diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia194.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia194.txt new file mode 100644 index 0000000000000000000000000000000000000000..8ea8d3a16416b52b3aa0e06a3e2657935a25e4b3 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia194.txt @@ -0,0 +1,115 @@ +ସ୍ୱାସ୍ଥ୍ୟ ହିଁ ସମ୍ପଦ +ମେଦବହୁଳତା +ଶରୀରରେ ଆବଶ୍ୟକତା ଠାରୁ ଅଧିକ ଚର୍ବି ଜମାହୋଇ ମଣିଷକୁ ଅତିଶୟ ମୋଟା କରିଦେବା ଅବସ୍ଥାକୁ ସ୍ତୁଳତା ପୃଥୁଲତା ବା ମେଦବହୁଳତା କୁହାଯାଏ । +ସାଧାରଣ ଭାବରେ ଦେଖିବାକୁ ଗଲେ , ବୟସ ଓ ଉଚ୍ଚତାକୁ ଚାହିଁ ବ୍ୟକ୍ତିର ଓଜନ ଯେତେକି ରହିବା କଥା , ତାହାଠାରୁ 20 ପ୍ରତିଶତ ଅଧିକ ଓଜନ ରହିଥିଲେ , ସେ ପୃଥଳାକାୟ ବୋଲି ଧରାଯାଏ । +ଶରୀରରେ ଚର୍ବିଭାଗ ପୁରୁଷଙ୍କ କ୍ଷେତ୍ରରେ 20 ପ୍ରତିଶତରୁ ଅଧିକ ଏବଂ ମହିଳାଙ୍କ କ୍ଷେତ୍ରରେ 30 ପ୍ରତିଶତ ଅଧିକ ହୋଇଥିଲେ ମେଦବାହୁଲତାର ଶିକାର ହୋଇଛନ୍ତି ବୋଲି ଜଣାଯାଏ । +ଶ୍ଵେତସାର , ସ୍ନେହସାର ଆଦି ଭଳି ଶକ୍ତି ଯୋଗାଉଥିବା ଖାଦ୍ୟ ଉପାଦାନରୁ ଶକ୍ତିର ପରିମାନ ଏବଂ ବିଭିନ୍ନ କାର୍ଯ୍ୟଦ୍ଵାରା ବ୍ୟକ୍ତି ଶରୀରର ଶକ୍ତି ବ୍ୟୟ ମଧ୍ୟରେ ଅସନ୍ତୁଳନ ଅବସ୍ଥା ଉପୁଜି ଦେହରେ ଅଧିକ ଚର୍ବି ଜମିଗଲେ ଏଭଳି ଅବସ୍ଥା ସୃଷ୍ଟି ହୁଏ । +ତେବେ ଜଣେ ସଚେତନ ବ୍ୟକ୍ତି ଏହାର କାରଣ ସମ୍ପର୍କରେ ଜାଣିବା ଆବଶ୍ୟକ । +ଏହାଛଡା ବର୍ତ୍ତମାନ ସ୍ଥିତିରେ ଏହାର ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଉପଲ୍ଲବ୍ଧ ହେଉଥିବାରୁ ଏହାର ସୁବିଧା ନେବା ନିହାତି ଜରୁରୀ । +କାରଣ : +ମେଦବହୁଳତାର ନିର୍ଦ୍ଧିଷ୍ଟ କାରଣ ଜଣା ନପଡିଲେ ମଧ୍ୟ ବ୍ୟକ୍ତିର ବୟସ ଓ ତାର ଆର୍ଥିକ ଏବଂ ସାମାଜିକ ସ୍ଥିତି ଏହାକୁ ପ୍ରଭାବିତ କରିଥାଏ । +ବଂଶାନୁଗତିକ : +ଯଦି ବ୍ୟକ୍ତି ର ମାତା ବା ପିତା କିମ୍ବା ଉଭୟ ମେଦବହୁଳତାର ଶିକାର ହୋଇଥାନ୍ତି , ତେବେ ଜିନଗତ କାରଣରୁ ମେଦବହୁଳତା ସମ୍ଭାବନା ଥାଏ । +ଖାଦ୍ୟଜନିତ ସମସ୍ୟା : ଶରୀର ଦ୍ଵାରା ଖର୍ଚ୍ଚ ହେଉଥିବା ଶକ୍ତିଠାରୁ ଅଧିକ ଶକ୍ତି ବା କ୍ୟାଲେରୀ ଯୁକ୍ତ ଖାଦ୍ୟ ଶରୀର ଗ୍ରହଣ କଲେ , ତାହା ଶରୀରରେ ଜମାହୋଇ ମେଦବହୁଳତା ହୋଇଥାଏ । +ଏହା ବ୍ୟତୀତ ଅଧ୍ୟାଧିକ ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ମେଦବହୁଳତା ହୋଇଥାଏ । +ଅତ୍ୟାଧୁନିକ ଶାରୀରିକ ପରିଶ୍ରମର ଜୀବନଶୈଳୀ : +ଆଧୁନିକ ବୈଜ୍ଞାନିକ ଯନ୍ତ୍ରପାତିର ପ୍ରୟୋଗ ଦ୍ଵାରା ଆମେ କମ ଶାରୀରିକ ପରିଶ୍ରମରେ ବହୁ କାର୍ଯ୍ୟ କରିପାରୁଛେ । +ଯେଉଁମାନଙ୍କ ପୃଷ୍ଠିସାଧନ ଉପାଦାନ ସ୍ତର କମ ଏବଂ ଯେଉଁମାନେ ପୃଷ୍ଟିସାଧନ ଉପାଦାନ ସ୍ତର କମ ଏବଂ ଯେଉଁମାନେ ଅଳ୍ପ ଶାରୀରିକ ପରିଶ୍ରମ କରନ୍ତି , ସେମାନେ କମ ଶକ୍ତି ଆବଶ୍ୟକ କରନ୍ତି । +ତଦ୍ଵାରା ଅବଶିଷ୍ଟ ଶକ୍ତି ଶରୀରରେ ଚର୍ବି ଆକାରରେ ଜମା ହୋଇ ଶରୀରକୁ ସ୍ଥୂଲ କରିଦେଇଥାଏ । +ମାନସିକ ବିଷାଦଗ୍ରସ୍ତ / ମାନସିକ ଚାପ : +ମାନସିକ ଚାପ କିମ୍ବା ମାନସିକ ବିଷାଦଗ୍ରସ୍ତ ଦ୍ଵାରରା ମନୁଷ୍ୟର ସୁନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ । +ନିଦ୍ରାରେ ବ୍ୟାଘାତ ଯୋଗୁଁ ଶରୀରରେ ପୃଷ୍ଟିସାଧନ କ୍ଷମତା କମିଯାଏ ; ଯାହାକି ମେଦ ବହୁଳତାର କାରଣ ହୋଇଥାଏ । +ୟୋ ୟୋ ଡାଏଟିଙ୍ଗ : +ଖୁବଶୀଘ୍ର ଓଜନ କମାଇବା ପାଇଁ ବହୁ ମେଦବହୁଳ ରୋଗୀ ଖାଦ୍ୟ କମ ପରିମାଣରେ ଖାଇଥାନ୍ତି । +ଉପଯୁକ୍ତ ପୃଷ୍ଟିସାରର ଅଭାବରେ ଚର୍ବିବଦଳରେ ମାଂସପେଶୀରେ ଓଜନ କମିଯାଇଥାଏ ମାତ୍ର ହାଲିଆ ବା ଥକ୍କା ଲାଗିବା ଯୋଗୁଁ ସେହି ଲୋକମାନେ ଶାରୀରିକ ପରିଶ୍ରମ କରିନଥାନ୍ତି । +ଅତ୍ୟଧିକ ଥକ୍କା ଲାଗିବାରୁ ସେମାନେ ପୁନର୍ବାର ସମସ୍ତ ଖାଦ୍ୟ ଖାଇବା ଦ୍ଵାରା ଶରୀରର ଓଜନ ବଢିଯାଏ । +ତେଣୁ ଉତ୍ସାହିତ ହୋଇ ସେମାନେ ଓଜନ କମାଇବା ପାଇଁ ଚେଷ୍ଟା କରନ୍ତି ନାହିଁ । +ଗର୍ଭଧାରଣ ଓ ପ୍ରସୂତି : +ଗର୍ଭଧାରଣ ସମୟରେ ଫିଜିଓ ଥେରାପିଷ୍ଟଙ୍କ ସହାୟତାରେ ଉପଯୁକ୍ତ ବ୍ୟାୟାମ ନ କାଲେ ଶରୀରରେ ଓଜନ ବୃଦ୍ଧି ହୋଇଥାଏ । +ଗର୍ଭଧାନ ରେ ଯଦି ମେଦବହୁଳତାର ଶିକାର ହୁଅନ୍ତି , ଏହାର କୁପ୍ରଭାବ ଶିଶୁ ଉପରେ ମଧ୍ୟ ପଡିଥାଏ । +ଅସ୍ତ୍ରୋପଚାର ପ୍ରସାବ ହୋଇଥିଲେ , ସାଧରାଣତଃ ପେଟରେ ଥିବ ମାଂସପେଶୀରେ ଓଜନ କମିଯାଇଥାଏ ମାତ୍ର ହାଲିଆ ବା ଥକ୍କା ଲାଗିବା ଯୋଗୁଁ ସେହି ଲୋକମାନେ ଶାରୀରିକ ପରିଶ୍ରମ କରିନଥାନ୍ତି । +ଅତ୍ୟଧିକ ଥକ୍କା ଲାଗିବାରୁ ସେମାନେ ପୁନର୍ବାର ସମସ୍ତ ଖାଦ୍ୟ ଖାଇବା ଦ୍ଵାରା ଶରୀରର ଓଜନ ବଢିଯାଏ । +ତେଣୁ ହିତତ୍ସାହିତ ହୋଇ ସେମାନେ ଓଜନ କମାଇବା ପାଇଁ ଚେଷ୍ଟା କରନ୍ତି ନାହିଁ । +ମଦ୍ୟପାନ : +ଅତ୍ୟଧିକ ମଦ୍ୟପାନ ମଧ୍ୟ ଓଜନ ବୃଦ୍ଧିର କାରଣ ହୋଇଥାଏ । +ଔଷଧ ସେବନ : +ବହୁ ମାନସିକ ରୋଗ ପାଇଁ ସେବନ କରୁଥିବା ଔଷଧ ବେଳେ ବେଳେ ଓଜନ ବୃଦ୍ଧିର ଆଶଙ୍କା ଥ୍ବାଏ । +ଦୀର୍ଘଦିନ ଧରି ଗର୍ଭନିରୋଧ ବଟିକା ସେବନ କାଲେ ମଧ୍ୟ ଓଜନ ବୃଦ୍ଧିର ଆଶଙ୍କା ଥାଏ । +ଚିକିତ୍ସା : +ମେଡବାହୁଲତାର ଚିକିତ୍ସା ଅତ୍ୟାଧୁନିକ ପ୍ରଣାଳୀରେ ଫଳବତୀ ହୋଇଥାଏ । +ସ୍ନେହସାର ଓ ଶ୍ଵେତସାର ଜାତୀୟ ଖାଦ୍ୟର ପରିମାଣ ହ୍ରାସ କରିବା ଏବଂ ନିୟମିତ ବ୍ୟାୟାମ ତଥା କାୟିକ ପରିଶ୍ରମ କରିବା ଦ୍ଵାରା ଯଥେଷ୍ଟ ଉପକାର ମିଳିଥାଏ , ସନ୍ତୁଳିତ ଆହାର ଦ୍ଵାରା ଓଜନ କମ କରିବା ଆବଶ୍ୟକ । +ଜଣେ ସ୍ଥୁଳ ବ୍ୟକ୍ତି ପ୍ରତିଦିନ କେତେ କ୍ୟାଲେରୀ ଖାଦ୍ୟ ଖାଇବା ଆବଶ୍ୟକ ସେଥିପ୍ରତି ଜଣେ ଅଭିଜ୍ଞ ଡାଏଟସିଆଣଙ୍କ ପରାମର୍ଶ ନେବା ଉଚିତ । +ପ୍ରତିଦିନ 40-45 ମିନିଟ ଫିଜିଓଥେରାଫି ପରାମର୍ଶରେ ବ୍ୟାୟମ କାଲେ ଅନାବଶ୍ୟକ ଚର୍ବିର ପରିମାଣ ହ୍ରାସ ହୋଇଥାଏ । +ଏହାଦ୍ଵାରା ଅତିରିକ୍ତ ଚର୍ବି ନଷ୍ଟ ହେବା ସହ ପାଚନ କ୍ଷମତା ବଢିଥାଏ । +ଯେଉଁମାନେ ଖାଦ୍ୟ ଓ ବ୍ୟାୟମ ଦ୍ଵାରା ମେଦବହୁଳତାକୁ ରୋକା ପାରନ୍ତି , ସେମାନେ ବିନା ଅସ୍ତ୍ରୋପଚାରରେ ଅତ୍ୟାଧୁନିକ ଚିକିତ୍ସା ସହାୟତାରେ ଚର୍ବିକୁ କମାଯାଇ ମାଂସପେଶୀକୁ ସବଳ କରାଯାଇପାରେ । +ଓଜନ କମିଗଲେ କିମ୍ବା ଚର୍ବି ହ୍ରାସ ପରେ ମାଂସ ପେଶୀକୁ ଶାକ୍ତ କରାଯାଉଥିବାରୁ ଉପଯୁକ୍ତ ବ୍ୟାୟମ ଓ ଖାଦ୍ୟପେୟକୁ ଅନୁସରଣ କାଲେ ପରବର୍ତ୍ତୀ ଅବସ୍ଥାରେ ଆଉ ମେଦବହୁଳତା ହେବାର ସମ୍ଭାବନା କମ ହୋଇଥାଏ । +ଉପରୋକଟ ଚିକିତ୍ସା ପ୍ରଣାଳୀର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନ ଥାଏ । +ଏହାଦ୍ଵାରା ମେଦବହୁଳତାକୁ ସଂପୂର୍ଣ୍ଣ ରୂପେ ନିରାକରଣ କରାଯାଇପାରେ । +ଆଧାର – ଡାକ୍ତର ନଳିନୀକାନ୍ତ ମିଶ୍ର । +ପ୍ଳଟ ନଂ -9 ଫରେଷ୍ଟ ପାର୍କ , ଭୁବନେଶ୍ଵର +ଡେଙ୍କୁ ଓ ଯକୃତ ସଂକ୍ରମଣ : +ଡେଙ୍ଗୁ ସାଧାରଣତଃ ଗ୍ରୀଷ୍ମ ମଣ୍ଡଳରେ ଦେଖାଯାଏ । +ପ୍ରତିବର୍ଷ ପାଞ୍ଚସହ ଲକ୍ଷ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବାବେଳେ ପାଞ୍ଚଲକ୍ଷ ଲୋକ ଚିକିତ୍ସାଳୟରେ ଭର୍ତ୍ତି ହୋଇଥାନ୍ତି । +ସମଗ୍ର ଦକ୍ଷିଣ ଏସିଆ , ଆଫ୍ରିକା ଓ ଆମେରିକା ଏହି ରୋଗର ପ୍ରାଦୁର୍ଭାବ ଦେଖାଯାଏ । +ସେହି ଦେଶକୁ ଯେଉଁମାନେ ବୁଲିଯାନ୍ତି ସେମାନେ ମଧ୍ୟ ଏ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି । +ଏହି ରୋଗ ଯୋଗୁଁ ଯକୃତ ସଂକ୍ରମଣର ସମ୍ଭାବନା ଅଧିକ । +ଏଣୁ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି । +ଏହି ଜ୍ଵର ଏସିଡ ମଶା କାମୁଡିବା ଦ୍ଵାରା ହୋଇଥାଏ । +ମେଲେରିଆ ଓ ଡେଙ୍ଗୁ ଊଭୟେ ମଶା ଦ୍ଵାରା ସଂକ୍ରମଣ ହୁଏ । +ଏହି ଜ୍ଵର ପ୍ଲେଭିଭାଇରସ ଭୂତାଣୁ ଦ୍ଵାରା ହୋଇଥାଏ । +ସମ୍ପ୍ରତି ଡେଙ୍ଗୁର ଭୟାବହତା ରାଜ୍ୟର କେତେକ ସ୍ଥାନରେ ଦେଖାଯାଇଛି । +ଏହି ଭୂତାଣୁକୁ ବହନ କରୁଥିବା ମଶା ହେଉଛି ଏସିଡ ଇଜିପଟି ଏବଂ ଏଡିସ ଆଲବୋକଟସ । +ଦେଖିବାକୁ କଳା ରଙ୍ଗର ଏବଂ ସେମାନଙ୍କର ଉପରେ ଧଳା ଦାଗଥିବାରୁ ଏହି ମଶାକୁ ବାଘୁଆ ମଶା ମଧ୍ୟ କୁହାଯାଏ । +ଏହି ମଶା ମାନେ ବିଶେଷକରି ସନ୍ତସନ୍ତିଆ ଜାଗା , ପାଣି ଜମା ହୋଇଟାହିବା ସ୍ଥାନ ଏବଂ ଆବର୍ଜନା ଜମି ଥିବା ସ୍ଥାନରେ ବଂଶ ବୃଦ୍ଧି କରିଥାନ୍ତି । +ଏହି ମଶା କାମୁଡିବାର ପାଞ୍ଚଦିନ ଛଅ ଦିନ ପରେ ଡେଙ୍ଗୁର ଲକ୍ଷଣ ଦେଖାଯାଏ । +ଏହି ଭୂତାଣୁ ଶରୀରରେ ଚାରିରୁ ଦଶଦିନ ପର୍ଯ୍ୟନ୍ତ ରହିଥାଏ । +ଡେଙ୍ଗୁ ଭୂତାଣୁ ଶରୀରର ବିଭିନ୍ନ ଅଙ୍ଗକୁ ଅଚଳ କରିଥାଏ । +ଡେଙ୍ଗୁ ଯୋଗୁଁ ରକ୍ତଚାପ କମିବା ସହ ଶରୀରରେ ପ୍ଲାଷ୍ଟିଲେଟ ହ୍ରାସ ପାଇଥାଏ । +ଡେଙ୍ଗୁ ଭୂତାଣୁ କାମାଲ ସୃଷ୍ଟି କରିବାର ସମ୍ଭାବନା ବି ରହିଛି । +ଏହା ଯକୃତ , ବୃକକ ଓ ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ । +କେବଳ ସେତିକି ନୁହେଁ , ଡେଙ୍ଗୁ ଯୋଗୁଁ ଅଧିକାଂଶ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଚଳ ହେବାର ସମ୍ଭାବନା ରହିଛି । +ଡେଙ୍ଗୁ ଭୂତାଣୁ ଯକୃତ ଉପରେ ବିଶେଷ ପ୍ରଭାବ ପକାଏ । +ଯକୃତ ଏନଜାଇମ ଗୁଡିକ ବଢିଯାଏ । +କାମଳ ଦେଖାଯାଏ ଓ ଏହା ବଢିଗଲେ ଯକୃତ ପୂରାପୂରି ଅଚଳ ହୋଇଯାଏ । +ଏହି ଜ୍ଵରର ଯନ୍ତ୍ରଣାଦାୟକ ଅବଧି ତିନିଦିନରୁ ଦୁଇସପ୍ତାହ ରହିଥାଏ । +କିନ୍ତୁ ବିଶେଷକରି ପାଞ୍ଚ /ଛଅ ଦିନ ପ୍ରାରମ୍ଭିକ ଅବସ୍ଥାରେ ମାଂସପେଶୀ ଓ ଗଣ୍ଠି ବ୍ୟଥା ହୋଇ ଯନ୍ତ୍ରଣାଦାୟକ ହୁଏ । +ରୋଗୀର ମୁଣ୍ଡବିନ୍ଧା ଓ ଆଖିର ପଛପାଟ ବିନ୍ଧା ହେବା ଶହ ଖାଇବା ପ୍ରତି ଆଗ୍ରହ କମିଯାଏ । +ଖାଦ୍ୟର ସ୍ଵାଦ ରୋଗୀ ଜାଣିପାରେ ନାହିଁ । +କେତେକ କ୍ଷେତ୍ରରେ ରୋଗୀର ମୁହଁ ଲାଲ ଦିଶିଥାଏ । +ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି , ଜ୍ଵର ହେବାର ଦିନେ ଦୁଇ ଦିନ ଭୀତରେ ଶରୀରର ବିଭିନ୍ନ ଅଂଶରେ ଲାଲ ରଙ୍ଗର ମିଳିମିଳା ଭଳି ଚାରିଆଡେ ଫୁଲିଯାଏ । +ରୋଗୀକୁ ଜ୍ଵର ପ୍ରାୟତଃ ଲାଗି ରହିଥାଏ । +ନାକରୁ ପାଣି ବୋହିବା ସଷ ଖାଦ୍ୟନଳୀରେ ଯନ୍ତ୍ରଣା ଦେଖାଯାଏ ଏବଂ ବେଳେବେଳେ ପତଳା ଝାଡା ମଧ୍ୟ ହୋଇଥାଏ । +ଦେହରୁ ଯଥେଷ୍ଟ ପରିମାଣରେ ଝାଳ ବୋଲିହିବା ଦ୍ଵାରା ରୋଗୀ ଅନ୍ତ୍ୟନ୍ତ ଦୁର୍ବଳ ଅନୁଭବ କରିଥାନ୍ତି । +ଏହି ରୋଗ ହୋଇଥିଲେ ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ ଜରୁରୀ । +ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ଡେଙ୍ଗୁର ପ୍ରାଦୁର୍ଭାବକୁ ଚାରିଟି କ୍ରମରେ ବିଭକ୍ତ କରିଛନ୍ତି । +ଏହି କ୍ରମ ଗୁଡିକ ହେଲା – ଜ୍ଵର ସହିତ କିଛି କ୍ଷେତ୍ରରେ ବାନ୍ତି ହେବା ସହ ନିଦ୍ରା ହୋଇନଥାଏ । +ରୋଗୀଟି ପ୍ରାୟତଃ ଅସ୍ଥିର ରହି ଦୀର୍ଘ ସମୟ ଧରି କାନ୍ଦିଥାଏ । +ନିଶ୍ଵାସ ନେବାରେ କଷ୍ଟ ହେବା ସହ ଦ୍ଵିତୀୟ କ୍ରମରେ ଶରୀରର ନାକ, ପାଟି, ଦାନ୍ତମାଢିରୁ ରକ୍ତସ୍ରାବ ହୋଇଥାଏ । +ତୃତୀୟ କ୍ରମରେ ରକ୍ତଚାପ କମିଯିବା ସହ ନାଡିର ଗତି ଦୁର୍ବଳ ହୋଇଥାଏ । +ଚତୁର୍ଥ କ୍ରମରେ ନାଡିର ସ୍ପନ୍ଦନ ଜଣା ନପଡିଲେ ଏବଂ ରକ୍ତଚାପ କମିଗଲେ ଏହା ନିୟନ୍ତ୍ରଣ ରକ୍ତଚାପ କମିଗଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଭୟ ରହିଥାଏ । +ଲିଭର ସଂକ୍ରମଣ ସାଧାରଣତଃ ମହିଳା ଓ ଶିଶୁଙ୍କ ଠାରେ ବିଶେଷ ଭାବେ ଦେଖାଯାଏ ଏବଂ ଏମାନଙ୍କ କ୍ଷେତ୍ରରେ ଡେଙ୍ଗୁର ପ୍ରାଦୁର୍ଭାବ ବେଶୀ । +ମଧୁମେୟ , ଆଜମା , କ୍ରୋନିକ ଲିଭର ରୋଗ ଓ ଅନ୍ୟାନ୍ୟ ରୋଗୀକୁ ଡେଙ୍ଗୁ ହେଲେ ଡେଙ୍ଗୁର ପ୍ରାଦୁର୍ଭାବ ବିଶେଷ ଭାବେ ଉପଲ୍ଲଧ ହୁଏ । +ଯକୃତ ଆକ୍ରାନ୍ତ ହେଲେ ପେଟ ବ୍ୟଥା ହେବା ସହ ଭୋକ କମିଯାଏ ବାନ୍ତି ହୁଏ । +ପେଟରେ ଓ ଛାତିରେ ପାଣି କମିଯାଏ । +ଯକୃତ ଫୁଲିଯାଇ ବେଳେ ବେଳେ ମସ୍ତି ଓ ହୃତପିଣ୍ଡ ମଧ୍ୟ ଆକ୍ରାନ୍ତ ହୁଏ । +ଏହି ଭୂତାଣୁ ସିଧାସଳଖ ଲିଭରକୁ ଆକ୍ରମଣ କରନ୍ତି । +ବେଳେ ବେଳେ ରୋଗପ୍ରତିରୋଧକ ଶକ୍ତିର ପରିବର୍ତ୍ତନ ଯୋଗୁଁ ମଧ୍ୟ ଲିଭର କୋଷ ଆକ୍ରାନ୍ତ ହୁଏ ଏ । +ଦେହରେ ଆଲବୁମିନ କମିଯାଇ ଦେ ହାତ ଫୁଲିଯାଏ । +ଯଦିଓ ଏହା ଏକ ଭୟାବହ ରୋଗ , କିନ୍ତୁ ଅଧିକାଂଶ କ୍ଷେତ୍ରରେ ରୋଗୀମାନେ ଆରୋଗ୍ୟ ଲାଭ କରନ୍ତି । +ଏହି ରୋଗର ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଏ । +ଶରୀରରେ ପ୍ଲାଟିଲେଟ ଓ ସ୍କନ୍ଦନ ଉପାଦାନ କମିଗଲେ ରୋଗୀକୁ ପ୍ଲାଟିଲେଟ ଦିଆଯାଏ । +ବେଳେ ବେଳେ ଆଲବୁମିନ ମଧ୍ୟ ଦେବାକୁ ପଡେ । +କାମାଲ ରୋଗର ଚିକିତ୍ସା ମଧ୍ୟ କରିବାକୁ ପଡିଥାଏ । +ଯକୃତ ଅଚଳ ହେଲେ ଭେଣ୍ଟିଲେସନର ମଧ୍ୟ ଆବଶ୍ୟକତା ରହିଛି । +ଡେଙ୍ଗୁ ଆକ୍ରାନ୍ତ ହେଲେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ । +ବିଶେଷ ଭାରେ ଭୟଭୀତ ନହୋଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଙ୍କ ପରାମର୍ଶ ନିଅନ୍ତୁ । +ଘର ପରିବେଶରେ ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରନ୍ତୁ । +ଦୀର୍ଘ ଦିନ ଧରି ଜମି ରହିଥିବା ଆବର୍ଜନାର ନିଷ୍କାସନ ବ୍ୟବସ୍ଥା କରନ୍ତୁ । +ମଶା ମାରିବା ପାଇଁ ତୁରନ୍ତ ସ୍ପ୍ରେ ବ୍ୟବସ୍ଥା ଏବଂ ସଂଧା ରେ ମଶା ଧୂଆଁ ଦିଅନ୍ତୁ । +ପରିବାରରେ ସମସ୍ତେ ମଶାରୀ ଟାଙ୍ଗୀ ଶୋଇବା ଖୁବ ଭୁଲ । +ଧୁଳି , ଧୂଆଁ ଓ ଆବର୍ଜନା ଠାରୁ ରୋଗୀକୁ ଦୂରେଇ ରଖନ୍ତୁ । +ଗରମ ଖାଦ୍ୟ ଖାଇବାକୁ ଦେବା ସହ ନିର୍ଦ୍ଧାରଣ ସମାୟା ବ୍ୟବଧାନରେ ଯଥେଷ୍ଟ ପରିମାଣରେ ରୋଗୀଟିକୁ ପିଇବା ପାଣି ଦିଅନ୍ତୁ । +ତାଙ୍କର ପିନ୍ଧିବା ଲୁଗାପଟା ଠାରୁ ସେ ବିଶ୍ରାମ ନେଉଥିବା ବିଛଣା ପାଟରେ ମଧ୍ୟ ଭଲଭାବରେ ସଫାସୁତୁରା ହୋଇ ଖରାରେ ସୁଖାଇବା ଜରୁରୀ । +ଗାଧୋଇବା ସମୟରେ ପରିଷ୍କାର ପରିଛନ୍ନ କରି ବିଶୋଧିତ ଜଳରେ ପିଲାକୁ ସ୍ନାନ କରାନ୍ତୁ । +ରୋଗୀକୁ ଭଲ ଭାବରେ ଯେପରି ନିଦ ହୁଏ ସେଥିପ୍ରତି ଯତ୍ନବାନ ହୁଅନ୍ତୁ । +ପରିବେଶର ସ୍ଵଚ୍ଛତା ଓ ପରିଷ୍କାର ପରିଛନ୍ନ ଉପରେ ଡେଙ୍ଗୁର ନିରାକରଣ ନିର୍ଭର କରେ ।