diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia93.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia93.txt new file mode 100644 index 0000000000000000000000000000000000000000..c28eaf338b95e025e208ed8a8f2507cf596d367f --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia93.txt @@ -0,0 +1,24 @@ +ଶିଶୁ ଗଛ ପତ୍ର +ଶିଶୁ ଗଛ +ଶିଶୁ ଗଛର ଘର ତିଆରି କରିବାରେ କିମ୍ବା ଘରର ଆସବାବପତ୍ର ତିଆରିରେ ବହୁଳ ବ୍ୟବହାର ହୁଏ । +ଏହା ବ୍ୟତୀତ ଶିଶୁ ଗଛରେ ଅନେକ ଔଷଧୀୟ ଗୁଣ ଭରି ରହିଛି । +ସାରା ଭାରତରେ ଶିଶୁ ଗଛ ଦେଖିବା ପାଇଁ ମିଳେ । +ଏହା ଏକ ସାଧାରଣ ଗଛ ହେଲେ ମଧ୍ୟ ଏଥିରେ ଅନେକ ଉପକାରୀ ଓ ଔଷଧୀୟ ଗୁଣ ରହିଛି । +ଶିଶୁ ଗଛର ପାଟିକୁ କଡ଼ା ତଥା କଷା ଲାଗେ । +ତେବେ ଆସନ୍ତୁ ଜାଣିବା ଶିଶୁ ଗଛର ଔଷଧୀୟ ଗୁଣ ବିଷୟରେ । +ଔଷଧୀୟ ଗୁଣ +ଜ୍ୱର ପାଇଁ +କୌଣସି ବି ପ୍ରକାର ଜ୍ୱର ପାଇଁ ୩୨୦ ମିଲିଲିଟର ପାଣି, ୧୬୦ ମିଲିଲିଟର କ୍ଷୀରରେ ୨୦ ଗ୍ରାମ୍ ଶିଶୁପତ୍ରର ରସ ମିଶାନ୍ତୁ । +ତା’ପରେ ଏହି ମିଶ୍ରଣକୁ ଭଲରେ ଫୁଟାଇ ଦିଅନ୍ତୁ । +ଗୋଟଇଏ ଦିନରେ ରୋଗିକୁ ୩ ଥର ଏହାକୁ ପିଇବା ପାଇଁ ଦିଅନ୍ତୁ । +ତ୍ୱଚା ସମ୍ମନ୍ଧୀୟ ସମସ୍ୟା ପାଇଁ +ସ୍ୱିଟ୍ ତେଲରେ କିଛି ଶିଶୁ ପତ୍ରକୁ ମିଶାନ୍ତୁ । +ଏହି ମିଶ୍ରଣକୁ ପ୍ରଭାବିତ ଅଞ୍ଚଳରେ ଲଗାନ୍ତୁ । +କିମ୍ବା ରୋଗୀକୁ ଶିଶୁ ପତ୍ରର କାଢ଼ା ତିଆରି କରି ଦିନରେ ଦୁଇ ଥର ୫୦-୧୦୦ ମିଲିମିଟର ଲେଖାଏଁ ପିଇବା ପାଇଁ ଦିଅନ୍ତୁ । +ମାସିକ ଧର୍ମ ସମୟରେ +୮ରୁ୧୦ ଟି ଶିଶୁ ପତ୍ରକୁ ୨୫ ଗ୍ରାମ ଚିନିରେ ଏକାଠି ବାଟନ୍ତୁ । +ଏହି ମିଶ୍ରଣକୁ ରୋଗୀକୁ ଦିନରେ ଦୁଇ ଥର ପିଇବା ପାଇଁ ଦିଅନ୍ତୁ । +କିଚି ଦିନ ଏପରି ବ୍ୟବହାର କରିବା ଦ୍ୱାରା ଏହି ରୋଗରୁ ମୁକ୍ତ ମିଳିବ । +ଅଲସର ପାଇଁ +ପ୍ରଭାବିତ ସ୍ଥାନରେ ଶିଶୁ ତେଲକୁ ଅଳ୍ପ ଉଷୁମ କରି ଲଗାନ୍ତୁ । +ଏହାଦ୍ୱାରା ଅଲସର ଠିକ୍ ହେବାରେ ସାହାଯ୍ୟ ମିଳେ ।