diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia21.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia21.txt new file mode 100644 index 0000000000000000000000000000000000000000..3a7f7f94239f24f8adcc4eea0e2f8dd3e915dec7 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia21.txt @@ -0,0 +1,43 @@ +ଆମନାତ ବା ସନ୍ଧିବାତ ରୋଗ ଚିକିତ୍ସା +ଉପକ୍ରମ +ଶାସ୍ତ୍ରରେ ଉଲ୍ଲେଖ ଥିବା ପରକାର ବାଟ ରୋଗ ମଧ୍ୟରେ ଏହି ରୋଗ ସ୍ଵତନ୍ତ୍ର ସ୍ଥାନ କରିଛି । +ବହୁ ପ୍ରାଚୀନ କାଳରୁ ଚିକତ୍ସା ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବାରୁ ଏହି ରୋଗର ସାମାଜିକ ସ୍ଥିତି ମଧ୍ୟ ବହୁ ପୁରାତନ ବୋଲି ଜଣାଯାଏ । +ଏହି ଆମବାତ ବା ସନ୍ଧିବାତ ରୋଗକୁ ଆଧୁନିକ ଚିକିତ୍ସାବିଜ୍ଞାନୀରଣ “ରିୟୁମାଟିକ ଆଥ୍ରାଇଟିସ୍” “ରିୟୁମାଟିଏଡ୍ ରିୟୁମାଟିଜିମ୍” ବୋଲି କହିଥାଆନ୍ତି । +କେହି କେହି ଏହାରୁ ଆଣ୍ଠୁଗଣ୍ଠିବାତ ରୋଗ ବୋଲି କହିଥାନ୍ତି । +ଏହି ରୋଗ ସିଧାସଳଖଭାବେ ମାରକ ବା ଘାତକ ନହେଲେ ମଧ୍ୟ ଏହି ରୋଗରେ ପୀଡିତ ବ୍ୟକ୍ତି ଆୟୁ ପ୍ରାୟ ଦଶବର୍ଷ କମିଯାଏ । +ଏହି ରୋଗ ବର୍ଷ ଧରି ଶରୀରରେ ରହିଥାଏ ଏବଂ ଶୀତ ଓ ଗ୍ରୀଷ୍ମମଣ୍ଡଳାୟ ଅଧବାସୀ ତଥା ପୃଥିବୀର ସବୁ ଜାତି ବା ଗୋଷ୍ଠୀ ମଧ୍ୟରେ ଏହି ରୋଗ ଦେଖାଦେଇଥାଏ । +ଏହି ରୋଗର ମୁଖ୍ୟ କାରଣ +ଆମେ ଖାଉଥିବା ଖାଦ୍ୟ ସମ୍ପୂର୍ଣ୍ଣରୂପେ ପରିପାକ ନହେଲେ ତାହା ଅପକ୍ଵ ବା ଆମ ରସରେ ପରିଣତ ହୁଏ । +ଏହି ଆମରସ ଶରୀରସ୍ଥ ବାୟୁଦ୍ଵାର ଦୂଷିତ ହୋଇ ଶରୀରର ସନ୍ଧି ବା ଗଣ୍ଠିସ୍ଥାନମାନଙ୍କରେ ପ୍ରବେଶ କଲେ ଆମବାତ ରୋଗ ସୃଷ୍ଟି ହୋଇଥାଏ । +ଏହାକୁ “ଜଏଣ୍ଟ ରିୟୁମାଟିଜିମ୍” ମଧ୍ୟ କୁହାଯାଏ । +ଏହାଦ୍ୱାରା ଶରୀର ପୀଡା, ଅରୁଚି ତୃଷା, ଆଳସ୍ୟ ଖାଦ୍ୟ ଅପରିପାକ ଦେଖାଦିଏ ଏବଂ ଓଜଃରସ ସହିତ ଆମାଶୟ ଦୂଷିତ ହୋଇ ଝାଡାରେ ଲାଲ ପଡେ ରୋଗର ପ୍ରାଦୁର୍ଭାବ ବୃଦ୍ଧି ହେଲେ ସନ୍ଧି ସ୍ଥାନମାନଙ୍କରେ ଫୁଲା ଓ ଦରଜ ସହିତ ବିଛା ଦଂଶନ ଭଳି ବେଦନା ଉପସ୍ଥିତ ହୁଏ । +ଆହୁରି ମଧ୍ୟ ମନୁଷ୍ୟର ବିରୁଦ୍ଧ ଆହାର ଯଥା – କ୍ଷୀର ମାଛ ଏକତ୍ର ଭୋଜନ, ସମପରିମାଣର ଘିଅ ଓ ମହୁ ସେବନ ଅଜୀର୍ଣ୍ଣ ଅବସ୍ଥାରେ ମୈଥୁନ ଓ ମାତ୍ରାଧିକ ଭୋଜନ ଏବଂ ଅତ୍ୟଧିକ ଥଣ୍ଡାଜାତୀୟ ଖାଦ୍ୟ ସେବନ, ଯତା – ଦହି, ଚୂଡା, ଗୁଡ, ପାଚିଲା କଦଳୀ, ଇଉରିକ୍ ଏସିଡ୍ ବୃଦ୍ଧି ହୋଇ ଏହି ରୋଗ ଦେଖାଦେଇଥାଏ । +ଦୋଷଭେଦରେ ଲକ୍ଷଣ +ବାତଜ ଆମବାତରେ ସନ୍ଧି ସ୍ଥାନରେ ସୁଚିବିଦ୍ଧ ଭଳି ବେଦନା ଅଧିକ ହୋଇଥାଏ । +ପିତଜ ଆମବାତରେ ସନ୍ଧି ସ୍ଥାନରେ ଅତ୍ୟଧିକ ଦାହ ଓ ଜ୍ଵର ଉପସ୍ଥିତ ହୋଇ ଶରୀର ରକ୍ତବର୍ଣ୍ଣ ହୁଏ । +କଫଜ ଆମବାତରେ ଦେହ ଓଜନିଆ ଲାଗେ, ଓଦା ବସ୍ତ୍ର ପିନ୍ଧିବା ଭଳି ଅନୁଭୂତ ହୁଏ ଏବଂ ସନ୍ଧି ସ୍ଥାନରେ ପିଡି ସହିତ କଣ୍ଡୁ ଦେଖାଦିଏ । +ତ୍ରିଦୋଷଜ ଆମବାତରେ ଉପରୋକ୍ତ ଲକ୍ଷଣ ସବୁ ମିଳିତ ଭାବେ ପ୍ରକାଶ ପାଇଥାଏ ଏବଂ ଆରୋଗ୍ଯ ପାଇଁ କଷ୍ଟସାଧ୍ୟ ହୋଇଥାଏ । +ଏହି ରୋଗର ପ୍ରାଥମିକ ଚିକିତ୍ସା +ଏହି ରୋଗର ଝାଡା ସଫା ହେଉ ନ ଥିଲେ ପ୍ରଥମେ ଘୃତ ପଚିଶି ଗ୍ରାମ୍ କିମ୍ବା ଏକଗ୍ଲାସ୍ ଗୋ- ମୂତ୍ର ସହିତ ଜଡା ତେଲ ପଚିଶ ଗ୍ରାମ୍ ମିଶାଇ ପାନ କରାଇଲେ ଝାଡା ସଫା ହୋଇଥାଏ । +ରୋଗୀର ଅଗ୍ନିମାନ୍ଦ୍ୟ ଥିଲେ ଉପବାସ କର୍ତ୍ତବ୍ୟ । +କେବଳ ସିଝା ପାଣିରେ ଲେମ୍ବୁ ମିଶ୍ରି ସରବତ୍ ପାନ କରିବେ । +କେବଳ ବାଲିରେ ପୋଟଳୀ କରି ବେଦନା ସ୍ଥାନରେ ଅଗ୍ନିସେକ ପ୍ରଦାନ କରିବା ଉଚିତ୍ । +ଉପବାସପରେ ଭୋକ ହେଲେ ପିପ୍ପଳୀ, ଚାଇଁକାଠ, ପିପ୍ପଳାମୂଳ, ଚିତାପାରୁ ଶୁଣ୍ଠି ଏହି ପାଞ୍ଚଟି ଦ୍ରବ୍ୟ ସମଭାଗରେ ଆଣି ଚୂର୍ଣ୍ଣକରି ରଖିବେ । +ଖାଦ୍ୟ ଗ୍ରହଣ ସମୟରେ ପ୍ରଥମେ ଏହି ଚୂର୍ଣ୍ଣରୁ ଦଶଗ୍ରମ୍ ବା ଦୁଇଚାମଚ ଖାଇ ଖାଦ୍ୟ ଖାଇବେ ଏବଂ ଖାଦ୍ୟରେ ଶୁଣ୍ଠି ମରିଚ, ପିପ୍ପଳୀ ରସୁଣ ଅଦା, ଚିରେଇତା, ନିମ୍ବପତ୍ର ଏଗୁଡିକ ଅଧିକ ମାତ୍ରାରେ ସେବନ କରିବା ଉଚିତ୍ । +ଏହି ରୋଗର ସହଜ ଚିକିତ୍ସା +ଶୁଣ୍ଠି, ରସୁଣ ବେଗୁନିଆଁ ପତ୍ର ଓ ହରିଡା, ବାହାଡା, ଅଁଳା, ସମଭାଗରେ ନେଇ ଦରକୁଟା କରି ଆଠଗୁଣ ଜଳରେ ସିଝାଇ ଏକ ଚତୁର୍ଥାଂଶ ଜଳ ରହିଲେ ପାଚନ ଛାଣି ସେଥିରେ ସମାନ ଭାଗ ମିଶ୍ରି ମିଶାଇ ସାହେଗ୍ରମ୍ ମାତ୍ରାରେ ସକାଳ ସଂଧ୍ୟାରେ ଦୁଇବେଳା ସେବନ କାଲେ ଆମବାତ ନଷ୍ଟ ହୁଏ । +ଏହା ଆମବାତର ଶ୍ରେଷ୍ଠ ପଚନ ଯୋଗ । +ଏହାକୁ ଭୋଜନ ପୂର୍ବରୁ ସେବନ କରିବା ଉଚିତ୍ । +ଶୁଖିଲା ମୂଳା ସହିତ ସିଝା ମୁଗରସ, ଶୁଣ୍ଠି ଚୂର୍ଣ୍ଣ ସହିତ ସିଝା ମାଂସ ରସ ବା କାଞ୍ଜି ଏହି ରୋଗୀ ନିୟମିତ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ମିଳିଥାଏ । +କଳା ଦୁଦୁରାକୁ ବାଟି ଅଳ୍ପ ଉଷୁମ କରି ଫୁଲା ଓ ଯନ୍ତ୍ରଣା ସ୍ଥାନରେ ରାତିରେ ଶୋଇବା ପୂର୍ବରୁ ଲେପଦେଇ ପଟି ବାନ୍ଧି ରାଖୀ ସକାଳୁ ଖୋଲିଦେବା ଉଚିତ୍ । +ଏହାଦ୍ଵାରା ଯନ୍ତ୍ରଣା ଓ ଫୁଲା ଉପଶମ ହୋଇଥାଏ । +ଗବେଷଣାରୁ ଜଣାଯାଇଛି ଯେ ରସମାଣିକ୍ୟ ୨୫୦ ଗ୍ରାମ୍ ଦିନକୁ ଦୁଇଥର ମହୁ ସହିତ ସେବନ କଲେ ଏହି ରୋଗର ଉପଶମ ହୋଇଥାଏ । +ଏକମାସ ପର୍ଯ୍ୟନ୍ତ ସେବନୀୟ । +ବାତ ପିତ୍ତ କଫି ଦୂଷିତ ହୋଇ ଏହି ରୋଗ ଭୟଙ୍କର ହୋଇଉଠିଲେ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ୍ । +ଏଥିପାଇଁ ବହୁଶାସ୍ତ୍ରୀୟ ଔଷଧ ରହିଛି ଯାହାକୁ ରୋଗୀର ବଳ ବୟସ ଓ ଅବସ୍ଥାକୁ ଚାହିଁ ପ୍ରୟୋଗ କରାଯିବା ବିଧେୟ । +ପଥ୍ୟାପଥ୍ୟ +ପୁରୁଣା ଚାଉଳର ଭାତ ବା ଗରମ ଅଟା ରୁଟି, କୋଳଥ ମୁଗ, ହରଡ ଡାଲି କଦଳୀ, ଆଳୁ ପୋଟଳ, ଡମିରି, କଲରା, ସଜନା ଛୁଇଁ, କନ୍ଦମୂଳ, ଆଡ ରସୁଣ ନିମବୁ ଧନିଆଁପତ୍ର କିମ୍ବା ଛେଳି, ପାରା ଓ କୁକୁଡା ମାଂସ ରସ, ସୁଜି ଉପମା, ହାଲୁଆ ପଥ୍ୟ କରିବେ । +ଏହାଦ୍ଵାରାରୋଗୀଶୀଘ୍ରଆରୋଗ୍ୟ ହୋଇଥାଏ । +ଆବଶ୍ୟକତା ଅନୁସାରେ ଉଷୁମ ପାଣିରେ ସ୍ନାନ ମାର୍ଜନ କରିବେ ଏବଂ ମାଛ, ଶୁଖୁଆ, ଅଣ୍ଡା, ସାରୁ ପୋଇ, ଦହି ଚୁଡା, ଗୁଡ, ପାଚିଲା କଦଳୀ ଅରୁଆ ବିରି ପିଠା, ଖାତା ମଦ୍ୟପାନ କରିବେ ନାହିଁ । +ମଳମୂତ୍ରର ବେଗ ଧାରଣ କରିବେ ନାହିଁ କି ରାତି ଅନିଦ୍ରା ରହିବେ ନାହିଁ । + ଅଧିକ ମାତ୍ରାରେ ଭୋଜନ କରିବେ ନାହିଁ କିମ୍ବା ଥଣ୍ଡା ଜଳବାୟୁ ସେବନ କରିବେ ନାହିଁ