From d515d98b35753dcbfcbceed479272dfa7e090e04 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:13:10 +0530 Subject: [PATCH] Upload New File --- .../vikashpedia_health_odia36.txt | 28 +++++++++++++++++++ 1 file changed, 28 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia36.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia36.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia36.txt new file mode 100644 index 0000000..fe9808c --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia36.txt @@ -0,0 +1,28 @@ +ଓଠର ଯତ୍ନ ପାଇଁ ଘରୋଇ ଉପଚାର +ଓଠର ଯତ୍ନ +ମହିଳା ମାନେ ଲିପିସ୍ଟିକ ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । +କିନ୍ତୁ ସର୍ଭେରୁ ଜଣା ପଡିଛି ୬୦% ଲିପିସ୍ଟିକ ବିଷାକ୍ତ, ଯାହାକି ଆପଣଙ୍କ ସ୍ମୃତିଶକ୍ତି ହ୍ରାସ କରିଥାଏ । +ତେଣୁ ଲିପିସ୍ଟିକ ବଦଳରେ ଆମେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଦରକାର । +ଲାଲ ଓଠ ପାଇଁ ଘରୋଇ ଉପଚାର +ଲାଲ ଓଠ ମୁହଁର ସୌନ୍ଦଯ୍ୟ ବୃଦ୍ଧି କରିଥାଏ । +କିନ୍ତୁ ସବୁବେଳେ ଲିପିସ୍ଟିକ ବ୍ୟବହାର କରିବା ସ୍ୟାସ୍ଥ୍ୟ ପାଇଁ କ୍ଷତିକାରକ କାରଣ ଏଥିରେ ବହୁତ କେମିକାଲ ରହିଥାଏ । + ତେଣୁ ଲାଲ ଓଠ ପାଇଁ କିଛି ଘରୋଇ ଉପଚାର ହେଉଛି +ଶୋଇବା ପୂର୍ବରୁ ଓଠରେ କିଛି ଗୁଆ ଘିଅ ମାଲିସ କରି ଶୁଆନ୍ତୁ ଏବଂ ସକାଳେ ଓଠକୁ ଭଲ ଭାବେ ଧୋଇ ଦିଅନ୍ତୁ । +ଏହା ଆପଣଙ୍କ ଓଠକୁ ନରମ ରଖିବ| ସବୁଦିନ ଗୁଆ ଘିଅ ମାରିଲେ ଧୀରେ ଧୀରେ ଆପଣଙ୍କ ଓଠ ଲାଲ ରହିବ । +କିଛି ଲାଲ ଗୋଲାପ ଫୁଲର ପାଖୁଡାକୁ ଚିକଣ କରି ବାଟି ଦିଅନ୍ତୁ । +ଏହାକୁ ମହୁ ସହ ମିଶାଇ ଓଠରେ ସବୁଦିନ ମାଲିସ କରନ୍ତୁ । +ଏହା କିଛି ଦିନ ମଧ୍ୟରେ ଆପଣଙ୍କ ଓଠକୁ ଲାଲ କରିଦେବ । +ଗୋଟିଏ ଲେମ୍ବୁକୁ ଦୁଇ ଭାଗରେ କାଟନ୍ତୁ ଓ ସେଥିରୁ କିଛି ପରିମାଣରେ ରସ ବାହାର କରି କଟା ଲେମ୍ବୁକୁ ଓଠରେ ମାଲିସ କରନ୍ତୁ । +ଏମିତି ଦିନକୁ ଦୁଇ ଥର କରିଲେ କିଛିଇ ଦିନ ଭିତରେ ଆପଣଙ୍କ ଓଠର କଳା ଦାଗ ଦୂର ହୋଇଥାଏ । +କାକୁଡିକୁ ଛୋଟ ଖଣ୍ଡରେ କାଟି ଓଠରେ ମାଲିସ କଲେ ଓଠ ଲାଲ ହୋଇଥାଏ । +ଓଠ ଫଟା ପାଇଁ ଘରୋଇ ଉପଚାର +ଶୀତଦିନେ ଓଠ ଫାଟିବା ଏକ ସାଧାରଣ ଘଟଣା କିନ୍ତୁ କିଛି ଲୋକଙ୍କର ସବୁଦିନେ ଓଠ ଫଟିଥାଏ । + ଓଠଫଟା ପାଇଁ କିଛି ଘରୋଇ ଉପଚାର ହେଲା : +କିଛି ପରିମାଣରେ ଜଡ଼ା ତେଲକୁ ଭେସଲିନ ସହିତ ମିଶାଇ ଓଠରେ ମାଲିସ କରନ୍ତୁ । +ଏପରି ଦିନକୁ ୨-୩ ଥର କରିବା ଦ୍ଵାରା ଏହା ଆପଣଙ୍କର ଓଠ ଫଟା ଦୂର କରିବା ସହ ଓଠର କଳାଅଂଶ ଦୂର କରିଥଏ । +ଘିକୁଆଁରୀ ରସକୁ ଓଠରେ ମାଲିସ କଲେ ଓଠ ଫାଟିବା ବନ୍ଦ ହୋଇଥାଏ । +କ୍ଷୀରକୁ ଗରମ କରି ହାଲକା ଗରମ କ୍ଷୀରସରକୁ ଓଠରେ ରଖନ୍ତୁ । +ତାପରେ କିଛି ତୁଳା ଖଣ୍ଡକୁ ଗରମ ପାଣିରେ ବୁଡାଇ ରଖନ୍ତୁ । +୧୦-୧୫ ମିନଟ ପରେ କ୍ଷୀର ସରକୁ ବାହାର କରି ସେହି ତୁଳା ପାଣିରୁ ବାହାର କରି ଓଠ କୁ ସଫା କରନ୍ତୁ । +୧ ଚାମଚ ଚିନିକୁ କିଛି ମହୁ ସହ ମିଶାଇ ଓଠ ରେ ଲଗାନ୍ତୁ । +୧୦-୧୫ ମିନଟ ପରେ ହାଲକା ଗରମ ପାଣିରେ ଓଠକୁ ଧୋଇ ଦିଅନ୍ତୁ । -- GitLab