diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia193.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia193.txt new file mode 100644 index 0000000000000000000000000000000000000000..d0dc228f49348203bb257667a141f0ec8c56bcd4 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia193.txt @@ -0,0 +1,137 @@ +ସ୍ଵାସ୍ଥ୍ୟରକ୍ଷା +ଉପକ୍ରମ +ଶିଶୁଙ୍କ ଭିତରେ ଅଧାରୁ ବେଶୀ ମୃତ୍ୟୁ ବା ଅସୁସ୍ଥତା ଜୀବାଣୁ ଦ୍ଵାରା ହୋଇଥାଏ ଏବଂ ଏହି ଜୀବାଣୁ ଖାଦ୍ୟ , ପିଇବା ପାଣି କିମ୍ବା ମଇଳା ହାତ ଦେଇ ପେଟକୁ ଯାଇଥାଏ । +ଏଭିତରୁ ଅଧିକାଂଶ ଜୀବାଣୁ ମଣିଷର ବା ଜୀବଜନ୍ତୁଙ୍କ ମଳରୁ ଆସିଥାଏ । +ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସ ସାହାଯ୍ୟରେ ବହୁତଗୁଡିଏ ରୋଗର , ବିଶେଷ କରି ତରଳ ଝାଡାର , ପ୍ରତିରୋଧ କରାଯାଇପାରେ । +ପାଇଖାନାରେ ଝାଡା ବସିବା , ଝାଡା ଯିବା ପରେ ଏବଂ ଶିଶୁକୁ ଖୁଆଇବା ଆଗରୁ ହାତକୁ ସାବୁନ ବା ପାଉଁଶ ଓ ପାଣିରେ ଭଲ କରି ଧୋଇବା , ଜୀବଜନ୍ତୁଙ୍କ ମଳ ଘର , ରାସ୍ତା , କୂଅ ଓ ପିଲାଙ୍କ ଖେଳିବା ଜାଗାଠାରୁ ଦୂରରେ ରଖିବା ହେଉଛି ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସର କିଛି ଉଦାହରଣ । +ଗୋଷ୍ଠୀରେ ସମସ୍ତେ ଏକାଠି ମିଶି ପାଇଖାନା ତିଆରି କରିବା ଓ ବ୍ୟବହାର କରିବା , ପିଇବା ପାଣିକୁ ସୁରକ୍ଷିତ ରଖିବା , ମଇଳା ପାଣି ଓ ଅଳିଆ ଠିକ ଜାଗାରେ ପକାଇବା ଉଚିତ । +ସରକାର ମଧ୍ୟ ସମସ୍ତେ ବସାଇ ପାରିବା ଭଳି ଅଳ୍ପ ମୂଲ୍ୟର ପାଇଖାନା ତିଆରି ଓ ବ୍ୟବହାର ବିଷୟରେ ଲୋକଙ୍କୁ ବୁଝାଇବା ଦରକାର । +ସହର ଅଞ୍ଚଳରେ ଅଳ୍ପ ମୂଲ୍ୟର ପାଇଖାନା ପରିମଳ ବ୍ୟବସ୍ଥା , ମଇଳା ପାଣି ନିଷ୍କାସନ , ପିଇବା ପାଣି ଯୋଗାଣ ଏବଂ ମଇଳା ସଂଗ୍ରହ ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ । +ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର +୧. ନିରାପଦ ଭାବରେ ମଳକୁ ଫିଙ୍ଗାଯିବା ଉଚିତ । +ଏଥିପାଇଁ ପାଇଖାନାର ବ୍ୟବହାର ସବୁଠାରୁ ନିରାପଦ । +୨. ପିଲାଠାରୁ ବଡ ଯାଏଁ ଘରର ସମସ୍ତେ ଝାଡା ଯିବା ପରେ , ଖାଇବା ଆଗରୁ ଓ ଶିଶୁକୁ ଖୁଆଇବା ଆଗରୁ ସାବୁନ କିମ୍ବା ପାଉଁଶ ଓ ପାଣିରେ ହାତ ଭଲ କରି ଧୋଇବା ଜରୁରୀ । +୩. ସାବୁନରେ ମୁହଁ ଧୋଇଲେ ଆଖି ସଂକ୍ରମଣରୁ ରକ୍ଷା ମିଳିଥାଏ । +ପୃଥିବୀର କେତେକ ଅଞ୍ଚଳରେ ଆଖିର ସଂକ୍ରମଣରୁ ଟ୍ରକୋମା ଆରମ୍ଭ ହୁଏ ଓ ଶେଷରେ ଅନ୍ଧତ୍ଵ ଆସିଥାଏ । +୪. ପାତ୍ରକୁ ଉତ୍ସରୁ ବା ବିଶୋଧିତ ହୋଇଥିବା ପାଣି ବ୍ୟବହାର କରନ୍ତୁ । +ପାଣି ରଖୁଥିବା ପାତ୍ରକୁ ଘୋଡାଇ ରଖିବା ଜରୁରୀ । +୫. କଞ୍ଚା ବା ବାସୀ ଖାଦ୍ୟ ମାରାତ୍ମକ ହୋଇପାରେ । +କଞ୍ଚା ଖାଦ୍ୟ ଭଲକରି ଧୁଆହେବା ବା ରନ୍ଧାହେବା ଆବଶ୍ୟକ । +ରନ୍ଧା ଖାଦ୍ୟକୁ ଡେରି ନକରି ବା ପୁଣି ଥରେ ଭଲ ଭାବରେ ଗରମ କରି ଖାଇବା ଉଚିତ । +୬. ଖାଦ୍ୟ , ବାସନ ଓ ରନ୍ଧା ଜାଗା ପରିଷ୍କାର ରଖିବା ଆବଶ୍ୟକ । +ଖାଦ୍ୟକୁ ଘୋଡାଇ ରଖିବା ଉଚିତ । +୭. ଘରର ଅଳିଆକୁ ନିରାପଦ ଜାଗାରେ ଫିଙ୍ଗିଲେ ରୋଗ ଦାଉରୁ ରକ୍ଷା ମିଳିଥାଏ । +ନିରାପଦ ଭାବରେ ମଳକୁ ଫିଙ୍ଗାଯିବା ଉଚିତ +ନିରାପଦ ଭାବରେ ମଳକୁ ଫିଙ୍ଗାଯିବା ଉଚିତ । +ଏଥିପାଇଁ ପାଇଖାନାର ବ୍ୟବହାର ସବୁଠାରୁ ନିରାପଦ । +ତରଳ ଝାଡା ଭଳି ଅନେକ ରୋଗ ମଣିଷର ମଳ ଜରିଆରେ ବ୍ୟାପିଥାଏ । +ଏଥିରୁ ଜୀବାଣୁ ପିଇବା ପାଣି , ଖାଦ୍ୟ , ହାତ , ବାସନ କିମ୍ବା ରନ୍ଧାଜାଗାକୁ ଆସେ । +ଏସବୁକୁ ବ୍ୟବହାର କଲେ ଜୀବାଣୁ ଦେହକୁ ଆସି ରୋଗ କରାଏ । +ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଲା ମଣିଷ ଓ ଜୀବଜନ୍ତୁଙ୍କ ମଳକୁ ସୁରକ୍ଷିତ ଭାବରେ ଦୂରେଇବା । +ମଣିଷ ପରିଷ୍କାର ପାଇଖାନା ବ୍ୟବହାର କରିବା ଭଲ ଜୀବଜନ୍ତୁଙ୍କ ମଳ ଘର , ଏବଂ ପିଲାଙ୍କ ଖେଳିବା ଜାଗାଠାରୁ ଦୂରରେ ଗଦାଇବା ଦରକାର । +ଯଦି ପାଇଖାନା ବ୍ୟବହାର କରିବା ସମ୍ଭବ ନୁହେଁ ତେବେ ଘର , ରାସ୍ତା , ପିଇବା ପାଣି ଏବଂ ପିଲାଙ୍କ ଖେଳ ଜାଗାଠାରୁ ଦୂରରେ ଝାଡା ଯିବା ଏବଂ ତାକୁ ସାଙ୍ଗେ ସାଙ୍ଗେ ପୋତିଦେବା ଉଚିତ । +ସମସ୍ତଙ୍କ ମଳରେ , ଏପରିକି ଛୋଟ ପିଲାଙ୍କ ମଳରେ , ବି ଅନେକ ଜୀବାଣୁ ରହିଥାଏ । +ତେଣୁ ତାହା ବିପଦଜନକ । +ଯଦି ପିଲା ପାଇଖାନା ବା ମଳପାତ୍ର ବ୍ୟବହାର କରୁ ନଥାଏ , ତେବେ ତା’ ମଳକୁ ସାଙ୍ଗେ ସାଙ୍ଗେ ସଫା କରି ପାଇଖାନାରେ ପକାଇବା ବା ପୋତିଦେବା ଜରୁରୀ । +ପାଇଖାନାକୁ ସବୁବେଳେ ସଫା ରଖିବା ଏବଂ ତାହାକୁ ଘୋଡାଇ ରଖିବା ଦରକାର । +ସରକାର ଏବଂ ବେସରକାରୀ ସଂସ୍ଥା ଅଳ୍ପ ମୂଲ୍ୟର ପାଇଖାନା ତିଆରି କରିବା ପାଇଁ ଲୋକଙ୍କୁ ବୁଝାଇବା ଆବଶ୍ୟକ । +ସାବୁନ କିମ୍ବା ପାଉଁଶ ଓ ପାଣିରେ ହାତ ଭଲ କରି ଧୋଇବା ଜରୁରୀ +ପିଲାଠାରୁ ବଡ ଯାଏଁ ଘରର ସମସ୍ତେ ଝାଡା ଯିବା ପରେ , ଖାଇବା ଆଗରୁ ଓ ଶିଶୁକୁ ଖୁଆଇବା ଆଗରୁ ସାବୁନ କିମ୍ବା ପାଉଁଶ ଓ ପାଣିରେ ହାତ ଭଲ କରି ଧୋଇବା ଜରୁରୀ । +ସାବୁନ କିମ୍ବା ପାଉଁଶରେ ହାତ ଧୋଇଲେ ଜୀବାଣୁ ନଷ୍ଟ ହୋଇଯାଆନ୍ତି । +କେବଳ ପାଣିରେ ଧୋଇବା ଯଥେଷ୍ଟ ନୁହେଁ , ଦୁଇ ହାତକୁ ସାବୁନ ବା ପାଉଁଶରେ ଘଷି ଧୋଇବା ଦରକାର । +ଏହାଦ୍ୱାରା ଜୀବାଣୁ ଖାଦ୍ୟକୁ ଯାଇପାରେ ନାହିଁ । +ହାତ ଧୋଇବା ଦ୍ଵାରା କୃମିରୁ ବି ରକ୍ଷା ମିଳିଥାଏ । +ତେଣୁ ପାଇଖାନା ପାଖରେ ସାବୁନ ବା ପାଉଁଶ ରଖିବା ଆବଶ୍ୟକ । +ନିଜେ ଝାଡା ଗଲା ପରେ ବା ଶିଶୁ ଝାଡା ଯିବା ପରେ ମଳଦ୍ଵାର ସଫା କରିସାରି ହାତ ଧୋଇବା ବହୁତ ଜରୁରୀ । +ଜୀବଜନ୍ତୁଙ୍କୁ ବା କଞ୍ଚା ମାଂସ ଆଦି ଛୁଇଁଲେ ମଧ୍ୟ ହାତ ଧୋଇବା ବହୁତ ଜରୁରୀ । +ଖାଦ୍ୟ ତିଆରି କରିବା , ବାଢିବା , ଖାଇବା କିମ୍ବା ଶିଶୁକୁ ଖୁଆଇବା ଆଗରୁ ହାତ ଧୋଇବା ବହୁତ ଜରୁରୀ । +ଝାଡା ଯିବା ପରେ ଏବଂ ଖାଇବା ଆଗରୁ ଦୁଇଟି ଯାକ ହାତ ଭଲ କରି ଧୋଇବା କଥା ଶିଶୁକୁ ଶିଖାଇବା ଦରକାର । +ଶିଶୁ ଅନେକ ସମୟରେ ପାଟିରେ ହାତ ପୂରାଇଥାଏ । +ତେଣୁ ଶିଶୁର ହାତକୁ ବାରମ୍ବାର ଧୋଇବା ଦରକାର । +ବିଶେଷ କରି ସେମାନେ ମଇଳାରେ ବା ଜୀବଜନ୍ତୁଙ୍କ ସହ ଖେଳିବା ପରେ ଧୋଇବା ବହୁତ ଜରୁରୀ । +ଶିଶୁ ପେଟରେ ଅତି ସହଜରେ କୃମି ହୁଏ । +କୃମି ଓ ତା’ର ଅଣ୍ଡା ମଣିଷ ଏବଂ ଜୀବଜନ୍ତୁଙ୍କ ମଳମୂତ୍ରରେ , ନଈପୋଖରୀ ଭଳି ଉପର ଜଳ , ମାଟି ଏବଂ ଅସିଝା ମାଂସରେ ଥାଏ । +ତେଣୁ ପାଇଖାନା ବା ଝାଡା ଯାଉଥିବା ପଡିଆ ପାଖରେ ପିଲା ଖେଳିବା ଉଚିତ ନୁହେଁ । +ପାଦ ବାଟେ କୃମି ଦେହ ଭିତରକୁ ନପଶିବା ପାଇଁ ପାଇଖାନା ଯିବା ବେଳେ ଚପଲ ପିନ୍ଧିବା ଆବଶ୍ୟକ । +କୃମି ହେଉଥିବା ଅଞ୍ଚଳରେ ରହୁଥିବା ଶିଶୁକୁ ବର୍ଷକୁ ଦୁଇ ତିନି ଥର କୃମି ଔଷଧ ଦେବା ଦରକାର । +ଆଖି ସଂକ୍ରମଣରୁ ରକ୍ଷା +ସାବୁନରେ ମୁହଁ ଧୋଇଲେ ଆଖି ସଂକ୍ରମଣରୁ ରକ୍ଷା ମିଳିଥାଏ । +ପୃଥିବୀର କେତେକ ଅଞ୍ଚଳରେ ଆଖିର ସଂକ୍ରମଣରୁ ଟ୍ରାକୋମା ଆରମ୍ଭ ହୁଏ ଓ ଶେଷରେ ଅନ୍ଧତ୍ଵ ଆସିଥାଏ । +ମଇଳା ମୁହଁରେ ମାଛି ବସନ୍ତି ଏବଂ ମାଛିର ଗୋଡରେ ଜୀବାଣୁ ଆସନ୍ତି । +ଏଥିଯୋଗୁ ଆଖି ସଂକ୍ରମିତ ହୋଇପାରେ , ଏପରିକି ଦୃଷ୍ଟିଶକ୍ତି ମଧ୍ୟ ନଷ୍ଟ ହୋଇଯାଇପାରେ । +ଯଦି ଆଖି ସୁସ୍ଥ ଥାଏ , ତେବେ ଧଳା ଡୋଳା ସୁସ୍ଥ ରହିବ , ଆଖି ଓଦାଳିଆ ହୋଇ ଚିକଚିକ କରିବ ଏବଂ ଦୃଷ୍ଟିଶକ୍ତି ଠିକ ରହିବ । +ଯଦି ଆଖି ଶୁଖିଲା ହୋଇ ଲାଲ ଦେଖା ଯାଉଥିବ , ଆଖିରୁ ପାଣି ବୋହୁଥିବ ବା ଶିଶୁ ଠିକ ଭାବରେ ଦେଖି ପାରୁନଥିବ ତେବେ ଶିଶୁକୁ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଇବା ଜରୁରୀ । +ପାଣି ରଖୁଥିବା ପାତ୍ରକୁ ଘୋଡାଇ ରଖିବା ଜରୁରୀ +ପରିଷ୍କାର ଉତ୍ସରୁ ବା ବିଶୋଧିତ ହୋଇଥିବା ପାଣି ବ୍ୟବହାର କରନ୍ତୁ । +ପାଣି ରଖୁଥିବା ପାତ୍ରକୁ ଘୋଡାଇ ରଖିବା ଜରୁରୀ । +ପରିବାର ପାଇଁ ଯଥେଷ୍ଟ ପରିମାଣର ପରିଷ୍କାର ପିଇବା ପାଣି ମିଳୁନଥିଲେ ଓ ପାଣିକୁ ଜୀବାଣୁମୁକ୍ତ ରଖିବା ବିଷୟରେ ତାଙ୍କୁ ଜଣାଥିଲେ ର୍ପ୍ଗା ବହୁତ କମ୍ ହୁଏ , +ପାଣି ପରିଷ୍କାର ନଥିଲେ ତାକୁ ଛାଣି , ଫୁଟାଇ ପରିଷ୍କାର କରାଯାଇ ପାରିବ । +ଠିକ ଭାବରେ ବସାଯାଇଥିବା ପାଣି ପାଇପ , ନଳକୂଅ , ସୁରକ୍ଷିତ କୂଅ ଏବଂ ଝରଣା ଆଦି ପରିଷ୍କାର ପାଣିର ଉତ୍ସ । +ପୋଖରୀ , ନଈ , ଖୋଲା ବନ୍ଧ ଆଦିର ଅପରିଷ୍କାର ପାଣିକୁ ଫୁଟାଇ ବିଶୋଧିତ କରାଯାଇ ପାରିବ । +ପାଣିକୁ ସଫା ରଖିବା ପାଇଁ ତାକୁ ଘୋଡାଇ ରଖିବା ଦରକାର । +ପରିବାର ଓ ଗୋଷ୍ଠୀ ପାଣିକୁ ସୁରକ୍ଷିତ କରିପାରିବେ : +କୂଅକୁ ଢାଙ୍କି ରଖି ଏବଂ ନଳକୂଅ ବସାଇ +ମଇଳା ଓ ବଳକା ପାଣି (ବିଶେଷ କରି ପାଇଖାନା ଓ ଘରଧୁଆ ପାଣି)କୁ ପିଇବା , ରାନ୍ଧିବା , ଏବଂ ଧୁଆଧୋଇ ପାଇଁ ବ୍ୟବହାର କରୁଥିବା ପାଣି ଉତ୍ସଠାରୁ ଦୂରରେ ଫିଙ୍ଗି , +ପାଣି ଉତ୍ସଠାରୁ ଅତି କମ୍ ରେ ୧୫ ମିଟର ଦୂରରେ ତଳ ଆଡକୁ ପାଇଖାନା ତିଆରି କରି +କୂଅରୁ ପାଣି କାଢିବା ବାଲ୍ଟି , ଦଉଡି , ମାଠିଆ ଆଦିକୁ ତଳେ ନରଖି ଗୋଟିଏ ସଫା ଜାଗାରେ ରଖି +ମଣିଷ ରହିବା ଜାଗାଠାରୁ ଏବଂ ପିଇବା ପାଣି ଉତ୍ସଠାରୁ ଜୀବଜନ୍ତୁଙ୍କୁ ଦୂରରେ ରଖି +ପାଣିର ଉତ୍ସ ପାଖରେ କୀଟନାଶକ କିମ୍ବା ଅନ୍ୟ ରାସାୟନିକ ନପକାଇ +ଲୋକମାନେ ଘରେ ପାଣି ସଫା ରଖିପାରିବେ +ସଫା ଢାଙ୍କୁଣୀ ବାଲା ପାତ୍ରରେ ପିଇବା ପାଣି ରଖି +ମଇଳା ହାତରେ ପାଣି ନଛୁଇଁ +ପରିଷ୍କାର ହାଣ୍ଡଲଲଗା ଗଡୁରେ ପାଣି କାଢି +ପାଣି ଥିବା ପାତ୍ରରେ ଗୋଟିଏ କଳ ଲଗାଇ +ପିଇବା ପାଣି ପାତ୍ରରେ ହାତ ନପୂରାଇ ବା ସିଧା ସେଥିରୁ ପାଣି ନପିଇ +ପାଣିର ଉତ୍ସ ପାଖରୁ ଜୀବଜନ୍ତୁଙ୍କୁ ଦୂରେଇ ରଖି +ପାଣିର ଉତ୍ସ ବିଷୟରେ ନିଶ୍ଚିତ ନଥିଲେ ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ । +କଞ୍ଚା ବା ବାସି ଖାଦ୍ୟ ମାରାତ୍ମକ ହୋଇପାରେ +କଞ୍ଚା ବା ବାସି ଖାଦ୍ୟ ମାରାତ୍ମକ ହୋଇପାରେ । +କଞ୍ଚା ଖାଦ୍ୟ ଭଲକରି ଧୁଆ ବା ରନ୍ଧାହେବା ଆବଶ୍ୟକ । +ରନ୍ଧା ଖାଦ୍ୟକୁ ଡେରି ନକରି ବା ପୁଣି ଥରେ ଭଲ ଭାବରେ ଗରମ କରି ଖାଇବା ଉଚିତ । +ଖାଦ୍ୟ ଭଲକରି ରନ୍ଧା ହେଲେ ଜୀବାଣୁ ନଷ୍ଟ ହୋଇଯାଆନ୍ତି । +ବିଶେଷ କରି କୁକୁଡା ଓ ଅନ୍ୟ ମାଂସକୁ ଭଲ କରି ରାନ୍ଧିବା ଦରକାର । +ଉଷୁମ ଖାଦ୍ୟରେ ଜୀବାଣୁ ବହୁତ ଶୀଘ୍ର ବଢନ୍ତି । +ତେଣୁ ରନ୍ଧା ହେବା ପରେ ଯେତେ ଶୀଘ୍ର ସମ୍ଭବ ଗରମ ଥିବା ଅବସ୍ଥାରେ ଖାଇଦେବା ଉଚିତ । +ତାହେଲେ ଜୀବାଣୁ ବଢିବା ପାଇଁ ସମୟ ପାଇବେ ନାହିଁ । +ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଖାଦ୍ୟ ରଖିବା ପାଇଁ ହେଲେ ତାକୁ ଅତି ଗରମ ବା ଥଣ୍ଡା ରଖିବା ଜରୁରୀ । +ରନ୍ଧା ଖାଦ୍ୟ ଆଉ ଗୋଟିଏ ଓଳି ପାଇଁ ରଖିବାକୁ ହେଲେ ତାକୁ ଭଲ କରି ଘୋଡାଇ ରଖିବା ଏବଂ ଖାଇବା ଆଗରୁ ଗରମ କରି ଖାଇବା ଆବଶ୍ୟକ । +ଖାଦ୍ୟରେ ଦହି