diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia133.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia133.txt new file mode 100644 index 0000000000000000000000000000000000000000..3ad8e9afad54693f6c9fb2ff37b1d9dd73e14c4d --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia133.txt @@ -0,0 +1,84 @@ +କାଶ , ଥଣ୍ଡା ଓ ଗୁରୁତର ଅସୁସ୍ଥତା +ଉପକ୍ରମ +ପିଲାଙ୍କ ପାଇଁ କାଶ , ଥଣ୍ଡା , ତଣ୍ଟି ଦରଜ ଏବଂ ନାକରୁ ପାଣି ବୋହିବା ଅତି ସାଧାରଣ କଥା । +ଏସବୁ ସେତେ ଗୁରୁତର କଥା ନୁହେଁ । +କିନ୍ତୁ କାଶ ଓ ଥଣ୍ଡା ଆଦି ଫୁସ୍ ଫୁସ୍ ପ୍ରଦାହ ବା ନିମୋନିଆ ଓ ଯକ୍ଷ୍ମା ଭଳି ବିପଦଜନକ ରୋଗର ସତର୍କ ସୂଚନା ମଧ୍ୟ ହୋଇପାରେ । +୨୦୦୦ ମସିହାରେ ଶ୍ଵାସତନ୍ତ୍ରରେ ସଂକ୍ରମଣ ଯୋଗୁଁ ଦୁଇ ନିୟୁତ ପିଲାଙ୍କର ମୃତ୍ୟୁ ହୋଇଥିଲା । +ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର +କାଶ ଓ ଥଣ୍ଡା ହୋଇଥିବା ଶିଶୁକୁ ଉଷୁମ ରଖିବା ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଦରକାର । +ବେଳେ ବେଳେ କାଶ ଓ ଥଣ୍ଡା ଗୁରୁତର ସମସ୍ୟାର ଲକ୍ଷଣ ହୋଇପାରେ । +ଶିଶୁ ଜୋରରେ ବା କଷ୍ଟରେ ନିଶ୍ଵାସ ନେଉଥିଲେ ତାକୁ ଫୁସ୍ ଫୁସ୍ ପ୍ରଦାହ ହୋଇଥାଇପାରେ । +ଏଥିରେ ପିଲାର ଜୀବନ ପ୍ରତି ବିପଦ ରହିଛି , ତେଣୁ ସାଙ୍ଗେ ସାଙ୍ଗେ ଚିକିତ୍ସା ଦରକାର । +ଶିଶୁକୁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଖୁଆଇ ଏବଂ ଅନ୍ୟ ପିଲାମାନଙ୍କୁ ଉତ୍ତମ ଖାଦ୍ୟ ଓ ପ୍ରତିଷେଧକ ଟୀକା ଦେଇ ଫୁସ୍ ଫୁସ୍ ପ୍ରଦାହର ପ୍ରତିରୋଧ କରାଯାଇପାରେ । +ଶିଶୁର ଅତି ଜୋରରେ କାଶ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । +ପିଲାର ଯକ୍ଷ୍ମା କିମ୍ବା ଫୁସ୍ ଫୁସ୍ ରେ ସଂକ୍ରମଣ ହୋଇଥାଇପାରେ । +ଶିଶୁ ଓ ଗର୍ଭବତୀ ମହିଳା ତମାଖୁ ଧୂଆଁ ବା ରୋଷେଇ ଘର ଧୂଆଁରେ ବେଶୀ ସମୟ ରହିଲେ ସେମାନଙ୍କ ପ୍ରତି ବିପଦ ଆସିପାରେ +କାଶ ଓ ଥଣ୍ଡା ହୋଇଥିବା ଶିଶୁ ର ଯତ୍ନ +କାଶ ଓ ଥଣ୍ଡା ହୋଇଥିବା ଶିଶୁକୁ ଉଷୁମ ରଖିବା ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଦରକାର । +ପିଲା ଓ ଛୋଟ ଶିଶୁ ତାଙ୍କ ଦେହର ତାପ ଅତି ସହଜରେ ହରାଇଥା’ନ୍ତି । +ସେଥିପାଇଁ କାଶ ବା ଥଣ୍ଡା ହୋଇଥିଲେ ତାଙ୍କୁ ଘୋଡାଇ ରଖିବା ଦରକାର । +କାଶ , ଥଣ୍ଡା ହୋଇ ନାକରୁ ପାଣି ବୋହୁଥିବା ବା ତଣ୍ଟି ଦରଜ ହୋଇଥିବା ଶିଶୁକୁ ଯଦି ନିଶ୍ଵାସ ନେବାରେ କଷ୍ଟ ହେଉନାହିଁ ତେବେ ତା’ର ଚିକିତ୍ସା ଘରେ କରିହେବ ଏବଂ ସେ ବିନା ଔଷଧରେ ଭଲ ହୋଇପାରିବ । +କେବଳ ସେମାନଙ୍କୁ ଉଷୁମ ରଖିବା ଦରକାର , କିନ୍ତୁ ଅଧିକ ଗରମ କରିବା ଉଚିତ ନୁହେଁ । +ତାଙ୍କୁ ଯଥେଷ୍ଟ ଓ ପାନୀୟ ଦେବା ମଧ୍ୟ ଦରକାର । +କେବଳ ସ୍ୱାସ୍ଥ୍ୟ କର୍ମୀ ପରାମର୍ଶରେ ହିଁ ଔଷଧ ଦେବା ଉଚିତ । +ଶିଶୁକୁ ଜ୍ଵର ହୋଇଥିଲେ ତାକୁ ଥଣ୍ଡା ପାଣିରେ ପୋଛିଦିଅନ୍ତୁ ବା ଗାଧୋଇ ଦିଅନ୍ତୁ । +ଅତି ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ । +ମେଲେରିଆ ହେଉଥିବା ଅଞ୍ଚଳରେ ଜ୍ଵର ବିପଦଜନକ ହୋଇପାରେ । +ସେ ଅବସ୍ଥାରେ ସାଙ୍ଗେ ସାଙ୍ଗେ ସ୍ଵାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରନ୍ତୁ । +ଥଣ୍ଡା ବା କାଶ ହୋଇଥିବା ଶିଶୁର ନାକ ସବୁବେଳେ , ବିଶେଷ କରି ଖାଇବା ଓ ଶୋଇବା ଆଗରୁ , ସଫା କରିବା ଦରକାର । +ଗୋଟିଏ ଜାଗାରେ ଉଷୁମ ପାଣି ରାଖୀ ତା’ର ବାମ୍ଫ ନିଶ୍ଵାସରେ ନେଲେ ପିଲାକୁ ଆରାମ ଲାଗିବ । +ମା’କ୍ଷୀର ଖାଉଥିବା ଶିଶୁକୁ ଥଣ୍ଡା ବା କାଶ ହେଲେ ଖାଇବାରେ ତା’ର ଅସୁବିଧା ହୁଏ । +କିନ୍ତୁ ମା’କ୍ଷୀର ଖାଇଲେ ତା’ର ରୋଗ ପ୍ରତିରୋଧ ଶକ୍ତି ବଢେ । +ଏହା ଶିଶୁର ବିକାଶ ପାଇଁ ବହୁତ ଜରୁରୀ । +ତେଣୁ ମା’କ୍ଷୀର ଖୁଆଇବା ଜାରି ରଖିବା ଉଚିତ । +ଶିଶୁ ସ୍ତନକୁ ଚୁଚୁମି ନପାରିଲେ ଗୋଟିଏ ସଫା କପ୍ ରେ କ୍ଷୀର କାଢି ଛୁଆକୁ ଖୁଆଯାଇ ପାରିବ । +ମା’କ୍ଷୀର ଖାଉନଥିବା ଶିଶୁକୁ ଅଳ୍ପ ପରିମାଣର ଅନେଲ ଥର ଖାଦ୍ୟ ଦେବା ଦରକାର । +ଦେହ ଭଲ ହୋଇଗଲା ପରେ ଅନ୍ତତଃ ସପ୍ତାହେ ଯାଏଁ ପ୍ରତିଦିନ ପିଲାକୁ ଠାରେ ଅଧିକା ଖାଇବାକୁ ଦେବା ଜରୁରୀ । +ଦେହ ହେବା ଆଗରୁ ଥିବା ଓଜନ ସହ ସମାନ ନହେବା ଯାଏଁ ସେ ପୂରା ସୁସ୍ଥ ହୋଇନାହିଁ ବୋଲି ଧରାଯିବ । +ଥଣ୍ଡା ଓ କାଶ ଆଦି ବହୁତ ସହଜରେ ବ୍ୟାପିଥାଏ । +ଥଣ୍ଡା ,କାଶ ହେଉଥିବା ଲୋକ ଶିଶୁ ପାଖରେ କାଶିବା , ଛିଙ୍କିବା ବା ଛେପ ପକାଇବା ଉଚିତ ନୁହେଁ । +ବେଳେ ବେଳେ କାଶ ଓ ଥଣ୍ଡା ଗୁରୁତର ସମସ୍ୟାର ଲକ୍ଷଣ ହୋଇପାରେ । +ଶିଶୁ ଜୋରରେ ବା କଷ୍ଟରେ ନିଶ୍ଵାସ ନେଉଥିଲେ ତାକୁ ଫୁସ୍ ଫୁସ୍ ପ୍ରଦାହ ହୋଇଥାଇପାରେ । +ଅଧିକାଂଶ ଥଣ୍ଡା , କାଶ ତଣ୍ଟି ଦରଜ କିମ୍ବା ନାକରୁ ପାଣି ବୋହିବା ଭଳି ଅସୁବିଧା ବିନା ଔଷଧରେ ଭଲ ହୋଇଯାଏ । +କିନ୍ତୁ ବେଳେ ବେଳେ ଏଗୁଡିକ ଫୁସ୍ ଫୁସ୍ ପ୍ରଦାହର ଲକ୍ଷଣ ହୋଇଥାଏ ଏବଂ ସେଥିପାଇଁ ଔଷଧ ଦରକାର ହୁଏ । +ଯଦି ଜେନ ସ୍ୱାସ୍ଥ୍ୟକର୍ମୀ ଫୁସ୍ ଫୁସ୍ ପ୍ରଦାହ ପାଇଁ ଆଣ୍ଟିବାୟୋଟିକ୍ ଦେଉଥା’ନ୍ତି ତେବେ ସେଥିରେ ଥିବା ନିର୍ଦେଶ ଅନୁସାରେ ଔଷଧ ଦେବା ଉଚିତ । +ପିଲାକୁ ଟିକିଏ ଭଲ ଲାଗିଲେ ବି ପୂରା ମାତ୍ରାର ଔଷଧ ଦେବା ଦରକାର । +ଫୁସ୍ ଫୁସ୍ ପ୍ରଦାହରେ ଅଧିକାଂଶ ଶିଶୁମୃତ୍ୟୁ ଘରେ ହିଁ ଘଟିଥାଏ । +କାରଣ ସେମାନଙ୍କ ଘରଲୋକ ରୋଗର ଗୁରୁତ୍ଵ ବୁଝିନଥା’ନ୍ତି , ତେଣୁ ଚିକିତ୍ସାର ବ୍ୟବସ୍ଥା କରିନଥା’ନ୍ତି । + ଫୁସ୍ ଫୁସ୍ ପ୍ରଦାହରେ ମରୁଥିବା ଲକ୍ଷ ଲକ୍ଷ ଶିଶୁଙ୍କ ମୃତ୍ୟୁକୁ ରୋକାଯାଇ ପାରିବ ଯଦି : +ବାପା’ମା ଓ ଯତ୍ନ ନେଉଥିବା ଲୋକ ଜାଣିପାରନ୍ତେ ଯେ ଶିଶୁ ଜୋରରେ ଓ କଷ୍ଟକର ନିଶ୍ଵାସ ନେବା ବିପଦର ସଙ୍କେତ ଏବଂ ସାଙ୍ଗେ ସାଙ୍ଗେ ଡାକ୍ତରୀ ଚିକିତ୍ସା ଦରକାର । +କେଉଁଠି ଚିକିତ୍ସା ମିଳିପାରିବ ତାହା ସେମାନେ ଜାଣନ୍ତେ +ଅଳ୍ପ ମୂଲ୍ୟରେ ଚିକିତ୍ସା ଓ ଔଷଧ ସହଜରେ ମିଳିପାରିବ +ଯଦି ତଳ ଲେଖାଥିବା ଲକ୍ଷଣ ଦେଖାଦିଏ ତେବେ ଶିଶୁକୁ ସାଙ୍ଗେ ସାଙ୍ଗେ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଯିବା ଜରୁରୀ । +ଯଦି ଶିଶୁ ଅତି ଜୋରରେ - ୨ ରୁ ୧୨ ମାସର ଶିଶୁ ମିନିଟକୁ ୫୦ ବା ତା’ଠାରୁ ଅଧିକ ଥର ଏବଂ ୧୨ ମାସରୁ ୫ ବର୍ଷର ଶିଶୁ ମିନିଟକୁ ୪୦ ବା ତା’ଠାରୁ ଅଧିକ ଥର – ନିଶ୍ଵାସ ନେଉଛି +ଶିଶୁଟି ଅତି କଷ୍ଟରେ ନିଶ୍ଵାସ ନେଉଛି ବା ପବନ ନେବା ପାଇଁ ପାଟି ପାକୁ ପାକୁ କରୁଛି +ନିଶ୍ଵାସ ନେଲା ବେଳେ ଛାତିର ତଳପଟ ଭିତରକୁ ପଶି ଯାଉଛି କିମ୍ବା ପାକସ୍ଥଳୀଟି ଉପର ତଳ ହେଲା ଭଳି ଲାଗୁଛି +ଦୁଇ ସପ୍ତାହରୁ ଅଧିକ ସମୟ ଧରି ଶିଶୁର କାଶ ଲାଗି ରହିଛି +ମା’କ୍ଷୀର ଖାଇବାରେ ଶିଶୁର ଅସୁବିଧା ହେଉଛି +ଶିଶୁ ବାରମ୍ବାର ବାନ୍ତି କରୁଛି +ଶିଶୁକୁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଖୁଆଇ ଏବଂ ଅନ୍ୟ ପିଲାମାନଙ୍କୁ ଉତ୍ତମ ଖାଦ୍ୟ ଓ ପ୍ରତିଷେଧକ ଟୀକା ଦେଇ ଫୁସ୍ - ଫୁସ୍ ପ୍ରଦାହର ପ୍ରତିରୋଧ କରାଯାଇପାରେ । +ମା’କ୍ଷୀର ଶିଶୁକୁ ଫୁସ୍ ଫୁସ୍ ପ୍ରଦାହ ଏବଂ ଅନ୍ୟ ବେମାରୀରୁ ବଞ୍ଚାଇଥାଏ । +ତେଣୁ ଶିଶୁ ପାଇଁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଜରୁରୀ । +ପିଲାଦିନେ ଉତ୍ତମ ଖାଦ୍ୟ ଖାଇଥିଲେ କୌଣସି ବୟସରେ ବି ଦେହ ଖରାପ ହେବନାହିଁ । +ଜୀବସାର କ ଶ୍ଵାସଯନ୍ତ୍ର ସଂକ୍ରମଣ ଓ ଅନ୍ୟ ବେମାରିରୁ ରକ୍ଷା କରିଥାଏ ଏବଂ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ । +ମା’କ୍ଷୀର , କଲିଜା , ଲାଲ ପାମ୍ ତେଲ , ମାଛ , କ୍ଷୀରଜାତ ଜିନିଷ , ଅଣ୍ଡା , କମଳା ଓ ଅନ୍ୟ ହଳଦିଆ ଫଳ ଶାଗ ଜାତୀୟ ପାରିବା ଆଦିରେ ଜୀବସାର କ ରହିଛି । +ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ଅନୁପୂରକ ଜୀବସାର କ ବଟିକା ମଧ୍ୟ ଦିଆଯାଇ ପାରିବ । +ଶିଶୁକୁ ବର୍ଷେ ପୂରିବା ଆଗରୁ ସବୁ ପ୍ରତିଷେଧକ ଟୀକା ଦେବା ଜରୁରୀ । +ତାହେଲେ ଶିଶୁକୁ ମିଳିମିଳା ହେବନାହିଁ । +ମିଳିମିଳାରୁ ଫୁସ୍ ଫୁସ୍ ପ୍ରଦାହ ଲହରା କାଶ ଓ ଯକ୍ଷ୍ମା ଭଳି ଅନ୍ୟ ଶ୍ଵାସକ୍ରିୟା ଜନିତ ରୋଗ ଆରମ୍ଭ ହୋଇପାରେ । +ଶିଶୁର ଅତି ଜୋରରେ କାଶ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । +ପିଲାର ଯକ୍ଷ୍ମା କିମ୍ବା ଫୁସ୍ ଫୁସ୍ ରେ ସଂକ୍ରମଣ ହୋଇଥାଇ ପାରେ । +ଯକ୍ଷ୍ମା ଗୋଟିଏ ଭୟଙ୍କର ରୋଗ । +ଏହା ଶିଶୁକୁ ମାରି ଦେଇପାରେ କିମ୍ବା ସବୁଦିନ ପାଇଁ ତା’ର ଫୁସ୍ ଫୁସ୍ ନଷ୍ଟ ହୋଇ ଯାଇପାରେ । + ତଳଲିଖିତ ପଦକ୍ଷେପ ନେଇ ଶିଶୁକୁ ଯକ୍ଷ୍ମାରୁ ବଞ୍ଚାଯାଇ ପାରିବ , +ଶିଶୁକୁ ସବୁ ପ୍ରତିଷେଧକ ଟୀକା ଦେଇ , ବି.ସି.ଜି. ଟୀକା କିଛି ପରିମାଣରେ ଯକ୍ଷ୍ମାରୁ ରକ୍ଷା କରିଥାଏ +ଯକ୍ଷ୍ମା ହୋଇଥିବା ବା କାଶରେ ରକ୍ତ ପଡୁଥିବା ଲୋକଠାରୁ ଶିଶୁକୁ ଦୂରେଇ ରଖି +ଯଦି ସ୍ୱାସ୍ଥ୍ୟକର୍ମୀ ଯକ୍ଷ୍ମା ପାଇଁ ଔଷଧ ଦେଉଥିବେ ତେବେ ନିର୍ଦ୍ଦେଶ ଅନୁସାରେ ସବୁ ଔଷଧ ଶିଶୁକୁ ଦେବା ଜରୁରୀ । +ଏପରିକି ଶିଶୁକୁ ଭଲ ଲାଗିଲେ ବି ଅଧାରୁ ବନ୍ଦ କରିଦେବା ଉଚିତ ନୁହେଁ । +ଶିଶୁ ଓ ଗର୍ଭବତୀ ମହିଳା ତମାଖୁ ଧୂଆଁ ବା ରୋଷେଇ ଘର ଧୂଆଁରେ ବେଶୀ ସମୟ ରହିଲେ ସେମାନେ ପ୍ରତି ବିପଦ ଆସିପାରେ । +ଧୂଆଁଭରା ପରିବେଶରେ ରହିଲେ ଶିଶୁର ଫୁସ୍ ଫୁସ୍ ପ୍ରଦାହ ବା ଶ୍ଵାସକ୍ରିୟା ଜନିତ ଅନ୍ୟ ରୋଗ ହୋଇପାରେ । +ଏପରିକି ଜନ୍ମ ହେବା ଆଗରୁ ବି ଧୂଆଁ ଶିଶୁର କ୍ଷତି କରିପାରେ । +ତେଣୁ ଗର୍ଭବତୀ ମହିଳା ଧୂମପାନ କରିବା ବା ଧୂଆଁରେ ବେଶୀ ସମୟ ରହିବା ଉଚିତ ନୁହେଁ । +ସାଧାରଣତଃ କିଶୋର ବୟସରୁ ତମାଖୁ ସେବନ ଅଭ୍ୟାସ ଆରମ୍ଭ ହୋଇଥାଏ । +ଯଦି ଆଖପାଖର ବୟସ୍କ ଲୋକମାନେ ଧୂମପାନ କରୁଥିବେ , ଧୂମପାନର ବିଜ୍ଞାପନ ବହୁତ କରାଯାଉଥିବ କିମ୍ବା ତମାଖୁ ବହୁତ ଶସ୍ତା ଓ ସହଜରେ ମିଳି ପାରୁଥିବ ତେବେ ଜଣେ କିଶୋର ବି ଧୂମପାନ କରିବା ଆରମ୍ଭ କରିବ । +ତେଣୁ କିଶୋରମାନଙ୍କୁ ଧୂମପାନ ନକରିବା ପାଇଁ ବୁଝାଇବା ଜରୁରୀ ଏବଂ ଯେପରି ସେ ତା’ ସାଙ୍ଗମାନଙ୍କୁ ମଧ୍ୟ ଏହାର କୁପରିଣାମ ବିଷୟରେ ବୁଝାଇବ ସେ ଦିଗରେ ଦୃଷ୍ଟି ଦେବା ଉଚିତ ।