From dd894051472498b117da075148047f76540fb75e Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:56:22 +0530 Subject: [PATCH] Upload New File --- .../vikashpedia_health_odia192.txt | 33 +++++++++++++++++++ 1 file changed, 33 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia192.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia192.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia192.txt new file mode 100644 index 0000000..e55db23 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia192.txt @@ -0,0 +1,33 @@ +ସୂର୍ଯ୍ୟ କିରଣର ଉପକାରିତା +ହୃଦ୍‌ରୋଗରୁ ରକ୍ଷା କରିଥାଏ ସୂର୍ଯ୍ୟ କିରଣ +ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହୃଦ୍‌ ଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । +ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । +ତେବେ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ନୂଆ ପଦ୍ଧତି ବାହାର କରିଛନ୍ତି ଗବେଷକମାନେ । +ଗବେଷଣାରୁ ଜଣାପଡ଼ିଛି ସକାଳର ସୂର୍ଯ୍ୟକିରଣ ସେବନ କରୁଥିବା ମହିଳାମାନଙ୍କ କ୍ଷେତ୍ରରେ ହୃଦ୍‌ରୋଗ କମ୍‌ ଦେଖାଦେଇଥାଏ । +ଏହି ମହିଳାମାନେ ଅନ୍ୟମାନଙ୍କ ତୁଳନାରେ ସୁସ୍ଥ ରହିଥାନ୍ତି । +ଏହି ଗବେଷଣାରେ ସାମିଲ ମହିଳାଙ୍କ ଉପରେ ୨୦ ବର୍ଷ ଧରି ନଜର ରଖାଯାଇଥିଲା । +ତେବେ ଗବେଷକମାନେ ଆହୁରି କହିଛନ୍ତି, ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବା ମହିଳାଙ୍କୁ ତ୍ୱଚା କ୍ୟାନସର ହେବାରେ ସମ୍ଭାବନା ରହିଥିଏ । +ତେଣୁ ଅଧିକ ଖରାରେ ରହିବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ । +ଏକ ସର୍ଭେ ଅନୁସାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ଲୋକଙ୍କଠାରେ ଅଧିକ ହୃଦ୍‌ ଜିନତ ସମସ୍ୟା ଦେଖା ଦେଇଥାଏ । +ବ୍ଲଡ କ୍ୟାନସର ହେବା ଆଶଙ୍କା କମାଇଥାଏ +ସମସ୍ତଙ୍କୁ ଜଣା ଅଛି ଭିଟାମିନ-ଡି ଅଭାବରୁ ବ୍ଲଡ କ୍ୟାନସର ହୋଇଥାଏ । +ସୂର୍ଯ୍ୟକିରଣଠାରୁ ଦୂରରେ ରହିଲେ କିମ୍ବା କମ୍ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନର ରହୁଥିବା ଲୋକେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ଏକ ପରୀକ୍ଷାରୁ ଜଣାପଡିଛି । +ତେବେ ଶୀତଦିନିଆ ସକାଳର ସୂର୍ଯ୍ୟକିରଣ ବହୁ ମାତ୍ରାରେ ଏହି ରୋଗଠାରୁ ଦୂରେଇ ରଖିଥାଏ । +ଶୀତଦିନିଆ ସକାଳର ସୂର୍ଯ୍ୟକିରଣରେ ଭରପୂର ମାତ୍ରାରେ ଭିଟାମିନ-ଡି ରହିଥାଏ । +ଶୀତଦିନେ ସକାଳେ ଖରାରେ ବସିଲେ ଶରୀରକୁ ବହୁତ ଭିଟାମିନ-ଡି ମିଳିଥାଏ । +ଯାହା ବ୍ଲଡ କ୍ୟାନସର ପରି ରୋଗ ହେବାର ଆଶଙ୍କାକୁ କମାଇ ଥାଏ । +୧୩୨ଟି ଦେଶରେ ବ୍ଲଡ କ୍ୟାନସରକୁ ନେଇ ଏକ ସର୍ଭେ କରାଯାଇଥିଲା । +ଯେଉଁଥିରୁ ବୈଜ୍ଞାନିକମାନେ ପ୍ରମାଣ ପାଇଛନ୍ତି ଯେ, ଭୂମଧ୍ୟ ସାଗରୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ତୁଳନାରେ ଉଚ୍ଚ ଅକ୍ଷାଂଶରେ ବସବାସ କରୁଥିବା ଲୋକଙ୍କୁ ବ୍ଲଡ କ୍ୟାନସର ହେବାର ଅଧିକ ସମ୍ଭାବନା ରହିଛି । +ଫିଲୋଫାନିଆ ୟୁନିଭର୍ସିଟି ପ୍ରଫେସର ସେର୍ଡିକ ଗାରଲେଡଙ୍କ କହିବା ଅନୁସାରେ ଭିଟାମିନ-ଡି ଅଭାବରୁ ବ୍ଲଡ କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ଅଧିକ ଥାଏ । +ବିଶେଷ କରି ମେରୁ ଅଞ୍ଚଳରେ ଥିବା ଦେଶ ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡ, ଆୟାରଲ୍ୟାଣ୍ଡ ଓ ଚିଲି ଭଳି ଦେଶରେ ବ୍ଲଡ କ୍ୟାନସର ରୋଗୀ ଅଧିକ ଦେଖାଯାଇଥାନ୍ତି । +ଗାରଲେଡ କହିଛନ୍ତି, ଯେଉଁ ବ୍ୟକ୍ତି ପରାବୈଜ୍ଞାନୀ-ବି(ୟୁୱିବି) କିରଣଠାରୁ ଦୂରରେ ରହିଥାନ୍ତି କିମ୍ବା ଏମିତି ସ୍ଥାନରେ ରୁହନ୍ତି ଯେଉଁଠାରେ ସୂର୍ଯ୍ୟକିରଣ କମ୍ ପଡିଥାଏ ସେମାନଙ୍କ ରକ୍ତରେ ଭିଟାମିନ-ଡିର ଅଭାବ ଦେଖାଦେଇଥାଏ । +ରକ୍ତଚାପକୁ ନିୟନ୍ତ୍ରିତ କରେ ସୂର୍ଯ୍ୟକିରଣ +ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ମିଳଥାଏ । +ସୂର୍ଯ୍ୟ କିରଣ ରକ୍ତଚାପ ମଧ୍ୟ ହ୍ରାସ କରିଥାଏ । +ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି, ବ୍ରିଟେନ୍ ସ୍ଥିତ ୟୁନିଭରସିର୍ଟି ଅଫ୍ ସାଉଥମେଟନ୍ର ଗବେଷକ କହିଛନ୍ତି ଯେ, ସୂର୍ଯ୍ୟକିରଣ ଚର୍ମର ଓ ରକ୍ତରେ ମହଜୁଦ୍ ଥିବା ନାଇଟ୍ରିକ୍ ଅକ୍ସାଇଟର ସ୍ତର ପରିବର୍ତ୍ତନ କରିଥାଏ । +ଚର୍ମରୁ ମିଳୁଥିବା ନାଇଟ୍ରିକ୍ ଅକ୍ସାଇଟ୍ ରକ୍ତଚାପ ନିୟନ୍ତ୍ରିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । +ସୂର୍ଯ୍ୟ କିରଣର ସଂର୍ଶ୍ପରେ ଆସିବା ଦ୍ୱାରା ଏହା କିଛି ପରିମାଣର ଚର୍ମ ବ୍ୟତୀତ ରକ୍ତ ପ୍ରବାହରେ ସାମିଲ ହୋଇଥାଏ । +ଏହା ଦ୍ୱାରା ରକ୍ତ ଧମନୀରେ ଚାପ କମ୍ ହେବା ସହ ରକ୍ତଚାପ ହ୍ରାସ ହୋଇଥାଏ । +ଗବେଷକଙ୍କ ମତରେ, ଅଧିକ ସମୟ ଯାଏଁ ସୂର୍ଯ୍ୟ କିରଣରେ ରହିବା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା ରହିଛି । +ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସକାଳ ପ୍ରଥମ ସୂର୍ଯ୍ୟ କିରଣରେ ଭ୍ରମଣ କରିବା ଉଚିତ । +ଯାହାଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ । -- GitLab