diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia95.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia95.txt new file mode 100644 index 0000000000000000000000000000000000000000..376126a17309d052c6b4e1f5c02cc109fb979307 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia95.txt @@ -0,0 +1,38 @@ +ସାତ ସଞ୍ଜୀବନୀ +ଔଷଧୀୟବୃକ୍ଷ +ମଣିଷ ହଜାରହଜାର ବର୍ଷତଳୁ ଚିକିତ୍ସା ପାଇଁ ଗଛଲତା ବ୍ୟବହାର କରିଆସୁଛି । +ଏପରିକି ଆଧୁନିକ ଯୁଗରେ ବି ଔଷଧ ପ୍ରସ୍ତୁତିରେ ଏଗୁଡିକର ବ୍ୟବହାର ବନ୍ଦ ହୋଇନାହିଁ । +ଜାଣନ୍ତୁ, ସାତଟି : ଏପରି ଔଷଧୀୟବୃକ୍ଷ ସମ୍ପର୍କରେ ଯାହା ଅସୁସ୍ଥ ମଣିଷ ଲାଗି ସଞ୍ଜବନୀ ସଦୃଶ କାମ କରିଥାଏ । +ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ( ଡବ୍ଲଏଚଓ) ଯେଉଁ କେତେକ ଉପଯୋଗୀ ଔଷଧର ତାଲିକା ପ୍ରକାଶ କରିଛି ତା' ମଧ୍ୟରେ ସିଙ୍କୋନା ଗଛରୁ ଉପଲବ୍ଧ କୁଇନାଇନ୍ ମଧ୍ୟ ରହିଛି । +ଦୀର୍ଘଦିନ ଧରି ଏହା ମ୍ୟାଲେରିଆ ରୋଗର ମହୌଷଧି ଭାବେ ବ୍ୟବହୃତ ହୋଇଥିଲା । +ଅବଶ୍ୟ ଡବ୍ଲଏଚଓ ଏବେ କେବଳ ଏହା ଦ୍ଵାରା ମ୍ୟାଲେରିଆର ଚିକିତ୍ସା କରିବାକୁ ପରାର୍ମର୍ଶ ଦେଉନାହିଁ । +ସାତ ସଞ୍ଜୀବନୀ +କାଓସ୍ଳିପ: +ଘଣ୍ଟି ଆକାରର । +ଏହି ହଳଦିଆ କାଓସ୍ଳିପ୍ ଫୁଲ ନିଶ୍ଚିତ ଭାବେ ଆକର୍ଷକ । +ତେବେ ସୁନ୍ଦର ହେବା ସହ ଏହା ଗୁଣକାରୀ । +ସାଧାରଣତଃ ୟୁରୋପ ଏବଂ ପଶ୍ଚିମ ୟୁରୋପ ଅଞ୍ଚଳରେ ଦେଖାଯାଉଥିବା ଏହି ଫୁଲ ଆଜ୍‌ମା ଓ ବ୍ରୋଙ୍କାଇଟିସ୍ ରୋଗରେ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । +ଗୁଆରାନା: +ବ୍ରାଜିଲରେ ଆମାଜନ ଅଞ୍ଚଳରେ ଦେଖାଯାଉଥିବା ଗୁଆରାନା ଲତାରୁ ଏକ ପ୍ରକାର ପାନୀୟ ପ୍ରସ୍ତୁତ କରାଯାଏ ଯାହାକୁ ଲୋକେ ବେଶ୍ ସଉକରେ ପିଇଥାନ୍ତି । +ଏହି ଲତାରେ ହେଉଥିବା ଛୋଟଛୋଟ ଲାଲ୍ କୋଳିରେ କେଫିନ ରହିଥାଏ । +ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରେ ଏହା ଉପକାରୀ । +ଆଫ୍ରିକୀୟ ଚେରୀ: +ଏହି ଗଛର ଛାଲି ଖୁବ୍ ଗୁଣକାରୀ । +କେନିଆରେ ପାରମ୍ପରିକ ଚିକିତ୍ସାରେ ଏହାର ଛାଲି ଖୁବ୍ ବ୍ୟବହାର କରାଯାଏ । + ମ୍ୟାଲେରିଆରୁ ଆରମ୍ଭ କରି ପେଟ +ଏବଂ କିଡନୀ ରୋଗରେ ଏହି ଛାଲି ଲାଭଦାୟକ । +ପ୍ରୋଷ୍ଟେଟ୍ କ୍ୟାନ୍ସର ଚିକିତ୍ସାରେ ଏହକୁ ବିଶେଷ ବ୍ୟବହାର କରାଯାଏ । +ଜିନ୍‌ସାଙ୍ଗ: +ବହୁଳ ବ୍ୟବହାର ହେଉଥିବା ଜଡିବୁଟି ଭିତରୁ ଜିନ୍‌ସାଙ୍ଗ ଅନ୍ୟତମ | ଏହାର ଚେର ଏସିଆ ଏବଂ ଉତ୍ତର ଆମେରିକାରେ ବିଭିନ୍ନ ରୋଗ ଚିକିତ୍ସାରେ ବ୍ୟବହାର କରାଯାଏ । +ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ କ୍ଲାନ୍ତି ଦୂର କରିବାରେ ଏହା ବିଶେଷ ସହାୟକ । +ଭେଟିଭର ଘାସ (ଖସଖସ୍) +ଭାରତରେ ମିଳୁଥିବା ଏହି ଘାସ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ । +ଆଣ୍ଟିସେପ୍ଟିକ ଗୁଣଯୁକ୍ତ ହୋଇଥିବାରୁ ଏହା କ୍ରିମ ଏବଂ ସାବୁନ୍ ପ୍ରସ୍ତୁତିରେ ବି ପ୍ରୟୋଗ ହୁଏ । + ଏହା ଏକ ଉତ୍ତମ ପଶୁଖାଦ୍ୟ ଏବଂ ଏଥିରୁ ବ୍ୟାଗ, ଆସନ ଆଦି ପ୍ରସ୍ତୁତ କରାଯାଇପାଚୋର | +ଡାଣ୍ଡେଲିଅନ : +ପ୍ରୋଟିନ୍ ଏବଂ ଖଣିଜ ଲବଣରେ ଭରପୂର ଏହି ଗଛ । +ମଣିଷ ଶରୀରର ଅଦରକାରୀ ତରଳ ପଦାର୍ଥ ନଷ୍ଟ କରିବା ଲାଗି ଏହାକୁ ବ୍ୟବହାର କରାଯାଏ । +ପ୍ର । +ଥା ମି କ ଗବେଷଣାରେ ଏହି ଗଛ ହଜମକ୍ରିୟାରେ ଖୁବ୍ ଉପଯୋଗୀ ବୋଲି । +ଜଣାପଡିଥିଲେ । +ଏହା ପିତ୍ତକୋଷ (ଗଲ୍ କ୍ଲାଡର) ଏବଂ ଯକୃତ ( ଲିଭର) ପାଇଁ ଖୁବ୍ ଉପକାରୀ ।