From e95c5a9291d68db9c7a069ac6f5447036f0fe24f Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:36:44 +0530 Subject: [PATCH] Upload New File --- .../vikashpedia_health_odia119.txt | 28 +++++++++++++++++++ 1 file changed, 28 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia119.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia119.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia119.txt new file mode 100644 index 0000000..ec3e0d5 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia119.txt @@ -0,0 +1,28 @@ +ବାୟୁ ପ୍ରଦୂଷଣ ଜନିତ ରୋଗ +ବାୟୁ ପ୍ରଦୂଷଣ ର କାରଣ +ବାୟୁ ପ୍ରଦୂଷଣ ମୁଖ୍ୟତଃ କଳକାରଖାନାର ଚିମିନୀ ନିର୍ଗତ ଧୂଆଁ , ଜନବାହନରୁ ନିର୍ଗତ ଦୂଷିତ ବାଷ୍ପ ଓ ଅନ୍ୟାନ୍ୟ ନିଷ୍କାସତ ଦୂଷିତପଦାର୍ଥ ଦ୍ଵାରା ହୋଇଥାଏ । +ବାଯୁମଣ୍ଡଳ ଯେଉଁସବୁ ପଦାର୍ଥ ଯୋଗୁ ଦୂଷିତ ହେଉଛି ସେଗୁଡିକ ହେଲା- (୨.୫ ଓ ୧୦ ), କାର୍ବନମନୋକ୍ସାଇଡ ,ଲେଡ,ସିଲିକା ଇତ୍ୟାଦି । +ବର୍ତମାନ ମୋଟରଗାଡି ଯାନାବାହାନ ସଂଖ୍ୟା ଦିନକୁଦିନ ବଢିଚାଲିଛି ଓ ସେହି ଅନୁପାତରେ ପେଟ୍ରୋଲିୟମ ଇନ୍ଧନର ବ୍ୟବାହାର ମଧ୍ୟ ବୃଦ୍ଧି ପାଉଛି । +ଜଣେ ମନୁଷ୍ୟର ବର୍ଷକୁ ଯେତେ ପରିମାଣରେ ଅମ୍ଳଜାନ ଆବଶ୍ୟକ ଗୋଟିଏ ମୋଟର ଗାଡି ୯୬୦ କିମି ଚାଲିଲେ ସେତିକି ଅମ୍ଳଜାନ ଦରକାର ହୋଇଥାଏ । +ଲଣ୍ଡନ ରାଜା ରାସ୍ତାରେ ଗୋଟିଏ ଟ୍ରଫିକି ପୁଲିସ ଚାରି ଘଣ୍ଟା ଡ୍ୟୁଟି କାଲେ ତାହାର ଫୁସଫୁସରେ ଏତେ ପରିମାଣରେ ବିସ ଭର୍ତି ହୋଇଯାଏ ଯାହାକି ୧୦୫ ଟି ସିଗାରେଟ ଟାଣିବା ସହ ସମାନ । +ପ୍ରଦୂଷିତ ବାୟୁ ମସ୍ତିସ୍କ ସଙ୍ଘାତର କାରଣ ହୋଇପାରେ ବୋଲି ଷ୍ଟ୍ରୋକ ନାମକ ଏକ ଗବେଷଣାତ୍ମକ ପାତ୍ରୀକରେ ପ୍ରକାଶ ପାଇଛି । +ଏକ ସରବକ୍ଷଣରୁ ଏହା ଜନାଜାଏଜେ ପ୍ରଦୂଷିତ ବାୟୁ ଯୋଗୁ ସହରାଅଞ୍ଚଳରେ ୩୫ ପ୍ରତିଶତ ସ୍କୁଲୁ ଛାତ୍ରଛାତ୍ରୀ ଫୁସଫୁସ ଜନିତ ନିଃଶ୍ଵାସ ପ୍ରଶ୍ଵାସ ରୋଗରେ ପଡ଼ୁଛନ୍ତି । +ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଘଠନ ପକ୍ଷରୁ ୨୦୧୫ରେ ପ୍ରକାଶିତ ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ ବାୟୁ ପ୍ରଦୂଷଣ ଯୋଗୁ ବିଶ୍ଵରେ ବାର୍ଷିକ ଆଠ ନିୟୁତ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । +ବିଶେଷ କରି ଚାଇନା, ଭାରତ ଏଥିଯୋଗୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । +୨୦୧୪ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦର୍ଶାଇଥିଲେ ଯେ, ପୃଥିବୀର ସବୁଠାରୁ ପ୍ରଦୂଷିତା୨୦ଟି ସହର ମଧ୍ୟରେ ଭାରତର ୧୩ଟି ସହର ରହିଛି । +ସାଧାରଣତଃ ବୟସ୍କ ଓ ବୃଦ୍ଧମାନେ ବାୟୁ ପ୍ରଦୁସଣଜନିତ ରୋଗର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । +ମାତ୍ରାଧିକ ପ୍ରଦୂଷଣ ମନୁଷ୍ୟ ଜୀବନର ଅଯୁକୁ ହାରାହାରି ୩.୨ବର୍ଷ ହ୍ରାସ କରୁଛି । +ପ୍ରଦୂଷିତ ପରିବେଶରେ ବାସକରୁଥିବା ଯୋଗୁ ଲୋକେ ନାନା ପ୍ରକାର ମାରାତ୍ମକ ରୋଗର ଶିକାର ହେଉଛନ୍ତି । +ହୃଦଘାତର ଶିକାର +ବାୟୁ ପ୍ରଦୂଷଣ ଯୋଗୁ ସ୍ୱାସ୍ଥ୍ୟଗତ ସମସ୍ଯା ବ୍ୟାପକ ହେବାରେ ଲାଗିଛି । +ପରିସଙ୍ଖ୍ୟନରୁ ଦେଖାଯାଉଛି ଯେ, ସହରାଅଞ୍ଚଳର ଅଧିକାଂଶ ହୃଦଘାତର ଶିକାର ହେଉଛନ୍ତି । +ଗବେଷଣାରୁ ଏହା ଜନାଜାଏଜେ ବାୟୁ ପ୍ରଦୂଷଣର ପ୍ରଭାବ ଥମୁଖ୍ୟତ ହୃତ୍ପିଣ୍ଡ ଉପରେ ପଡିଥାଏ । +ଏହା ମଧ୍ୟ ଆମର ଭ୍ରୁଣ ଓ ଜନ୍ମ ହେବାକୁ ଥିବା ଶିଶୁକୁ ଆକ୍ରାନ୍ତ କରୁଛି । +ଅଧିକାଂଶ ଶିଶୁ ଶାରୀରିକ ଓ ମାନସିକ ସ୍ତରରେ ବିକଳାଙ୍ଗ ହୋଇ ଜନ୍ମଗ୍ରହଣ କରୁଛନ୍ତି । +ପ୍ରଦୂଷଣରେ ଆକ୍ରାନ୍ତ ମଣିଷ ନାନା ରୋଗରେ ପିଡିତ ହେଉଛି । +କିନ୍ତୁ କୌଣସି ରୋଗୀ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହେଉଥିବା କଥା ଡାକ୍ତର ମାନେ କହି ନଥାନ୍ତି । + ତେଣୁ ରୋଗୀ ପ୍ରଦୂଷଣର ପ୍ରଭାବ ସମ୍ପର୍କରେ ହୃଦ୍ବୋଧ କରିପାରେ ନାହିଁ +ନିମ୍ନ ସରଣୀରେ କେତେକ ପ୍ରଦୂଷଣର ଉତପତି ସ୍ଥଳ ଓ ଏଗୁଡିକ ଦ୍ୟାରା ହେଉଥିବା ରୋଗ ସମ୍ପର୍କରେ ସୁଚିତ କରାଗଲା । +ଆଗାମୀ ଦିନରେ ବାୟୁ ପ୍ରଦୂଷଣ ଗୁରୁତର ହୋଇ ଆମ ଜୀବନକୁ ପ୍ରଭାବିତ କରିବାର ଅଶଙ୍କକୁ ଏଡାଇ ଡିଜାଇନପାରେ ଏପରିକି ପୃଥିବୀ ପୃଷ୍ଠରେ ଜୀବନ ସତା ଲୋପ ପାଇଜୀବାର ଆଶଙ୍କା ମଧ୍ୟ ରହିଛି । +ସାହାରାଅଞ୍ଚଳ , ଯୋଜୋନା, ପରିବହନ, ପ୍ରକୃତିକ ସମ୍ପଦ ଓ ପରିବେଶଜନିତ ବିଷୟରେ ସାମଗ୍ରିକ ପଦକ୍ଷପା ନେବା ଆବଶ୍ୟକ । +ସ୍ମାର୍ଟ ସହର ପରିକଳ୍ପନରେ ପରିବେଶକୁ ଗୁରୁତ୍ଵ ଦିଆଯିବା ଆବଶ୍ୟକ । -- GitLab