From c85cdc9c80e12cb5105676b6fc81f86760f35392 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:16:01 +0530 Subject: [PATCH] Upload New File --- .../vikashpedia_health_odia50.txt | 93 +++++++++++++++++++ 1 file changed, 93 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia50.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia50.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia50.txt new file mode 100644 index 0000000..8d29413 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia50.txt @@ -0,0 +1,93 @@ +ଦୈନନ୍ଦିନର ଖାଦ୍ୟପେୟର ଔଷଧୀୟ ଗୁଣ +କଫି +କଫି ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ହିତକର । +ଏଣୁ ପ୍ରତିଦିନ କଫିରୁ ସକାଳ ଆରମ୍ଭ କରନ୍ତୁ । +ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବିଭିନ୍ନ ପ୍ରକାର ରୋଗ ଦୂର କରେ । +ତେବେ କଫିରେ କେଉଁ କେଉଁ ରୋଗ ଦୂର ହୁଏ ଆସନ୍ତୁ ଜାଣିବା ଚିନି କିମ୍ବା କ୍ଷୀର ନମିଶାଇ କଫି ପିଅନ୍ତୁ କଫୋନ୍ କିଛି ଘଣ୍ଟା ପାଇଁ କାମ କରିଥାଏ, ଏଣୁ ଦିନକୁ ୪-୫ ଥର କଫି ପିଆନ୍ତୁ । +ବ୍ୟାୟାମ କରିବାର ୩୦ ମିନିଟ୍ ପୂର୍ବରୁ କଫି ପିଅନ୍ତୁ । +ମେଟାବୋଲିଯିମ୍ ସକ୍ରିୟ +ଏକ କପ୍ କଫି ମେଟାବୋଲିଯିମ୍ ତଥା ଶରୀରର ଶକ୍ତି ବୃଦ୍ଧିକାରୀ ପ୍ରକ୍ରିୟାକୁ ୧୦ ପ୍ରତିଶତ ସକ୍ରିୟ କରେ । +ଏହାସହ କ୍ୟାଲୋରୀକୁ ନିୟନ୍ତ୍ରଣ କରି ଶରୀରକୁ ଫିଟ୍ ରଖେ । +ଭୋକ ନିୟନ୍ତ୍ରଣ +ଡାଏଟିଂ କରୁଥିଲେ କଫିକୁ ସାମିଲ କରନ୍ତୁ । +ଏହା ଭୋକ ନିୟନ୍ତ୍ରଣ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । +ବିନା ଚିନି ଓ କ୍ଷୀରରେ କଫି ପିଅନ୍ତୁ । +ଶରୀର ଫିଟ୍ ରହେ +କଫିରେ ଥିବା କାଫେନ୍ ଶରୀରକୁ ଫିଟ୍ ରଖେ । +ମାଂସପେଶୀ ଶକ୍ତିଶାଳୀ, ମେଦହ୍ରାସ ଆଦି କଫି ପିଇବା ଦ୍ଵାରା ହୋଇଥାଏ । +ଯାହା