From c06b2fbed6de5c2fa013d1450241754709e3980d Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:14:58 +0530 Subject: [PATCH] Upload New File --- .../vikashpedia_health_odia44.txt | 19 +++++++++++++++++++ 1 file changed, 19 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia44.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia44.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia44.txt new file mode 100644 index 0000000..e72a853 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia44.txt @@ -0,0 +1,19 @@ +ଡେଙ୍ଗୁଜ୍ଵରର ଆୟୁର୍ବେଦୀୟ ଉପଚାର +ଡେଙ୍ଗୁ ଭାଇରସ୍ +ଆରନୋ ଭାଇରସ୍, ଡେଙ୍ଗୁ ଭାଇରସ୍ ଦ୍ଵାରା ହୋଇଥାଏ । +ସାଧରଣତଃ ଦିନରେ କାମୁଡୁଥିବା କଳା ଦାଗଯୁକ୍ତ ମଶା (ଏଡିସ୍) ଦ୍ଵାରା ଏହା ବ୍ୟାପିଥାଏ । +ଏହି ମଶା ରୋଗୀଠାରୁ ରକ୍ତ ଖାଇବା ସମୟରେ ଭାଇରସ୍ ମଧ୍ୟ ତାହା ସହ ଆସିଥାଏ ଓ ସେହି ମଶା ସୁସ୍ଥ ରୋଗୀକୁ କାମୁଡିଲେ ତାହା ଦେହରେ ପ୍ରବେଶ କରିଥାଏ । +ଚିକିତ୍ସା +ସର୍ବପ୍ରଥମେ ସମ୍ପୁର୍ଣ୍ଣ ଭାବରେ ମଳ ନିଷ୍କାସନର ଚିକିତ୍ସା ଆବଶ୍ୟକ । +ପ୍ରଥମେ କଟୁକି ଚୂର୍ଣ୍ଣ ଜଳ ସହ ସେବନ କରିବେ । +ତା’ ପରେ ଜ୍ଵରନାଶକ ଔଷଧ ପ୍ରୟୋଗ କରିବା ଆବଶ୍ୟକ । +ଏହାପରେ.... ମକରଧିଜ- ୬୦ ମିଗ୍ରା, ସ୍ଵର୍ଣ୍ଣବସନ୍ତ ମାଳତି ରସ- ୬୦ ମିଗ୍ରା, ପ୍ରବାଳ ପିଷ୍ଟି- ୧୨୫ ମିଗ୍ରା, ନବାୟସ ଲୌହ- ୨୫୦ ମିଗ୍ରା, ଶୀତୋପଳାଦି ଚୂର୍ଣ୍ଣ-୧ ଗ୍ରାମ୍ କୁ ଏକତ୍ର ମିଶାଇ ମହୁ ସହ ଘୋଟି ସକାଳ, ସନ୍ଧ୍ୟାରେ ପ୍ରୟୋଗ କରିବେ ଏବଂ ଖାଦ୍ୟ ଖାଇବା ପରେ ଅଶ୍ଵଗନ୍ଧାରିଷ୍ଟ/ ଦ୍ରାକ୍ଷାରସ ୨ ଚାମଚ – ସମାନ ଜଳ ସହ ସେବନ କରିବେ । +ଉକ୍ତ ଜ୍ଵରରେ ଲକ୍ଷ୍ମୀବିଳାସ ରସ, ତ୍ରିଭୁବନ କୀର୍ତ୍ତି ରସ, କୃଷ୍ଣ ଚତୁର୍ମୁଖ ରସର ମଧ୍ୟ ପ୍ରୟୋଗ କରାଯାଇଥାଏ । +ରୋଗୀକୁ ଉପବାସରେ ରାଖୀ ତା’ପରେ କିଛି ଫଳରସ ପିଇବାକୁ ଦେଇ ଲକ୍ଷ୍ମୀନାରାୟଣ ରସ – ୨୫୦ ମି.ଗ୍ରା, ଯୋଗରାଜ ଗୁଗୁଲ ୨୫୦ ମି.ଗ୍ରା ତ୍ରିଭୁବନ କୀର୍ତ୍ତି ରସ ୨୫୦ ମି.ଗ୍ରା ଅଭ୍ରରସ୍ମ ୧୨୫ ମି.ଗ୍ରା ଓ ଗୋଦନ୍ତି ଭସ୍ମ ୧୨୫ ମି.ଗ୍ରା ଏକତ୍ର ମିଶାଇ ଦିନକୁ ୩ଥର ଦଶମୂଳ କ୍ଵାଥିରେ ସେବନ କରାଇବେ । +ଜ୍ଵର ତୀବ୍ର ହେଲେ ଓଦା କପଡାକପାଳରେ ଦେଇ ଶରୀରକୁ ଥଣ୍ଡା ଜଳ ଦ୍ଵାରା ପୋଛନ୍ତୁ । +ତତ୍ ପରେ ବେତାଳ ରସ- ୧୨୦ ମି.ଗ୍ରା, ମୃତ୍ୟୁଞ୍ଜୟ ରସ- ୧୨୦ ମି.ଗ୍ରା, କୃଷ୍ଣ ଚତୁର୍ମୁଖ ରସ ୧୨୦ ମି.ଗ୍ରା, ଗୁଡିଚି ସତ୍ତ୍ଵ ୫୦୦ ମି.ଗ୍ରାକୁ ମିଶାଇ ତିନି ମାତ୍ରାରେ ଭାଗ କରିବେ । +ଏକ ମାତ୍ରାରେ ଜୁଆଣୀ ଚୂର୍ଣ୍ଣ ସହ ମହୁ ମିଶାଇ ଦିନକୁ ୫ଥରପ୍ରୟୋଗ କରିବେ । +ଉକ୍ତ ଔଷଧ ସେବନ ପୂର୍ବରୁ ଆୟୁର୍ବେଦିକ ଚିକିତ୍ସକଙ୍କ ପରାମର୍ଶ ନିତାନ୍ତ ଜରୁରୀ । +ରୋଗୀ ସାର୍ବଦା ମଶାରୀ ମଧ୍ୟରେ ରହିବା ଆବଶ୍ୟକ । +ରୋଗୀ ସୁଷମ ଖାଦ୍ୟ ଓ ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଖାଇବା ଦରକାର ଜ୍ଵର ହେବା ମାତ୍ରେ ପ୍ରଥମେ ଡେଙ୍ଗୁରକ୍ତ ପରୀକ୍ଷା କରାଯିବା ପ୍ରୟୋଜନ । +ତତ୍ ପରେ ରୋଗୀ ର ଚିକିତ୍ସା ନିତାନ୍ତ ଜରୁରୀ । -- GitLab