକ ଗରମ ଯୋଗୁଁ ଲୁ ଲାଗିବା କିମ୍ବା ହିଟ୍ ଷ୍ଟ୍ରୋକ୍ ହୋଇପାରେ । +ଏଥିରେ ମୁଣ୍ଡ ବୁଲାଇବା ସହ ବାନ୍ତିହେବା ,ଜ୍ୱର ଆସିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ । +ଖରାରେ ମୁଣ୍ଡକୁ ଘୋଡାଇ ବାହାରନ୍ତୁ । +ଅଧିକ ପାଣି ପିଇବା ସହ ଘରୁ ବାହାରିବା ବେଳେ ନିଜ ସହ ଲେମ୍ବୁପାଣି ,ଲସି କିମ୍ବା ଘୋଳଦହି ନେବା ଉଚିତ୍ । +ଡିହାଇଡ୍ରେସନ : +ଶରୀରରେ ଜଳୀୟ ଅଂଶ ଅଭାବ ହୋଇ ଡିହାଇଡ୍ରେସନ ହୋଇପାରେ । +ଏପରି ହେଲେ ମୁଣ୍ଡ ବୁଲାଇଲା, କ୍ଲାନ୍ତପଣ, ମୁଣ୍ଡବ୍ୟଥା ପରି ସମସ୍ୟା ହୋଇଥାଏ । +ଦିନକୁ ଅତି କମରେ ୮ରୁ ୧୦ଗ୍ଲାସ୍ ପାଣି ନିଅନ୍ତୁ । +ଫଳରସ ,ଲସି ,ଘୋଳଦହି ପିଇପାରିବେ । +ଫୁଡ୍ ପଏଜନିଂ : +ଖରାଦିନେ ଖାଦ୍ୟ ଶୀଘ୍ର ବାସି ହୋଇଯାଏ । +ତେଣୁ ବାସି ଖାଦ୍ୟ ଖାଇବା ତଥା ଖରାପ ପାଣି ପିଇବା ଯୋଗୁଁ ଫୁଡ୍ ଡଏଜନ୍ ହୋଇପାରେ । +ଏଭଳି ହେଲେ ଶରୀରରେ ଯନ୍ତ୍ରଣା, ଦୁର୍ବଳତା, ଜ୍ୱର, ବାନ୍ତି , ଡାଇରିଆ, ମୁଣ୍ଡବ୍ୟଥା ଆଦି ହୋଇପାରେ । +ବାହାରର ଛଣାଛଣି ଖାଦ୍ୟ ନଖାଇ ଘରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ଏବଂ ଶୁଦ୍ଧ ପାଣି ପିଅନ୍ତୁ । +ଜଣ୍ଡିସ୍ +ଖରାଦିନେ ଅସ୍ୱାସ୍ଥ୍ୟକର ଖାଦ୍ୟ, ଅପରିଷ୍କାର ପାଣି ପିଇବା ତଥା ଭାଇରାଲ ଇନଫେକସନ କାରଣରୁ ଜଣ୍ଡିସ୍ ହୋଇପାରେ । +ଏଭଳି ହେଲେ ନଖ,ମୂତ୍ର,ଚର୍ମ ଏବଂ ଆଖି ହଳଦିଆ ପଡିଯାଏ । +ବାହାର ଖାଦ୍ୟ ଖାଆନ୍ତୁନାହିଁ ,ପରିଷ୍କାର ପାଣି ପିଇବା ସହ ସ୍ୱଚ୍ଛ ରହିବା ଉଚିତ୍ । +ଟାଇଫଏଡ୍: +ଖରାଦିନେ ଭାଇରାଲ୍ ଇନଫେକସନ କିମ୍ବା ଅସ୍ୱଚ୍ଛ ପାଣି କାରଣରୁ ଟାଇଫଏଡ୍ ହୋଇପାରେ । +ବାହାର ପାଣି ଓ ଖାଦ୍ୟ ଠାରୁ ଦୂରେଇ ରହିବା ସହିତ ଭଲଭାବେ ହାତ ସଫା କରି ଖାଦ୍ୟ ଗ୍ରହଣ କରନ୍ତୁ । -- GitLab