ବା ସେହିଭଳି ଖଟା ଜିନିଷ ଜୀବାଣୁ ବଢିବାକୁ ଦେଇ ନଥାଏ । +କଞ୍ଚା ଖାଦ୍ୟ ବିଶେଷ କରି କୁକୁଡା ଓ ମାଂସ ଏବଂ ସମୁଦ୍ର ଖାଦ୍ୟରେ ସାଧାରଣତଃ ଜୀବାଣୁ ଥାଏ । +ରନ୍ଧା ଖାଦ୍ୟ କଞ୍ଚା ଖାଦ୍ୟ ସହ ମିଶିଲେ ସେଥିରେ ଜୀବାଣୁ ବଢେ । +ତେଣୁ କଞ୍ଚା ଓ ରନ୍ଧା ଖାଦ୍ୟ ଅଲଗା ରଖିବା ଜରୁରୀ । +ରାନ୍ଧିବା ପରେ ଛୁରୀ , ପାରିବା କଟା ପଟା , ରୋଷେଇ ଜାଗା ଆଦି ସଫା କରିବା ଉଚିତ । +ଶିଶୁ ପାଇଁ ମା’କ୍ଷୀର ସବୁଠାରୁ ସୁରକ୍ଷିତ । +ଫୁଟା ଗାଈକ୍ଷୀର ଅଫୁଟା କ୍ଷୀରଠାରୁ ବେଶୀ ନିରାପଦ । +ବାହାର କରାଯାଇଥିବା ମା’କ୍ଷୀର ସାଧାରଣ ତାପମାତ୍ରାରେ ଗୋଟିଏ ସଫା ଘୋଡାଣି ଦିଆ ପାତ୍ରରେ ଆଠ ଘଣ୍ଟା ଯାଏଁ ରଖାଯାଇ ପାରିବ । +ଶିଶୁଙ୍କ ଖାଦ୍ୟ ତିଆରି କରିବା ବେଳେ ଅଧିକ ସାବଧାନ ହେବା ଜରୁରୀ । +ଯଦି ସମ୍ଭବ ସେମାନଙ୍କର ଖାଦ୍ୟ ଠିକ୍ ଖାଇବା ଆଗରୁ ତିଆରି କରିବା ଉଚିତ । +କଞ୍ଚା ଫଳ ଓ ପଡ଼ିବାରୁ ଚୋପା ଛଡାଇବା ଏବଂ ତାକୁ ଭଲ କରି ଧୋଇବା ଜରୁରୀ । +ବିଶେଷ କରି ଶିଶୁକୁ କଞ୍ଚା ଦେଲା ବେଳେ ଏହା ଅଧିକ ଜରୁରୀ । +କୀଟନାଶକ କିମ୍ବା ରାସାୟନିକ ପଦାର୍ଥ ଖାଦ୍ୟ ଉପରେ ଦେଖାଯାଉ ନଥିଲେ ବି ସେଗୁଡିକ ବିପଦଜନକ । +ଖାଦ୍ୟ, ବାସନ ଓ ରନ୍ଧା ଜାଗା ପରିଷ୍କାର ରଖିବା ଜରୁରୀ +ଖାଦ୍ୟ , ବାସନ ଓ ରନ୍ଧା ଜାଗା ପରିଷ୍କାର ରଖିବା ଜରୁରୀ । +ଖାଦ୍ୟକୁ ଘୋଡାଇ ରଖିବା ଉଚିତ । +ଖାଦ୍ୟ ବାଟେ ଜୀବାଣୁ ଦେହକୁ ଯାଇ ରୋଗ କରିପାରେ । + ଖାଦ୍ୟକୁ ଜୀବାଣୁମୁକ୍ତ ରଖିବାକୁ ହେଲେ : +ରୋଷେଇ ଘର ସଫା ରଖିବା ଆବଶ୍ୟକ +ଛୁରୀ , ବାସନ , ପାତ୍ର ଏବଂ ଥାଳି ଆଦି ସଫାକରି ଓ ଢାଙ୍କି ରଖିବା ଜରୁରୀ +ବାସନ ପୋଛା କନାକୁ ସବୁଦିନ ସଫା କରି ଖରାରେ ଶୁଖାଇବା ଦରକାର । +ଖାଇ ସାରିବା ପରେ ପରେ ବାସନ ଧୋଇ ଶୁଖିବା ପାଇଁ ଥାକ ଉପରେ ରଖିବା ଦରକାର । +ମାଛି ଓ ଅନ୍ୟ ଜୀବଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଖାଦ୍ୟ ଘୋଡାଇ ରଖିବା ଉଚିତ । +ଶିଶୁ ପାଇଁ ବୋତଲ ବ୍ୟବହାର କରିବା ଉଚିତ ନୁହେଁ । +କାରଣ ଠିକରେ ସଫା ନହେଲେ ସେଥିରେ ଜୀବାଣୁ ଯାଇ ତରଳ ଝାଡା ହୋଇପାରେ । +ତେଣୁ ସେସବୁକୁ ଗରମ ପାଣିରେ ଧୋଇବା ଜରୁରୀ । +ସବୁଠାରୁ ଭଲ ଶିଶୁକୁ ମା’କ୍ଷୀର ଦେବା । +ଘରର ଅଳିଆକୁ ନିରାପଦ ଜାଗାରେ ଫିଙ୍ଗିଲେ ରୋଗ ଦାଉରୁ ରକ୍ଷା ମିଳିଥାଏ +ମାଛି , ଅସରପା , ମୂଷାଙ୍କ ଦ୍ଵାରା ଜୀବାଣୁ ବ୍ୟାପିପାରେ । +ପାରିବା , ଫଳଚୋପା ବା ଖାଦ୍ୟ ଟୁକୁଡା ପଡି ରହିଲେ ଏମାନେ ବଢନ୍ତି । +କୌଣସି ଅଞ୍ଚଳରେ ସାମୂହିକ ଭାବରେ ମଇଳା ସଂଗ୍ରହ କରାଯାଉ ନଥିଲେ ଘରେ ଗୋଟିଏ କମ୍ପୋଷ୍ଟ ଗାତା ଖୋଲି ପ୍ରତିଦିନର ମଇଳା ପୋତିଦେବା ଜରୁରୀ । +ଘର ଓ ତା’ର ଆଖପାଖ ଅଞ୍ଚଳ ସଫା ରଖିଲେ ରୋଗ ଦାଉରୁ ରକ୍ଷା ମିଳିଥାଏ । +ଘରର ମଇଳା ପାଣି ଗୋଟିଏ ସୋକ୍ ପିଟ୍ କରି ବା ବଗିଚାରେ ମଡାଯାଇ ପାରିବ । +ଅଳ୍ପ ପରିମାଣରେ ହେଲେ ବି କୀଟନାଶକ ବା ରାସାୟନିକ ଖାଦ୍ୟ ବା ପାଣିକୁ ବିଷାକ୍ତ କରିପାରନ୍ତି । +ଦେହରେ ଲାଗିଲେ ମଧ୍ୟ ତାହାର ବିଷାକ୍ତ କରିପାରନ୍ତି । +ଦେହରେ ଲାଗିଲେ ମଧ୍ୟ ତାହାର ବିଷାକ୍ତ ପ୍ରଭାବ ପଡେ । +ତେଣୁ କୀଟନାଶକ ବା ରାସାୟନିକ ବ୍ୟବହାର କରିବା ବେଳର ଲୁଗାପଟା ଘରର ପାଣି ଉତ୍ସ ପାଖରେ ଧୋଇବା ଉଚିତ ନୁହେଁ । +ଘରର ଆଖପାଖରେ ବା ପାଣିର ଉତ୍ସ ପାଖରେ କୀଟନାଶକ ବ୍ୟବହାର କରିବା ଉଚିତ ନୁହେଁ । +ପିଇବା ପାଣି ବା ଖାଦ୍ୟ ପାଖରେ ଏସବୁକୁ ରଖିବା ବି ଉଚିତ ନୁହେଁ । +କୀଟନାଶକ ବା ରାସାୟନିକ ସାରା ଥିବା ଡବା ବା ବୋତଲରେ କେବେ ବି ଖାଦ୍ୟ ରଖନ୍ତୁ ନାହିଁ ।