From d679c3670901c60841b6e420b778f632cef79993 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:45:23 +0530 Subject: [PATCH] Upload New File --- .../vikashpedia_health_odia137.txt | 21 +++++++++++++++++++ 1 file changed, 21 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia137.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia137.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia137.txt new file mode 100644 index 0000000..71b843a --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia137.txt @@ -0,0 +1,21 @@ +କେତେ ସମୟ ଅନ୍ତରରେ ଗର୍ଭ ଧାରଣ +ମୁଖବନ୍ଧ +ଭାରତରେ ପ୍ରତି ବର୍ଷ ହଜାର ଶିଶୁ ନିଜର ପଞ୍ଚମ ଜନ୍ମଦିନ ପାଳନ କରିବା ପୂର୍ବରୁ ଏମିତି ସବୁ କାରଣରୁ ମୃତ୍ୟୁବରଣ କରନ୍ତି ଯେଉଁଥିରୁ କି ସେମାନଙ୍କୁ ବଞ୍ଚାଯାଇପାରିଥାନ୍ତା । +ଏଥି ମଧ୍ୟରୁ ଅଧିକାଂଶ ମୃତ୍ୟୁ କେବଳ ୫ଟି କାରଣରୁ ହିଁ ହୋଇଥାଏ, ଯଥା: - ନିମୋନିଆ, ତରଳ ଝାଡା, ମିଳିମିଳା, ମ୍ୟାଲେରିଆ ଓ ପୁଷ୍ଟିହୀନତା । +ଏହି ବ୍ୟତୀତ ଜୀବନ ଥିବା ଲକ୍ଷ ଲକ୍ଷ ଶିଶୁ ଦୁର୍ବଳତାର ସହ ବଞ୍ଚନ୍ତି ଓ କେବେ ବି ନିଜ କ୍ଷମତାର ସମ୍ପୂର୍ଣ୍ଣ ବିକାଶ କରିପାରନ୍ତି ନାହିଁ । +ଶୈଶବରେ ଏହି ୫ଟି କାରଣ ଜନିତ ମୃତ୍ୟୁରୁ ଶିଶୁଙ୍କ ବଞ୍ଚାଇବା ଏବଂ ଏହାର ଚିକିତ୍ସା କରିବାର ଜ୍ଞାନ ଓ ସାଧନ ଦୁଇଟା ଯାକ ହିଁ ଗଚ୍ଛିତ ଅଛି । +ଶିଶୁଙ୍କ ମୃତ୍ୟୁ ଓ ରୋଗର ବଞ୍ଚାଇବା ତଥା ମହିଳାମାନଙ୍କ ଗର୍ଭାବସ୍ଥା ଓ ପ୍ରସବ ପାଇଁ ସୁରକ୍ଷା ଦେବା ବିଷୟରେ କେତେକ ଅତ୍ୟନ୍ତ ଜରୁରୀ କଥା ବର୍ଣ୍ଣନା କରାଯାଇଛି । +ସିଧା ଏବଂ ସରଲ ଭାଷାରେ ଦିଆଯାଇଥିବା ଏହି ବାର୍ତ୍ତାକୁ ପ୍ରତ୍ୟେକ ବ୍ୟକ୍ତି ଆପଣେଇ ପାରିବେ । +କେତେ ସମୟ ଅନ୍ତରରେ ଗର୍ଭ ଧାରଣ +କ’ଣ ଆପଣ ଜାଣନ୍ତି କି ? +ଅଧିକ ଥର, କମ୍ ବ୍ୟବଧାନରେ ବାରମ୍ବାର ଗର୍ଭ ଧାରଣ କିମ୍ବା କିଶୋରାବସ୍ଥାରେ ବା ୩୫ ବର୍ଷରୁ ଅଧିକ ବୟସରେ ମା’ ହେବା ମହିଳାମାନଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିଥାଏ । +ପ୍ରାୟ ଏକ ତୃତୀୟାଂଶ ଶିଶୁ ଏହି କାରଣରୁ ମୃତ୍ୟୁବରଣ କରିଥାନ୍ତି । +ମହିଳା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସୁଧାରିବା ପାଇଁ ସବୁଠାରୁ ସୁବିଧାଜନକ ଉପାୟ ମଧ୍ୟରେ ପରିବାର ନିୟୋଜନ ଅନ୍ୟତମ ପରିବାର ନିୟୋଜନରୁ ବହୁତ ମା’ ଓ ଶିଶୁଙ୍କ ମୃତ୍ୟୁ ଓ ଅକ୍ଷମ ହେବାରୁ ରକ୍ଷା କରାଯାଇପାରୁଛି । +ମୁଖ୍ୟ ସୂଚନା +୧୮ ବର୍ଷ ବୟସ ପୂର୍ବରୁ ବା ୩୫ ବର୍ଷ ବୟସ ପରେ ଗର୍ଭଧାରଣ କଲେ ମା’ ଏବଂ ତାର ଶିଶୁର ସ୍ୱାସ୍ଥ୍ୟ ପାଇଁ ବିପଦ ବହୁତ ବଢିଯାଏ । +ଏଥିପାଇଁ ଭାରତ ସରକାର ଆଇନଗତ ବିବାହ ପାଇଁ ଝିଅଟିର ବୟସ ଅତି କମ୍ ରେ ୧୮ ବର୍ଷ ରହିବା ଦରକାର ବୋଲି ସ୍ଥିର କରିଛନ୍ତି । +ମା’ ଓ ଶିଶୁଙ୍କୁ ପାଇଁ ୨ଟି ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ ଅତି କମ୍ ରେ ୨ ବର୍ଷ ରଖିଯିବା ଉଚିତ୍ । +ଚାରି ଥର ମା’ ହେବା ପରେ ଗର୍ଭାବସ୍ଥା ଓ ପ୍ରସବ ଯୋଗୁଁ ମା’ର ସ୍ୱାସ୍ଥ୍ୟ ପାଇଁ ବିପଦ ବଢିଯାଏ । +କେତେବେଳେ ଶିଶୁ ଜନ୍ମ କରିବା ଉଚିତ୍, କେତୋଟି ଶିଶୁ ଜନ୍ମ କରିବା ଦରକାର, ଦୁଇ ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ କେଟ ରହିବା ଦରକାର ଓ କେବେ ଶିଶୁ ଜନ୍ମ ବନ୍ଦ କରିବା ଦରକାର ତାହା ପରିବାର ନିଯୋଜନ ସେବାର ସାହାଯ୍ୟ ନେଇ ଲୋକମାନେ ନିର୍ଣ୍ଣୟ କରିବା ଦରକାର । +ଗର୍ଭଧାରଣ ନ କରିବା ପାଇଁ ମଧ୍ୟ ଅନେକ ସୁରକ୍ଷିତ ଉପାୟମାନ ଅଛି । +ପରିବାର ନିୟୋଜନ ଉଭୟ ପୁରୁଷ ଓ ମହିଳା ଦୁହିଁଙ୍କର ବାୟିତ୍ଵ ଅଟେ ଏବଂ ପତ୍ୟେକ ବ୍ୟକ୍ତି ଏହା ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟକ୍ଷେତ୍ରର ହେଉଥିବା ଲାଭ ବିଷୟରେ ଜାଣିବା ଉଚିତ୍ । -- GitLab