ପ୍ରାୟ ୩୦-୧୨୦ ମିନିଟ୍ ବ୍ୟାୟାମ କରିବା ଦ୍ଵାରା ମିଳିଥାଏ । +ସ୍ମରଣ ଶକ୍ତି ବୃଦ୍ଧି +କଫି ପିଇବା ଦ୍ଵାରା ସ୍ମରଣ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । +ଏଥିରେ ଥିବା କାଫେନ୍ ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ଏକାଗ୍ରତା ବଢାଏ । +ଡାଇବେଟିସ୍ +ପ୍ରତିଦିନ କଫି ପିଉଥିବା ବ୍ୟକ୍ତିଠାରେ ଟାଇଫ୍ ୨ ଡାଇବେଟିସ୍ ଆଶଙ୍କା କମ୍ ଥାଏ । +କଫି ପିଇବା ଦ୍ଵାରା ଇନ୍ସୁଲିନ୍ ସୃଷ୍ଟି କରୁଥିବା କୋଷ ସକ୍ରିୟ ରହେ । +ରକ୍ତ ଶର୍କରା ନିୟନ୍ତ୍ରଣରେ ରହେ । +ଶରୀରର ପ୍ରତ୍ୟେକ କୋଷ ସକ୍ରିୟ ହୁଏ । +କଫିରେ କାଫିନ୍ ଏସିଡ୍ ରହିଛି, ଯାହା ଟାଇଫ୍ ୨ ଡାଇବେଟିସ୍ କୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ । +କର୍କଟ +କଫି ପିଇବା ଦ୍ଵାରା କ୍ୟାନସର ଆଶଙ୍କା ହ୍ରାସ ପାଏ । +ଗବେଷକଙ୍କ କହିବ ଅନୁଯାୟୀ ଯେଉଁ ମହିଳା ଦିନକୁ ଏକ କପ୍ କଫି ପିଅନ୍ତି, ତାଙ୍କଠାରେ ଦନ୍ତ୍ର, ସ୍ତନ ଓ ଗର୍ଭାଶୟକର୍କଟ ଆଶଙ୍କା ହ୍ରାସ ପାଏ । + ଗବେଷଣାରେ ଦେଖା ଯାଇଥିଲା, ନିୟମିତ କଳାକଫି ପିଉଥିବା ୨୫ ପ୍ରତିଶତ ମହିଳାଙ୍କଠାରେ କ୍ୟାନସର ଆଶଙ୍କା ନଥିଲା +ଆଲ୍ଜିମର୍ +ନିୟମିତ କଫି ପିଉଥିବା ଲୋକଠାରେ ଆଲ୍ଜିମର୍ ରୋଗ ହେଖାଯାଏ ନାହିଁ । +ବିଭିନ୍ ପ୍ରକାର ଚିନ୍ତାକୁ ଦୂର କରିବାରେ ମଧ୍ୟ କଫି ସହାୟକ ହୋଇଥାଏ । +ଗବେଷକମାନେ ପ୍ରକାଶ କରିଛନ୍ତି ଯେ ଆଲ୍ଜିମର୍ ରୋଗୀ ଦିନକୁ ୫ କପ୍ କଫି ପିଇଲେ, ରୋଗରୁ କ୍ରମଶଃ ଉପଶମ ମିଳିଥାଏ । +ଗାଉଟ୍ +କଫିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । +ଗ୍ରାନ୍ ଟି’ଠାରୁ ମଧ୍ୟ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଏଥିରେ ରହିଛି । +ଗଣ୍ଠିବାତ, ଦେହହାତ ପନ୍ତ୍ରଣା ତଥା ଗାଉଟ୍ ପରି ରୋଗ ଏହାଦ୍ଵାରା ଦୂର ହୁଏ । +ଶରୀରର ପ୍ରତ୍ୟେକ ନିଷ୍କ୍ରିୟ କୋଷ ସକ୍ରିୟ ହୋଇଥାନ୍ତି । +ଏହାଦ୍ଵାରା ହୃଦ୍ ରୋଗ ମଧ୍ୟ ଦୂର ହୋଇଥାଏ । +ଯକୃତ କର୍କଟ +ପ୍ରତ୍ୟହ କଫି ପିଉଥିବା ଲୋକଠାରେ ଯକୃତ କର୍କଟ ଆଶଙ୍କା କମ୍ ଦେଖାଯାଏ । +ଗବେଷଣାରେ କିଛି ଲୋକଙ୍କୁ ସାମିଲ କରଯାଇଥିଲା । +ପରେ ଦେଖାଯାଇଥିଲା କଫି ଯକୃତକୁ ଅଧିକ ସକ୍ରିୟ ରଖିଥିଲା । +କଫି ପିଇବା ଦ୍ଵାରା ଯକୃତ ସହିତ ସମଗ୍ର ଶରୀର ସୂସ୍ଥ ଥିଲା । +ଭୁଲିବାପଣ +ଏକ କପ୍ କଫିରେ ୧୦୦ ମିଲିଗ୍ରାମ୍ କାଫେନ୍ ଥାଏ । +ଆମେରିକାର ଗବେଷକଙ୍କ କହିବାନୁଯାୟୀ, ସ୍ମରଣ ଶକ୍ତି ଓ ଏକାଗ୍ରତା ଧରି ରଖୁଥିବା କୋଷ ଉପରେ କାଫେନ୍ ର ସକ୍ରିୟ ପ୍ରଭାବ ପଡେ । +ଫଳରେ କଫି ପିଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ଏକାଗ୍ରତା ବଢିଥାଏ । +ହୃଦ୍ ରୋଗ +୩୭ ହଜାର ଲୋକଙ୍କୁ ନେଇ ହୋଇଥିବା ଗବେଷଣାରୁ ଜଣାପଡିଛି, ଦିନକୁ ୨ ରୁ ୪ କପ୍ କଫି ପିଉଥିବା ବ୍ୟକ୍ତିର ହୃଦ୍ ରୋଗ ୨୦ ପ୍ରତିଶତ କମ୍ ଅନ୍ୟ ବ୍ୟକ୍ତିମାନଙ୍କଠାରୁ । +ଏଣୁ ହୃଦ୍ ରୋଗୀଙ୍କୁ କଫି ପିଇବା ପାଇଁ ଡାକ୍ତରମାନେ ପରାମର୍ଶ ହେଇଥାନ୍ତି । +ହୁଶ୍ଚିନ୍ତା +ଗବେଷଣାରୁ ଜଣାପଡିଛି ଜେଆର, କଫି ପିଇବା ଦ୍ଵାରା ଉଭୟ ମହିଳା ଓ ପୁରୁଷଙ୍କୁ ଚିନ୍ତା ଦୂର ହୁଏ । +କଫିରେ ଥିବା କାଫେନ୍ ସ୍ନାୟୁକୁ ସକ୍ରିୟ କରେ । +ମନରେ ଶାନ୍ତ ଓ ଏକାଗ୍ରତା ଆଣେ । +ଏଣୁ ପ୍ରତିଦିନ ୨-୩ ଥର କଫି ପିଇବା ଆବଶ୍ୟକ । +ଏହା ମନକୁ ଶାନ୍ତ ରଖିବା ସହ ଶରୀରକୁ ଶକ୍ତି ଯୋଗାଏ । +ସପେଟାରେ ବିଭିନ୍ନ ରୋଗ ଦୂର +ସପେଟା ଖାଇବା ଦ୍ଵାରା ଦୃଷ୍ଟିଶକ୍ତି ବୃଦ୍ଧି ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । +ବିଭିନ୍ନ ପ୍ରକାର କର୍କଟ ଓ ତ୍ଵଚା ରୋଗ ଦୂର ହୋଇଥାଏ । +କୋଷ୍ଠକାଠିନ୍ୟ, ଡାଇରିଆ, ଥଣ୍ଡା, କଫ ଆଦି ସମସ୍ୟା ସପୋଟା ଖାଇବା ଦ୍ଵାରା ଦେଖାଯାଏ ନାହିଁ । +ଗର୍ଭଧାରଣ ସମୟରେ ଏହାକୁ ଖାଇବା ବହୁତ ଭଲ । +ଏହା ଚିନ୍ତା ଦୂର କରିବା ସହ ଶକ୍ତି ବୃଦ୍ଧି କରେ । +ଦାନ୍ତ ସୁସ୍ଥ ରହିବା ସହ କିଡ୍ନୀ ଷ୍ଟୋନ୍ ଦୂର କରେ ଏବଂ ମାନସିକ ଅବସ୍ଥାକୁ ସୁଦୃଢ କରେ । +ତ୍ଵଚା ଉଜ୍ଵଳ କରେ ବରକୋଳି +ବରକୋଳିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । +ଏହା ତ୍ଵଚାକୁ ଉଜ୍ଵଳ କରିବା ସହ ଶରୀରରେ ବୟସର ଛାପ ପକାଏ ନାହିଁ ରକ୍ତକୁ ଶୁଦ୍ଧ କରେ । +ତ୍ଵଚା ରୋଗ ଦୂର କରିବା ସହ ଯକୃତକୁ ସୁସ୍ଥ ରଖେ । +ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । +ଏହାଦ୍ୱାରା ଖାଦ୍ଯ ସହଜରେ ହଜମ ହେବା ସହ ପାଚନ ତନ୍ତ୍ର ମଜବୃତ ହୋଇଥାଏ । +ବରକୋଳିରେ ପ୍ରଚୁର ମାତ୍ରାରେ ଫସ୍ ଫରସ୍, କ୍ୟାଲସିୟୁମ୍ ଏବଂ ଆଇରନ୍ ରହିଛି । +ଏହା ହାଡକୁ ମଜବୁତ କରିବା ସଙ୍ଗେ ଦାନ୍ତକୁ ସୁଦୃଢ କରିଥାଏ ଏବଂ ମାଂସାପେଶୀକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । +ପିଆଜ ସଣ୍ଡା +ପିଆଜ ସଣ୍ଡାରେ ହୃତ୍ପିଣ୍ଡ ସୁସ୍ଥ୍ୟ ରହେ, ରକ୍ତଚାପ ନିୟନ୍ତ୍ରଣ ହୁଏ, କୋଲେଷ୍ଟରଲ ହ୍ରାସ ପାଏ, ଡାଇବେଟିସ୍ ରୁ ମୁକ୍ତି ମିଳେ, ହଜମ କ୍ରିୟା ଠିକ୍ ଭାବରେ ହୁଏ, ରୋଗ ପ୍ରତିରୋଧକ ଶକ୍ତି ବଢେ, ଗଣ୍ଠି ଯନ୍ତ୍ରଣା ଓ ଶ୍ଵାସରୁ ରକ୍ଷା ମିଳେ, ଦ୍ରୁଷ୍ଟି ଶକ୍ତି ବୃଦ୍ଧି ହୁଏ ଓ ତ୍ଵଚାରେ ହେଉଥିବା କୁଞ୍ଚ ଦୂର ହୁଏ । +କୃମି +ମୁଖ୍ୟତଃ ପିଲାଙ୍କଠାରୁ କୃମି ସମସ୍ୟା ଦେଖାଦେଇଥାଏ । +ଏଭଳି ସମସ୍ୟା ଦୂରେଇବା ପାଇଁ ହାତପାହାନ୍ତାରେ ମିଳୁଥିବା କିଛି ଘରୋଇ ଚିକିତ୍ସା ଆପଣନ୍ତୁ । +ତୁଳସୀ ପତ୍ର +କୃମି ପାଇଁ ତୁଳସୀ ପତ୍ର ତୁଲସୀ ମଞ୍ଜିକୁ ଶୁଖାଇ ଏହାକୁ ଚୂର୍ଣ୍ଣ କରି ପିଲାଙ୍କୁ ଖୁଆନ୍ତୁ । +ଏହା ବହୁ ଶୀଘ୍ର କୃମିକୁ ମାରିଦିଏ । +ଗାଜର +କୃମିରୁ ରକ୍ଷା ପାଇବା ପାଇଁ ସକାଳୁ ଖାଲି ପେଟରେ ଗାଜରକୁ ବାଟି ପିଲାକୁ ଖୁଆନ୍ତୁ । +ସକାଳୁ ଖାଲି ପେଟରେ ଗାଜର ବତୀ ଖାଇବା ଦ୍ଵାରା କୃମି ମାରିବା ସହ ଶରୀର ସମସ୍ତ ପରଜୀବୀଙ୍କ ନାଶ ହୋଇଥାଏ । +ଏଥିସହିତ ଶରୀର ସୁସ୍ଥ୍ୟ ରହିଥାଏ । +ରସୁଣ +ରସୁଣରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି । +ଦିନକୁ ୩ଟି ରସୁଣ କୋଲା ପିଲକୁ ଖୁଆନ୍ତୁ । +ଏହାଦ୍ୱାରା ପେଟରୁ କୃମି ଶୀଘ୍ର ନଷ୍ଟ ହୋଇଯିବ । +କଲରା +ଏକ ଚାମଚ କଲରା ରସ ସହ ଏକ ଗ୍ଲାସ କ୍ଷୀର ମିଶାଇ ତିନି ଦିନ ପର୍ଯ୍ୟନ୍ତ ପିଲାକୁ ପିଆନ୍ତୁ । +ଏହାଦ୍ୱାରା ବହୁଶୀଘ୍ର କୃମି ଯନ୍ତ୍ରଣା ମୁକ୍ତି ମିଳେ । -- GitLab